ଗୋପୀନାଥ ମହାନ୍ତି ସଂକଳନ

କିମ୍ବଦନ୍ତୀ ପୁରୁଷ ଔପନାସିକ, ଗାଳ୍ପିକ, ନାଟ୍ୟକାର, ନୃତତ୍ତ୍ୱବିତ୍, ଆଦିବାସୀ ଭାଷା ବିଷାରଦ, ସାରଳା ମହାଭାରତର ମୌଳିକ ଗବେଷକ, ସର୍ବୋପରି ମାନବଧର୍ମୀ ଲେଖକ ଗୋପୀନାଥ ମହାନ୍ତି ତାଙ୍କର ଲେଖନୀ ଜରିଆରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଥିଲେ। ଓଡ଼ିଶାରୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (‘ଅମୃତର ସନ୍ତାନ’ ପାଇଁ, ୧୯୫୫), ପ୍ରଥମ ଜ୍ଞାନପୀଠ ପୁରସ୍କାର (‘ମାଟିମଟାଳ’ ପାଇଁ, ୧୯୭୪), ତଥା ‘ସୋଭଏତ୍ ଦେଶ ନେହରୁ’ ପୁରସ୍କାର (ମାକ୍ସିମ୍ ଗର୍କୀଙ୍କର My Universityର ଓଡ଼ିଆ ଅନୁବାଦ ପାଇଁ, ୧୯୭୦) ଆଦି ସେ ଅର୍ଜନ କରି ଓଡ଼ିଆ ଭାଷାକୁ ଗୌରାନ୍ୱିତ କରିଥିଲେ।

ଗୋପୀନାଥ ମହାନ୍ତି ୧୯୧୪ ମସିହା ଏପ୍ରିଲ ମାସ ୨୦ ତାରିଖରେ କଟକ ସହର ଉପକଣ୍ଠରେ ଥିବା ନାଗବାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ସୂର୍ଯ୍ୟମଣି ମହାନ୍ତି ଏବଂ ମା ଥିଲେ ଦୁର୍ଗାଦେବୀ। ଓଡ଼ିଆ ସାହିତ୍ୟର ଅନ୍ୟତମ କୃତି ସନ୍ତାନ ଔପନ୍ୟସିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଥିଲେ।

ପାଟନା ବିଶ୍ୱବିଦ୍ୟାଳୟରୁ ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ୧୯୩୮ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଚାକିରୀ କାଳରେ ସେ ଯାଜପୁର, କୋରାପୁଟ, ଜୟପୁର, ବରଗଡ଼, ଛତ୍ରପୁର, ଆସ୍କା, କଟକ, ରାୟଗଡ଼ା, ପୁରୀ ଓ ସର୍ବଶେଷରେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଥିଲେ। ଏ ପ୍ରତ୍ୟେକ ସ୍ଥାନରେ ଅବସ୍ଥାନ ସମୟରେ ସେ ତାଙ୍କର ଲେଖା ମାଧ୍ୟମରେ ସେହି ସ୍ଥାନ ଏବଂ ସେଠାକାର ମଣିଷଙ୍କୁ ଅବିକଳ ଭାବରେ ଆଙ୍କି ପାରିଥିଲେ। ପଞ୍ଚାବନ ବର୍ଷ ବୟସରେ, ୧୯୬୯ ମସିହାରେ, ସେ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ। ଆମେରିକାର କାଲିଫର୍ଣ୍ଣିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆମନ୍ତ୍ରିତ ହୋଇ ୧୯୮୬-୮୭ ମସିହାରେ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ସେଠାରେ ସେ ବିତାଇ ବକ୍ତୃତାମାନ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଭ୍ରମଣ କାହାଣୀ ରେକର୍ଡ କରିଥିଲେ।

ଗୋପୀନାଥ ମହାନ୍ତିଙ୍କର ରଚନା ମଧ୍ୟରୁ ପ୍ରାୟ ୨୫ ଖଣ୍ଡ ଉପନ୍ୟାସ, ୨୦୦ରୁ ଅଧିକ କ୍ଷୁଦ୍ରଗଳ୍ପ, ଏକ ଅନବଦ୍ୟ ଆତ୍ମଜୀବନୀ, ତିନୋଟି ଜୀବନୀ, ୩ଟି ନାଟକ, ଏକ ଅନନ୍ୟ ସାହିତ୍ୟ ସମାଲୋଚନା ପୁସ୍ତକ, ୨ଟି କାବ୍ୟ, ୫ଟି ଅନୁବାଦ ପୁସ୍ତକ, ଆଦିବାସୀ ଭାଷା ସମ୍ପର୍କିତ ୫ଟି ପୁସ୍ତକ, ସାରଳା ମହାଭାରତ ବିଷୟରେ ନ’ଟି ଗବେଷଣା ପ୍ରବନ୍ଧ ସମ୍ବଳିତ ଖଣ୍ଡିଏ ପୁସ୍ତକ ଓ ପ୍ରାୟ ୩୦ଟି ଚିଠିକୁ ନେଇ ଖଣ୍ଡିଏ ପୁସ୍ତକ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଛି। ତାଙ୍କର ଆହୁରି ଅନେକ ଲେଖା ଏବେ ମଧ୍ୟ ଅପ୍ରକାଶିତ ରହିଛି।

କାଲିଫର୍ଣ୍ଣିଆର ସାନ୍‌ହୋଜେ ସହରରେ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗକଲେ।

ତଳ ସୂଚୀ ସାହାଯ୍ୟରେ ଗୋପୀନାଥ ମହାନ୍ତିଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର କିମ୍ବା ବହିର ନାଁ ଉପରେ କ୍ଲିକ୍ କରି ବହିଟି ଖୋଲିହେବ ବା ସଂଗ୍ରହ କରିହେବ। ବହିଗୁଡ଼ିକର ଡିଜିଟାଲ ରୂପ GPL (GNU Public License with Creative Commons Attribution-NonCommercial-ShareAlike 4.0 International Licence) ଜରିଆରେ ବିତରିତ ହେଉଛି। ସଂକ୍ଷେପରେ – ଏଗୁଡ଼ିକ ବ୍ୟକ୍ତିଗତ ବ୍ୟବହାର ପାଇଁ ମୁକ୍ତ, କିନ୍ତୁ ବ୍ୟାବସାୟିକ ବ୍ୟବହାର ପାଇଁ ଲେଖକଙ୍କର ପରିବାରର ଅନୁମତି ନେବାକୁ ହେବ। ଅଧିକ ବିବରଣ ପାଇଁ GPLCC ୱେବ୍‌ସ୍ଥଳୀ ଦେଖନ୍ତୁ।

ଗୋପୀନାଥ ମହାନ୍ତିଙ୍କ ବହିଗୁଡ଼ିକ ଯୋଗାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି ଅଧ୍ୟାପକ ଓଁକାରନାଥ ମହାନ୍ତି। ଯେଉଁ ବହିଗୁଡ଼ିକର ଚିତ୍ର କିମ୍ବା ଲିଙ୍କ୍ ଦିଆଯାଇନାହିଁ, ସେଗୁଡ଼ିକ ମିଳିପାରିନାହିଁ। ସେଗୁଡ଼ିକୁ କେହି ଯୋଗାଇଦେଲେ ଏଠାରେ ଯୋଡ଼ାଯାଇପାରିବ।

ଗୋପୀନାଥ ମହାନ୍ତି ସର୍ଜନା ସୂଚୀ
ଉପନ୍ୟାସ – Novel
ମନ ଗହୀରର ଚାଷ (୧୯୪୦)
Mana Gahirara Chasa (1940)
ଦାଦିବୁଢ଼ା (୧୯୪୪)
Dadibudha (1944)
ପରଜା (୧୯୪୫)
Paraja (1945)
ହରିଜନ (୧୯୪୮)
Harijana (1948)
ଅମୃତର ସନ୍ତାନ (୧୯୪୯)
Amrutara Santana (1949)
ଶରତବାବୁଙ୍କ ଗଳି (୧୯୫୦)
Saratababunka Gali (1950)
ରାହୁର ଛାୟା (୧୯୫୨)
Rahura Chhaya (1952)
ଦୁଇପତ୍ର (୧୯୫୪)
Dui Patra (1954)
ସପନମାଟି (୧୯୫୪)
Sapana Mati (1954)
ଶିବଭାଇ (୧୯୫୫)
Sibabhai (1955)
ଦାନାପାଣି (୧୯୫୫)
Danapani (1955)
ଅପହଞ୍ଚ (୧୯୬୧)
Apahancha (1961)
ଲୟବିଲୟ (୧୯୬୧)
Layabilaya (1961)
ତନ୍ତ୍ରିକାର (୧୯୬୩)
Tantrikara (1963)
ମାଟିମଟାଳ (୧୯୬୪)
Matimatala (1964)
ଅନଳନଳ (୧୯୭୩)
Analanala (1973)
ଦିଗଦିହୁଡ଼ି (୧୯୭୯)
Digadihudi (1979)
ମନର ନିଆଁ (୧୯୭୯)
Manara Nian (1979)
ବୁନ୍ଦାଏ ପାଣି (୧୯୮୮)
Bundae Pani (1988)
କିଛି କହିବାକୁ ଚାହେଁ (୧୯୮୯)
Kichhi Kahibaku Chahen (1989)
ଜାନକାମ୍ମା (୧୯୯୧)
Janakamma (1991)
ଅନାମ (୧୯୯୩)
Anama (1993)
ଗଳ୍ପ ସଂକଳନ – Short stories
ଘାସ ଫୁଲ (୧୯୫୧)
Ghasa Phula (1951)
ପୋଡ଼ା କପାଳ (୧୯୫୧)
Poda Kapala (1951)
ନବବଧୂ (୧୯୫୨)
Nababadhu (1952)
ଛାଇଆଲୁଅ (୧୯୫୬)
Chhai Alua (1956)
ରଣଧନ୍ଦୋଳ (୧୯୬୩)
Ranadhandola (1963)
ଗୁପ୍ତଗଙ୍ଗା (୧୯୬୭)
Guptaganga (1967)
ନାଁ ମନେନାହିଁ (୧୯୬୮)
Na Manenahin
ଉଡ଼ନ୍ତା ଖଇ (୧୯୭୧)
Udanta Khai (1971)
ବଘେଇ (୧୯୭୬)
Baghei (1976)
 ସାତପାଞ୍ଚ (୧୯୮୯)
Satapancha (1989)
ଶରଶଯ୍ୟା (୧୯୯୨)
Sarasajya (1992)
ତିନିକାଳ (୧୯୯୩)
Tinikala (1993)
ବାଟ ବନ୍ଦ ଓ ଅନ୍ୟାନ୍ୟ ଗଳ୍ପ (୨୦୦୫)
Bata Banda O Anyanya Galpa (2005)
ସୋପାଂଗାଡ଼ା ଓ ଅନ୍ୟାନ୍ୟ ଗଳ୍ପ (୨୦୦୭)
Sopangada o Anyanya Galpa (2007)
ଆତ୍ମଜୀବନୀ, ଜୀବନୀ – Autobiography, Biography
ସ୍ରୋତସ୍ୱତୀ, ଭାଗ ୧ (୧୯୯୨)
Srotaswati, v.01 (1992)
ସ୍ରୋତସ୍ୱତୀ, ଭାଗ ୨ (୧୯୯୯)
Srotaswati, v.02 (1999)
ସ୍ରୋତସ୍ୱତୀ, ଭାଗ ୩ (୨୦୦୦)
Srotaswati, v.03 (2000)
ଦୀପଂଜ୍ୟୋତି (ଜୀବନୀ, ୧୯୬୫)
Dipamjyoti (Biography, 1965)
ଧୂଳିମାଟିର ସନ୍ଥ (ଜୀବନୀ, ୧୯୮୫)
Dhulimatira Santha (Biography, 1985)
ଉତ୍କଳମଣି (ଜୀବନୀ, ୧୯୬୭)
Utkalamani (Biography, 1967)
ରାଧାନାଥ ରାୟ (ଇଂରାଜୀ, ୧୯୮୩)
Radhanath Ray (Eng, 1983)
ଅନୁବାଦ – Translation
ଭାରତ ଆଜି ଓ କାଲି (୧୯୬୦)
Bharata Aji O Kali (1960)
ଯୋଗାଯୋଗ (୧୯୬୬)
Jogajoga (1966)
ମୋ ବିଶ୍ୱବିଦ୍ୟାଳୟ (୧୯୬୯)
Mo Biswabidyalaya (1969)
ବଙ୍କିମ ଚନ୍ଦ୍ର ଚାଟାର୍ଜୀ (୧୯୮୫)
Bankim Chandra Chatterjee (1985)
ଯୁଦ୍ଧ ଓ ଶାନ୍ତି, ଭାଗ ୧ (୧୯୮୩)
Judha O Santi, v.01 (1983)
ଯୁଦ୍ଧ ଓ ଶାନ୍ତି, ଭାଗ ୨ (୧୯୮୫)
Judha O Santi, v.02 (1985)
ଯୁଦ୍ଧ ଓ ଶାନ୍ତି, ଭାଗ ୩ (୧୯୮୬)
Judha O Santi, v.03 (1986)
ଆଦିବାସୀ ଭାଷା ଓ ସଂସ୍କୃତି – Tribal Language and Culture
ଗଦବା ଭାଷା (୧୯୫୬)
Gadaba Bhasa (1956)
କୁଭୀକନ୍ଧ ଭାଷାତତ୍ତ୍ୱ (୧୯୫୬)
Kuvikandha Bhasatattwa (1956)
କୁଭୀ ଲୋକୁତି ନେହି ପଣ୍‌ବୁ (୧୯୫୬)
Kuvilokuti Puni Nahi Panbu (1956)
କନ୍ଧ ପରଜା ସ୍ତୋତ୍ର ଓ ସଙ୍ଗୀତ (୧୯୫୭)
Kandha Paraja Stotra O Sangita (1957)
ସଉରା ଭାଷା (୧୯୭୮)
Saora Bhasa (1978)
ଅନ୍ୟାନ୍ୟ – Miscellaneous
କଳାଶକ୍ତି (ପ୍ରବନ୍ଧ, ୧୯୭୩)
Kala-Shakti (Essay, 1973)
ଯୁଦ୍ଧ (କାବ୍ୟ, ୧୯୯୧)
Judha (Kabya, 1991)
ମହାପୁରୁଷ (ନାଟକ, ୧୯୫୮)
Mahapurusa (Drama, 1958)
ଗୋପୀନାଥ ମହାନ୍ତି – ଜନ୍ମ ଶତବାର୍ଷିକୀ ବିଶେଷାଙ୍କ (ମଲ୍ଲିକା, ୨୦୧୪)
Gopinath Mohanty – Birth Centenary Special Issue (Mallika, 2014)
ଗୋପୀନାଥ ମହାନ୍ତିଙ୍କ ବିବିଧ ଲେଖା
Gopinath Mohanty’s miscelleneous writings