ଶାନ୍ତନୁ କୁମାର ଆଚାର୍ଯ୍ୟ ସଂକଳନ
ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୩୩ ମସିହା ମେ ମାସ ୧୯ ତାରିଖରେ କଲିକତାରେ ଜନ୍ମ ହୋଇଥିଲେ। ତାଙ୍କର ନିଜ ଘର ଜଗତସିଂହପୁର ଜିଲ୍ଲାର ସିଦ୍ଧେଶ୍ୱରପୁର ଅଞ୍ଚଳରେ। ତାଙ୍କ ବାପାଙ୍କ ନାଁ ଅନନ୍ତ ଚରଣ ଆଚାର୍ଯ୍ୟ ଏବଂ ମା’ଙ୍କ ନାଁ କୃଷ୍ଣପ୍ରିୟା ଦେବୀ। ସିଦ୍ଧେଶ୍ୱରପୁର ହେଉଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମସ୍ଥାନ।
ସେ ରସାୟନ ବିଜ୍ଞାନର ଛାତ୍ର ଥିଲେ ଓ ସେଇ ବିଷୟରେ ଉଚ୍ଚତର ଗବେଷଣା ମଧ୍ୟ କରିଥିଲେ। ବୃତ୍ତିରେ ସେ ଜଣେ କଲେଜ ଶିକ୍ଷକ ଥିଲେ। ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦରେ ଥାଇ ଅବସର ନେଇଥିଲେ। ବିଜ୍ଞାନର ଛାତ୍ର ଓ ଅଧ୍ୟାପକ ହୋଇଥିଲେ ମଧ୍ୟ ସାହିତ୍ୟରେ ତାଙ୍କର ଗଭୀର ଋଚି ଥିଲା। ମୁଖ୍ୟତଃ ସେ ଜଣେ କଥାକାର ରୂପରେ ଜଣା। ପ୍ରକାଶିତ ଗଳ୍ପ ଓ ଉପନ୍ୟାସର ସଂଖ୍ୟା ତିରିଶରୁ ଅଧିକ। ଶିଶୁସାହିତ୍ୟ ଓ ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ଅବଦାନ ବହୁତ ରହିଛି। ଏହା ସହିତ ବିଜ୍ଞାନ ଓ ଭ୍ରମଣ କାହାଣୀ ମଧ୍ୟ ସେ ଲେଖିଛନ୍ତି।
ତାଙ୍କ ସୃଜନାତ୍ମକ କାମ ପାଇଁ ସେ ସାରଳା ପୁରସ୍କାର (୧୯୮୫), ବିଷୁବ ପୁରସ୍କାର (୧୯୬୧), କେନ୍ଦ୍ର ସାହିତ୍ୟ ଏକାଡେମୀ (୨୦୦୨) ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ଆଦି ଅନେକ ପୁରସ୍କାର ପାଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି।
ଶାନ୍ତନୁ ଆଚାର୍ଯ୍ୟଙ୍କ ଗପ ବା ଉପନ୍ୟାସଗୁଡ଼ିକର ପୃଷ୍ଠଭୂମି ଗାଁ, ନଗର, ମହାନଗର ଏପରିକି ବିଦେଶର ସାମ୍ପ୍ରତିକ ଘଟଣା ଉପରେ ଆଧାରିତ ହୋଇଥାଏ। ବହୁ ଗପ ବ୍ୟଙ୍ଗାତ୍ମକ ଓ ଫାଣ୍ଟାସିଧର୍ମୀ, ଭାଷା ପ୍ରୟୋଗ ସ୍ୱଚ୍ଛନ୍ଦ ଓ ପରିବେଶ ଚିତ୍ରାୟନ ବାସ୍ତବଧର୍ମୀ ହୋଇଥାଏ। ତାଙ୍କ ଉପନ୍ୟାସର ଚରିତ୍ରମାନେ ବିଂଶ ଶତାବ୍ଦୀର ଯୁବ ଚରିତ୍ରଠାରୁ ଆରମ୍ଭ କରି ପୌରାଣିକ, ରାଜନେତା ଓ ଦଳିତ ଜନତା ହୋଇଥାନ୍ତି। ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକରେ ବର୍ତ୍ତମାନକୁ ବୁଝିବା ପାଇଁ ପୁରାକାଳର କଳାତ୍ମକ ସଂଯୋଗ ଦେଖାଯାଏ। ଦକ୍ଷିଣାବର୍ତ୍ତ ଓ ଶକୁନ୍ତଳା ଉପନ୍ୟାସ ଦୁଇଟି ଏହି ପର୍ଯ୍ୟାୟର। ଦକ୍ଷିଣାବର୍ତ୍ତକୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଓ ଶକୁନ୍ତଳାକୁ ମାର୍କ୍ସବାଦୀ ଚିନ୍ତାଧାରାର ପରିପ୍ରକାଶ ବୋଲି କୁହାଯାଇପାରେ। ‘ଅନ୍ୟ ଏକ ସମୟ ଓ ଅନ୍ୟ ଏକ ଭାରତବର୍ଷ’ ରଚନାର ନାୟକ ଗୋପାଳ ଚନ୍ଦ୍ର ପ୍ରହରାଜ।
ଅନେକଙ୍କ ମତରେ ଆଚାର୍ଯ୍ୟଙ୍କ ରଚନା ଦୁର୍ବୋଧ୍ୟ। କିନ୍ତୁ ଏକଥା ସ୍ୱୀକାର କରାଯାଇପାରେ ଯେ ଆଚାର୍ଯ୍ୟଙ୍କ ସୃଜନ ଜଗତକୁ ଠିକ ଭାବରେ ବୁଝିଗଲେ ସେ ମନ ଭିତରେ ଗଭୀର ଛାପ ପକାଇଥାନ୍ତି। ଗପ, ଉପନ୍ୟାସ, ଭ୍ରମଣ କାହାଣୀ, ପ୍ରବନ୍ଧ, ବିଜ୍ଞାନ ରଚନା ତଥା ଶିଶୁ ସାହିତ୍ୟ ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଦେଖାଯାଏ। ସବୁ କ୍ଷେତ୍ରର ସେ ଜଣେ ସଫଳ ସ୍ରଷ୍ଟା। (ଆଧାର: ସମ୍ବାଦ ସାହିତ୍ୟକୋଷ)
ଶାନ୍ତନୁ କୁମାର ଆଚାର୍ଯ୍ୟ ସର୍ଜନା ସୂଚୀ – Santanu Kumar Acharya Writings | ||||
ଆତ୍ମଜୀବନୀ – Autobiography | ||||
![]() ଆତ୍ମଜୀବନୀ, ୨୦୧୩) Mo Jiban Anya Eka Upanyas (Autobiography, 2013) Download |
||||
ଗପ – Story | ||||
![]() Mana Marmara (1962) Download |
![]() Durbara (1965, 1973 2nd.) Download |
![]() Ei Sesa Padati (1972) Download |
![]() Aranyara Chula (1974) Download |
![]() Karanjia Diary (1984) Download |
![]() Adya Sakala (1985, 1991) Download |
![]() Mantrinka Sear (1988) Download |
![]() Sarpajana (1989) Download |
![]() Chalanti Thakura (1991) Download |
![]() Nataliara Omkara (1995) Download |
![]() Galpa Barnali (1997) Download |
![]() Jala Chhabira Rati (1999) Download |
![]() Drusya Adrusya (2002) Download |
![]() Chhaya Purusa (2005) Download |
![]() Rekard Brekar (2006) Download |
![]() Trutiya Netra (2007) Download |
![]() Kala Paradara Ara Pate (2013) Download |
![]() Astasiddhi O Anyanya Galpa (2019) Download |
||
ଉପନ୍ୟାସ – Novel | ||||
![]() Nara Kinnara (1962, 1986) Download |
![]() Satabdira Nachiketa (1965, 1983 4th) Download |
![]() Tinoti Ratira Sakala (1969, 1975 2nd.) Download |
![]() Dakshinabartta (1976) Download |
![]() Jatra Prathama Pada (1976, 1984) Download |
![]() Anya Eka Samay Anya Eka Bharat (1977, 2003) Download |
![]() Sakuntala (1980) Download |
![]() Anu Hajijiba Pare (1995) Download |
![]() Swarna Tribhuja (1998) Download |
![]() Dharitrira Kanda (2002 2nd.) Download |
![]() Purnanga Upanyas (2017) Download |
![]() Jeje Mala Pare (2020) Download |
![]() Bahu Bahu Janma (2029) Download |
![]() Anomara Kanya (2022) Download |
|
ଶିଶୁ ସାହିତ୍ୟ ଓ ବିଜ୍ଞାନ – Children’s Literature and Science | ||||
![]() Mo Katha Ghoda Katha Kahe Download |
![]() Akasaku Satoti Pahacha (1963, 1996) Download |
![]() Bag Bagichara Saudagar (1976 2nd) Download |
![]() Mo Na Davinchi Nialaga Opi (1980) Download |
![]() Bichitra Pasupakhi (1995, 1999) Download |
![]() Dine Akasa Bi Na Thila (2001, 2005) Download |
![]() Nitidinia Jibanare Bigyan (1976) Download |
![]() Sahasika Baigyanika Abiskar O Udbhaban (1989, 1992) Download |
![]() Asantakali Jaha Ghatigala (Translation, 1995) Download |
![]() Kathare Kathare Bigyan (2019) Download |
ଅନ୍ୟାନ୍ୟ – Others | ||||
![]() Srestha Galpa (1998) Download |
![]() Santanu Acharya Rachana Samagra, v.01 (2009) Download |
![]() Santanu Acharya Rachana Samagra, v.02 (2011) Download |
![]() Santanu Acharyanks Smaraniya Galpa (2015) Download |
![]() Prathame Odia Pare Bharatiya (2020) Download |
![]() Trusna (Travelogue, 1999) Download |
![]() Baichitryamaya Desa America (Travelogue, 2015) Download |
![]() Sikshabit Nanda Kishornka Jibanagatha (Ed., 2020) Download |
![]() Mandakini (2022) Download |