ଫକୀର ମୋହନ ପାଣ୍ଡୁଲିପି

ଫକୀର ମୋହନ ସେନାପତିଙ୍କୁ ଓଡ଼ିଶାରେ ନ ଜାଣେ କିଏ? ଓଡ଼ିଆ ସାହିତ୍ୟକୁ ତାଙ୍କ ଅବଦାନ ଅନେକ। ଓଡ଼ିଶାର ପ୍ରଥମ କ୍ଷୁଦ୍ରଗଳ୍ପ ରେବତୀ ତାଙ୍କ ରଚନା। ଛ ମାଣ ଆଠ ଗୁଣ୍ଠ, ଲଛମା ଭଳି ଉପନ୍ୟାସ ଓଡ଼ିଆ ସାହିତ୍ୟକୁ ତାଙ୍କର ଅମୂଲ୍ୟ ଅବଦାନ।

ସେ କେବଳ ଗଳ୍ପ, କବିତା ବା ଉପନ୍ୟାସ ଲେଖି ନ ଥିଲେ। ମହାଭାରତ, ରାମାୟଣ, ଉପନିଷଦ ଆଦି ଓଡ଼ିଆରେ ଅନୁବାଦ କରିଥିଲେ। ବାଲେଶ୍ୱରରୁ ସେ ଆସିବା ପରେ ଗଡ଼ଜାତ ଅଞ୍ଚଳରେ କାମ କଲେ। ସେ ସମୟରେ ପ୍ରାୟ ଆଠ ଦଶ ବର୍ଷ ତାଙ୍କର ସାହିତ୍ୟ କାମ ପ୍ରାୟ ବନ୍ଦ ଥିଲା। ଢେଙ୍କାନାଳରେ ଥିବା ସମୟରେ ତାଙ୍କ ବଡ଼ପୁଅଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଦ୍ୱିତୀୟ ପୁତ୍ରଙ୍କ ଜନ୍ମବର୍ଷ ଅର୍ଥାତ ୧୮୮୧ ମସିହାରେ ମହାଭାରତ ଅନୁବାଦ ଆରମ୍ଭ କରିଥିଲେ। ୧୯୦୨ ମସିହାରେ ଅନୁବାଦ ଶେଷ ହେଲା। ଏହି ସମୟରେ ସେ ରାମାୟଣ ଏବଂ ଉପନିଷଦ ମଧ୍ୟ ଅନୁବାଦ କରିଥିଲେ।

ତାଙ୍କ ମୁଦ୍ରିତ ଆତ୍ମଜିବନ ଚରିତ ବହିରେ ଥିବା ତାଲିକାରୁ ଜଣାଯାଏ ଯେ ରାମାୟଣର ସାତଖଣ୍ଡ ୧୮୮୪ ମସିହାରୁ ୧୮୯୫ ମସିହା ଭିତରେ ପ୍ରକାଶିତ ହୋଇଥିଲା। ଏବେ କିନ୍ତୁ ସେଗୁଡ଼ିକ କେଉଁଠାରେ ଉପଲବ୍ଧ ନାହିଁ। ସେହିଭଳି ମହାଭାରତର ଚାରିଟି ପର୍ବ ୧୮୮୭ ମସିହାରୁ ୧୯୦୫ ମସିହା ଭିତରେ ଛପା ହୋଇଥିଲା। ଏସବୁ ମଧ୍ୟ ଦୁଷ୍ପ୍ରାପ୍ୟ। ତାଙ୍କ ରଚିତ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପ ଆଦିର ପୁନଃପ୍ରକାଶ ହୋଇଛି। କିନ୍ତୁ ଏଗୁଡ଼ିକ ହୋଇନାହିଁ।

ମୋ ଜୀବନୀ ନାମରେ ଗୋଟିଏ ପାଣ୍ଡୁଲିପି ମିଳିଛି। ତାହାକୁ ମୋହିନୀ ମୋହନଙ୍କ ଦ୍ୱାରା ପ୍ରକାଶିତ ଫକୀର ମୋହନଙ୍କ ଆତ୍ମଜୀବନୀ ସହିତ ମିଳାଇ ଦେଖାଗଲା ଅନେକ ତଫାତ ରହିଛି। ଏହାର ମଧ୍ୟ କିଛି ପୃଷ୍ଠା ନାହିଁ ଏବଂ କିଛି ପୃଷ୍ଠା ଖରାପ ହୋଇଯାଇଛି। ମଜାର କଥା ହେଉଛି ମୋ ଜୀବନର ତିନି ଚାରିଟି ପାଣ୍ଡୁଲିପି ମିଳିଛି। କିନ୍ତୁ କୌଣସିଟି ପୂରା ନାହିଁ। ସବୁଗୁଡ଼ିକ ମିଶାଇ ଗୋଟିଏ ପୂର୍ଣ୍ଣାଙ୍ଗ ପାଣ୍ଡୁଲିପି କରିବା ପାଇଁ ଚେଷ୍ଟା କରାଯାଇଛି। ତଥାପି କିଛି ପୃଷ୍ଠା ନାହିଁ। ଏହାର ଅର୍ଥ ହେଉଛି ଫକୀର ମୋହନ ନିଜର ଆତ୍ମଜୀବନୀର ତିନି-ଚାରିଟି ଖସଡ଼ା ପ୍ରସ୍ତୁତ କରିଥିଲେ।

ମହାଭାରତର ପାଣ୍ଡୁଲିପି ୨୬ଟି ଖାତାରେ ଥିଲା। ସେସବୁ ମୋହିନୀ ମୋହନ ସେନାପତିଙ୍କ ନାତୁଣୀ (ଝିଅଙ୍କ ଝିଅ) ଡ. ମୀନାକ୍ଷୀ ଦତ୍ତଙ୍କ ପାଖରେ ଥିଲା। କୌଣସି କାରଣରୁ ସେ ଏହାକୁ ସାଧାରଣଲୋକଙ୍କ ଠାରୁ ଲୁଚେଇ ରଖିଥିଲେ। ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ସେଗୁଡ଼ିକ ଡିଜିଟାଇଜ କରି ରଖିବା ପାଇଁ ସେ ରାଜି ହେଲେ। କିନ୍ତୁ ସେଗୁଡ଼ିକର ଅବସ୍ଥା ବହୁତ ଖରାପ। ସେଭିତରୁ କେତେଗୁଡ଼ିଏ ପୂରା ଗୁଣ୍ଡ ହୋଇଯାଇଛି। ତଥାପି ଯେତିକି ଥିଲା ସେଗୁଡ଼ିକୁ ଡିଜିଟାଇଜ କରାଯାଇଛି।

ଖାତାଗୁଡ଼ିକର ଅବସ୍ଥା ବହୁତ ଖରାପ। ଅନେକ ଖାତା ଗୁଣ୍ଡ ହୋଇଯାଇଛି। ସେଥିପାଇଁ କିଛି କରି ହେଲାନାହିଁ। ତଥାପି ଯେତିକି ସମ୍ଭବ ସେସବୁକୁ ଡିଜିଟାଇଜ କରିବା ପାଇଁ ଚେଷ୍ଟା କରାଯାଇଛି। ଅନେକ ଖାତାର ପ୍ରଥମ ପୃଷ୍ଠାଗୁଡ଼ିକ ନ ଥିବାରୁ ସେଗୁଡ଼ିକ କେଉଁ ପର୍ବ ତାହା ଜାଣିହୋଇନାହିଁ।

ଖାତାଗୁଡ଼ିକର ଗୋଟିଏ କ୍ରମିକ ସଂଖ୍ୟା ଦିଆଯାଇଛି। ଏଠାରେ ସେହି ସଂଖ୍ୟା ଅନୁସାରେ ଖାତାଗୁଡ଼ିକ ରଖାଯାଇଛି। ତେଣୁ ସେଗୁଡ଼ିକ କ୍ରମାନ୍ୱୟରେ ନ ଥାଇପାରେ। ଯଦି କେହି ଆଗ୍ରହୀ ବ୍ୟକ୍ତି ଏହାକୁ ପଢ଼ି ଖାତାର ପର୍ବ ଚିହ୍ନଟ କରିପାରିବେ ତେବେ ପର ସମୟରେ ସେଗୁଡ଼ିକୁ କ୍ରମାନ୍ୱୟରେ ରଖାଯାଇ ପାରିବ। କିଛି ଖାତା ଉଭୟ ଗ୍ରେସ୍କେଲ ଏବଂ କଳାଧଳାରେ ରହିଛି। କିନ୍ତୁ କିଛି ଖାତାର କଳାଧଳା ପୃଷ୍ଠା ପଢ଼ିବା ସମ୍ଭବ ନ ଥିବାରୁ ତାହା ଦିଆଯାଇ ନାହିଁ। ଡାଉନଲୋଡ ସହଜ କରିବା ପାଇଁ କିଛି ଖାତାକୁ ଛୋଟ ଛୋଟ ଖଣ୍ଡରେ ଭାଗ କରାଯାଇଛି।

ତଳ ସୂଚୀ ସାହାଯ୍ୟରେ ଫକୀର ମୋହନଙ୍କ ମିଳିଥିବା ପାଣ୍ଡୁଲିପିର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ପାଣ୍ଡୁଲିପି ସଂଗ୍ରହ କରିହେବ।

ଫକୀର ମୋହନଙ୍କ ପାଣ୍ଡୁଲିପି ସୂଚୀ
ମହାଭାରତ
ଖାତା ୧ (ଭାଗ ୧)
notebook 1 (pt1)
ଖାତା ୧ (ଭାଗ ୨)
notebook 1 (pt2)
ଖାତା ୧ (କଳାଧଳା)
notebook 1 (bw)
ଖାତା ୨ (ଭାଗ ୧)
notebook 2 (pt1)
ଖାତା ୨ (ଭାଗ ୨)
notebook 2 (pt2)
ଖାତା ୩
notebook 3
ଖାତା ୩ (କଳାଧଳା)
notebook 3 (bw)
ଖାତା ୪ (ଭାଗ ୧)
notebook 4 (pt1)
ଖାତା ୪ (ଭାଗ ୨)
notebook 4 (pt2)
ଖାତା ୪ (କଳାଧଳା)
notebook 4 (bw)
ଖାତା ୫ (ଭାଗ ୧)
notebook 5 (pt1)
ଖାତା ୫ (ଭାଗ ୨)
notebook 5 (pt2)
ଖାତା ୬ (ଭାଗ ୧)
notebook 6 (pt1)
ଖାତା ୬ (ଭାଗ ୨)
notebook 6 (pt2)
ଖାତା ୬ (କଳାଧଳା)
notebook 6 (bw)
ଖାତା ୭ (ଭାଗ ୧)
notebook 7 (pt1)
ଖାତା ୭ (ଭାଗ ୨)
notebook 7 (pt2)
ଖାତା ୭ (କଳାଧଳା)
notebook 7 (bw)
ଖାତା ୮
notebook 8
ଖାତା ୯ (ଭାଗ ୧)
notebook 9 (pt1)
ଖାତା ୯ (ଭାଗ ୨)
notebook 9 (pt2)
ଖାତା ୯ (କଳାଧଳା)
notebook 9 (bw)
ଖାତା ୧୦
notebook 10
ଖାତା ୧୦ (କଳାଧଳା)
notebook 10 (bw)
ଖାତା ୧୧
notebook 11
ଖାତା ୧୧ (କଳାଧଳା)
notebook 11 (bw)
ଖାତା ୧୨
notebook 12
ଖାତା ୧୩
notebook 13
ଖାତା ୧୪
notebook 14
ଖାତା ୧୪ (କଳାଧଳା)
notebook 14 (bw)
ଖାତା ୨୦
notebook 20
ଖାତା ୨୧ (ଭାଗ ୧)
notebook 21 (pt1)
ଖାତା ୨୧ (ଭାଗ ୨)
notebook 21 (pt2)
ଖାତ ୨୧ (କଳାଧଳା)
notebook 21
ଖାତା ୨୨
notebook 22
ଖାତା ୨୨ (କଳାଧଳା)
notebook 22 (bw)
ଖାତା ୨୩ (ଭାଗ ୧)
notebook 23 (pt1)
ଖାତା ୨୩ (ଭାଗ ୨)
notebook 23 (pt2)
ଖାତା ୨୩ (କଳାଧଳା)
notebook 23 (bw)
ଖାତା ୨୪
notebook 24
ଖାତା ୨୪ (କଳାଧଳା)
notebook 24 (bw)
ଖାତା ୨୫ (ଭାଗ ୧)
notebook 25 (pt1)
ଖାତା ୨୫ (ଭାଗ ୨)
notebook 25 (pt2)
ଖାତା ୨୫ (ଭାଗ ୩)
notebook 25 (pt3)
ଖାତା ୨୫ (କଳାଧଳା)
notebook 25 (bw)
ଖାତା ୨୬ (ଭାଗ ୧)
notebook 26 (pt1)
ଖାତା ୨୬ (ଭାଗ ୨)
notebook 26 (pt2)
ଖାତା ୨୭
notebook 27
ଖାତା ୨୮
notebook 28
ଖାତା ୨୮ (କଳାଧଳା)
notebook 28 (bw)
ଖାତା ୨୯ (ଭାଗ ୧)
notebook 29 (pt1)
ଖାତା ୨୯ (ଭାଗ ୨)
notebook 29 (pt2)
ଖାତା ୨୯ (ଭାଗ ୩)
notebook 29(pt3)
ଖାତା ୨୯ (କଳାଧଳା)
notebook 29 (bw)
ରାମାୟଣ ମୁଦ୍ରିତ
ଆଦି କାଣ୍ଡ
Adi Kanda
ଅଯୋଧ୍ୟା କାଣ୍ଡ
Ajodhya Kanda
ଲଙ୍କା କାଣ୍ଡ
Lanka Kanda
ଉତ୍ତରା କାଣ୍ଡ
Uttara Kanda
ରାମାୟଣ ପାଣ୍ଡୁଲିପି
ଅରଣ୍ୟ କାଣ୍ଡ
Aranya Kanda
କିସ୍କିନ୍ଧା କାଣ୍ଡ
Kiskindha Kanda
ସୁନ୍ଦରା କାଣ୍ଡ
Sundara Kanda
ମୋ ଜୀବନୀ
ମୋ ଜୀବନୀ ଭାଗ ୧
Mo Jibani pt1
ମୋ ଜୀବନୀ ଭାଗ ୨
Mo Jibani pt2
ମୋ ଜୀବନୀ ଭାଗ ୩
Mo Jibani pt3
ମୋ ଜୀବନୀ ଭାଗ ୪
Mo Jibani pt4
ଖିଳ ହରିବଂଶ ଓ ଅନ୍ୟାନ୍ୟ
ଖିଳ ହରିବଂଶ ଖାତା ୧୫
Khila Haribamsa notebook 15
ଖିଳ ହରିବଂଶ ଖାତା ୧୫ (କଳାଧଳା)
Khila Haribamsa notebook 17
ଖିଳ ହରିବଂଶ ଖାତା ୧୬ (ଭାଗ ୧)
Khila Haribamsa notebook 16 (pt1)
ଖିଳ ହରିବଂଶ ଖାତା ୧୬ (ଭାଗ ୨)
Khila Haribamsa notebook 16 (pt2)
ଖିଳ ହରିବଂଶ ଖାତା ୧୬ କଳାଧଳା
Khila Haribamsa notebook 17
ଖିଳ ହରିବଂଶ ଖାତା ୧୭
Khila Haribamsa notebook 17
ଖିଳ ହରିବଂଶ ଖାତା ୧୭ କଳାଧଳା
Khila Haribamsa notebook 17
ଚିଠିପତ୍ର
Letters