ପୌରୁଷ

ପୌରୁଷ ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ ଜଗତରେ ଏକ ପ୍ରମୁଖ ପତ୍ରିକାର ମାନ୍ୟତା ପାଇଛି। ୧୯୬୯ ମସିହା ଜୁଲାଇରେ ଏହାର ପ୍ରଥମ ସଂଖ୍ୟା କଟକରୁ ଆତ୍ମପ୍ରକାଶ ଲାଭ କରିଥିଲା। ଏହାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ବିଶିଷ୍ଟ ସାହିତ୍ୟିକ, ରାଜନେତା ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ।

ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ଜାତି, ବଂଶ ନିର୍ବିଶେଷରେ ତା’ର ଜାଗରଣ ପ୍ରତ୍ୟେକ ସମାଜ ଓ ରାଷ୍ଟ୍ରର ଧର୍ମ ହେବା ଆବଶ୍ୟକ। ସେଥିପାଇଁ ପତ୍ରିକାର ନାମ ପୌରୁଷ ରଖାଯାଇଥିଲା।

ପୌରୁଷ ପତ୍ରିକା ମୂଳରୁ ମାସିକ ପତ୍ରିକା ଭାବେ ପ୍ରକାଶ ପାଉଥିବା ବେଳେ ଭାଗ ୧୬(୧୯୮୨-୮୩) ବେଳକୁ କେତେକ ସଂଖ୍ୟା ମିଳିତ ଭାବେ ପ୍ରକାଶ ପାଇଛି। ଏହା ପରଠାରୁ ବିଭିନ୍ନ ସମୟରେ ମିଳିତ ସଂଖ୍ୟା ପ୍ରକାଶ ପାଇଛି। ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରଥମ ୬ ବର୍ଷ ସମ୍ପାଦନା ଦାୟିତ୍ୱ ତୁଳାଇଥିବା ବେଳେ ସପ୍ତମ ଭାଗରୁ ଦଶମ ଭାଗ ଯାଏଁ ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ଏକାଦଶରୁ ତ୍ରୟୋଦଶ ଭାଗ ଯାଏଁ ଜାନକୀ ବଲ୍ଲଭ ପଟ୍ଟନାୟକ ପୌରୁଷର ସମ୍ପାଦକ ରହିଥିଲେ। ଏହାପରେ ୧୯୮୦ ମସିହା ଜୁଲାଇରୁ ଅର୍ଥାତ ୧୪ଶ ଭାଗରୁ ଜୟନ୍ତୀ ପଟ୍ଟନାୟକ ପୁଣି ଥରେ ଏହି ପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ୧୮ଶ ଭାଗ (୧୯୮୪-୮୫) ସମୟରୁ ସୁଦତ୍ତା ପଟ୍ଟନାୟକ ପତ୍ରିକାର କାର୍ଯ୍ୟବାହୀ ସମ୍ପାଦିକା ଦାୟିତ୍ୱ ନେଲେ।

ପୌରୁଷ ପତ୍ରିକାରେ ଭାଷା, ସାହିତ୍ୟ, ସଂସ୍କୃତି, କଳା, କ୍ରୀଡ଼ା ଆଦି ସମସ୍ତ ପ୍ରକାର ଲେଖା ପ୍ରକାଶ ପାଉଥିବା ବେଳେ ଏହାକୁ ସାମଗ୍ରିକ ଭାବେ ଏକ ସ୍ୱୟଂ ସଂପୂର୍ଣ୍ଣ ପତ୍ରିକା କୁହାଯାଇପାରିବ। କେ. ଏମ୍. ମୁନ୍‌ସୀଙ୍କର ବିଖ୍ୟାତ କୃଷ୍ଣାବତାରର ଓଡ଼ିଆ ରୂପାନ୍ତର ଧାରାବାହିକ ଭାବରେ ପ୍ରକାଶ ପାଇବା ପତ୍ରିକାଟିର ଅନ୍ୟତମ ଆକର୍ଷଣ ଥିଲା। ସେହିପରି ବତ୍ରିଶ ସିଂହାସନ, ମହାଭାରତ କାହାଣୀ ଆଦି କିଛି ଅତ୍ୟନ୍ତ ଉଚ୍ଚକୋଟୀର ଧାରାବାହିକ ଏଥିରେ ପ୍ରକାଶ ପାଉଥିଲା। ମୋଟାମୋଟି କହିବାକୁ ଗଲେ ପତ୍ରିକାଟିରେ ପରିବାରର ସମସ୍ତଙ୍କ ପାଇଁ କିଛି ସାମଗ୍ରୀ ରହୁଥିଲା।

ପୌରୁଷର କିଛି ଗୁରୁତ୍ୱପୂର୍ଣ୍ଣ ଧାରାବାହିକ
ମହାଭାରତ କାହାଣୀ
କୃଷ୍ଣାବତାର
ଶିକାର ଓ ଶିକାରୀ
ବେତାଳ ପଞ୍ଚବିଂଶତି
ପଞ୍ଚତନ୍ତ୍ର

 

 

 

 

 

 

 

 

 

 

 

 

 

 
 
 

ପୌରୁଷ ସୂଚୀ

ତଳ ସାରଣୀରେ ପୌରୁଷ ପତ୍ରିକାର ପ୍ରଥମ ୨୫ ବର୍ଷର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

ନମୁନା ଖଣ୍ଡ ୧ ନମୁନା ଖଣ୍ଡ ୨ ନମୁନା ଖଣ୍ଡ ୩ ନମୁନା ଖଣ୍ଡ ୪
ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ (ବର୍ଷ) ଅଂଶ (ସଂଖ୍ୟା) ଅଂଶ (ସଂଖ୍ୟା) ଅଂଶ (ସଂଖ୍ୟା)
ଭାଗ ପ୍ରଥମ (୧୯୬୭-୬୮) ଭାଗ ୧(୧-୪) ଭାଗ ୧(୫-୮) ଭାଗ ୧(୯-୧୨)
ଭାଗ ଦ୍ୱିତୀୟ (୧୯୬୮-୬୯) ଭାଗ ୨(୧-୪) ଭାଗ ୨(୫-୮) ଭାଗ ୨(୯-୧୨)
ଭାଗ ତୃତୀୟ (୧୯୬୯-୭୦) ଭାଗ ୩(୧-୪) ଭାଗ ୩(୬-୮) ଭାଗ ୩(୯-୧୨)
ଭାଗ ଚତୁର୍ଥ
(୧୯୭୦-୭୧)
ଭାଗ ୪(୧-୪) ଭାଗ ୪(୫-୮) ଭାଗ ୪(୯-୧୨)
ପଞ୍ଚମ ଭାଗ (୧୯୭୧-୭୨) ଭାଗ ୫(୧-୪) ଭାଗ ୫(୫-୮) ଭାଗ ୫(୯-୧୨)
ଷଷ୍ଠ ଭାଗ
(୧୯୭୨-୭୩)
ଭାଗ ୬(୧-୪) ଭାଗ ୬(୫-୮) ଭାଗ ୬(୯-୧୨)
ସପ୍ତମ ଭାଗ (୧୯୭୩-୭୪) ଭାଗ ୭(୧-୪) ଭାଗ ୭(୫-୮) ଭାଗ ୭(୯-୧୨)
ଅଷ୍ଟମ ଭାଗ (୧୯୭୪-୭୫) ଭାଗ ୮(୧-୪) ଭାଗ ୮(୫-୮) ଭାଗ ୮(୯-୧୨)
ନବମ ଭାଗ
(୧୯୭୫-୭୬)
ଭାଗ ୯(୧-୪) ଭାଗ ୯(୫-୮) ଭାଗ ୯(୯-୧୨)
ଦଶମ ଭାଗ (୧୯୭୬-୭୭) ଭାଗ ୧୦(୧-୪) ଭାଗ ୧୦(୫-୮) ଭାଗ ୧୦(୯-୧୨)
ଏକାଦଶ ଭାଗ (୧୯୭୭-୭୮) ଭାଗ ୧୧(୧-୪) ଭାଗ ୧୧(୫-୮) ଭାଗ ୧୧(୯-୧୨)
ଦ୍ୱାଦଶ ଭାଗ (୧୯୭୮-୭୯) ଭାଗ ୧୨(୧-୪) ଭାଗ ୧୨(୫-୮) ଭାଗ ୧୨(୯-୧୨)
ତ୍ରୟୋଦଶ ଭାଗ (୧୯୭୯-୮୦) ଭାଗ ୧୩(୧-୪) ଭାଗ ୧୩(୫-୮) ଭାଗ ୧୩(୯-୧୨)
ଚତୁର୍ଦ୍ଦଶ ଭାଗ (୧୯୮୦-୮୧) ଭାଗ ୧୪(୧-୪) ଭାଗ ୧୪(୫-୮) ଭାଗ ୧୪(୯-୧୨)
ପଞ୍ଚଦଶ ଭାଗ (୧୯୮୧-୮୨) ଭାଗ ୧୫(୧-୪) ଭାଗ ୧୫(୫-୮) ଭାଗ ୧୫(୯-୧୨)
ଷୋଡ଼ଶ ଭାଗ (୧୯୮୨-୮୩) ଭାଗ ୧୬(୧-୪) ଭାଗ ୧୬(୫-୮) ଭାଗ ୧୬(୯-୧୨)
ସପ୍ତଦଶ ଭାଗ (୧୯୮୩-୮୪) ଭାଗ ୧୭(୧-୪) ଭାଗ ୧୭(୫-୮) ଭାଗ ୧୭(୯-୧୨)
ଅଷ୍ଟାଦଶ ଭାଗ (୧୯୮୪-୮୫) ଭାଗ ୧୮(୧-୪) ଭାଗ ୧୮(୫-୮) ଭାଗ ୧୮(୯, ୧୧-୧୨)
ଊନବିଂଶ ଭାଗ (୧୯୮୫-୮୬) ଭାଗ ୧୯(୧-୪) ଭାଗ ୧୯(୫-୮) ଭାଗ ୧୯(୯-୧୨)
ବିଂଶ ଭାଗ
(୧୯୮୬-୮୭)
ଭାଗ ୨୦(୧-୪) ଭାଗ ୨୦(୫-୯) ଭାଗ ୨୦(୧୦-୧୨)
ଏକବିଂଶ ଭାଗ (୧୯୮୭-୮୮) ଭାଗ ୨୧(୧-୪) ଭାଗ ୨୧(୫-୮) ଭାଗ ୨୧(୯-୧୨)
ଦ୍ୱାବିଂଶ ଭାଗ (୧୯୮୮-୮୯) ଭାଗ ୨୨(୧-୪) ଭାଗ ୨୨(୫-୭) ଭାଗ ୨୨(୮-୧୨)
ତ୍ରୟୋବିଂଶ ଭାଗ (୧୯୮୯-୯୦) ଭାଗ ୨୩(୧-୪) ଭାଗ ୨୩(୫-୮) ଭାଗ ୨୩(୯-୧୧)
ଚତୁଃବିଂଶ ଭାଗ (୧୯୯୦-୯୧) ଭାଗ ୨୪(୧-୫) ଭାଗ ୨୪(୬-୯) ଭାଗ ୨୪(୧୦-୧୨)
ପଞ୍ଚବିଂଶ ଭାଗ (୧୯୯୧-୯୨) ଭାଗ ୨୫(୧-୪) ଭାଗ ୨୫(୫-୭) ଭାଗ ୨୫(୯-୧୨)