ଓଡ଼ିଆ ଭାଷାର ବିଶେଷ ବିଭବ

ସମସ୍ତଙ୍କର କିଛି ନା କିଛି ଅତି ଆଦରର ଜିନିଷ ରହିଥାଏ। ବ୍ୟକ୍ତିର, ଦଳର ଓ ଜାତିର। ଓଡ଼ିଆ ଜାତିର ଏଭଳି କିଛି ରହିବା ମଧ୍ୟ ସ୍ୱାଭାବିକ କଥା। ତାହା ଭିତରୁ କେତୋଟି ଅମୂଲ୍ୟ ବିଭବ ଏଠାରେ ଦିଆଯାଉଛି।

ଏହି ଉପସ୍ଥାପନାର ଲକ୍ଷ୍ୟହେଉଛି ଆଗ୍ରହ ସୃଷ୍ଟି କରାଇବା ଓ ସାଧାରଣ ଭାବରେ କୌତୂହଳୀ ଲୋକଙ୍କୁ ଏସବୁ ଦେଖିବାର ସୁଯୋଗ ଦେବା। ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ବହି ବିଭାଗରେ ଖୋଜିଲେ ଆହୁରି କିଛି ମିଳିପାରିବ।

 


ଓଡ଼ିଆ ଭାଷାର ଆଦିରଚନା ଚର୍ଯ୍ୟାଗୀତିକା, ମଧ୍ୟକାଳର ରଚନା ମାଦଳା ପାଞ୍ଜି, ପ୍ରଥମ ନାଟକ, ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ।


ଗୀତଗୋବିନ୍ଦ – ଜୟଦେବଙ୍କର କାଳଜୟୀ ସର୍ଜନା ଓ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା – ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର।


ପଠାଣୀ ସାମନ୍ତଙ୍କର ବିଶିଷ୍ଟ କୃତି ସିଦ୍ଧାନ୍ତ ଦର୍ପଣ ଓ ତା’ର ବିଭିନ୍ନ ଅନୁବାଦ ଏବଂ ସାମନ୍ତଙ୍କ କାମ ବିଷୟରେ କିଛି ବିଶେଷ ଚର୍ଚ୍ଚା।


ଓଡ଼ିଆ ଭାଷାର କୋଣାର୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ।

ପ୍ରଥମ ପ୍ରକାଶ


ଆଦିଓଡ଼ିଆ ରଚନା – ଚର୍ଯ୍ୟା ଗୀତିକା

ସାଧାରଣାବ୍ଦ ପ୍ରାୟ ୧୦ମ ଶତାବ୍ଦୀ ସମୟରେ ରଚିତ ଏହି ବୌଦ୍ଧଗାନଗୁଡ଼ିକୁ ଓଡ଼ିଆ ଭାଷାର ଆଦିରଚନା ଭାବରେ ଗଣାଯାଏ। ଓଡ଼ିଆ ଭାଷାର ବିକାଶକୁ ବୁଝିବାରେ ଏଗୁଡ଼ିକ ଭାଷାବିତ୍‌ମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଛନ୍ତି। ତେଣୁ ସବୁ ଓଡ଼ିଆ ଏଗୁଡ଼ିକୁ ଅନ୍ତତଃ ପକ୍ଷେ ଦେଖିବା ପାଇଁ ଆଗ୍ରହୀ ହେବା ଉଚିତ। ଏସବୁର ସରଳ ଆଧୁନିକ ଓଡ଼ିଆ ରୂପ ଅଳ୍ପଦିନ ଭିତରେ ଏଠାରେ ଦେଖିବାକୁ ମିଳିବ।

 

ଆଦିଗଦ୍ୟ ରଚନା – ମାଦଳାପାଞ୍ଜି

ପ୍ରାୟ ସବୁ ଓଡ଼ିଆ ମାଦଳାପାଞ୍ଜିର ନାଁ ଶୁ‌ଣିଛନ୍ତି, କେବେ କେବେ ମୋଟା ବହିଖାତାକୁ ବୁଝାଇବା ପାଇଁ ସେ ଶବ୍ଦର ବ୍ୟଙ୍ଗାତ୍ମକ ବ୍ୟବହାର କରିଛନ୍ତି। ଏହାର ରଚନା କାଳ ଓ ନାମକରଣକୁ ନେଇ ବିଭିନ୍ନ ମତ ଏବେ ମଧ୍ୟ ରହିଛି। ତେବେ ସାଧାରଣାବ୍ଦ ୧୧-୧୨ଶ ଶତାବ୍ଦୀ ସମୟର ଏହି ଲେଖା ବିଷୟରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ମତ ହେଉଛି, “ଭାରତର ଆଞ୍ଚଳିକ ଭାଷାରେ ଗଦ୍ୟସାହିତ୍ୟର ବିକାଶକ୍ରମ ଆଲୋଚନା କାଳରେ ଓଡ଼ିଆ ଭାଷାରେ ରଚିତ’ମାଦଳାପାଞ୍ଜି’ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ।”

 

ଆଧୁନିକ ଓଡ଼ିଆ ସାହିତ୍ୟରେ …

ପ୍ରଥମ ନାଟକ – ବାବାଜୀ (ଜଗନ୍‌ମୋହନ ଲାଲା, ୧୮୭୭)। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଉପକ୍ରମଣିକା ସହିତ ପୁନଃମୁଦ୍ରିତ ରୂପ।

ପ୍ରଥମ ଊପନ୍ୟାସ – ପଦ୍ମମାଳୀ (ଉମେଶ ଚନ୍ଦ୍ର ସରକାର, ୧୮୮୮)

ପ୍ରଥମ କ୍ଷୁଦ୍ରଗଳ୍ପ – ରେବତୀ (ଫକୀର ମୋହନ ସେନାପତି, ୧୮୯୮)
ରେବତୀ (ଇଂରାଜୀ), ଅନୁବାଦ: କିଶୋରୀଚରଣ ଦାସ
ରେବତୀ (ହିନ୍ଦି), ଅନୁବାଦ: ଶିବପ୍ରିୟା ମହାପାତ୍ର