ଏଷଣା

ଏକ ଗବେଷଣାଧର୍ମୀ ସାହିତ୍ୟ ପତ୍ରିକା। ପ୍ରଥମ କରି ଏହା ୧୯୮୦ ମସିହା ସେପ୍ଟେମ୍ବର ମାସରେ କଟକରୁ ପ୍ରକାଶିତ ହୋଇଥିଲା ଏବଂ କ୍ଷେତ୍ରବାସୀ ନାୟକ ଏହାର ସମ୍ପାଦକ ଥିଲେ। ୧୯୮୬ ମସିହାରେ କ୍ଷେତ୍ରବାସୀ ନାୟକଙ୍କର ଅକାଳ ମୃତ୍ୟୁ ହେବାରୁ ଲାବଣ୍ୟ ନାୟକ ଏବଂ କୃଷ୍ଣ ଚରଣ ବେହେରା ଏହାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ। ପ୍ରଥମେ ମାର୍ଚ୍ଚ ଏବଂ ଅକ୍ଟୋବରରେ ବର୍ଷକୁ ଦୁଇଖଣ୍ଡ ପତ୍ରିକା ପ୍ରକାଶ ପାଉଥିଲା। ପରେ ଏହା ବଦଳିଯାଇ ଜୁନ ଏବଂ ଡିସେମ୍ବରରେ ପ୍ରକାଶ ପାଇଲା।

ଚିତ୍ତରଞ୍ଜନ ଦାସ, କୃଷ୍ଣ ଚରଣ ବେହେରା, ଗଗନେନ୍ଦ୍ର ନାଥ ଦାଶ, ନରେନ୍ଦ୍ର ନାଥ ମିଶ୍ର, କ୍ଷେତ୍ରବାସୀ ନାୟକ, କୁଞ୍ଜ ବିହାରୀ ଦାଶ ଆଦିଙ୍କ ଭଳି ସାହିତ୍ୟିକ, ଗବେଷକମାନଙ୍କ ଯୋଗୁ ପତ୍ରିକାଟି ଏବେ ଯାଏଁ ନିୟମିତ ପ୍ରକାଶ ପାଇ ଆସୁଛି। ସେତେବେଳର ବୁଦ୍ଧିଜୀବୀ ମହଲରେ ଗବେଷଣା ପ୍ରତି ବିମୁଖତା ଯୋଗୁ ଏମାନେ ବ୍ୟସ୍ତ ହୋଇଛନ୍ତି। ଏମାନେ ସମସ୍ତେ ଏହାକୁ ଏକ ଆହ୍ୱାନ ଭାବରେ ନେଇ ୧୯୮୦ ମସିହାରେ ଓଡ଼ିଆ ଗବେଷଣା ପରିଷଦ ନାଁରେ ଅନୁଷ୍ଠାନଟିଏ ଗଢ଼ିଛନ୍ତି। ଆର୍ତ୍ତ ବଲ୍ଲଭ ମହାନ୍ତିଙ୍କ ପ୍ରାଚୀ ସମିତି ବିଲୟ ପରେ ଏହା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ, କିନ୍ତୁ ଏହାର ଉଦ୍ଦେଶ୍ୟ ଅଲଗା।

ପରିଷଦର ଲକ୍ଷ୍ୟ ଭିତରେ ରହିଛି ଏଠାରେ ବର୍ଷର ବିଭିନ୍ନ ସମୟରେ ସାହିତ୍ୟର ଅନାଲୋଚିତ ବା ସ୍ୱଳ୍ପାଲୋଚିତ ବିଷୟ ଉପରେ ପ୍ରବନ୍ଧ ପାଠ ହେବ, ବିତର୍କ ହେବ ଏବଂ ଏଗୁଡ଼ିକ ଏଷଣା ପତ୍ରିକାରେ କିମ୍ବା ବହି ଆକାରରେ ପ୍ରକାଶିତ ହେବ। ଏଷଣାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ବହୁଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାର ନିୟମିତ ବିଭାଗଗୁଡ଼ିକ ହେଉଛି ଆଲୋଚନା, ଗ୍ରନ୍ଥସମୀକ୍ଷା, ମତ ଓ ମନ୍ତବ୍ୟ ଆଦି। ଏଥିରେ କେବଳ ସାହିତ୍ୟ ନୁହେଁ, ମାନବବିଜ୍ଞାନ, ସମାଜଶାସ୍ତ୍ର, ମନୋବିଜ୍ଞାନ, ଇତିହାସ, ଧର୍ମ, ଦର୍ଶନ, ସଂସ୍କୃତି, ଏବଂ ପ୍ରାକୃତିକ ବିଜ୍ଞାନ ଉପରେ ମଧ୍ୟ ଲେଖା ରହିବ। ପ୍ରାଚୀନ ଏବଂ ମଧ୍ୟକାଳୀନ ଅପ୍ରକାଶିତ ରଚନାଗୁଡ଼ିକର ପ୍ରକାଶନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ପତ୍ରିକାର ଶେଷକୁ ଥାଏ ଷାଣ୍ମାସିକ କାର୍ଯ୍ୟ ବିବରଣୀ ଏବଂ ସଦସ୍ୟମାନଙ୍କର ସଫଳତାର କାହାଣୀ। ସେମାନଙ୍କର ଗବେଷଣାଧର୍ମୀ ଲେଖା ଓ ଗ୍ରନ୍ଥ କେଉଁ ପତ୍ରିକା ବା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ଆଦି ସୂଚନା ଥାଏ। ପର ସମୟରେ ଲେଖକଙ୍କ ଜୀବନୀ ବା ସାହିତ୍ୟର ଇତିହାସ ରଚନା କରିବା ସମୟରେ ଏହି ତଥ୍ୟ ସାହାଯ୍ୟ କରିବ।

ଏଷଣା କେବଳ ଗୋଟିଏ ସାହିତ୍ୟ ପତ୍ରିକା ନୁହେଁ, ସାହିତ୍ୟ ମାଧ୍ୟମରେ ଜୀବନକୁ ବୁଝିବା ଏବଂ ରାଜନୀତିକ, ସାମାଜିକ, ସାଂସ୍କୃତିକ ଜୀବନକୁ ଅନୁଶୀଳନ କରିବାର ଏକ ପ୍ରାମାଣିକ ଦଲିଲ।
(ଆଧାର: ସମ୍ବାଦ ସାହିତ୍ୟକୋଷ)

 

ଏଷଣା ସୂଚୀ

ତଳ ସାରଣୀରେ ଏଷଣା ପତ୍ରିକାର ଆରମ୍ଭରୁ ଜୁନ ୨୦୧୮ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

 

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ବର୍ଷ/ଭାଗ Year/Volume ବର୍ଷ/ଭାଗ Year/Volume ବର୍ଷ/ଭାଗ Year/Volume ବର୍ଷ/ଭାଗ Year/Volume ବର୍ଷ/ଭାଗ Year/Volume
୧୯୮୦ ସେପ୍ଟେମ୍ବର, ଭାଗ ୦୧
1980 Sept, v.01
୧୯୮୧ ମାର୍ଚ୍ଚ, ଭାଗ ୦୨
1981 Mar, v.02
୧୯୮୧ ଅକ୍ଟୋବର, ଭାଗ ୦୩
1981 Oct v.03
୧୯୮୨ ମାର୍ଚ୍ଚ, ଭାଗ ୦୪
1982 Mar, v.04
୧୯୮୨ ଅକ୍ଟୋବର, ଭାଗ ୦୫
1982 Oct, v.05
୧୯୮୩ ମାର୍ଚ୍ଚ, ଭାଗ ୦୬
1983 Mar, v.06
୧୯୮୩ ଅକ୍ଟୋବର, ଭାଗ ୦୭
1983 Oct, v.07
୧୯୮୪ ଏପ୍ରିଲ, ଭାଗ ୦୮
1984 Apr, v.08
୧୯୮୪ ଅକ୍ଟୋବର, ଭାଗ ୦୯
1984 Oct, v.09
୧୯୮୫ ଏପ୍ରିଲ, ଭାଗ ୧୦
1985 Apr, v.10
୧୯୮୫ ଡିସେମ୍ବର, ଭାଗ ୧୧
1985 Dec, v.11
୧୯୮୬ ଜୁନ, ଭାଗ ୧୨
1986 Jun, v.12
୧୯୮୬ ଡିସେମ୍ବର, ଭାଗ ୧୩
1986 Dec, v.13
୧୯୮୭ ଜୁନ, ଭାଗ ୧୪
1987 Jun, v.14
୧୯୮୭ ଡିସେମ୍ବର, ଭାଗ ୧୫
1987 Dec, v.15
୧୯୮୮ ଜୁନ, ଭାଗ ୧୬
1988 Jun, v.16
୧୯୮୮ ଡିସେମ୍ବର, ଭାଗ ୧୭
1988 Dec, v.17
୧୯୮୯ ଜୁନ, ଭାଗ ୧୮
1989 Jun, v.18
୧୯୮୯ ଡିସେମ୍ବର, ଭାଗ ୧୯
1989 Dec, v.19
୧୯୯୦ ଜୁନ, ଭାଗ ୨୦
1990 Jun, v.20
୧୯୯୦ ଡିସେମ୍ବର, ଭାଗ ୨୧
1985 Dec, v.21
୧୯୯୧ ଜୁନ, ଭାଗ ୨୨
1991 Jun, v.22
୧୯୯୧ ଡିସେମ୍ବର, ଭାଗ ୨୩
1991 Dec, v.23
୧୯୯୨ ଜୁନ, ଭାଗ ୨୪
1992 Jun, v.24
୧୯୯୨ ଡିସେମ୍ବର, ଭାଗ ୨୫
1992 Dec, v.25
୧୯୯୩ ଜୁନ, ଭାଗ ୨୬
1993 Jun, v.26
୧୯୯୩ ଡିସେମ୍ବର, ଭାଗ ୨୭
1993 Dec, v.27
୧୯୯୪ ଜୁନ, ଭାଗ ୨୮
1994 Jun, v.28
୧୯୯୪ ଡିସେମ୍ବର, ଭାଗ ୨୯
1994 Dec, v.29
୧୯୯୫ ଜୁନ, ଭାଗ ୩୦
1995 Jun, v.30
୧୯୯୫ ଡିସେମ୍ବର, ଭାଗ ୩୧
1995 Dec, v.31
୧୯୯୬ ଜୁନ, ଭାଗ ୩୨
1996 Jun, v.32
୧୯୯୬ ଡିସେମ୍ବର, ଭାଗ ୩୩
1996 Dec, v.33
୧୯୯୭ ଜୁନ, ଭାଗ ୩୪
1997 Jun, v.34
୧୯୯୭ ଡିସେମ୍ବର, ଭାଗ ୩୫
1997 Dec, v.35
୧୯୯୮ ଜୁନ, ଭାଗ ୩୬
1998 Jun, v.36
୧୯୯୮ ଡିସେମ୍ବର, ଭାଗ ୩୭
1998 Dec, v.37
୧୯୯୯ ଜୁନ, ଭାଗ ୩୮
1999 Jun, v.38
୧୯୯୯ ଡିସେମ୍ବର, ଭାଗ ୩୯
1999 Dec, v.39
୨୦୦୦ ଜୁନ, ଭାଗ ୪୦
1996 Jun, v.40
୨୦୦୦ ଡିସେମ୍ବର, ଭାଗ ୪୧
2000 Dec, v.41
୨୦୦୧ ଜୁନ, ଭାଗ ୪୨
2001 Jun, v.42
୨୦୦୧ ଡିସେମ୍ବର, ଭାଗ ୪୩
2001 Dec, v.43
୨୦୦୨ ଜୁନ, ଭାଗ ୪୪
2002 Jun, v.44
୨୦୦୨ ଡିସେମ୍ବର, ଭାଗ ୪୫
2002 Dec, v.45
୨୦୦୩ ଜୁନ, ଭାଗ ୪୬
2003 Jun, v.46
୨୦୦୩ ଡିସେମ୍ବର, ଭାଗ ୪୭
2003 Dec, v.47
୨୦୦୪ ଜୁନ, ଭାଗ ୪୮
2004 Jun, v.48
୨୦୦୪ ଡିସେମ୍ବର, ଭାଗ ୪୯
2004 Dec, v.49
୨୦୦୫ ଜୁନ, ଭାଗ ୫୦
2005 Jun, v.50
୨୦୦୫ ଡିସେମ୍ବର, ଭାଗ ୫୧
2005 Dec, v.51
୨୦୦୬ ଜୁନ, ଭାଗ ୫୨
2006 Jun, v.52
୨୦୦୬ ଡିସେମ୍ବର, ଭାଗ ୫୩
2006 Dec, v.53
୨୦୦୭ ଜୁନ, ଭାଗ ୫୪
2007 Jun, v.54
୨୦୦୭ ଡିସେମ୍ବର, ଭାଗ ୫୫
2007 Dec, v.55
୨୦୦୮ ଜୁନ, ଭାଗ ୫୬
2008 Jun, v.56
୨୦୦୮ ଡିସେମ୍ବର, ଭାଗ ୫୭
2008 Dec, v.57
୨୦୦୯ ଜୁନ, ଭାଗ ୫୮
2009 Jun, v.58
୨୦୦୯ ଡିସେମ୍ବର, ଭାଗ ୫୯
2009 Dec, v.59
୨୦୧୦ ଜୁନ, ଭାଗ ୬୦
2010 Jun, v.60
୨୦୧୦ ଡିସେମ୍ବର, ଭାଗ ୬୧
2010 Dec, v.61
୨୦୧୧ ଜୁନ, ଭାଗ ୬୨
2011 Jun, v.62
୨୦୧୧ ଡିସେମ୍ବର, ଭାଗ ୬୩
2011 Dec, v.63
୨୦୧୨ ଜୁନ, ଭାଗ ୬୪
2012 Jun, v.64
୨୦୧୨ ଡିସେମ୍ବର, ଭାଗ ୬୫
2012 Dec, v.65
୨୦୧୩ ଜୁନ, ଭାଗ ୬୬
2013 Jun, v.66
୨୦୧୩ ଡିସେମ୍ବର, ଭାଗ ୬୭
2013 Dec, v.67
୨୦୧୪ ଜୁନ, ଭାଗ ୬୮
2014 Jun, v.68
୨୦୧୪ ଡିସେମ୍ବର, ଭାଗ ୬୯
2014 Dec, v.69
୨୦୧୫ ଜୁନ, ଭାଗ ୭୦
2015 Jun, v.70
୨୦୧୫ ଡିସେମ୍ବର, ଭାଗ ୭୧
2015 Dec, v.71
୨୦୧୬ ଜୁନ, ଭାଗ ୭୨
2016 Jun, v.72
୨୦୧୬ ଡିସେମ୍ବର, ଭାଗ ୭୩
2016 Dec, v.73
୨୦୧୭ ଜୁନ, ଭାଗ ୭୪
2017 Jun, v.74
୨୦୧୭ ଡିସେମ୍ବର, ଭାଗ ୭୫
2017 Dec, v.75
୨୦୧୮ ଜୁନ, ଭାଗ ୭୬
2018 Jun, v.76