ଓଡ଼ିଆ ଅଭିଧାନ ସଂଗ୍ରହ

ଭାଷାର ବିକାଶର ପ୍ରତିଫଳକ ଭାବରେ ଏବଂ ଭାଷାର ବ୍ୟବହାରକୁ ବଳିଷ୍ଠ କରିବାରେ ଅଭିଧାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ପୃଥିବୀର ସବୁ ଭାଷାରେ କେତେ ଶହ ବର୍ଷ ଧରି ଅଭିଧାନମାନ ସଂକଳିତ ହେଉଛି। ଓଡ଼ିଆ ଭାଷାରେ ଏଭଳି ପ୍ରଥମ ଉଦ୍ୟମ ଥିଲା ଉପେନ୍ଦ୍ର ଭଞ୍ଜଙ୍କର ଗୀତାଭିଧାନ ଯାହା ୧୭୧୦ ମସିହାରେ ରଚିତ ଓ ୧୮୭୦ ମସିହାରେ ମୁଦ୍ରିତ ହୋଇଥିଲା। ଏହା ଥିଲା ପଦ୍ୟ ଲେଖକମାନଙ୍କୁ ସାହାଯ୍ୟ କରୁଥିବା ଅଭିଧାନ ଯେଉଁଥିରେ ଶେଷ ଅକ୍ଷର ଅନୁସାରେ ଶବ୍ଦଗୁଡ଼ିକୁ ସଜାଇ ରଖାଯାଉଥିଲା। ଆଧୁନିକ ସମୟର ପ୍ରଥମ ଓଡ଼ିଆ ‘ଅଭିଧାନ’ ଥିଲା ୧୮୧୧ ମସିହାରେ ମୁଦ୍ରିତ ମୋହନ ପ୍ରସାଦ ଠାକୁରଙ୍କର ‘ଭୋକାବୁଲାରି’। ଏହା ପ୍ରକୃତରେ ଥିଲା ବିଭିନ୍ନ ବିଷୟରେ ଓଡ଼ିଆ ଶବ୍ଦମାନଙ୍କର ସଂଗ୍ରହ ଏବଂ ସେଗୁଡ଼ିକର ଇଂରାଜୀ ଅର୍ଥ ଓ ଉଚ୍ଚାରଣ। ଅଣଓଡ଼ିଆ ଧର୍ମପ୍ରଚାରକ ଓ ପ୍ରଶାସକମାନଙ୍କୁ ସାହାଯ୍ୟ କରିବା ଏହାର ଲକ୍ଷ୍ୟ ଥିଲା। ୧୮୪୧-୪୩ ମସିହା ଭିତରେ ତିନି ଭାଗରେ ପ୍ରକାଶିତ ଆମୋସ୍ ସଟନ୍‌ଙ୍କର ଅଭିଧାନ – ଇଂରାଜୀ-ଓଡ଼ିଆ, ଓଡ଼ିଆ-ଓଡ଼ିଆ, ଓଡ଼ିଆ-ଇଂରାଜୀ – ଆଧୁନିକ ଓଡ଼ିଆ ଅଭିଧାନ ସଂକଳନର ମୂଳଦୁଆ ପକାଇଲା।

ଏହାପରେ ଅନେକ ପ୍ରକାରର ଅଭିଧାନ ଓଡ଼ିଆ ସାହିତ୍ୟରେ ସ୍ଥାନ ପାଇଲେ। ସେହି ବିକାଶର ଧାରାରେ ମାଇଲ ଖୁଣ୍ଟ ଭଳି ଦେଖାଦେଲେ ଜଗନ୍ନାଥ ରାଓଙ୍କର ଉତ୍କଳ ଅଭିଧାନ (୧୮୯୧), ଗୋପିନାଥ ନନ୍ଦଶର୍ମାଙ୍କର ଶବ୍ଦତତ୍ତ୍ୱବୋଧ ଅଭିଧାନ (୧୯୧୬), ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (ଗୋପାଳଚନ୍ଦ୍ର ପ୍ରହରାଜ, ୧୯୩୧-୪୦) ଏବଂ ସଟନ୍ ଅଭିଧାନର ଶତବାର୍ଷିକୀ ସମୟର ପ୍ରମୋଦ ଅଭିଧାନ (ପ୍ରମୋଦଚନ୍ଦ୍ର ଦେବ, ୧୯୪୨)। ଏହା ପରେ ଅନେକ ଓଡ଼ିଆ ଅଭିଧାନ ପ୍ରକାଶିତ ହୋଇଛି, କିନ୍ତୁ ଭାଷା-ସାହିତ୍ୟ-ଜ୍ଞାନବିଜ୍ଞାନର ବିକାଶ ସେସବୁରେ ଉପଯୁକ୍ତ ଭାବରେ ପ୍ରତିଫଳିତ ହୋଇନାହିଁ। ଅବଶ୍ୟ କିଛି ବିଶେଷ ଧରଣର ଅଭିଧାନ ପ୍ରକାଶ ପାଇଛି ଯାହା ନୂତନତାର ସମ୍ଭାବନାକୁ ବଞ୍ଚାଇ ରଖିଛି।

୧୮୧୧ରୁ ୧୯୪୨ ମସିହା ଭିତରେ ପ୍ରକାଶିତ ମୁଖ୍ୟ ଓଡ଼ିଆ ଅଭିଧାନଗୁଡ଼ିକର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ବଡ଼ ଅଭିଧାନଗୁଡ଼ିକ ପାଇଁ ସୂଚୀ ଯୋଡ଼ାଯାଇଛି ଯାହା ସାହାଯ୍ୟରେ ସେଥିରେ ଥିବା ଶବ୍ବଗୁଡ଼ିକୁ ସହଜରେ ଖୋଜିହେବ। ଅଧିକାଂଶ ଫାଇଲ୍ ୧୫ ଏମ୍.ବି.ରୁ କମ୍, କିନ୍ତୁ କେତେଗୁଡ଼ିଏ ବେଶ୍ ବଡ଼। ଲାଲ୍ ରଙ୍ଗରେ ତାହା ସୂଚାଇ ଦିଆଯାଇଛି। ସେଗୁଡ଼ିକୁ ଭାଙ୍ଗିଲେ ସୂଚୀ କାମ କରିବ ନାହିଁ, ତେଣୁ ଏଭଳି ରଖାଯାଇଛି। ସେଗୁଡ଼ିକ ପାଇଁ ଡାତନ୍‌ଲୋଡ୍ ମ୍ୟାନେଜର ବ୍ୟବହାର କରିବା ସୁବିଧାଜନକ ହେବ। ତଳେ ଦିଆଯାଇଥିବା ସୂଚୀ ସାହାଯ୍ୟରେ ଅଭିଧାନଗୁଡ଼ିକ ଦେଖିହେବ ଓ ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ। ଚିତ୍ର ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ।

ଅଭିଧାନ ସଂଗ୍ରହ
ଓଡ଼ିଆ ଅଭିଧାନ ସୂଚୀ Odia Abhidhana Suchi

Open

ଅଭିଧାନର ଇତିବୃତ୍ତି Abhidhanara Itibrutti

Open

ଗୀତାଭିଧାନ (୧୭୧୦/୧୮୭୦)
Gitabhidhan (1710/1870)
Open
ଠାକୁର ଭୋକାବୁଲାରି (୧୯୮୯)
Takoor Vocabulary  (1811)
Preview  Download
ସଟନ୍, ଭାଗ ୧ (୧୮୪୧)
Sutton v.1 (1841)
Preview  Download
ସଟନ୍, ଭାଗ ୨ (୧୮୪୩)
Sutton v.2 (1843)
Preview Download
ସଟନ୍, ଭାଗ ୩ (୧୮୪୩)
Sutton v.3 (1843)
Preview  Download
ମିଲର୍-ମିଶ୍ର (୧୮୬୮)
Miller-Mesra (1868)
Preview Download
ମିଲର୍ (୧୮୭୩)
Miller (1873)
Preview Download
ବ୍ରୁକ୍‌ସ୍ (୧୮୭୪)
Brooks (1874)
Preview Download
ଶବ୍ଦନିଧି (୧୮୮୩)
Sabdanidhi (1883)
Preview Download
ଦ୍ୱିଭାଷୀ (୧୮୮୯)
Dwibhasi (1889)
Preview Download
ଉତ୍କଳ ଅଭିଧାନ (୧୮୯୧)
Utkal Abhidhan (1891)
38mb
Preview Download
ଅପଭ୍ରଂଶବୋଧିନୀ (୧୮୯୨) Apabhramsabodhini (1892)
Open
ମୂଳଶବ୍ଦବୋଧିକା (୧୯୦୧)
Mulasabdabodhika (1901)
Preview Download
କୋଷାଙ୍କୁର (୧୯୦୭)
Koshankura (1907)
Open
ବୈଦ୍ୟକ ଶବ୍ଦକୋଷ (୧୯୦୯)
Baidyaka Abhidhan (1909)
Preview Download
ସୁଖବୋଧ ଅଭିଧାନ (୧୯୧୨)
Sukhabodha Abhidhan (1912)

Preview  Download
ବିପରୀତାର୍ଥବୋଧିନୀ (୧୯୧୩)
Biparitarthabodhaka (1913)
Open
ମୂଳଶବ୍ଦବୋଧିକା (୧୯୧୩)
Mulasabdabodhika (1913)
Open
ମୁଗ୍‌ଧବୋଧ ଅଭିଧାନ (୧୯୧୫)
Mugdhabodha Abhidhan(’15)

Preview Download
ଶୁଦ୍ଧିବୋଧକ (୧୯୧୫)
Sudhibodhaka (1915)
Open
ଗ୍ରଣ୍ଡି (୧୯୧୬)
Grundy (1916)
Preview Download
ପାଇକ୍-ୱିଲ୍‌କିନ୍‌ସ୍ (୧୯୧୬)
Pike-Wilkins (1916)
26 mb
Preview Download
ଶବ୍ଦତତ୍ତ୍ୱବୋଧ ଅଭିଧାନ (୧୯୧୬)
Sabdatattwabodha Abhidhan (1916)
37mb
Preview Download
ଶବ୍ଦମାଳା ଅଭିଧାନ (୧୯୧୮)
Sabdamala Abhidhan (1918)
Open
ଉତ୍କଳ ଅଭିଧାନ ୩ୟ ସଂ. (୧୯୩୧)
Utkal Abhidhan 3e (1931)
34mb
Preview Download
ସରଳ ଉତ୍କଳ ଅଭିଧାନ (୧୯୩୨)
Sarala Utkal Abhidhan (1932)

19 mb
Preview  Download
ମିଲର୍ (୧୯୩୭)
Miller (1937)
Preview Download
ପ୍ରମୋଦ ଅଭିଧାନ (୧୯୪୨)
Pramoda Abhidhan (1942)
131mb
Preview Download
୧୯୩୧ରୁ ୧୯୪୦ ମସିହା ଭିତରେ ୭ ଖଣ୍ଡରେ ପ୍ରାୟ ୧୦,୦୦୦ ପୃଷ୍ଠାର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଓଡ଼ିଆ ଭାଷାର ଏକ ବିଶିଷ୍ଟ ଗ୍ରନ୍ଥ। ଏହା ରହିଛି ଏହି ୱେବ୍‌ସ୍ଥଳୀର ‘ବିଶେଷ’ ବିଭାଗରେ ତାହାର ନିଜର ପୃଷ୍ଠାରେ।