ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

06

BK_pp__Page_5_Image_0001_rw

BK_pp__Page_7_Image_0001_rw

BK_pp__Page_4_Image_0001_rw

07

BK_pp__Page_1_Image_0001_rw

BK_pp__Page_2_Image_0001_rw

BK_pp__Page_9_Image_0001_rw

05

BK_pp__Page_6_Image_0001_rw

BK_pp__Page_8_Image_0001_rw

BK_02_c


ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୨-୧୯୪୫)ଙ୍କ ଦ୍ୱାରା ସଂକଳିତ ଓ ୧୯୩୦ ଦଶକରେ ପ୍ରକାଶିତ ଏହି ଶବ୍ଦକୋଷ ଓଡ଼ିଆ ଭାଷାର ଏକ ଅମୂଲ୍ୟ ସମ୍ପଦ। ‘ଓଡ଼ିଆ ଭାଷାର କୋଣାର୍କ’ ଭାବରେ ଜଣା ଏହି ଗ୍ରନ୍ଥର ୭ଟି ଭାଗରେ ରହିଛି ପ୍ରାୟ ୧୦,୦୦୦ ପୃଷ୍ଠା, ପ୍ରାୟ ୧,୮୫,୦୦୦ ଶବ୍ଦ, ଓଡ଼ିଆ ଓ ଇଂରାଜୀରେ ଅର୍ଥ ଏବଂ ହିନ୍ଦି ଓ ବଙ୍ଗଳା ପ୍ରତିଶବ୍ଦ।

ପ୍ରହରାଜଙ୍କ ଜୀବନ ଅନେକ ଦୃଷ୍ଟିରୁ ଆଗ୍ରହଜନକ। ବୃତ୍ତିରେ ପ୍ରହରାଜ ଥିଲେ ଆଇନଜୀବୀ, କିନ୍ତୁ ଗଦ୍ୟ ରଚନା କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ତାଙ୍କର ବିଶିଷ୍ଟ ସ୍ଥାନ ରହିଛି। ସେସମୟର ଅନେକ ଘଟଣା ଓ ବ୍ୟକ୍ତି ତାଙ୍କର ଶାଣିତ ବ୍ୟଙ୍ଗ ରଚନାର ବିଷୟବସ୍ତୁ ପାଲଟିଛନ୍ତି। ତାଙ୍କର ବିଚାର ଓ ବ୍ୟକ୍ତିଗତ ଜୀବନ ଅବଶ୍ୟ ବିବାଦରୁ ମୁକ୍ତ ନ ଥିଲା।

ଭାଷାକୋଷ ସଂକଳନ କାମରେ ପ୍ରହରାଜ ତାଙ୍କର ମୁଖ୍ୟ ସହଯୋଗୀର ଶ୍ରେୟ ପୀତାମ୍ବରୀ ଦେବୀଙ୍କୁ ଦେଇଛନ୍ତି। କିନ୍ତୁ ପ୍ରହରାଜଙ୍କର ମୃତ୍ୟୁ ଘଟଣାରେ ଓ ତାହା ପରର ପାରିବାରିକ କନ୍ଦଳରେ ପୀତାମ୍ବରୀ ମଧ୍ୟ ବିବାଦୀୟ ହୋଇପଡ଼ିଛନ୍ତି। ଶେଷରେ ଅତି ଦୁଃଖଦ ପରିସ୍ଥିତିରେ ତାଙ୍କର ଜୀବନ ସରିଛି।

ଭାଷାକୋଷକୁ ବ୍ୟବହାର କରିବା ପାଇଁ ଏହି ୱେବ୍‌ସ୍ଥଳୀରେ ତିନି ପ୍ରକାରର ବ୍ୟବସ୍ଥା ରହିଛି।

୧. ପିଡିଏଫ୍ ରୂପରେ ପୂରା ଭାଷାକୋଷକୁ ଡାଉନ୍‌ଲୋଡ୍ କରି ନିଜ କମ୍ପ୍ୟୁଟରରେ ରଖିବା ଓ ଆକ୍ରୋବାଟ୍ ରିଡରରେ ଖୋଲିବା।

୨. କୌଣସି ଶବ୍ଦ ଖୋଜିକରି ତାହା ଥିବା ପିଡିଏଫ୍ ପୃଷ୍ଠା ଖୋଲିବା।

୩. କୌଣସି ଶବ୍ଦ ଖୋଜି କେବଳ ସେହି ଶବ୍ଦର ଅର୍ଥ ଦେଖିବା।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସମ୍ପୂର୍ଣ୍ଣ ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ତଳ ସାରଣୀରେ କୌଣସି ଭାଗ ଉପରେ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ କିମ୍ବା ଭାଗ ଉପରେ ରାଇଟ୍ କ୍ଲିକ୍ କରି ସିଧା ସଳଖ ସେଭ୍ କରିହେବ।

ଭାଗ ୧ ସମ୍ପୂର୍ଣ୍ଣ (୫୧ ଏମ୍.ବି.)
ଭାଗ ୨ ସମ୍ପୂର୍ଣ୍ଣ (୫୧ ଏମ୍.ବି.) ଭାଗ ୩ ସମ୍ପୂର୍ଣ୍ଣ (୫୦ ଏମ୍.ବି.) ଭାଗ ୪ ସମ୍ପୂର୍ଣ୍ଣ (୬୬ ଏମ୍.ବି.)
ଭାଗ ୫ ସମ୍ପୂର୍ଣ୍ଣ (୭୫ ଏମ୍.ବି.) ଭାଗ ୬ ସମ୍ପୂର୍ଣ୍ଣ (୬୦ ଏମ୍.ବି.) ଭାଗ ୭ ସମ୍ପୂର୍ଣ୍ଣ (୭୧ ଏମ୍.ବି.) – –

ଭାଷାକୋଷରେ କୌଣସି ଶବ୍ଦ ଥିବା ପୃଷ୍ଠାର ମୂଳ ଛପା ରୂପ ପିଡିଏଫ୍ ଆକାରରେ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଭାଷାକୋଷରେ ଯେ କୌଣସି ଗୋଟିଏ ଶବ୍ଦ ଖୋଜିକରି ତାହାର ଅର୍ଥ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ