ବିଜ୍ଞାନ ପ୍ରଚାର ସମିତି ସଂକଳନ

ସରଳ ଓଡ଼ିଆ ଭାଷାରେ ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାନ ପ୍ରଚାର ସମିତିର ଜନ୍ମ ହୋଇଥିଲା। ୧୯୪୯ ମସିହାରେ ନଅଜଣ ଆଗ୍ରହୀ ଅଧ୍ୟାପକ/ଡାକ୍ତର ମିଶି ଏହାକୁ ଆରମ୍ଭ କରିଥିଲେ। ସେମାନେ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଗୋକୁଳାନନ୍ଦ ମହାପାତ୍ର, ରାଧାନାଥ ରଥ, ସୁକୁମାର ଆଦିତ୍ୟ, ମହେନ୍ଦ୍ର ଚନ୍ଦ୍ର ମିଶ୍ର, ରାଈକୃଷ୍ଣ ମହାନ୍ତି, ସଦାଶିବ ମିଶ୍ର, ଶ୍ୟାମାନନ୍ଦ ପଟ୍ଟନାୟକ ଓ କୃଷ୍ଣଚରଣ ଦାସ।

ରେଭେନ୍‌ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ. ଗୋକୁଳାନନ୍ଦ ମହାପାତ୍ର ବଙ୍ଗୀୟ ବିଜ୍ଞାନ ପରିଷଦ ଭଳି ଓଡ଼ିଶାରେ ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ଆଗ୍ରହୀ ଥିଲେ। ସେହି ସମୟରେ ଡ. ରାଧାନାଥ ରଥ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଡ. ସଦାଶିବ ମିଶ୍ର ଆଦି ମଧ୍ୟ ଗୋକୁଳାନନ୍ଦ ବାବୁଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଏବଂ ୧୯୪୯ ମସିହା ଅଗଷ୍ଟ ୭ ତାରିଖ ଦିନ କଟକ ମେଡିକାଲ ପରିସରରେ ସମିତିର ପ୍ରଥମ ଅଧିବେଶନ ବସିଥିଲା।

ଏଥିରେ ଡ. ସଦାଶିବ ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରଥମ ଯୁଗ୍ନ ସମ୍ପାଦକ ଥିଲେ ଡ. ରାଧାନାଥ ରଥ ଏବଂ ଡ. ଗୋକୁଳାନନ୍ଦ ମହାପାତ୍ର। ସ୍ଥିର ହେଲା ପ୍ରତି ୧୫ ଦିନରେ ଥରେ ରବିବାରରେ ସମିତିର ଅଧିବେଶନ ବସିବ ଏବଂ ସେଥିରେ ଓଡ଼ିଆରେ ଲିଖିତ ପ୍ରବନ୍ଧମାନ ପଠିତ ଓ ଆଲୋଚିତ ହେବ। ସଭ୍ୟମାନଙ୍କ ଭିତରେ ଘନିଷ୍ଠତା ବଢ଼ିବାର ଆଶା କରି ସମିତିର ଅଧିବେଶନଗୁଡ଼ିକ ଯଥାସମ୍ଭବ ସଭ୍ୟମାନଙ୍କ ଘରେ ବସାଇବାର ସ୍ଥିର ହେଲା। ଅନେକ ଅଧ୍ୟାପକ ଏହି ଅନୁଷ୍ଠାନକୁ ସମାଲୋଚନା ମଧ୍ୟ କଲେ। ସେମାନଙ୍କର ଧାରଣା ଥିଲା ବିଜ୍ଞାନ ଭଳି କ୍ଲୀଷ୍ଟ ବିଷୟକୁ ଓଡ଼ିଆରେ ଲେଖାଯାଇ ପାରିବନାହିଁ। କ୍ରମେ ଅନେକ ଅଧ୍ୟାପକ ସମିତି ପ୍ରତି ଆଗ୍ରହୀ ହେଲେ ଏବଂ ଏହାର ସଭ୍ୟ ହୋଇଥିଲେ। ବିଖ୍ୟାତ ବୈଜ୍ଞାନିକ ଜେ.ବି.ଏସ୍. ହାଲ୍‌ଡେନ ମଧ୍ୟ ଏହି ସମିତିର ଜଣେ ସଭ୍ୟ ହୋଇଥିଲେ। “

ବିଜ୍ଞାନ ପ୍ରଚାର ସମିତି ପ୍ରତିଷ୍ଠା ହେବା ଆଗରୁ ବହୁତ କମ୍ ସଂଖ୍ୟାରେ ବିଜ୍ଞାନ ଲେଖା ଓଡ଼ିଆରେ ପ୍ରକାଶ ପାଉଥିଲା। କୃଷି, ଜୀବଜନ୍ତୁ, ସ୍ୱାସ୍ଥ୍ୟରକ୍ଷା, ଜୀବନୀ ଆଦି ଉପରେ ଅଳ୍ପ କିଛି ବହି ଲେଖାଯାଇଥିଲା। ସମିତିର ଅଧିବେଶନରେ ପଠିତ ପ୍ରବନ୍ଧଗୁଡ଼ିକୁ ନେଇ ବହି ପ୍ରକାଶ କରାଗଲା। ଲେଖିବା ବେଳେ ପାରିଭାଷିକ ଶବ୍ଦ ପ୍ରତି ମଧ୍ୟ ଆଗ୍ରହ ବଢ଼ିଲା। ବହିଗୁଡ଼ିକ ବହୁତ ସରଳ ଭାଷାରେ ସାଧାରଣ ଲୋକ ବୁଝିପାରିବା ଭଳି ଲେଖାଯାଇଥିବାରୁ ଲୋକଙ୍କ ପାଇଁ ଗ୍ରହଣୀୟ ହେଲା। ଏଯାଏଁ ପ୍ରାୟ ୫୦ରୁ ଅଧିକ ବହି ସମିତି ତରଫରୁ ପ୍ରକାଶିତ ହୋଇଛି। ଏହାଛଡ଼ା ଅନେକ ସଭ୍ୟ ବ୍ୟକ୍ତିଗତ ଭାବରେ ମଧ୍ୟ ବହି ଲେଖିଛନ୍ତି।

ସମିତିରେ ପଠିତ ପ୍ରବନ୍ଧଗୁଡ଼ିକ ପ୍ରଥମେ ‘ବିଜ୍ଞାନ ପ୍ରଭା’ପତ୍ରିକା ରୂପରେ ପ୍ରକାଶ ପାଇଥିଲା। ୧୯୭୪ ମସିହାରୁ ୫ ବର୍ଷ ଧରି ଏହା ଚାଲିବା ପରେ ୧୯୭୯ ମସିହାରେ ସମିତିର ନିଜସ୍ୱ ପତ୍ରିକା ‘ବିଜ୍ଞାନାଲୋକ’ ଆରମ୍ଭ କରାଗଲା। ସ୍କୁଲ ସ୍ତରରେ ବିଜ୍ଞାନ ପାଠ୍ୟପୁସ୍ତକ ମଧ୍ୟ ସମିତିର ସଭ୍ୟମାନଙ୍କ ଦ୍ୱାରା ଲେଖାଯାଇଥିଲା। ଏହାଛଡ଼ା ଅନେକ କର୍ମଶାଳା, ବିଦ୍ୟାଳୟ କାର୍ଯ୍ୟକ୍ରମ, ବିଜ୍ଞାନ ଲେଖକ କର୍ମଶାଳା ଆଦି ମଧ୍ୟ ସମିତି ଦ୍ୱାରା ଆୟୋଜିତ ହୋଇଥିଲା।

ତଳ ସୂଚୀ ସାହାଯ୍ୟରେ ବିଜ୍ଞାନ ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ବହିଗୁଡ଼ିକର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ବା ଓପନ୍/ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହି କିମ୍ବା ବିଜ୍ଞାନାଲୋକର ସଂଖ୍ୟା ସଂଗ୍ରହ କରିହେବ।

ବିଜ୍ଞାନ ପ୍ରଚାର ସମିତି ପୁସ୍ତକସୂଚୀ – Bigyan Prachar Samiti Booklist
ବିଜ୍ଞାନ ପ୍ରଚାର ସମିତି, କଟକ: Bigyan Prachar Samiti, Cuttack
ପରମାଣୁ ବୋମାର ଆବିଷ୍କାର (୧୯୫୧)
Paramanu Bomara Abiskara (1951)
Open/Download
ଖାଦ୍ୟ (୧୯୫୧)
Khadya (1951)
Open/Download
ଜନ୍ମ ନିୟନ୍ତ୍ରଣ (୧୯୫୧)
Janma Niyantrana (1951)
Open/Download
ଖାଦ୍ୟ ସମସ୍ୟା ସମାଧାନ (୧୯୫୩)
Khadya Samasya Samadhana (1953)
Open/Download
ମାନବ ସେବାରେ ବିଜ୍ଞାନ (୧୯୫୩)
Manaba Sebare Bigyana (1953)
Open/Download
ଜନ୍ମ ରହସ୍ୟ (୧୯୫୫)
Janma Rahasya (1955)
Open/Download
ବିଜ୍ଞାନ ବାର୍ତ୍ତା (୧୯୫୭)
Bigyana Barta (1957)
Open/Download
ବିଜ୍ଞାନ ସଞ୍ଚିକା (୧୯୫୭)
Bigyana Sanchika (1957)
Open/Download
ବୀଜାଣୁ (୧୯୫୮)
Bijanu (1958)
Open/Download
ଓଡ଼ିଶାରେ ବିଜ୍ଞାନର ପ୍ରୟୋଗ (୧୯୫୯)
Odishare Bigyanara Prayoga (1959)
Open/Download
ବିଜ୍ଞାନ ସମୀକ୍ଷା (୧୯୬୦)
Bigyana Samikhya (a960)
Open/Download
ମହାଶୂନ୍ୟ ଅଭିଯାନ (୧୯୬୦)
Mahasunya Abhijana (1960)
Open/Download
ବିଜ୍ଞାନ ବିଚାର (୧୯୬୦)
Bigyana Bichara (1960)
Open/Download
ଦୂରଦ୍ରଷ୍ଟା ବୈଜ୍ଞାନିକ (୧୯୬୦)
Duradrasta Baigyanika (1960)
Open/Download
ବିଜ୍ଞାନର ପରିସୀମା (୧୯୬୪)
Bigyanara Parisina (1964)
Open/Download
ଦୀର୍ଘ ଜୀବନ (୧୯୬୪)
Dirgha Jibana (1964)
Open/Download
ବିଜ୍ଞାନ ଓ ସମାଜ ((୧୯୬୫)
Bigyana O Samaja (1965)
Open/Download
ପରମାଣୁ ଶକ୍ତି (୧୯୬୬)
Paramanu Sakti (1966)
Open/Download
ଛାତିର ଭିତର କଥା (୧୯୬୮)
Chhatira Bhitara Katha (1968)
Open/Download
କଥା ତରଙ୍ଗ (୧୯୬୮)
Katha Taranga (1968)
Open/Download
ସ୍ମରଣୀୟ ଗବେଷଣା (୧୯୬୯)
Smaraniya Gabesana (1969)
Open/Download
ସୁଖର ସଂସାର (୧୯୬୯)
Sukhara Sansara (1969)
Open/Download
ଉତ୍ପାଦନ (୧୯୬୯)
Utpadana (1969)
Open/Download
ଜୀବନ ପାଇଁ ଜଳ (୧୯୭୦)
Jibana Pain Jala (1970)
Open/Download
ଡାଇନୋସର (୧୯୭୧)
Dainosar (1971)
Open/Download
ଯୁଗେ ଯୁଗେ ବିଜ୍ଞାନ (୧୯୭୧)
Juge Juge Bigyana (1971)
Open/Download
ଆମ ଅତି ଦରକାରୀ କାଗଜ (୧୯୭୨)
Ama Ati Darakari Kagaja (1972)
Open/Download
ବହୁରୂପୀ ଆମବାତ (୧୯୭୨)
Bahurupi Amabata (1972)
Open/Download
ଭାରତୀୟ ବୈଜ୍ଞାନିକ (୧୯୮୬)
Bharatiya Baigyanika (1986)
Open/Download
ପ୍ରାଚୀନ ଭାରତରେ ବିଜ୍ଞାନ ଚର୍ଚ୍ଚା ଓ ଗବେଷଣା (୧୯୮୭)
Prachina Bharatare Bigyana Charcha O Gabesana (1987)
Open/Download
ଯୁଦ୍ଧରେ ବିଜ୍ଞାନ (୧୯୭୩)
Judhare Bigyana (1973)
Open/Download
ଓଡ଼ିଶାରେ ଭେଷଜ ଶିଳ୍ପ (୧୯୭୫)
Odishare Bhesaja Silpa (1975)
Open/Download
ଜୟନ୍ତିକା (୧୯୭୬)
Jayantika (1976)
Open/Download
ଅତି ମାରାତ୍ମକ କର୍କଟ ରୋଗ (୧୯୮୨)
Ati Maratmaka Karkata Roga (1982)
Open/Download
ଶାନ୍ତି ଓ ଅଶାନ୍ତିରେ ପରମାଣୁ ଶକ୍ତି (୧୯୯୧)
Santi Asantire Paramanu Sakti (1991)
Open/Download
ଯେଉଁମାନେ ବିଜ୍ଞାନକୁ ରୂପ ଦେଲେ (୧୯୭୯)
Jeunmane Bigyanaku Rupa Dele (1979)
Open/Download
ମଣିଷ କେତେବର୍ଷ ଯାଏଁ ବଞ୍ଚିପାରିବ (୧୯୮୦)
Manisa Ketebarsa Jaen Banchipariba (1980)
Open/Download
ବୈଜ୍ଞାନିକ ପାରିଭାଷିକ ଶବ୍ଦାବଳୀ (୧୯୮୬)
Baigyanika Paribhasika Sabdabali (1986)
Open/Download
ଓଡ଼ିଶାର ବିଜ୍ଞାନ ଲେଖକ (୧୯୯୭)
Odishara Bigyana Lekhaka (1997)
Open/Download
ଶିଶୁର ଯତ୍ନ (୨୦୦୦)
Sisura Jatna (2000)
Open/Download
ସୁବର୍ଣ୍ଣ ସ୍ମାରକୀ (୨୦୦୦)
Subarna Smaraki (2000)
Open/Download
ଶିଶୁର ଯତ୍ନ, (ପରିମାର୍ଜିତ ସଂ, ୨୦୦୮)
Sisura Jatna (Rev ed. 2008)
Open/Download
ଶିଶୁର ରୋଗ (୨୦୦୮)
Sisura Roga (2008)
Open/Download
ଦୈନନ୍ଦିନ ଜୀବନରେ ପଲିମର (୨୦୦୮)
Dainandina Jibanare Palimar (2008)
Open/Download
ବିଜ୍ଞାନର ଅପବ୍ୟବହାର (୨୦୦୮)
Bigyanara Apabyabahara (2008)
Open/Download
ଭାରତର ବିଖ୍ୟାତ ବୈଜ୍ଞାନିକ, ୧ମ ଭାଗ (୨୦୦୯)
Bharatara Bikhyata Baigyanika, v.01 (2009)
Open/Download
ଭାରତର ବିଖ୍ୟାତ ବୈଜ୍ଞାନିକ, ୨ୟ ଭାଗ (୨୦୦୯)
Bharatara Bikhyata Baigyanika, v.02 (2009)
Open/Download
ହୀରକ ସ୍ମାରକୀ (୨୦୦୯)
Hiraka Smaraki (2009)
Open/Download
ଭାରତର ବିଖ୍ୟାତ ବୈଜ୍ଞାନିକ, ୩ୟ ଭାଗ (୨୦୦୯)
Bharatara Bikhyata Baigyanika, v.03 (2009)
Open/Download
ଭାରତର ବିଖ୍ୟାତ ବୈଜ୍ଞାନିକ, ୪ର୍ଥ ଭାଗ (୨୦୧୦)
Bharatara Bikhyata Baigyanika, v.04 (2010)
Open/Download
ଭାରତର ବିଖ୍ୟାତ ବୈଜ୍ଞାନିକ, ୫ମ ଭାଗ (୨୦୧୧)
Bharatara Bikhyata Baigyanika, v.05 (2011)
Open/Download
ପ୍ରାଚୀନ ଭାରତର ବିଜ୍ଞାନ ବିଭବ (୨୦୧୩)
Prachina Bharatara Bigyana Bibhaba (2013)
Open/Download
ଆମ ପୃଥିବୀ (୨୦୧୪)
Ama Pruthibi (2014)
Open/Download
ଗ୍ରନ୍ଥମାଳା ପରିଚିତି (୧୯୭୦)
Granthamala Parichiti (1970)
Open/Download
ଦ୍ୱାବିଂଶ ବାର୍ଷିକ ସ୍ମରଣିକା (୧୯୭୨)
Dwabinsa Barsika Smaranika (1972)
Open/Download
ବିଜ୍ଞାନ ପ୍ରଚାର ସଂସଦ, ସମ୍ବଲପୁର – Bigyan Prachar Sansad, Sambalpur
ବିଜ୍ଞାନ ସନ୍ଦର୍ଭ (୧୯୬୩)
Bigyana Sandarva (1963)
Open/Download
ବିଜ୍ଞାନ ବର୍ତ୍ତିକା (୧୯୬୪)
Bigyana Bartika (1964)
Open/Download
ଆମ ବାସସ୍ଥଳୀ ପୃଥିବୀ (୧୯୬୫)
Ama Basasthali Pruthibi (1965)
Open/Download
ବିଜ୍ଞାନ ପ୍ରଚାର ସମିତି, ବୁର୍ଲା: Bigyan Prachar Samiti, Burla
ଭୟାବହ କର୍କଟ ରୋଗ (୧୯୮୦)
Bhayabaha Karkata Roga (1980)
Open/Download
ଶକ୍ତି ସଂକଟ ସମାଧାନ (୧୯୮୩)
Sakti Sankata Samadhana (1983)
Open/Download
ଆବର୍ଜନାରୁ ସମ୍ପଦ (୧୯୮୭)
Abarjanaru Sampada (1987)
Open/Download
ପ୍ରଚଳିତ ପ୍ରଥାର ବୈଜ୍ଞାନିକ ସମୀକ୍ଷା (୧୯୯୧)
Prachalita Prathara Baigyanika Samikhya (1991)
Open/Download

ପତ୍ରିକା: ବିଜ୍ଞାନାଲୋକ Journal: Bigyanaloka
ଭାଗ ୦୧ (୧୯୭୭-୭୮)
Volume 01 (1977-78)
Open/Download
ଭାଗ ୦୨ (୧୯୭୮-୭୯)
Volume 02 (1978-79)
Open/Download
ଭାଗ ୦୩ (୧୯୮୦)
Volume 03 (1980)
Open/Download
ଭାଗ ୦୪ (୧୯୮୧)
Volume 04 (1981)
Open/Download
ଭାଗ ୦୫ (୧୯୮୨)
Volume 05 (1982)
Open/Download
ଭାଗ ୦୬ (୧୯୮୩)
Volume 06 (1983)
Open/Download
ଭାଗ ୦୭ (୧୯୮୪)
Volume 07 (1984)
Open/Download
ଭାଗ ୦୮ (୧୯୮୫)
Volume 08 (1985)
Open/Download
ଭାଗ ୦୯ (୧୯୮୬)
Volume 09 (1986)
Open/Download
ଭାଗ ୧୦ (୧୯୮୭)
Volume 10 (1987)
Open/Download
ଭାଗ ୧୧ (୧୯୮୮)
Volume 11 (1988)
Open/Download
ଭାଗ ୧୨ (୧୯୮୯)
Volume 12 (1989)
Open/Download
ଭାଗ ୧୩ (୧୯୯୦)
Volume 13 (1990)
Open/Download
ଭାଗ ୧୪ (୧୯୯୧)
Volume 14 (1991)
Open/Download
ଭାଗ ୧୫ (୧୯୯୨)
Volume 15 (1992)
Open/Download
ଭାଗ ୧୬ (୧୯୯୩)
Volume 16 (1993)
Open/Download
ଭାଗ ୧୭ (୧୯୯୪)
Volume 17 (1994)
Open/Download
ଭାଗ ୧୮ (୧୯୯୫)
Volume 18 (1995)
Open/Download
ଭାଗ ୧୯ (୧୯୯୬)
Volume 19 (1996)
Open/Download
ଭାଗ ୨୦ (୧୯୯୭)
Volume 20 (1997)
Open/Download
ଭାଗ ୨୧ (୧୯୯୮)
Volume 21 (1998)
Open/Download
ଭାଗ ୨୨ (୧୯୯୯)
Volume 22 (1999)
Open/Download
ଭାଗ ୨୩ (୨୦୦୦)
Volume 23 (2000)
Open/Download
ଭାଗ ୨୪ (୨୦୦୧)
Volume 24 (2001)
Open/Download
ଭାଗ ୨୫ (୨୦୦୨)
Volume 25 (2002)
Open/Download
ଭାଗ ୨୬ (୨୦୦୩)
Volume 26 (2003)
Open/Download
ଭାଗ ୨୭ (୨୦୦୪)
Volume 27 (2004)
Open/Download
ଭାଗ ୨୮ (୨୦୦୫)
Volume 28 (2005)
Open/Download
ଭାଗ ୨୯ (୨୦୦୬)
Volume 29 (2006)
Open/Download
ଭାଗ ୩୦ (୨୦୦୭)
Volume 30 (2007)
Open/Download
ବିଜ୍ଞାନାଲୋକ (୨୦୧୧-୨୦୧୫)
Bigyanaloka (2011-2015)
Open/Download
ବିଜ୍ଞାନାଲୋକ ସୂଚୀ – ସମୟ କ୍ରମ
Bigyanaloka Index – Chronological
ବିଜ୍ଞାନାଲୋକ ସୂଚୀ – ଲେଖକ କ୍ରମ
Bigyanaloka Index – Authorwise