କିଶୋରୀଚରଣ ଦାସ ସଂକଳନ

କିଶୋରୀଚରଣ ଦାସ (୧୯୨୪-୨୦୦୪) ଓଡ଼ିଆ ସାହିତ୍ୟର ଜଣେ ଜଣାଶୁଣା ନାଁ। ଦୀର୍ଘ ଛ ଦଶନ୍ଧି ଧରି ସେ ଲେଖୁଥିଲେ ଏବଂ ୨୧୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ଏଗୁଡ଼ିକ ୨୦ଟି ସଂକଳନରେ ପ୍ରକାଶ ପାଇଛି। ଏହାଛଡ଼ା ଉପନ୍ୟାସ, କବିତା, ପ୍ରବନ୍ଧ, ଆତ୍ମଚରିତ ମଧ୍ୟ ସେ ରଚନା କରିଥିଲେ। ତାଙ୍କର ଅନେକ ଗପ ଭାରତର ଅନ୍ୟ ଭାଷା ତଥା ବିଦେଶୀ ଭାଷାକୁ ଅନୁବାଦ କରାଯାଇଛି। ତାଙ୍କ ଚରିତ୍ରମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀୟ। ସରଳ ଭାଷା ଓ ଅନୁଭୂତିର ଗଭୀରତା, ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ ଲେଖାର ବିଶେଷତ୍ୱ। ତାଙ୍କର ମୋଟ ୧୯ଟି ଗଳ୍ପ, ୭ଟି ଉପନ୍ୟାସ, ୨ଟି କବିତା, ୬ଟି ଆଲୋଚନା ପ୍ରବନ୍ଧ, ୨ଟି ଅନୁବାଦ ଗ୍ରନ୍ଥ ପ୍ରକାଶିତ ହୋଇଛି। ତେବେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତିରିଶ ବର୍ଷର ଗଳ୍ପ ଓ ଆଳାପ। ଚାରିଖଣ୍ଡରେ ଏହା ପ୍ରକାଶିତ, ଶେଷଖଣ୍ଡଟି ଅପହୃତ ଓ ଅପ୍ରକାଶିତ।

କିଶୋରୀଚରଣଙ୍କ ଜନ୍ମ ୧୯୨୪ ମସିହା ମାର୍ଚ୍ଚ ମାସ ୧ ତାରିଖ ଦିନ। ବାପା ଥିଲେ ଆଇନଜ୍ଞ ବିପ୍ରଚରଣ ଦାସ ଏବଂ ମା’ ସୀତାମଣି ଦେବୀ। ଘରେ ବାଲ୍ୟଶିକ୍ଷାରୁ ଆରମ୍ଭ କରି ସେ ଭଦ୍ରକ ଓ କେନ୍ଦ୍ରାପଡ଼ା ସ୍କୁଲ, ରେଭେନ୍‌ସା କଲେଜ, ପାଟଣା ବିଶ୍ୱବିଦ୍ୟାଳୟ ଆଦି ଦେଇ ଶିକ୍ଷା ଶେଷ କରିଥିଲେ। ଆଇନ ପାଠ ପରେ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସରକାରୀ କାମରେ ସେ ଅନେକ ସମୟ ବିଦେଶରେ କଟାଇଥିଲେ। ଚାକିରିର ବ୍ୟସ୍ତତା ଭିତରେ ବି ତାଙ୍କର ଲେଖନୀ ଚାଲିଥିଲା।

କିଶୋରୀଚରଣ ଥିଲେ ପ୍ରେମମୟ, ସମ୍ବେଦନଶୀଳ ଓ ସୌନ୍ଦର୍ଯ୍ୟର ପୂଜାରୀ। ଭାରତୀୟ ସଂସ୍କୃତି, ପରମ୍ପରା ତଥା ଆଧୁନିକ ଭାବନାର ଗଭୀର ସମର୍ଥକ ଓ ବିଶ୍ୱାସୀ। ତାଙ୍କ ଆତ୍ମଜୀବନୀ ‘ସମୟ ନାହିଁ’ ଶେଷ କରି ସେ ମୁଦ୍ରଣ ପାଇଁ ଦେଇ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ। କିନ୍ତୁ ବହିଟିର ମୁଦ୍ରିତ ରୂପ ଦେଖିବା ପାଇଁ ସେ ଆଉ ରହିଲେ ନାହିଁ। ଶେଷରେ ସେ ୨୦୦୪ ମସିହା ଅଗଷ୍ଟ ୧୭ ତାରିଖ ଦିନ ତାଙ୍କର ଦେହାନ୍ତ ଘଟିଲା।

ତଳ ସୂଚୀ ସାହାଯ୍ୟରେ କିଶୋରୀଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।

କିଶୋରୀଚରଣ ସର୍ଜନା ସୂଚୀ
ଗଳ୍ପ Short Stories
ଭଙ୍ଗା ଖେଳନା (୧୯୬୧)
Bhanga Khelana (1961)
Preview   Download
ଲକ୍ଷ ବିହଙ୍ଗ (୧୯୬୮)
Lakhya Bihanga (1968)
(ବହି ମିଳିନାହିଁ)
ଘର ବାହୁଡ଼ା (୧୯୬୮)
Ghara Bahuda (1968)
Preview   Download
ଠାକୁର ଘର (୧୯୭୫)
Thakura Ghara (1975)
Preview   Download
ନାଲି ଗୁଲୁଗୁଲୁ ସାଧବବୋହୁ (୧୯୭୮) Nali Gulugulu Sadhaba Bohu (1978)
Preview   Download
ଗମନ (୧୯୮୦)
Gamana (1980)
Preview   Download
ଖେଳର ନାମ ରଙ୍ଗ (୧୯୮୨)
Khelara Nama Ranga (1982)
Preview   Download
ଭିନ୍ନ ପାଉଁଶ (୧୯୮୪)
Bhinna Paunsa (1984)
Preview   Download
ଡେଥ୍ ଅଫ୍ ଆନ୍ ଇଣ୍ଡିଆନ୍ (୧୯୮୪) Death of An Indian (1984)
Preview   Download
 ୱାଇଲ୍‌ଡ୍ ପିକକ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍ (୧୯୮୫)
Wild Peacock And Other Stories (1985)
Preview   Download
ଶୀତ ଲହରୀ (୧୯୮୬)
Sita Lahari (1986)
Preview   Download
ତ୍ରୟୋବିଂଶ ମୃତ୍ୟୁ (୧୯୮୭) Trayobinsa Mrutyu (1987)
Preview   Download
ଲେଉଟାଣି (୧୯୮୯)
Leutani (1989)
Preview   Download
ନିଜସଞ୍ଜ (୧୯୯୨)
Nijasanja (1992)
Preview   Download
ପ୍ରେୟାର୍ ରୁମ୍ ଆଣ୍ଡ୍ ଅଦର୍ ଷ୍ଟୋରିଜ୍ (୧୯୯୩)
Prayer Room And Other Stories (1993)
Preview   Download
ମିଡ୍‌ନାଇଟ୍ ମୁନ୍ ଆଣ୍ଡ ଅଦର୍ ଷ୍ଟୋରିଜ୍ (୧୯୯୩)
Midnight Moon And Other Stories (1993)
Preview   Download
ଧବଳ ଆକାଶ (୧୯୯୪)
Dhabala Akasa (1994)
Preview   Download
ଥରୁଟିଏ (୧୯୯୭)
Tharutie (1997)
Preview   Download
ତରଙ୍ଗ (୧୯୯୭)
Taranga (1997)
Preview   Download
ଶେଷ ଗଳ୍ପ (୨୦୦୦)
Sesa Galpa (2000)
Preview   Download
ଦି ଜର୍ଣ୍ଣି (୨୦୦୦)
The Journey (2000)
Preview    Download
ପରଦା ତଳେ ଏବଂ ଅନ୍ୟାନ୍ୟ ଗଳ୍ପ (୨୦୦୨)
Parada Tale and Other Stories (2002)
Preview   Download
ଶାନ୍ତ ଅପରାହ୍ନ (୨୦୦୩)
Santa Aparahna (2003)
Preview   Download
ନିଆଁ (୨୦୦୪)
Nian (2004)
Preview   Download
ଇନର୍ ଭଏସ୍ ଏବଂ ଅନ୍ୟାନ୍ୟ ଗଳ୍ପ (୨୦୦୦)
Inner Voice and Other Stories (2000)
Preview   Download
ଉପନ୍ୟାସ Novels
ସାତୋଟି ଦିନର ସତୀ (୧୯୯୩)
Satoti Dinara Sati (1993)
Preview   Download
ସକଳ ସନ୍ତାନ (୧୯୯୫)
Sakala Santana (1995)
Preview   Download
ନେତା ଓ ନେତ୍ରମଣି (୧୯୯୬)
Neta O Netramani (1996)
Preview   Download
ସ୍ୱର୍ଗସୀମା (୧୯୯୭)
Swargasima (1997)
Preview   Download
ବିଦେଶିନୀ (୨୦୦୦)
Bidesini (2000)
Preview   Download
ତୁମ ଆମ ଶତାବ୍ଦୀ (୨୦୦୦)
Tuma Ama Satabdi (2000)
Preview    Download
ଶେଷ ଅଙ୍କ ପ୍ରଥମ ଦୃଶ୍ୟ (୨୦୦୩)
Sesa Anka Prathama Drusya (2003)
Preview   Download
କବିତା Poetry
ଫେସେସ୍ ଇନ୍ ଦି ଡାର୍କ (୧୯୭୯)
Faces In The Dark (1979)
Open
ମିନି କାମନା (୧୯୮୨)
Mini Kamana ((1982)
Open
ସଞ୍ଜବତୀ ଓ ଅନ୍ୟାନ୍ୟ କବିତା (୨୦୦୧)
Sanjabati O Anyanya Kabita (2001)
Open
ଇଭିନିଙ୍ଗ୍ ଦ୍ୟାଟ୍ ନେଭର୍ ୱାଜ୍ ଆଣ୍ଡ୍ ଅଦର ପୋଏମ୍‌ସ୍
Evening That Never Was And Other Poems
Open
ପ୍ରବନ୍ଧ Essays
ଲେଖକର ସଂସାର (୧୯୮୫)
Lekhakara Sansara (1985)
Preview   Download
କଥା ସାହିତ୍ୟର କଳା ଓ କାରିଗରୀ (୧୯୯୦)
Katha Sahityara Kala O Karigari (1990)
Preview   Download
ଲେଖକର ଦୁଃଖ (୧୯୯୫)
Lekhakara Dukha (1995)
Preview    Download
ଚେନାଏ ପୃଥିବୀ ଚିରୁଡ଼ାଏ ଘର (୧୯୯୫)
Chenae Pruthibi Chirudae Ghara (1995)
Preview     Download
ମୋର ତୁମେ (୧୯୯୭)
Mora Tume (1997)
Preview   Download
ମାଇ ରାଇଟିଙ୍ଗ୍‌ସ୍ ମାଇ ଟାଇମ୍‌ସ୍ (୧୯୯୭)
My Writings My Times (1997)
Open
ଲର୍ଣ ଟୁ ରାଇଟ୍ ସର୍ଟ ଷ୍ଟୋରି (୨୦୦୦)
Learn to Write Short Story (2000)
Open
ମୋ ସମୟ ମୋ ସାହିତ୍ୟ (୨୦୦୦)
Mo Samaya Mo Sahitya (2000)
Preview   Download
ସାହିତ୍ୟ ପ୍ରେମର ଶେଷ କଥା (୨୦୦୪)
Sahitya Premara Sesa Katha (2004)
Preview    Download
ଅନୁବାଦ Translations
ଶେଷ ଗୋଲକଧନ୍ଦା (୧୯୯୬)
Sesa Golakadhanda (1996)
Preview   Download
ପ୍ରତିଭା (୧୯୯୭)
Pratibha (1997)
Preview   Download
ଆମରି ପରି ବଡ଼ଲୋକ (୨୦୦୧)
Amari Pari Badaloka (2001)
Preview    Download
ମେଜିକ୍ ଶିଡ଼ି (୨୦୦୫)
Magic Sidi (2005)
Preview   Download
ବିଶେଷ Special
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୧ (୧୯୮୮)
Tiris Barsara Galpa O Alapa v.01 (1988)
Preview   Download
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୨ (୧୯୯୧)
Tiris Barsara Galpa O Alapa v.02 (1991)
Preview   Download
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୩ (୧୯୯୨)
Tiris Barsara Galpa O Alapa v.03 (1992)
Preview   Download
ତିରିଶ ବର୍ଷର ଗଳ୍ପ ଓ ଆଳାପ ଭାଗ ୪ (୨୦୦୦)
Tiris Barsara Galpa O Alapa v.04 (2000)
Preview    Download
ସମୟ ନାହିଁ (୨୦୦୪)
Samaya Nahi (2004)
Preview   Download
କିଶୋରୀଚରଣ ଷ୍ଟୋରିଜ୍ (୨୦୦୪) Kishoricharan Stories (2004)
Open
କିଶୋରୀଚରଣ (ଜୀବନୀ, ୨୦୧୦) Kishoricharan
(Biography, 2010)
Preview   Download
Essays, Talks etc.
Preview   Download
Interviews, Reviews
Preview    Download
Abhinandan Grantha (1999)
Preview   Download