ଓଡ଼ିଆ ଭାଷାର ବିଶେଷ ବିଭବ

ସମସ୍ତଙ୍କର କିଛି ନା କିଛି ଅତି ଆଦରର ଜିନିଷ ରହିଥାଏ। ବ୍ୟକ୍ତିର, ଦଳର ଓ ଜାତିର। ଓଡ଼ିଆ ଜାତିର ଏଭଳି କିଛି ରହିବା ମଧ୍ୟ ସ୍ୱାଭାବିକ କଥା। ତାହା ଭିତରୁ କେତୋଟି ଅମୂଲ୍ୟ ବିଭବ ଏଠାରେ ଦିଆଯାଉଛି।

ଏହି ଉପସ୍ଥାପନାର ଲକ୍ଷ୍ୟହେଉଛି ଆଗ୍ରହ ସୃଷ୍ଟି କରାଇବା ଓ ସାଧାରଣ ଭାବରେ କୌତୂହଳୀ ଲୋକଙ୍କୁ ଏସବୁ ଦେଖିବାର ସୁଯୋଗ ଦେବା। ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ବହି ବିଭାଗରେ ଖୋଜିଲେ ଆହୁରି କିଛି ମିଳିପାରିବ।

 


ଓଡ଼ିଆ ଭାଷାର ଆଦିରଚନା ଚର୍ଯ୍ୟାଗୀତିକା, ମଧ୍ୟକାଳର ରଚନା ମାଦଳା ପାଞ୍ଜି, ପ୍ରଥମ ନାଟକ, ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ।


ଗୀତଗୋବିନ୍ଦ – ଜୟଦେବଙ୍କର କାଳଜୟୀ ସର୍ଜନା ଓ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା – ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର।


ପଠାଣୀ ସାମନ୍ତଙ୍କର ବିଶିଷ୍ଟ କୃତି ସିଦ୍ଧାନ୍ତ ଦର୍ପଣ ଓ ତା’ର ବିଭିନ୍ନ ଅନୁବାଦ ଏବଂ ସାମନ୍ତଙ୍କ କାମ ବିଷୟରେ କିଛି ବିଶେଷ ଚର୍ଚ୍ଚା।


ଓଡ଼ିଆ ଭାଷାର କୋଣାର୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

06
BK_pp__Page_5_Image_0001_rw
BK_pp__Page_7_Image_0001_rw
BK_pp__Page_4_Image_0001_rw
07
BK_pp__Page_1_Image_0001_rw
BK_pp__Page_2_Image_0001_rw
BK_pp__Page_9_Image_0001_rw
05
BK_pp__Page_6_Image_0001_rw
BK_pp__Page_8_Image_0001_rw
BK_02_c


ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୨-୧୯୪୫)ଙ୍କ ଦ୍ୱାରା ସଂକଳିତ ଓ ୧୯୩୦ ଦଶକରେ ପ୍ରକାଶିତ ଏହି ଶବ୍ଦକୋଷ ଓଡ଼ିଆ ଭାଷାର ଏକ ଅମୂଲ୍ୟ ସମ୍ପଦ। ‘ଓଡ଼ିଆ ଭାଷାର କୋଣାର୍କ’ ଭାବରେ ଜଣା ଏହି ଗ୍ରନ୍ଥର ୭ଟି ଭାଗରେ ରହିଛି ପ୍ରାୟ ୧୦,୦୦୦ ପୃଷ୍ଠା, ପ୍ରାୟ ୧,୮୫,୦୦୦ ଶବ୍ଦ, ଓଡ଼ିଆ ଓ ଇଂରାଜୀରେ ଅର୍ଥ ଏବଂ ହିନ୍ଦି ଓ ବଙ୍ଗଳା ପ୍ରତିଶବ୍ଦ।

ପ୍ରହରାଜଙ୍କ ଜୀବନ ଅନେକ ଦୃଷ୍ଟିରୁ ଆଗ୍ରହଜନକ। ବୃତ୍ତିରେ ପ୍ରହରାଜ ଥିଲେ ଆଇନଜୀବୀ, କିନ୍ତୁ ଗଦ୍ୟ ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ରହିଛି। ସେସମୟର ଅନେକ ଘଟଣା ଓ ବ୍ୟକ୍ତି ତାଙ୍କର ଶାଣିତ ବ୍ୟଙ୍ଗ ରଚନାର ବିଷୟବସ୍ତୁ ପାଲଟିଛନ୍ତି। ତାଙ୍କର ବିଚାର ଓ ବ୍ୟକ୍ତିଗତ ଜୀବନ ଅବଶ୍ୟ ବିବାଦରୁ ମୁକ୍ତ ନ ଥିଲା।

ଭାଷାକୋଷ ସଂକଳନ କାମରେ ପ୍ରହରାଜ ତାଙ୍କର ମୁଖ୍ୟ ସହଯୋଗୀର ଶ୍ରେୟ ପୀତାମ୍ବରୀ ଦେବୀଙ୍କୁ ଦେଇଛନ୍ତି। କିନ୍ତୁ ପ୍ରହରାଜଙ୍କର ମୃତ୍ୟୁ ଘଟଣାରେ ଓ ତାହା ପରର ପାରିବାରିକ କନ୍ଦଳରେ ପୀତାମ୍ବରୀ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି। ଶେଷରେ ଅତି ଦୁଃଖଦ ପରିସ୍ଥିତିରେ ତାଙ୍କର ଜୀବନ ସରିଛି।

(ପ୍ରହରାଜଙ୍କ ବିଷୟରେ କିଛି ରଚନା – ୧, ୨, ୩, ପ୍ରହରାଜଙ୍କ ଇଛାପତ୍ର, ପୀତାମ୍ବରୀଙ୍କ ସହିତ ସାକ୍ଷାତକାର)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସମ୍ପୂର୍ଣ୍ଣ ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ଡାଉନଲୋଡ୍ କରିବାର ସୁବିଧା ପାଇଁ ଏଗୁଡ଼ିକୁ କିଛି ଅଂଶରେ ଭାଗ କରାଯାଇଛି। ପ୍ରତି ଅଂଶର ଆକାର ହାରାହାରି ୨୮ ମେଗାବାଇଟ୍ ରହିଛି। ତଳ ସାରଣୀରେ କୌଣସି ଅଂଶ ଉପରେ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ କିମ୍ବା ଅଂଶ ଉପରେ ରାଇଟ୍ କ୍ଲିକ୍ କରି ସିଧା ସଳଖ ସେଭ୍ କରିହେବ।

ଭାଷାକୋଷ ଭାଗ ୧ଅଂଶ ୧ଅଂଶ ୨– –
ଭାଷାକୋଷ ଭାଗ ୨ଅଂଶ ୧ଅଂଶ ୨ – –
ଭାଷାକୋଷ ଭାଗ ୩ଅଂଶ ୧ଅଂଶ ୨– –
ଭାଷାକୋଷ ଭାଗ ୪ଅଂଶ ୧ଅଂଶ ୨ଅଂଶ ୩
ଭାଷାକୋଷ ଭାଗ ୫ଅଂଶ ୧ଅଂଶ ୨ଅଂଶ ୩
ଭାଷାକୋଷ ଭାଗ ୬ଅଂଶ ୧ଅଂଶ ୨ଅଂଶ ୩
ଭାଷାକୋଷ ଭାଗ ୭ଅଂଶ ୧ଅଂଶ ୨ଅଂଶ ୩
ଭାଗ ୧ ସମ୍ପୂର୍ଣ୍ଣ (୪୭ ଏମ୍.ବି.)
ଭାଗ ୨ ସମ୍ପୂର୍ଣ୍ଣ (୫୦ ଏମ୍.ବି.)ଭାଗ ୩ ସମ୍ପୂର୍ଣ୍ଣ (୪୬ ଏମ୍.ବି.)ଭାଗ ୪ ସମ୍ପୂର୍ଣ୍ଣ (୬୪ ଏମ୍.ବି.)
ଭାଗ ୫ ସମ୍ପୂର୍ଣ୍ଣ (୭୨ ଏମ୍.ବି.)ଭାଗ ୬ ସମ୍ପୂର୍ଣ୍ଣ (୫୯ ଏମ୍.ବି.)ଭାଗ ୭ ସମ୍ପୂର୍ଣ୍ଣ (୭୦ ଏମ୍.ବି.)– –