ଓଡ଼ିଆ ଶବ୍ଦକୋଷ

ଏହି ଅଭିଧାନରେ ସାଧାରଣ କାମରେ ଲାଗୁଥିବା ପ୍ରାୟ ୩୦,୦୦୦ ଓଡ଼ିଆ ଓ ୩୦,୦୦୦ ଇଂରାଜି ଶବ୍ଦ ରହିଛି। ଉଭୟ ପ୍ରକାର ଶବ୍ଦର ଅର୍ଥ ଓଡ଼ିଆ ଭାଷାରେ ଦିଆଯାଇଛି।

ଶବ୍ଦଟିଏ ଖୋଜିବା ପାଇଁ ତାହା ଡାହାଣ ପଟେ ଥିବା ଧଳା ବାକ୍ସରେ ୟୁନିକୋଡ୍ ଅକ୍ଷରରେ ଟାଇପ୍ କରି ‘ଖୋଜନ୍ତୁ/search’ ବୋତାମ ଦବାଇବାକୁ ହେବ। ଏଥିପାଇଁ ନିଜ କମ୍ପ୍ୟୁଟରରେ ଗୋଟିଏ ଓଡ଼ିଆ ୟୁନିକୋଡ୍ ଫଣ୍ଟ ଥିବା ଦରକାର। ୱିଣ୍ଡୋଜ୍ ୭ ବା ପର ସଂସ୍କରଣରେ ସାଧାରଣତଃ ମିଶିକରି ଥିବା କଳିଙ୍ଗ ଫଣ୍ଟ ଠିକ୍ କାମ କରିବ।

ନଚେତ୍ କେଉଁଠୁ ୟୁନିକୋଡ୍ ଫଣ୍ଟ ମିଳିପାରିବ ଓ ତାହା କିପରି ବ୍ୟବହାର କରିବାକୁ ହେବ ସେ ବିଷୟରେ ‘ସାଧନ’ ବିଭାଗରେ ସୂଚନା ଦିଆଯାଇଛି। ନିଜ କମ୍ପ୍ୟୁଟର କିବୋର୍ଡ ସାହାଯ୍ୟରେ ଟାଇପ କରିହେବ କିମ୍ବା ଏଠାରେ ଦିଆଯାଇଥିବା କିବୋର୍ଡ ବ୍ୟବହାର କରିହେବ। ‘କିବୋର୍ଡ’ ବୋତାମ ଦବାଇଲେ କିବୋର୍ଡ ଖୋଲିବ ଓ ସେଥିରେ ‘ଓଡ଼ିଆ/ଇଂରାଜୀ’ ବିକଳ୍ପ ବାଛିହେବ। ଓଡ଼ିଆରେ ଟାଇପ କରିବା ପାଇଁ ସାଧାରଣ ସୂଚନା ଏଠାରେ ଦିଆଯାଇଛି (ସାଧନ ବିଭାଗରେ ଅଧିକ)। ଓଡ଼ିଆରେ ଟାଇପ କରିବା ପାଇଁ:

୧. ଅକ୍ଷର ଚାବି ଦବାଇ ତାହା ଟାଇପ କରନ୍ତୁ, ସ୍ୱର ବର୍ଣ୍ଣ ଓ ଅନ୍ୟ କିଛି ଅକ୍ଷର ପାଇଁ ସିଫ୍ଟ ଚାବି ଦବାଇବାକୁ ପଡ଼ିବ। ୨. ଯେଉଁଠି ଦରକାର ଅକ୍ଷର ପରେ ମାତ୍ରା ଟାଇପ କଲେ ତାହା ଯୋଡ଼ିହୋଇଯିବ। ୩. ଯୁକ୍ତାକ୍ଷର ପାଇଁ ମୂଳ ଅକ୍ଷର ଟାଇପ୍ କରି ୍ (ହଳନ୍ତ୍) ଚାବି (D) ଦବାନ୍ତୁ ଓ ଦ୍ୱିତୀୟ ଅକ୍ଷର ଟାଇପ୍ କରନ୍ତୁ (ଅଧିକ ଜାଣିବା ପାଇଁ ସାଧନ ବିଭାଗ ଦେଖନ୍ତୁ)। ଉଦାହରଣ: ଙ ୍ କ = ଙ୍କ, ଷ ୍ ପ = ଷ୍ପ।

ଅନ୍‌ସ୍କ୍ରିନ୍ କିବୋର୍ଡରେ ଟାଇପ କଲାପରେ କମ୍ପ୍ୟୁଟର କିବୋର୍ଡରେ ତଳମୁହାଁ ତୀର (↓) ଦବାଇଲେ ଶବ୍ଦଟି ଅଭିଧାନରେ ଖୋଜିବା ଜାଗାକୁ ଚାଲିଆସିବ।