ନବରବି
ସ୍ୱାଧୀନତା ପରେ ଅନେକ ପତ୍ରିକା ପ୍ରକାଶିତ ହେଲା। ସେ ଭିତରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପତ୍ରିକା କଲିକତାରୁ ପ୍ରକାଶ ପାଉଥିଲା। ସେ ଭିତରେ ମୁଖ୍ୟତଃ ଥିଲା ସମାବେଶ, ଆସନ୍ତାକାଲି, ନବରବି ଆଦି। ଏ ଭିତରୁ ନବରବିର ୧୯୭୦ ମସିହା ଜୁଲାଇ ମାସରେ ପ୍ରକାଶନ ଆରମ୍ଭ ହୋଇଥିଲା। ୧୯୭୬ ମସିହା ଡିସେମ୍ବର ପର୍ଯ୍ୟନ୍ତ ୬ ବର୍ଷ ୬ ମାସ ପାଇଁ ଏହା ନିୟମିତ ପ୍ରକାଶ ପାଇଥିଲା।
ପତ୍ରିକାର ମୁଖ୍ୟ ପୃଷ୍ଠପୋଷକ ଥିଲେ ପାତିରାମ ପରିଜା। ତାଙ୍କର ଉଦ୍ଦେଶ୍ୟ ଥିଲା ଯେପରି ବଙ୍ଗଳା ଭାଷାର ଦେଶ୍ ପତ୍ରିକା ଲୋକପ୍ରିୟ ହୋଇ ଘରେ ଘରେ ପହଞ୍ଚି ପାରିଛି, ଓଡ଼ିଆରେ ସେହିଭଳି ଏକ ଉଚ୍ଚମାନର ପତ୍ରିକା ପ୍ରକାଶ କରିବା। ସାପ୍ତାହିକ ନ ହେଲେ ବି ଅନ୍ତତଃ ମାସିକ ପତ୍ରିକାଟିଏ ଉନ୍ନତମାନର ଲେଖା ନେଇ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଲେଖା ପାଇଁ ସେ ଲେଖକଙ୍କୁ କିଛି ପାରିତୋଷିକ ମଧ୍ୟ ଦେଉଥିଲେ। ତାଙ୍କ ପୁତ୍ର ରବୀନ୍ଦ୍ର କୁମାର ଜେନା ଏହାର ସମ୍ପାଦକ ଥିଲେ ଏବଂ ବିଖ୍ୟାତ ଔପନ୍ୟାସିକ କଣ୍ଡୁରୀ ଚରଣ ଦାସଙ୍କ ପ୍ରେସରେ ଏହା ଛପା ହେଉଥିଲା।
ପତ୍ରିକାର ଆଭିମୁଖ୍ୟ ବିଷୟରେ ସମ୍ପାଦକ ପ୍ରଥମ ସଂଖ୍ୟାରେ ସ୍ପଷ୍ଟ ଭାବରେ ଲେଖିଛନ୍ତି – ଶୋଣିତ ସମ୍ପର୍କ ଯେପରି ପାରିବାରିକ ବନ୍ଧନକୁ ସୁଦୃଢ଼ କରେ, ସାହିତ୍ୟର ସମ୍ପର୍କ ସେହିପରି ଦୃଢ଼ତର କରେ ଗୋଟିଏ ଭାଷା, ଗୋଟିଏ ଜାତିର ମୈତ୍ରୀ ବନ୍ଧନ। ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଆମର ପ୍ରିୟ ସମ୍ପଦ – ଆମେ ଓଡ଼ିଆ ଯିଏ ଯେଉଁଠି ଥାଉନା କାହିଁକି। ନବରବି ପ୍ରକାଶ କଲାବେଳେ ଏହି କଥା ଆମର ସବୁବେଳେ ମନରେ ରହିଛି।
ପ୍ରଥମ ସଂଖ୍ୟାର ମୂଲ୍ୟ ଥିଲା ମାତ୍ର ଅଶୀ ପଇସା। ଏଥିରେ ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ, ନାଟକ, ରାଶିଫଳ, ନାରୀଜଗତ, କିଶୋର ଜଗତ, ରାଶିଫଳ ଆଦି ବିଭାଗ ରହୁଥିଲା। ଏହାର ପୂଜାସଂଖ୍ୟା ଅତି ଆକର୍ଷଣୀୟ ହେଉଥିଲା। କିନ୍ତୁ ୧୯୭୮ ମସିହାରେ ପୃଷ୍ଠପୋଷକ ପାତିରାମଙ୍କର ମୃତ୍ୟୁ ହେବା ପରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା। ଅନେକ ଦିନ ପରେ ଏହାର ନୂତନ ପ୍ରସ୍ଥ ପ୍ରକାଶ ପାଇଲା।
ନବରବି ସୂଚୀ
ତଳ ସାରଣୀରେ ନବରବି ପତ୍ରିକାର ଆରମ୍ଭରୁ ପ୍ରଥମ ସାତବର୍ଷରେ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଡାଉନଲୋଡ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ।
ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।
ରଚନା ସୂଚୀ – ପ୍ରକାଶନ କ୍ରମ Index – Chronological |
ରଚନା ସୂଚୀ – ଲେଖକ କ୍ରମ Index – Authorwise |
ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume |
v.01(1,2,3) 1970-71 Download |
v.01(4,5,6) 1970-71 Download |
v.01(7,8,9) 1970-71 Download |
v.01(10,11,12) 1970-71 Download |
v.02(1,2,3) 1971-72 Download |
v.02(4,5,6) 1971-72 Download |
v.02(7,8,9) 1971-72 Download |
v.02(10,11,12) 1971-72 Download |
v.03(1,2,3) 1972-73 Download |
v.03(4,5,6) 1972-73 Download |
v.03(7,8,9) 1972-73 Download |
v.03(10,11,12) 1972-73 Download |
v.04(1,2,3) 1973-74 Download |
v.04(4,5,6) 1973-74 Download |
v.04(7,8,9) 1973-74 Download |
v.04(10,11,12) 1973-74 Download |
v.05(1,2,3) 1974-75 Download |
v.05(4,5,6) 1974-75 Download |
v.05(7,8,9) 1974-75 Download |
v.05(10,11,12) 1974-75 Download |
v.06(1,2,3) 1975-76 Download |
v.06(4,5,6) 1975-76 Download |
v.06(7,8,9) 1975-76 Download |
v.06(10,11,12) 1975-76 Download |
v.07(1,2,3) 1976-77 Download |
v.07(4,5,6) 1976-77 Download |
v.07(7,8,9) 1976-77 Download |