ବିଜ୍ଞାନ ପତ୍ରିକା
କେତେକ ପ୍ରମୁଖ ବିଜ୍ଞାନ ପତ୍ରିକା ବ୍ୟତୀତ ଆହୁରି କିଛି ପତ୍ରିକା ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଛି। ସେଥିମଧ୍ୟରୁ ଅନେକ ଏବେ ଆଉ ପ୍ରକାଶିତ ହେଉ ନାହାନ୍ତି। ତେବେ ଆମ ପାଖରେ ଗଚ୍ଛିତ ଥିବା ସେଭଳି କିଛି ବିଜ୍ଞାନ ପତ୍ରିକାକୁ ଏଠାରେ ସ୍ଥାନ ଦିଆଯାଇଛି । ଏଗୁଡ଼ିକ ସମ୍ପୂର୍ଣ୍ଣ ନୁହେଁ, କିନ୍ତୁ କୌଣସି ସାଥିଙ୍କ ପାଖରେ ଏହି ପତ୍ରିକାଗୁଡ଼ିକର ଅନ୍ୟ କିଛି ସଂଖ୍ୟା ଥିଲେ ପରବର୍ତ୍ତୀ ସମୟରେ ଏଥିରେ ଯୋଡ଼ି ପାରିବା ।
ଲୁବ୍ଧକ
ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ପ୍ରକାଶିତ ଶିଶୁ ବିଜ୍ଞାନ ପତ୍ରିକା ହେଉଛି ‘ଲୁବ୍ଧକ’ । ୧୯୯୪ ମାର୍ଚ୍ଚ ମାସରୁ ଏହି ପତ୍ରିକା ପ୍ରକାଶ ଆରମ୍ଭ ହୋଇଥିଲା । ସମିତିର ରାଜ୍ୟ ସମ୍ପାଦକ ମଦନ ମୋହନ ପ୍ରଧାନ ଏହାର ସମ୍ପାଦକ ଥିଲେ ।
ଭାଗ ୧ (୧୯୯୪-୯୫) | ଭାଗ ୨ (୧୯୯୫) | ଭାଗ ୩ (୧୯୯୬) |
ଭାଗ ୪ (୧୯୯୭) | ଭାଗ ୫ (୧୯୯୮) |
‘ବିଜ୍ଞାନ ସୌରଭ’ ବିଜ୍ଞାନ ପତ୍ରିକା ପୁରୀ ଜିଲ୍ଲା ରେଞ୍ଜରୁ ତ୍ରୈମାସିକ ଭାବେ ୧୯୯୫ ମସିହା ଜୁନ୍ ମାସରୁ ଆତ୍ମପ୍ରକାଶ କରିଥିଲା । ଏହାର ସମ୍ପାଦକ ରବୀନ୍ଦ୍ର ନାଥ ସ୍ୱାଇଁ ନିଜେ ବିଜ୍ଞାନ ଶିକ୍ଷକ ଥିବାରୁ ଏକ ପତ୍ରିକା ଜରିଆରେ ପିଲାଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ପାଇଁ ଲକ୍ଷ୍ୟ ରଖିଥିଲେ। ପତ୍ରିକାର ଉଦ୍ଦେଶ୍ୟ ବିଷୟରେ ଜଣାଇବାକୁ ଯାଇ ପ୍ରଥମ ସଂଖ୍ୟାର ସମ୍ପାଦକୀୟରେ ଲେଖାଯାଇଥିଲା, ପିଲାଏ ପ୍ରତିଟି କଥାକୁ ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ନେଇ ବିଚାର କରନ୍ତୁ, ତାହାର ସତ୍ୟତା ଉପଲବ୍ଧି କରନ୍ତୁ – ଏହା ହିଁ ହେଉଛି ‘ବିଜ୍ଞାନ ସୌରଭ’ର ଆଭିମୁଖ୍ୟ।
ଭାଗ ୧ (୧୯୯୫-୯୬) | ଭାଗ ୨ (୧୯୯୬-୯୭) | ଭାଗ ୩ (୧୯୯୭-୯୮) |
ଭାଗ ୪ (୨୦୦୧-୦୨) | ଭାଗ ୭ | ଭାଗ ୮ |
ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ପ୍ରକାଶିତ ଶିଶୁ ବିଜ୍ଞାନ ପତ୍ରିକା ହେଉଛି ‘ଲୁବ୍ଧକ’ । ୧୯୯୪ ମାର୍ଚ୍ଚ ମାସରୁ ଏହି ପତ୍ରିକା ପ୍ରକାଶ ଆରମ୍ଭ ହୋଇଥିଲା । ସମିତିର ରାଜ୍ୟ ସମ୍ପାଦକ ମଦନ ମୋହନ ପ୍ରଧାନ ଏହାର ସମ୍ପାଦକ ଥିଲେ ।
ଭାଗ ୧ (୨୦୦୦) | ଭାଗ ୨ (୨୦୦୦-୦୧) | ଭାଗ ୩ (୨୦୦୧-୦୨) |
ଭାଗ ୪ (୨୦୦୨) | ଭାଗ ୫ (୨୦୦୪) ସ୍ୱତନ୍ତ୍ର ସଂଖ୍ୟା | ଭାଗ ୬ (୨୦୦୫) ସ୍ୱତନ୍ତ୍ର ସଂଖ୍ୟା |
ଆମ ଜ୍ଞାନ ବିଜ୍ଞାନ
୨୦୦୧ ମସିହା ନଭେମ୍ବର ମାସରେ ମାସିକ ବିଜ୍ଞାନ ପତ୍ରିକା ଭାବେ ଆମ ଜ୍ଞାନ ବିଜ୍ଞାନର ପ୍ରକାଶନ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ନିଗମାନନ୍ଦ ମହାନ୍ତି। ଏହା ଭୁବନେଶ୍ୱରରୁ ପ୍ରକାଶିତ ହେଉଥିଲା ।
ଭାଗ ୧ (୨୦୦୧-୦୨) |