📖 ସିଦ୍ଧାନ୍ତ ଦର୍ପଣ
ପଠାଣୀ ସାମନ୍ତଙ୍କ ବିଶିଷ୍ଟ କୃତି — ସଂସ୍କୃତ ମୂଳ ଓ ଓଡ଼ିଆ, ହିନ୍ଦି, ଇଂରାଜୀ ଅନୁବାଦ
ଗ୍ରନ୍ଥ ବିଷୟରେ
ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ସାମନ୍ତ (୧୮୩୫-୧୯୦୪) ଓଡ଼ିଆମାନଙ୍କ ପାଇଁ କେବଳ 'ପଠାଣି ସାମନ୍ତ'। ପ୍ରୟୋଗାତ୍ମକ ଆକାଶ ବିଜ୍ଞାନ କ୍ଷେତ୍ରରେ ସେ ଏକ ବିଶିଷ୍ଟ ସାଧକ। ସିଦ୍ଧାନ୍ତ କାଳର ମୁଖ୍ୟ ପ୍ରବାହର ବହୁ ଶତାବ୍ଦୀ ପରେ ସେହି ଧାରାରେ କାମ କରିଥିବା ଅଳ୍ପ କେତେଜଣଙ୍କ ଭିତରେ ସେ ଜଣେ। ଆଧୁନିକ ସମୟରେ କାମ କରୁଥିଲେ ମଧ୍ୟ ସେ ସମକାଳୀନ ତତ୍ତ୍ୱ ଓ ଯନ୍ତ୍ର ସହିତ ପରିଚିତ ନ ଥିଲେ। କିନ୍ତୁ ନିଜ ହାତ ତିଆରି ସାଧାରଣ ଯନ୍ତ୍ର ସାହାଯ୍ୟରେ ସେ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ତାହାର ସଠିକତା ବିସ୍ମୟକର ଥିଲା।
ଓଡ଼ିଶାର ସେହି ବିଶିଷ୍ଟ ବରପୁତ୍ରଙ୍କର ଅମୂଲ୍ୟ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ, ତାହାର ବିଭିନ୍ନ ଅନୁବାଦ ଓ ବ୍ୟଖ୍ୟା, ତାଙ୍କର ଯନ୍ତଗୁଡ଼ିକର ବର୍ଣ୍ଣନା ଏବଂ ବିଜ୍ଞାନ ଜଗତରେ ତାଙ୍କର ସ୍ଥାନ ବିଷୟରେ କିଛି ଚର୍ଚ୍ଚାକୁ ନେଇ କେତେକ ବହିର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ତଳ ସାରଣୀରେ ସେଗୁଡ଼ିକର ଖୋଲିବା ବା ଡାଉନ୍ଲୋଡ୍ କରିବାର ବ୍ୟବସ୍ଥା ରହିଛି।
ପଠାଣୀ ସାମନ୍ତଙ୍କର ବିଶିଷ୍ଟ କୃତି ସିଦ୍ଧାନ୍ତ ଦର୍ପଣ ଓ ତା'ର ବିଭିନ୍ନ ଅନୁବାଦ ଏବଂ ସାମନ୍ତଙ୍କ କାମ ବିଷୟରେ କିଛି ବିଶେଷ ଚର୍ଚ୍ଚା।
ସିଦ୍ଧାନ୍ତ ଦର୍ପଣ PDF ଦେଖନ୍ତୁ / ଡାଉନଲୋଡ୍ କରନ୍ତୁ
ସିଦ୍ଧାନ୍ତ ଦର୍ପଣ ଓ ସମ୍ପର୍କିତ ଗ୍ରନ୍ଥ ବିଭିନ୍ନ ଭାଷାରେ ଉପଲବ୍ଧ। ତଳେ କୌଣସି ଗ୍ରନ୍ଥ ଉପରେ କ୍ଲିକ୍ କଲେ ତାହା ଏଠାରେ ଖୋଲିବ।