ଶ୍ରୀଧର ଦାସ ସଂକଳନ

ଅଧ୍ୟାପକ ଶ୍ରୀଧର ଦାସ ଏକାଧାରରେ ଥିଲେ ଜଣେ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିତ, କବି, ନାଟ୍ୟକାର, ଅନୁବାଦକ, ବୈୟାକରଣ ଆଦି। କିନ୍ତୁ ସର୍ବୋପରି ସେ ଜଣେ ଶିକ୍ଷକ ହିଁ ଥିଲେ। ତାଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। କିନ୍ତୁ ସେ କେବେ ହାରିଯାଇ ନ ଥିଲେ।

ଶ୍ରୀଧର ଦାସ ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳର ନାଉସିରା ଗାଁରେ ୧୯୦୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ଥିଲେ ଶ୍ୟାମାଚରଣ ଦାସ ଏବଂ ମା ଶ୍ରଦ୍ଧାମଣି ଦେବୀ। ଶ୍ୟାମାଚରଣ ଜଣେ ନିମ୍ନ ପ୍ରାଥମିକ ଶିକ୍ଷକ ଥିଲେ। ଶ୍ରୀଧର ପାଞ୍ଚ ବର୍ଷ ବେଳୁ ପିତାଙ୍କ ବିଦ୍ୟାଳୟରେ ପାଠ ଆରମ୍ଭ କରିଥିଲେ। ଏହାପରେ ୧୯୧୬ ମସିହାରୁ ୧୯୨୨ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ। ୧୯୨୨ ମସିହାରେ ସେ ମାଟ୍ରିକ୍ୟୁଲେସନ୍ ଶେଷ କରି ପାଟନାସ୍ଥିତ ଇଞ୍ଜିନିୟରିଂ ସ୍କୁଲରେ ନାଁ ଲେଖାଇଥିଲେ। ସେଠାରେ ସେ ମାସକୁ ୨୦ ଟଙ୍କା ବୃତ୍ତି ପାଉଥିଲେ। କିନ୍ତୁ ଗୋଟିଏ ଘଟଣା ଯୋଗୁ ତାଙ୍କୁ ଦଶଟଙ୍କା ଜୋରିମାନା ହୋଇଥିଲା। ଯାହା ଫଳରେ ଶ୍ରୀଧର ବାଧ୍ୟ ହୋଇ ଇଞ୍ଜିନିୟରିଂ ଛାଡ଼ି ଆଇ.ଏ. ପଢ଼ିଲେ। ୧୯୨୪ ମସିହାରେ ସେ ଆଇ.ଏ ପାଶ୍ କଲେ।

ଏହାପରେ ଅନେକ ଘାତ ପ୍ରତିଘାତ ପରେ ସେ ବି.ଏ. ପାଶ୍ କଲେ ଏବଂ ଶିକ୍ଷକ ତାଲିମ ନେଲେ। ପ୍ରଥମେ ସେ ବୌଦରେ ଶିକ୍ଷକତା କଲେ, ତାପରେ ଆସି ଓଳସିଂହ ହାଇସ୍କୁଲରେ ଯୋଗ ଦେଲେ। ୧୯୪୮ ମସିହାରେ ସେ ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ। କିନ୍ତୁ ପରେ ସେ ସରକାରୀ ଚାକିରି ଛାଡ଼ି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ। ୪୪ ବର୍ଷ ଅଧ୍ୟାପନା କରିବା ପରେ ୧୯୬୮ ମସିହାରେ ସେ ଅବସର ନେଇଥିଲେ। ଚାକିରିରୁ ସିନା ସେ ଅବସର ନେଇଥିଲେ, କିନ୍ତୁ ଶିକ୍ଷକତା ତାଙ୍କର ମରିବା ଯାଏଁ ଚାଲିଥିଲା।

ଶ୍ରୀଧର ଦାସ ବ୍ୟାକରଣଠାରୁ ଆରମ୍ଭ କରି ଅଭିଧାନ, ପାଠ୍ୟପୁସ୍ତକ, ବିଭିନ୍ନ ସାହିତ୍ୟିକ କୃତିର ସମ୍ପାଦନା, ଅନୁବାଦ କରିଛନ୍ତି। ତାଙ୍କର ସବୁଠାରୁ ବଡ଼ କୃତି ହେଉଛି କିଶୋରମାନଙ୍କ ପାଇଁ ବିଶ୍ୱ ସାହିତ୍ୟର ବିଭିନ୍ନ କ୍ଲାସିକ୍ ଗ୍ରନ୍ଥମାନଙ୍କର ଅନୁବାଦ। ସେ ମୋଟ ୧୧ଖଣ୍ଡ ବ୍ୟାକରଣ ବହି, ତିନିଖଣ୍ଡ ଅଭିଧାନ ଲେଖିଛନ୍ତି। ସେହିପରି ୨୪ ଖଣ୍ଡ ପାଠ୍ୟପୁସ୍ତକ ଲେଖିଛନ୍ତି। ଅନୁବାଦ କ୍ଷେତ୍ରରେ ତାଙ୍କର ସୃଷ୍ଟି ସଂଖ୍ୟା ବହୁତ ଅଧିକ। ସେ ମୋଟ ୭୬ ଖଣ୍ଡ ପୁସ୍ତକ ଅନୁବାଦ କରିଛନ୍ତି। ସେ ଭିତରୁ ୨୨ଟି ସଂସ୍କୃତରୁ ଏବଂ ୫୪ଟି ଇଂରାଜୀ ଭାଷାରୁ। ସେ ଚିଲିକା, ଦରବାର, ଚନ୍ଦ୍ରଭାଗା, ଉଷାଭିଳାଷ, ରସକଲ୍ଲୋଳ ଆଦି ପ୍ରାଚୀନ ଗ୍ରନ୍ଥର ସମ୍ପାଦନା ମଧ୍ୟ କରିଥିଲେ।

ତାଙ୍କର ଆତ୍ମଜୀବନୀ ବହି ହେଉଛି ‘ସୁଅ ମୁହଁର ପତର’। ଏହାର ରଚନା ସମୟରେ ସେ ବୁଢ଼ା ହୋଇଗଲେଣି। କିନ୍ତୁ ଅନେକ ଘଟଣା ସେ ବହୁତ ସୁନ୍ଦର ସାବଲୀଳ ଭାଷାରେ ବର୍ଣ୍ଣନା କରିଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ଶ୍ରୀଧର ଦାସଙ୍କ ଆତ୍ମଜୀବନୀ ସୁଅ ମୁହଁର ପତର ହେଉ କି ତାଙ୍କର ଅନୁବାଦ ପୁସ୍ତକ ହେଉ, ସମ୍ପାଦିତ ଗ୍ରନ୍ଥ ହେଉ କିମ୍ବା ପ୍ରବନ୍ଧ ରଚନା ହେଉ ଏସବୁ ଅତ୍ୟନ୍ତ ସୁଖପାଠ୍ୟ। ୧୯୮୮ ମସିହା ଏପ୍ରିଲ ୨୪ ତାରିଖ ଦିନ ଏହି କର୍ମଯୋଗୀଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସବୁଦିନ ପାଇଁ ତାଙ୍କ ସୃଷ୍ଟି ମାଧ୍ୟମରେ ଆମ ଭିତରେ ବଞ୍ଚି ରହିବେ।

ଦୁର୍ଭାଗ୍ୟର କଥା ଯେ ଶ୍ରୀଧର ବାବୁ ଲେଖିଥିବା ୧୬୦ରୁ ଅଧିକ ବହିରୁ ପ୍ରାୟ ୭୦ ଖଣ୍ଡ ମିଳିପାରିନାହିଁ। କେହି ଏଗୁଡ଼ିକ ଯୋଗାଇପାରିଲେ ତାହା ଏଠାରେ ଯୋଡ଼ିଦେଇ ହେବ।

ତଳ ସୂଚୀ ସାହାଯ୍ୟରେ ଶ୍ରୀଧର ଦାସଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

ଶ୍ରୀଧର ଦାସ ସର୍ଜନା ସୂଚୀ
ଅନୁବାଦ – Translation
ଅହମିକା ଓ ଭ୍ରାନ୍ତି (୧୯୭୩)
Ahamika O Bhranti (1973)
Download
ଆଲିବାବା
(୧୯୭୪)
Alibaba (1974)
Download
ଅଲିଭର ଟୁଇଷ୍ଟ
(୧୯୭୨)
Aliver Tuist
(1972)
Download
ଆମ ଓଡ଼ିଶାର କଥା (ନୂ. ୧୯୭୮)
Ama Odishara Katha (n. 1978)
Download
ଅଶୀ ଦିନରେ ପୃଥିବୀ ପରିକ୍ରମଣ (୧୯୭୦, ୨ୟ. ୧୯୭୨)
Asi Dinare Pruthibi Parikramana (1970, 2p. 1972)
Download
ବାଉଣ୍ଟି ଜାହାଜରେ ବିଦ୍ରୋହ (୧୯୭୭)
Baunti Jhajare Bidroha (1977)
Download
ବେତାଳ ପଞ୍ଚବିଂ‌ଶତି (୧୯୭୫)
Betala Panchabinsati (1975)
Download
ବିଚିତ୍ର ତାବିଜ (୧୯୭୦)
Bichitra Tabija (1970)
Download
ବିଶ୍ୱ ସାହିତ୍ୟ, ଭାଗ ୧ (୧୯୫୭)
Biswa Sahitya, v.01 (1957)
Download
ବିଶ୍ୱ ସାହିତ୍ୟ, ଭାଗ ୨ (୧୯୫୭)
Biswa Sahitya, v.02 (1957)
Download
ଚନ୍ଦ୍ରକାନ୍ତ ମଣି (୧୯୭୨, ନୂ. ୨୦୦୮)
Chandrakanta Mani (1972, n. 2008)
Download
ଚେକଭ କାହାଣୀ (୧୯୭୧)
Chekov Kahani (1971)
Download
ଡେଭିଡ କପରଫିଲ୍‌ଡ (୧୯୭୨)
Devid Coperfild (1972)
Download
ଗଲିଭରର ଭ୍ରମଣ କାହାଣୀ (୧୯୭୦, ୨ୟ ୧୯୭୨)
Galivar’ra Bhramanakahani (1970, 2e. 1972)
Download
ଗର୍କି କାହାଣୀ (୧୯୭୨)
Garki Kahani (1972)
Download
ଗ୍ରୀସ ଦେଶର ପୁରାଣ କାହାଣୀ (୧୯୭୫, ନୂ. ୨୦୧୨)
Gris Desara Purana Kahani (1975, rp. 2012)
Download
ଗ୍ରୀସ ଦେଶର ଉପକଥା (୨ୟ. ୧୯୭୨)
Gris Desara Upakatha (2p. 1972)
Download
ଗୃହୀ ଓ ସନ୍ନ୍ୟାସୀ (୧୯୭୫)
Gruhi o Sanyasi (1975)
Download
ହିତୋପଦେଶ, ଭାଗ ୧ ମିତ୍ରଲାଭ (୧୯୭୧)
Hitopadesa, v.01 – Mitralabha (1971)
Download
ହିତୋପଦେଶ, ଭାଗ ୨ ସୁହୃଦଭେଦ (୧୯୭୧)
Hitopadesa, v.02 – Suhrudabheda (1971)
Download
ହିତୋପଦେଶ, ଭାଗ ୩ ବିଗ୍ରହ ଓ ସନ୍ଧି (୧୯୭୨)
Hitopadesa, v.03 – Bigraha o Sandhi (1972)
Download
ହୋମର କାହାଣୀ (୧୯୭୨)
Homar Kahani (1972)
Download
ଇଶପ କାହାଣୀ (୧୯୭୩)
Isap Kahani (1973)
Download
ଆଇଭାନ ହୋ (୧୯୭୧)
Ivan Ho (1971)
Download
ଜର୍ଜ ୱେଷ୍ଟିଂହସ୍ (୧୯୬୮)
Jarj Westinghaus (1968)
Download
ଜାତକ କାହାଣୀ, ଭାଗ ୧ (୧୯୭୨, ନୂ.୧୯୭୪)
Jataka Kahani, v.01 (1972, n. 1974)
Download
ଜାତକ କାହାଣୀ, ଭାଗ୨ (୧୯୭୫)
Jataka Kahani, v.02 (1975)
Download
ଜାତକ କାହାଣୀ, ଭାଗ ୩ (୧୯୭୫)
Jataka Kahani, v.03 (n. 1975)
Download
ଜାତକ କାହାଣୀ, ଭାଗ ୪ (୧୯୭୨, ନୂ ୧୯୭୬)
Jataka Kahani, v.04 (1972, n. 1976)
Download
କଳାଶର (୧୯୭୩, ନୂ. ୨୦୧୨)
Kalasara (1973, n. 2012)
Download
ଲିଓ ଟଲଷ୍ଟୟଙ୍କ ଗଳ୍ପମାଳା (୧୯୫୮)
Lio Talstoynka Galpamala (1958)
Download
ମାଳବିକା-ଅଗ୍ନିମିତ୍ର (୧୯୮୨. ନୂ. ୨୦୧୨)
Malabika-Agnimitra (1982, 2p. 2012)
Download
ମୋପାସାଁ କାହାଣୀ (୧୯୭୭)
Mopasan Kahani (1977)
Download
ମୋପାସାଁ କାହାଣୀ, ଭାଗ ୧ (୧୯୭୨)
Mopasan Kahani, v.01 (1972)
Download
ମୋପାସାଁ କାହାଣୀ, ଭାଗ ୨ (୧୯୭୩)
Mopasan Kahani, v.02 (1973)
Download
ମୋପାସାଁ କାହାଣୀ, ଭାଗ ୪ (୧୯୭୮)
Mopasan Kahani, v.04 (1978)
Download
ମୃଚ୍ଛକଟିକ ଓ ମୁଦ୍ରାରାକ୍ଷାସ (୧୯୭୬)
Mruchhakatika o Mudrarakshasa (1976)
Download
ଓଏକଫିଲ୍‌ଡ୍‌ର ଭାଇକାର (୧୯୭୬)
Oekphild’ra Bhaikar (1976)
Download
ପଞ୍ଚତନ୍ତ୍ର, ଭାଗ ୧ ଖଣ୍ଡ ୧ (୨ୟ. ୧୯୭୪)
Panchatantra, v.01, pt.01 (2p. 1974)
Download
ପଞ୍ଚତନ୍ତ୍ର, ଭାଗ ୧ ଖଣ୍ଡ ୨ (୨ୟ ୧୯୭୩)
Panchatantra, v.01, pt.02 (2p. 1973)
Download
ପଞ୍ଚତନ୍ତ୍ର ଭାଗ ୨ (୨ୟ ୧୦୭୪)
Panchatantra, v.02 (2p. 1974)
Download
ପଞ୍ଚତନ୍ତ୍ର ଭାଗ ୩ (୨ୟ ୧୯୭୪)
Panchatantra, v.03 (2p. 1974)
Download
ପଞ୍ଚତନ୍ତ୍ର ଭାଗ ୪ (୨ୟ ୧୯୭୪)
Panchatantra, v.04 (2p. 1974)
Download
ପଞ୍ଚତନ୍ତ୍ର ଭାଗ ୫ (୧୯୭୨, ୨ୟ ୧୯୭୭)
Panchatantra, v.05 (1972, 2p. 1977)
Download
ରବିନ ହୁଡ (୧୯୬୭)
Rabinhud (1967)
Download
ରାମାୟଣ କାହାଣୀ (୧୦୦୧, ୩ୟ ୨୦୧୨)
Ramayana Kahani (2001, 3e. 2012)
Download
ରତ୍ନଦ୍ୱୀପ (୧୯୭୧, ନୂ ୨୦୦୯)
Ratnadipa (1971, rp. 2009)
Download
ରିପ ଭାନ ୱିଙ୍କଲ୍ (୧୯୭୮)
Rip Bhan Winkle (1978)
Download
ସେକସପିଅର ଗଳ୍ପ (୧୯୫୭)
Sakespiar Galpa (1957)
Download
ସେକସପିଅର କାହାଣୀ, ଭାଗ ୧ (୧୯୭୦, ୨ୟ ୧୯୭୬)
Sakespiar Kahani v.01 (1970, 2p.1976)
Download
ସେକସପିଅର କାହାଣୀ, ଭାଗ ୨ (୧୯୭୦, ୨ୟ ୧୯୭୬)
Sakespiar Kahani v.02 (1970, 2p.1976)
Download
ସେକସପିଅର କାହାଣୀ, ଭାଗ ୩ (୧୯୭୦, ୨ୟ ୧୯୭୨)
Sakespiar Kahani v.03 (1970, 2p.1972)
Download
ସମୁଦ୍ର ଗର୍ଭରେ କୋଡ଼ିଏ ହଜାର ଲିଗ୍ ଭ୍ରମଣ (୧୯୭୧, ୨ୟ ୧୯୭୩)
Samudra Garbhare Kodie Hajar Lig Bhramana (1971, 2p. 1973)
Download
ସୋରାବ ଓ ରୁସ୍ତମ (୨ୟ ୧୯୪୯)
Sorab o Rustam (2p. 1949)
Download
ଶ୍ରୀ (୧୯୭୩)
Sri (1973)
Download
ଟାଇମ ମେସିନ (୧୯୭୨)
Time Machine (1972)
Download
ଟଲଷ୍ଟୟ କାହାଣୀ, ଭାଗ ୧ (୧୯୭୧)
Tolstoy Kahani, v.01 (1971)
Download
ଟଲଷ୍ଟୟ କାହାଣୀ, ଭାଗ ୨ (୧୯୭୧)
Tolstoy Kahani, v.02 (1971)
Download
ଟଲଷ୍ଟୟ କାହାଣୀ, ଭାଗ ୩ (୧୯୭୬)
Tolstoy Kahani, v.03 (1976)
Download
ଟମ ସଏର (୧୯୭୧, ନୂ. ୧୯୭୩)
Tom Sayar (1971, rp. 1973)
Download
ଟମକକାଙ୍କ କେବିନ (ନୂ. ୧୯୯୨)
Tomkakanka Kebin (np. 1992)
Download
ମାର୍କିନ ସମାଜର ଗୋଟିଏ ସଂଖ୍ୟାଲଘୁ ସମ୍ପ୍ରଦାୟ (୧୯୬୫)
Markin Samajara Gotie Sankhyalaghu Sampradaya (1965)
Download
ପୃଥିବୀ ପାଇଁ ଜଳ
Pruthibi Pain Jala
Download
ଭିଏତ କଙ୍ଗ୍ (୧୯୬୬)
Viet Cong (1966)
Download
ଭିଏତମାନ ଯୁଦ୍ଧ କାହିଁକି (୧୯୬୬)
Vietnam Judhha Kahinki (1966)
Download
ବ୍ୟାକରଣ ଓ ଅଭିଧାନ – Grammar and Dictionary
ଅଳଙ୍କାର ମଞ୍ଜରୀ (ନୂ. ୧୯୬୫)
Alankara Manjari (n. 1965)
Download
ଅଳଙ୍କାର ପ୍ରବେଶ (୧୯୫୧)
Alankara Prabesa (1951)
Download
ଇଂଲିଶ-ଓଡ଼ିଆ ଡିକ୍‌ସିନାରୀ (୧୯୬୬)
English-Oriya Dictionary (1966)
Download
ସଂସ୍କୃତ ବ୍ୟାକରଣ ପ୍ରବେଶ (୨ୟ ୧୯୫୩)
Samskruta Byakarana Prabesa (2e. 1953)
Download
ସର୍ବସାର ବ୍ୟାକରଣ (୭ମ. ୧୯୫୨)
Download
Sarbasara Byakarana (7e, 1952)
Download
ପାଠ୍ୟପୁସ୍ତକ – Textbooks
କବିତା ପ୍ରବେଶ ସହଚର ୧୯୫୨-୫୩ (୧୯୫୪)
Kabita Prabesa Sahachara, 1952-53 (1950)
Download
କବିତା ପ୍ରବେଶ ସହଚର ୧୯୫୩-୫୪
Kabita Prabesa Sahachara, 1953-55
Download
କଥା ସୁମନ (ନୂ. ୧୯୫୯)
Katha Sumana (n. 1959)
Download
କୀଚକ ବଧ ସମୀକ୍ଷା (୧୯୬୬)
Kichaka Badha Samikshya (1966)
Download
ମଞ୍ଜୁଷା (ନୂ. ୧୯୬୭)
Manjusa (n. 1967)
Download
ନବସାହିତ୍ୟ ସହଚର, ଭାଗ ୧ (୧୯୬୨)
Nabasahitya Sahachara, v.01 (1962)
Download
ନବସାହିତ୍ୟ ସହଚର, ଭାଗ ୨ (୧୯୬୨)
Nabasahitya Sahachara, v.02 (1962)
Download
ନୂତନ ସାହିତ୍ୟ ସଂଗ୍ରହ (ନୂ. ୧୯୫୪)
Nutana Sahitya Sangraha (n. 1954)
Download
ପାଠ କଳିକା (ନୂ. ୧୯୬୩)
Patha Kalika (np. 1963)
Download
ପାଠ ପ୍ରଦୀପ, ଭାଗ ୪ (ନୂ. ୧୯୬୩)
Patha Pradipa, v.04 (n. 1963)
Download
ଆତ୍ମଜୀବନୀ ଓ ଜୀବନୀ – Autobiography and Biography
ସୁଅ ମୁହଁରେ ପତର (୧୯୮୨, ୪ର୍ଥ ୨୦୧୪)
Sua Munhara Patara (1982, 4p. 2014)
Download
ଏ ଲିଫ୍ ଇନ୍ ଦି ଷ୍ଟ୍ରିମ୍ (୨୦୦୬)
A Leaf in the Stream (2006)
Download
ଅମର ଚରିତ – ନନ୍ଦ କିଶୋର ବଳ (୧୯୫୫)
Amar Charita – Nanda Kishor Bal (1955)
Download
ଅମର ଚରିତ – ଗଙ୍ଗାଧର ମେହେର (୨ୟ ୧୯୫୪)
Amara Charita – Gangadhar Meher (2e. 1954)
Download
ଅମର ଚରିତ – ସାଧୁ ସୁନ୍ଦର ଦାସ (୨ୟ ୧୯୫୫)
Amara Charita – Sadhu Sundar Das (2e. 1955)
Download
ଜୀବନୀ ବର୍ତ୍ତିକା (୧୯୬୧)
Jibani Bartika (1961)
Download
କବିସୂର୍ଯ୍ୟ (୨ୟ ୧୯୫୪)
Kabisurya (2e. 1954)
Download
ପଞ୍ଚ ପ୍ରଦୀପ (ନୂ. ୧୯୬୩)
Pancha Pradipa (n. 1963)
Download
ଅନ୍ୟାନ୍ୟ – Miscellaneous
ଆଦର୍ଶ ମଣିଷ ଶ୍ରୀଧର ଦାସ (୧୯୭୩)
Adarsa Manisa Sridhara Das (1973)
Download
ଅଧ୍ୟାପକ ଶ୍ରୀଧର ଦାସ
(୨୦୦୮)
Adhyapaka Sridhar Das (2008)
Download
ମନୀଷୀ ଶ୍ରୀଧର (୨୦୧୮)
Manisi Sridhara (2018)
Download
ଶ୍ରୀଧର ସ୍ମରଣିକା
Sridhar Smaranika
Download
ଶ୍ରୀଧର ସ୍ମରଣେ (୧୯୯୭)
Sridhara Smarane (1997)
Download
ସ୍ତବକ (୨୯୫୧)
Stabaka (1951)
Download
ମଥୁରାମଙ୍ଗଳ (୧୯୬୬)
Mathuramangala (1775; 1966)
Download
ଉଷାଭିଳାଷ (୧୯୭୧)
Usabhilasa (S1971)
Download
ରସକଲ୍ଲୋଳ (୧୯୬୭)
Raskallola (1967)
Download