ଓଡ଼ିଆ ବହି

ଓଡ଼ିଆରେ ପ୍ରଥମ ଛପା ବହି ଭାବରେ ୧୮୦୭ ମସିହାରେ ପ୍ରକାଶ ପାଇଥ‌ିଲା ନିଉ ଟେଷ୍ଟାମେଣ୍ଟ। ଏହା ପରର ବହି ହେଉଛି ୧୮୧୧ ମସିହାରେ ଶ୍ରୀ ମୋହନ ଠାକୁରଙ୍କ ଦ୍ୱାରା ପ୍ରସ୍ତୁତ ‘A Vocabulary: Ooriya And English For The Use Of Students’। କଟକରେ ୧୮୨୨ ମସିହାରେ ପ୍ରତିଷ୍ଠିତ ଇଂରାଜୀ ସ୍କୁଲ ପାଇଁ ଓଡ଼ିଆରେ ପାଠ୍ୟପୁସ୍ତକ ଦରକାର ହେଲା ଏବଂ ଏଗୁଡ଼ିକ ମଧ୍ୟ ଶ୍ରୀରାମପୁର ପ୍ରେସ୍‌ରେ ଛପା ହୋଇଥିଲା। ୧୮୩୧ ମସିହାରେ ଆମସ ସଟନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବ୍ୟାକରଣ, ୧୮୪୧-୪୩ ଭିତରେ ପ୍ରସ୍ତୁତ ତିନୋଟି ଅଭିଧାନ ଏ ଭିତରୁ କିଛି। ୧୮୩୨ ମସିହାରେ ‘ସଟନ୍ ପଦାର୍ଥବିଦ୍ୟା ସାର’ ନାମରେ ଭୌତିକ ବିଜ୍ଞାନ ଉପରେ ଗୋଟିଏ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥ‌ିଲେ। ଦେଖ‌ିବାକୁ ଗଲେ ଏହା ଥିଲା ଓଡ଼ିଆ ଭାଷାରେ ପ୍ରଥମ ବିଜ୍ଞାନ ବହି। ଏହି ସମୟ ଭିତରେ ଇତିହାସ, ଭୂଗୋଳ ଆଦି ବିଷୟରେ ମଧ୍ୟ କେତେଗୁଡ଼ିଏ ପାଠ୍ୟପୁସ୍ତକ ପ୍ରକାଶିତ ହୋଇଥ‌ିଲା। ଅନ୍ୟ ବହିଗୁଡ଼ିକ ମୁଖ୍ୟତଃ ଧର୍ମ ସମ୍ବନ୍ଧୀୟ ଥିଲା।

ତଳେ ଦିଆଯାଇଥିବା ସାରଣୀରେ ବିଭିନ୍ନ ପ୍ରକାରର ବହିର ତାଲିକା ରହିଛି। ଅଧିକାଂଶ ବହି ଓଡ଼ିଆ ଭାଷାରେ, କିନ୍ତୁ ଓଡ଼ିଆ ଓ ଓଡ଼ିଶା ସମ୍ପର୍କିତ ଅନ୍ୟ ଭାଷାର କିଛି ବହି ମଧ୍ୟ ଏଥିରେ ରହିଛି। ପ୍ରଥମ ଧାଡ଼ିରେ ଥିବା ଶୀର୍ଷକ ପାଖରେ ଥିବା ତୀର ଉପରେ କ୍ଲିକ୍ କଲେ ବହିଗୁଡ଼ିକ ସେହି ସ୍ତମ୍ଭର ତଥ୍ୟ ଆଧାରରେ ସଜାଇ ହୋଇଯିବ। ତେଣୁ ନିଜର ଆବଶ୍ୟକତା ଅନୁସାରେ ବ୍ୟବହାରକାରୀ ବହିର ନାଁ, ଲେଖକ, ପ୍ରକାଶନ କାଳ ବା ବିଷୟ କ୍ରମରେ ଏହି ସାରଣୀକୁ ସଜାଇ ପାରିବେ। ଆଉ କିଛି ବହି ସଂକଳନ ଓ ରେଫରେନ୍‌ସ୍ ବିଭାଗରେ ରହିଛି ଯାହା ପାଖରେ ବାମ ପଟରେ ଥିବା ବୋତାମ ସାହାଯ୍ୟରେ ପହଞ୍ଚି ହେବ।

ଗୋଟିଏ ପୃଷ୍ଠାରେ କେତେ ବହିର ତଥ୍ୟ ଦେଖାଯିବ ତାହା ବାମ ପଟର ‘Show __ entries’ରେ ବାଛିହେବ। ଡାହାଣ ପଟର ‘Search’ ସାହାଯ୍ୟରେ କୌଣସି ବହି, ଲେଖକ, ବିଷୟ ଆଦି ଖୋଜିହେବ। ସାରଣୀର ସପ୍ତମ (Preview) ସ୍ତମ୍ଭରେ କ୍ଲିକ୍ କଲେ ବହି ବିଷୟରେ ଅଧିକ ତଥ୍ୟ ଓ ତାହାର କିଛି ପୃଷ୍ଠା ଗୋଟିଏ ନୂଆ ଟ୍ୟାବ୍‌ରେ ଦେଖିହେବ।

ଶେଷ (Download) ସ୍ତମ୍ଭରେ କ୍ଲିକ୍ କଲେ ପୂରା ବହିଟି ‘ଡାଉନ୍‌ଲୋଡ୍’ କରି ନିଜ କମ୍ପ୍ୟୁଟରରେ ରଖିହେବ। ‘Download’ ଉପରେ କ୍ଲିକ୍ କଲେ ଯଦି ବହି ଖୋଲିବାରେ ଅସୁବିଧା ହୁଏ, ତେବେ ତାହା ଉପରେ ଡାହାଣ ମାଉସ୍ ବୋତାମ ଦବାଇ (ରାଇଟ୍ କ୍ଲିକ୍ କରି) ‘ସେଭ୍ ଲିଙ୍କ ଆଜ୍’ ବାଛିଲେ ବହିଟି ଡାଉନ୍‌ଲୋଡ୍ ହୋଇପାରିବ। କଣ୍ଟ୍ରୋଲ୍ ଚାବି ଚିପିଧରି କ୍ଲିକ୍ କଲେ ମଧ୍ୟ ବହିଟି ଡାଉନ୍‌ଲୋଡ୍ ହୋଇପାରିବ।

ତଳ ସାରଣୀରେ ଥିବା ବହିଗୁଡ଼ିକର ତାଲିକା ଏବଂ ବହି ଆଦି ଯୋଗାଇଥିବା ବ୍ୟକ୍ତି/ଅନୁଷ୍ଠାନମାନଙ୍କ ନାମ pdf ରୂପରେ ଦେଖିବା/ଡାଉନ୍‌ଲୋଡ୍ କରିବା ପାଇଁ ଫାଇଲ୍ ନାମ ଉପରେ କ୍ଲିକ୍ କରନ୍ତୁ।

Books_00001-11000    Books_11001-13300    Contributors list