ନବଜୀବନ

ସ୍ୱାଧୀନତା ପରର ବା ୧୯୫୦ ପରେ ପ୍ରକାଶିତ ପତ୍ରିକା ଭିତରୁ ନବଜୀବନ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ପତ୍ରିକା। ୧୯୫୬ ମସିହା ଫେବୃଆରୀ ମାସରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ଶ୍ରୀଯୁକ୍ତ ଚିନ୍ତାମଣି ମିଶ୍ର (୧୯୦୪-୧୯୮୦) ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ। ଏହାର ପ୍ରଥମ ସଂଖ୍ୟାର ସମ୍ପାଦକୀୟରେ ଲେଖାଯାଇଛି, “ଅତୀତ ସଂସ୍କୃତିକୁ ଭୂତ ପରି ନ ଡରି, ସେଥିପ୍ରତି ଆକୃଷ୍ଟ ହେଲେ ଆମର ଚିନ୍ତାଧାରା ଓ ଉନ୍ନୟନ ଯୋଜନା ପରିପୁଷ୍ଟ ହେବ, ଏ ଦିଗରେ ନବଜୀବନ ଯଥାସାଧ୍ୟ ସାହାଯ୍ୟ କରିବ ବୋଲି ଆଶା କରୁ। ନବଜୀବନ ଏହି କର୍ତ୍ତବ୍ୟ ସାଧନ କରିବ ତାହାର ପୃଷ୍ଠପୋଷକ ଲେଖକମାନଙ୍କ ସାହାଯ୍ୟରେ।“

ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠିତ ଲେଖକ ନବଜୀବନ ପାଇଁ ନିୟମିତ ଭାବରେ ଲେଖୁଥିଲେ। ସେମାନଙ୍କ ଭିତରେ ଥିଲେ ସରଳା ଦେବୀ, ଶ୍ରୀରାମଚନ୍ଦ୍ର ଦାଶ, ବିରାଜ ମୋହନ ସେନାପତି, ସୂର୍ଯ୍ୟ ନାରାୟଣ ଦାଶ, ଲକ୍ଷ୍ମୀ ନାରାୟଣ ସାହୁ, ଶ୍ରୀନିବାସ ମିଶ୍ର, ନବ କିଶୋର ଦାସ, ଜୟକୃଷ୍ଣ ପଟ୍ଟନାୟକ, ଧନେଶ୍ୱର ସାମଲ, ବୈଦ୍ୟନାଥ ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ମହାପାତ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଦି। ସେହିଭଳି ରାଜ କିଶୋର ପଟ୍ଟନାୟକ, ରାଇ ଚରଣ ଦାସ, ଉମେଶ ଚନ୍ଦ୍ର ଦତ୍ତ, ରାଜ କିଶୋର ରାୟ, ହରିଶ୍ଚନ୍ଦ୍ର ବଡାଲ ଆଦିଙ୍କ ଗଳ୍ପ ଉପନ୍ୟାସ ଏଥିରେ ପ୍ରକାଶିତ ହେଇଥିଲା। କୃଷ୍ଣଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ଗୋପାଳ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ନାଥ ସିଂହ, କାଳୀଚରଣ ପଟ୍ଟନାୟକ, ବସନ୍ତ କୁମାରୀ ପଟ୍ଟନାୟକ, ବୀରକିଶୋର ଦାସ ଓ ଆହୁରି ଅନେକ କବିଙ୍କ କବିତା ଏଥିରେ ସ୍ଥାନ ପାଇଥିଲା।

ସେ ସମୟରେ ବି ଲୋକଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବସନ୍ତ କୁମାର ବେହୁରା, ଗଦାଧର ମିଶ୍ରଙ୍କ ଭଳି ବିଜ୍ଞାନ ଲେଖକଙ୍କ ପ୍ରବନ୍ଧ ନବଜୀବନରେ ସ୍ଥାନ ପାଉଥିଲା। ଭ୍ରମଣ କାହାଣୀ, କାବ୍ୟ, ନାଟକ ଭଳି ଅନ୍ୟ ସବୁ ବିଭାଗର କିଛି କିଛି ଲେଖା ମଧ୍ୟ ଏଥିରେ ପ୍ରକାଶ ପାଉଥିଲା। ସମ୍ପାଦକୀୟ ଭାବରେ କିଛି ଚିନ୍ତା ଉଦ୍ରେକକାରୀ, ସାମାଜିକ, ରାଜନୈତିକ, ଅର୍ଥନୀତିକ ଲେଖା ରହୁଥିଲା। ମୋଟାମୋଟି କହିବାକୁ ଗଲେ ପତ୍ରିକାଟି ସବୁ ଦିଗରୁ ଲୋକଙ୍କ ପାଇଁ ଉପଯୋଗୀ ଥିଲା।

ଏହାର ପ୍ରଥମ ୧୯ ବର୍ଷର ସମସ୍ତ ସଂଖ୍ୟା ଏଠାରେ ରହିଛି। କୋଡ଼ିଏତମ ବର୍ଷର ମାତ୍ର ଦୁଇଟି ସଂଖ୍ୟା ମିଳିପାରିଛି। ଅନ୍ୟ ସଂଖ୍ୟାମାନ ମିଳିଲେ ଏଥିରେ ପର ସମୟରେ ଯୋଡ଼ି ଦିଆଯିବ। ନବଜୀବନର ସଂଖ୍ୟାଗୁଡ଼ିକ ଶ୍ରୀ ଚିନ୍ତାମଣି ମିଶ୍ରଙ୍କ ନାତି ଶ୍ରୀ ସୁବ୍ରତ କୁମାର ମିଶ୍ରଙ୍କ ସୌଜନ୍ୟରୁ ମିଳିପାରିଛି। ଏଗୁଡ଼ିକ ସଂଗ୍ରହ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଡ. ସନ୍ତୋଷ କୁମାର ମହାନ୍ତି ଓ ଡ. ଶ୍ରୀଚରଣ ମହାନ୍ତି।

 

ନବଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ
ଗଳ୍ପ
କବିତା
ଉପନ୍ୟାସ
ନାଟକ
ପ୍ରବନ୍ଧ
ସମ୍ପାଦକୀୟ
ଦର୍ଶନ

 

 

 

 

 

 

 

 

 

 

 

 

 

 

 

 

 

 

ନବଜୀବନ ସୂଚୀ

ତଳ ସାରଣୀରେ ନବଜୀବନ ପତ୍ରିକାର ପ୍ରଥମ ୧୯ ବର୍ଷର ସମସ୍ତ ସଂଖ୍ୟା ଓ ୨୦ଶ ବର୍ଷର ଦୁଇଟି ସଂଖ୍ୟା ରହିଛି। ଏଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ମଧ୍ୟ ସେଠାରେ ଦିଆଯାଇଛି। ଚିତ୍ର ଉପରେ ବା ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ରଚନା ସୂଚୀ – ସମୟ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ଭାଗ (ବର୍ଷ)
Volume (Year)
ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue
ଭାଗ ୦୧
୧୯୫୬-୫୭
Vol. 01
1956-57
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୨
୧୯୫୭-୫୮
Vol.02
1957-58
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୩
୧୯୫୮-୫୯
Vol. 03
1958-59
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୪
୧୯୫୯-୬୦
Vol. 04
1959-60
୧, ୨, ୩
1, 2, 3
୪-୫, ୬
4-5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୫
୧୯୬୦-୬୧
Vol. 05
1960-61
୧, ୨, ୩
1, 2, 3
୪, ୫-୬
4, 5-6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୦୬
୧୯୬୧-୬୨
Vol. 06
1961-62
୧, ୨
1, 2
୩-୪, ୫, ୬
3-4, 5, 6
୭-୮, ୯
7-8, 9
୧୦, ୧୧, ୧୨
10, 11, 12
ଭାଗ ୦୭
୧୯୬୨-୬୩
Vol. 07
1962-63
୧, ୨
1, 2
୩-୪, ୫, ୬
3-4, 5, 6
୭, ୮, ୯
7, 8, 9
୧୦, ୧୧-୧୨
10, 11-12
ଭାଗ ୦୮
୧୯୬୩-୬୪
Vol. 08
1963-64
୧, ୨
1, 2
୩-୪, ୫, ୬
3-4, 5, 6
୭, ୮
7, 8
୯-୧୦, ୧୧, ୧୨
9-10, 11, 12
ଭାଗ ୦୯
୧୯୬୪-୬୫
Vol. 09
1964-65
୧, ୨, ୩
1, 2, 3
୪, ୫, ୬
4, 5, 6
୭-୮, ୯
7-8, 9
୧୦, ୧୧, ୧୨
10, 11, 12
ଭାଗ ୧୦
୧୯୬୫-୬୬
Vol. 10
1965-66
୧, ୨, ୩
1, 2, 3
୪-୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୧
୧୯୬୬-୬୭
Vol. 11
1966-67
୧, ୨, ୩
1, 2, 3
୪-୫, ୬
4, 5, 6
୭, ୮
7, 8
୯-୧୦, ୧୧, ୧୨
9-10, 11, 12
ଭାଗ ୧୨
୧୯୬୭-୬୮
Vol. 12
1967-68
୧, ୨
1, 2,
୩-୪, ୫, ୬
3-4, 5, 6
୭, ୮, ୯
7, 8, 9
୧୦, ୧୧-୧୨
10, 11-12
ଭାଗ ୧୩
୧୯୬୮-୬୯
Vol. 13
1968-69
୧, ୨, ୩
1, 2, 3
୪, ୫, ୬-୭
4, 5, 6-7
୮-୯, ୧୦
8-9, 10
୧୧-୧୨
11-12
ଭାଗ ୧୪
୧୯୬୯-୭୦
Vol. 14
1969-70
୧-୨, ୩
1-2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧-୧୨
10, 11-12
ଭାଗ ୧୫
୧୯୭୦-୭୧
Vol. 15
1970-71
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧-୧୨
10, 11-12
ଭାଗ ୧୬
୧୯୭୧-୭୨
Vol. 16
1971-72
୧, ୨, ୩
1, 2, 3
୪, ୫, ୬
4, 5, 6
୭, ୮, ୯
7, 8, 9
୧୦, ୧୧-୧୨
10, 11-12
ଭାଗ ୧୭
୧୯୭୨-୭୩
Vol. 17
1972-73
୧, ୨, ୩
1, 2, 3
୪, ୫
4, 5
୬-୭, ୮
6-7, 8
୯-୧୦, ୧୧, ୧୨
9-10, 11, 12
ଭାଗ ୧୮
୧୯୭୩-୭୪
Vol. 18
1973-74
୧, ୨, ୩
1, 2, 3
୪, ୫
4, 5
୬-୭, ୮, ୯
6-7, 8, 9
୧୦, ୧୧, ୧୨
10, 11, 12
ଭାଗ ୧୯
୧୯୭୪-୭୫
Vol. 19
1974-75
୧, ୨, ୩
1, 2, 3
୪, ୫
4, 5
୬, ୭, ୮, ୯
6, 7, 8, 9
୧୦, ୧୧-୧୨
10, 11-12
ଭାଗ ୨୦
୧୯୭୫-୭୬
Vol. 20
1975-76
୨, ୩
2, 3