ସଂକଳନ

ପ୍ରତିଟି ସୃଷ୍ଟି ପଛରେ ଥାଏ ସ୍ରଷ୍ଟାଟିଏ। ସେ ସ୍ରଷ୍ଟା କେହି ବ୍ୟକ୍ତି ହୋଇପାରେ, ଦଳ ବା ଅନୁଷ୍ଠାନଟିଏ ବି ହୋଇପାରେ। ସେହି ସ୍ରଷ୍ଟାମାନଙ୍କର ସୃଷ୍ଟିର ସାମଗ୍ରିକ ରୂପର ମୂଲ୍ୟ ଗୋଟି ଗୋଟି ସୃଷ୍ଟିର ମୂଲ୍ୟ ତୁଳନାରେ ବେଶ୍ ଅଧିକ ହୁଏ। ସେହି ସାମଗ୍ରିକ ରୂପରୁ ଜାଣିହୁଏ ସ୍ରଷ୍ଟାର ବିକାଶଧାରା, ତାହା ଉପରେ ସମସାମୟିକ ଘଟଣାବଳୀର ପ୍ରଭାବ। ଗ୍ରନ୍ଥାବଳୀର ପରିକଳ୍ପନା ସେଇଥିପାଇଁ। ସବୁ ସୃଷ୍ଟିକୁ ଗୋଟିଏ ଜାଗାରେ ରଖି ସୁବିଧାରେ ଦେଖିବା ପାଇଁ। ଏଠାରେ ରହିଥିବା ସାମଗ୍ରୀଗୁଡ଼ିକୁ ଗ୍ରନ୍ଥାବଳୀ କହିଲେ ଭୁଲ ହେବନାହିଁ – କେବଳ ଏଗୁଡ଼ିକ ‘ଡିଜିଟାଲ ଗ୍ରନ୍ଥାବଳୀ’। ସବୁ ଡିଜିଟାଲ ସାମଗ୍ରୀ ଭଳି ଏଥିରେ ଅଦଳ ବଦଳ କରିବା ଖୁବ୍ ସହଜ। ଆଜି ମିଳି ନ ଥିବା ଲେଖା କାଲି ଯୋଡ଼ି ଦେଇହେବ, ଭୁଲ ଭଟକା ସୁଧାରି ନେଇହେବ। ଏହି ଦିଗଟି ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଅନେକ ବିଶିଷ୍ଟ ସ୍ରଷ୍ଟାଙ୍କର ସବୁ ଅବଦାନ ଏବେ ମିଳିବା କଷ୍ଟକର। ତଥ୍ୟଗତ ଅପୂର୍ଣ୍ଣତା ମଧ୍ୟ ଖୁବ୍ ବେଶି। ସବୁଠାରୁ ବଡ ଅସୁବିଧା ହେଉଛି କୌଣସି ରଚନାର ମୂଳ ସମୟ ଜାଣିବା। ପ୍ରକାଶକମାନେ ଏହାକୁ ଲୁଚାଇବାରେ ବ୍ୟସ୍ତ, ସ୍ରଷ୍ଟାମାନେ ଉଦାସୀନ। ଅଧିକାଂଶ ସ୍ରଷ୍ଟାଙ୍କର ରଚନା ଆଦିର ପୂର୍ଣ୍ଣାଙ୍ଗ ତାଲିକା କେଉଁଠି ରହିନାହିଁ। ତେଣୁ ଏହି ଡିଜିଟାଲ ସଂକଳନଗୁଡ଼ିକ ପୂର୍ଣ୍ଣତା ଆଡ଼କୁ ଆଗେଇବା ପାଇଁ ପ୍ରଥମ ପାଦ ଭାବରେ କାମ କରିବେ ବୋଲି ଆଶା କରାଯାଉଛି। ଏହା କିନ୍ତୁ ସମ୍ଭବ ହେବ ଏହି ୱେବ୍‌ସ୍ଥଳୀର ବ୍ୟବହାରକାରୀଙ୍କ ସମ୍ପୃକ୍ତି ଆସିଲେ। ଏହି ବିଭାଗରେ ରହିଥିବା ସଂକଳନଗୁଡ଼ିକ ତିନିଟି ମୁଖ୍ୟ ଶ୍ରେଣୀରେ ରହିଛି – ବିଷୟ, ଅନୁଷ୍ଠାନ ଓ ବ୍ୟକ୍ତି ଭିତ୍ତିକ। ତଳେ ଥିବା ତାଲିକାରେ ଶୀର୍ଷକ ଉପରେ ମାଉସ୍ କ୍ଲିକ୍ କଲେ ସଂକଳନଗୁଡ଼ିକ କ୍ରମ ସଂଖ୍ୟା ଅନୁସାରେ ବା ଅକ୍ଷର କ୍ରମରେ ସଜାଇ ହେବ। କୌଣସି ସଂକଳନର ନାମ ଉପରେ ମାଉସ୍ କ୍ଲିକ୍ କଲେ ତାହାର ଅଧିକ ବିବରଣୀ ଓ ଡାଉନ୍‌ଲୋତ୍ ବ୍ୟବସ୍ଥା ଥିବା ସୂଚୀ ପୃଷ୍ଠା ଖୋଲିବ।

କ୍ରମ / Sl. ସଂକଳନ ନାମ Compilation Title
001 ଓଡ଼ିଆ ଅଭିଧାନ ସଂଗ୍ରହ, ୧୮୧୧ – ୧୯୪୨ Odia Dictionaries, 1811-1942
002 ଓଡ଼ିଆ ମହାଭାରତ Odia Mahabharata
003 ସୃଜନିକା ପ୍ରକାଶନ Srujanika Publications
004 ବିକଳ୍ପ ବିଚାର Bikalpa Bichar
005 ଗାନ୍ଧୀ ରଚନାବଳୀ Gandhi Writings
006 କିଶୋରୀ ଚରଣ ଦାସ Kishori Charan Das
007 ଫତୁରାନନ୍ଦ Faturananda
008 ଗୋପାଳ ଛୋଟରାୟ Gopal Chhotray
009 ଚନ୍ଦ୍ରଶେଖର ରଥ Chandra Sekhar Rath
010 କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ Kabichandra Kalicharan Patnaik
011 ଚିତ୍ତରଞ୍ଜନ ଦାସ Chittaranjan Das
012 ଶ୍ରୀଧର ଦାସ Sridhar Das
013 ଜଗନ୍ନାଥ ପ୍ରସାଦ ଦାସ Jagannath Prasad Das
014 ବିଜ୍ଞାନ ପ୍ରଚାର ସମିତି Bigyan Prachar Samiti
015 ଗୋକୁଳାନନ୍ଦ ମହାପାତ୍ର Gokulananda Mahapatra
016 ଗୋପୀନାଥ ମହାନ୍ତି Gopinath Mohanty
017 ସଚ୍ଚି ରାଉତରାୟ Sachi Rautray
018 ଭୂପେନ୍ ମହାପାତ୍ର Bhupen Mahapatra
019 ଯତୀନ୍ଦ୍ର ମୋହନ ମହାନ୍ତି Jatindra Mohan Mohanty
020 ସୁଦର୍ଶନ ଆଚାର୍ଯ୍ୟ Sudarshan Acharya