ଯତୀନ୍ଦ୍ର ମୋହନ ମହାନ୍ତି ସଂକଳନ

ଯତୀନ୍ଦ୍ର ମୋହନ ମହାନ୍ତି (୧୯୩୦-୨୦୧୨)ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ୟାମସୁନ୍ଦରପୁର ଗ୍ରାମରେ ଡିସେମ୍ବର ୨୧, ୧୯୩୦ ମସିହାରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ଜଗମୋହନ ମହାନ୍ତି ଓ ମା’ଙ୍କ ନାଁ ଶ୍ରଦ୍ଧା ମହାନ୍ତି। କଟକର ପ୍ୟାରୀମୋହନ ଏକାଡେମିରୁ ମାଟ୍ରିକ ପାସ୍‌ କରିବା ପରେ ରେଭେନ୍‌ସା ମହାବିଦ୍ୟାଳୟରୁ ସ୍ନାତକ ଓ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ପରବର୍ତୀ ସମୟରେ ଯତୀନ୍ଦ୍ର ମୋହନ ହାଇଦ୍ରାବାଦସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଲିଶ୍‌ ଏବଂ ୟୁକେର ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଥିଲେ।

ପାଠପଢ଼ା ଶେଷ କରି ଚାକିରି କାଳ ସମୟରେ ସେ ପ୍ରଥମେ ରେଭେନ୍‌ସା ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଭୁବନେଶ୍ୱରର ବିଜେବି କଲେଜ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ମହୀଶୂରସ୍ଥିତ ଭାରତୀୟ ଭାଷା ସଂସ୍ଥାନର ଶାଖା ତଥା ଭୁବନେଶ୍ୱରର ପୂର୍ବାଞ୍ଚଳ ଭାଷାକେନ୍ଦ୍ରର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ। ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗର ପ୍ରଫେସର ଭାବରେ ଦାୟିତ୍ୱ ତୁଲାଇ ୧୯୯୨ ମସିହାରେ ଅଧ୍ୟାପନା କାର୍ଯ୍ୟରୁ ଅବସର ନେଇଥିଲେ।

ଅଧ୍ୟାପନା କାର୍ଯ୍ୟରୁ ଅବସର ନେବା ପରେ ସେ ସାହିତ୍ୟ ସାଧନା କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଭାବରେ ନିଜକୁ ନିୟୋଜିତ କରି ରଖିଥିଲେ। ଅବସର ନେବା ସମୟରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଓଡ଼ିଆ ସାହିତ୍ୟର ଉନ୍ନତି ଓ ବିକାଶ ପାଇଁ ଚିନ୍ତା କରୁଥିଲେ ଏବଂ ନିଷ୍ଠାର ସହ କାର୍ଯ୍ୟରେ ଲାଗି ରହିଥିଲେ। ୨୦୦୩ ମସିହାରେ ତାଙ୍କର ସମାଲେଚନା ପୁସ୍ତକ ସୂର୍ଯ୍ୟସ୍ନାତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ବିଭିନ୍ନ ସମୟରେ ଓଡ଼ିଶାର କେତେକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ସେ ଥିଲେ ଅତ୍ୟନ୍ତ ସ୍ୱାଭିମାନୀ ଓ ଆତ୍ମମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତି ।

ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଜ୍ଞାନ ଓ ଦକ୍ଷତା ଥିଲା। ଇଂରାଜୀରେ ତାଙ୍କର ୧୨ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। କିନ୍ତୁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଛଅଶହ ବର୍ଷର ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ସମ୍ପୂର୍ଣ୍ଣ ସଂକଳନଗୁଡ଼ିକ ତାଙ୍କର ଅଦ୍ୱିତୀୟ କୃତି। କାବ୍ୟ, କବିତା, ଉପନ୍ୟାସ, ଗଳ୍ପ, ନାଟକ ଓ ତତ୍ତ୍ୱ ସାହିତ୍ୟ ଆଦି ବିଭିନ୍ନ ବିଭାଗର ଅପୂର୍ବ ସଂକଳନ ସେ ପ୍ରକାଶ କରିଛନ୍ତି ନିଜର ପ୍ରକାଶନ ସଂସ୍ଥା ବିଦ୍ୟା ମାଧ୍ୟମରେ। ଓଡ଼ିଆ ଭାଷାରେ ପ୍ରାୟ ୨୦ ଖଣ୍ଡ ବିଶାଳ ଆକାରର ଗ୍ରନ୍ଥ ସାହିତ୍ୟ, ୨୦୦ରୁ ଅଧିକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ପ୍ରକାଶ ପାଇଛି। ସାହିତ୍ୟର ଭାବଗତ ଓ ଭାଷାଗତ ବୈଚିତ୍ର୍ୟ ସମ୍ପର୍କରେ ଆଗ୍ରହୀ ପାଠକପାଠିକାମାନେ ପୁସ୍ତକଗୁଡ଼ିକୁ ପଠନ କରି ଗଭୀର ଆନନ୍ଦ ଆସ୍ୱାଦନ କରିପାରିବେ ବୋଲି ଆଶା।

ପୁସ୍ତକ ପ୍ରକାଶନ ସହିତ ସମୟୋପଯୋଗୀ କେତେକ ପତ୍ରିକା ସମ୍ପାଦନା ମାଧ୍ୟମରେ ସାହିତ୍ୟ ଜଗତକୁ ଉନ୍ନତ କରିବା ସହିତ ଭବିଷ୍ୟତର ସାହିତ୍ୟଗୋଷ୍ଠୀଙ୍କୁ ଜାଗ୍ରତ କରାଇବାରେ ତାଙ୍କର ଅବଦାନ ସର୍ବଶ୍ରେଷ୍ଠ ବୋଲି କୁହାଯାଇପାରେ। ଓଡ଼ିଆ ସାହିତ୍ୟ ଜଗତରେ ଜାଗରଣ ସୃଷ୍ଟି କରିଥିବା ତାଙ୍କ ଦ୍ୱାରା ସମ୍ପାଦିତ ପତ୍ରିକାଗୁଡ଼ିକ ମଧ୍ୟରେ ଅଛି ପ୍ରଜ୍ଞା, ଭୁବନେଶ୍ୱର ରିଭ୍ୟୁ, ସୁବର୍ଣ୍ଣରେଖା, ଚିତ୍ରା ଓ ଶ୍ରୀ।

ଅସୁସ୍ଥତା ସତ୍ୱେ ସେ ଶେଷ ଯାଏଁ କାର୍ଯ୍ୟ କରୁଥିଲେ ଓ ସାହିତ୍ୟ କଥା ଚିନ୍ତା କରୁଥିଲେ। ସାହିତ୍ୟ ରଚନା ପାଇଁ ତାଙ୍କର ଅନେକ ଭବିଷ୍ୟତ ଯୋଜନା ଥିଲା। କର୍କଟ ଭଳି ଭୟଙ୍କର ରୋଗ ମଧ୍ୟ ତାଙ୍କୁ କାମରୁ ନିବୃତ୍ତ କରିପାରି ନ ଥିଲା। ଜୀବନକୁ ସେ ଭଲ ପାଉଥିଲେ। ବଞ୍ଚିବାକୁ ଭଲ ପାଉଥିଲେ। କିନ୍ତୁ ଶେଷରେ ଅଳ୍ପ କିଛି ଦିନର ଅସୁସ୍ଥତା ପରେ ଅଗଷ୍ଟ ୧୪, ୨୦୧୨ ଦିନ ତାଙ୍କୁ ଚିରଦିନ ପାଇଁ ବିଶ୍ରାମ ନେବାକୁ ପଡ଼ିଲା।

ତଳ ସୂଚୀ ସାହାଯ୍ୟରେ ଯତୀନ୍ଦ୍ରମୋହନ ମହାନ୍ତିଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଯତୀନ୍ଦ୍ର ମୋହନ ସର୍ଜନା ସୂଚୀ- Jatindra Mohan Mohanty Writings
ରଚନା ସମ୍ଭାର – Creative Collection
ପ୍ରାଚୀନ ଓଡ଼ିଆ କବିତା ସମ୍ଭାର (୧୯୮୯)
Prachina Odia Kabita Sambhara (1989)
Download
ଆଧୁନିକ ଓଡ଼ିଆ କବିତା ସମ୍ଭାର (୧୯୮୯)
Adhunika Odia Kabita Sambhara (1989)
Download
ଆଧୁନିକ ଓଡ଼ିଆ ନାଟକ (୨୦୦୦)
Adhunika Odia Nataka (2000)
Download
ଓଡ଼ିଆ ଗଦ୍ୟ ସଂକଳନ (୨୦୦୪)
Odia Gadya Sankalana (2004)
Download
ପ୍ରାଚୀନ  ଓଡ଼ିଆ ନାଟକ (୨୦୦୫)
Prachina Odia Nataka (2005)
Download
ଓଡ଼ିଆ ଗଳ୍ପ ସମ୍ଭାର (୨୦୦୬)
Odia Galpa Sambhara (2006)
Download
ଓଡ଼ିଆ କାବ୍ୟ ସମ୍ଭାର (୨୦୦୭)
Odia Kabya Sambhara (2007)
Download
ଓଡ଼ିଆ ତତ୍ତ୍ୱ ସାହିତ୍ୟ (୨୦୦୭)
Odia Tattwa Sahitya (2007)
Download
ସମକାଳୀନ ଓଡ଼ିଆ ସାହିତ୍ୟ (୨୦୦୭)
Samakalina Odia Sahitya (2007)
Download
ଓଡ଼ିଆ ଉପନ୍ୟାସ ସମ୍ଭାର (୨୦୦୮)
Odia Upanyasa Sambhara (2008)
Download
ସହସ୍ରାଂଶୁ (୨୦୦୮)
Sahasransu (2008)
Download
ସମ୍ପାଦନା – Edited
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୧ (୧୯୯୮)
Krusnachandra Sahu Rachana Sambhara, v.01 (1998)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୨(୧୯୯୯)
Krusnachandra Sahu Rachana Sambhara, v.02 (1999)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୩ (୨୦୦୦)
Krusnachandra Sahu Rachana Sambhara, v.03 (2000)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୪ (୨୦୦୧)
Krusnachandra Sahu Rachana Sambhara, v.04 (2001)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୫ (୨୦୦୨)
Krusnachandra Sahu Rachana Sambhara, v.05 (2002)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୬ (୨୦୦୩)
Krusnachandra Sahu Rachana Sambhara, v.06 (2003)
Download
କୃଷ୍ଣଚନ୍ଦ୍ର ସାହୁ ରଚନା ସମ୍ଭାର, ଭାଗ ୭ (୨୦୦୪)
Krusnachandra Sahu Rachana Sambhara, v.07 (2004)
Download
ଟେନ୍ ସର୍ଟ ଷ୍ଟୋରିଜ୍ (୧୯୮୩)
Ten Short Stories (1983)
Download
ଲାଣ୍ଡ୍ ବିଉଟିଫୁଲ (୨୦୦୧)
Land Beautiful (2001)
Download
ପାଠ୍ୟପୁସ୍ତକ – Textbook
କିଙ୍ଗ୍ ଲିଅର୍ (୧୯୬୯)
King Lear (1969)
Download
ଟମ୍ ସାୟର୍ (୧୯୬୯)
Tom Sawyer (1969)
Download
ଲିଭିଂ ଇଂଲିଶ୍ ମଡେଲ୍‌ସ୍ (୧୯୭୭)
Living English Models (1977)
Download
ଇଂଲିଶ ପ୍ରୋଜ୍ ଆଣ୍ଡ ଭର୍ସ ରିଡର୍ (୧୯୭୯)
English Prose and Verse Reader (1979)
Download
ଲିଟେରାରୀ କ୍ରିଟିସିଜ୍‌ମ୍ (୧୯୮୫)
Literary Criticism (1985)
Download
ଲିଭିଂ ଇଂଲିଶ ପ୍ରୋଜ୍ (୧୯୯୦)
Living English Prose (1990)
Download
ଆଲଙ୍ଗ୍ ଦ ଷ୍ଟ୍ରିମ୍ (୧୯୯୯)
Along The Stream (1999)
Download
ପ୍ରବନ୍ଧ – Essays
କାବ୍ୟତତ୍ତ୍ୱ (୧୯୭୬)
Kabyatattwa (1976)
Download
ଦେଆର୍ ହ୍ୱେର୍ ଟ୍ରି ଫ୍ଲାୟାର୍‌ସ୍ (୧୯୮୦)
There Where Trees Flower (1980)
Download
ନୂତନ ସମାଲୋଚନା (୧୯୮୧)
Nutana Samalochana (1981)
Download
ଇନ୍‌ଟୁ ଆନାଦର ଇନ୍‌ଟେନ୍‌ସିଟି (୧୯୮୯)
Into Another Intensity (1989)
Download
ଟ୍ରାଡିସନ୍ ଆଣ୍ଡ କ୍ରିଏଟିଭିଟି (୨୦୦୩)
Tradition & Creativity (2003)
Download
ସୂର୍ଯ୍ୟସ୍ନାତ (୨୦୦୩)
Surjyasnata (2003)
Download
ହିଷ୍ଟ୍ରି ଅଫ୍ ଓରିୟା ଲିଟରେଚର୍ (୨୦୦୬)
History of Oriya Literature (2006)
Download
ଉପନ୍ୟାସ ଓ ଅନ୍ୟାନ୍ୟ – Novel & Miscellaneous
ପ୍ରେମାସ୍ପଦା (୨୦୦୨)
Premaspada (2002)
Download
ଜନ୍ମାଷ୍ଟମୀ (୨୦୧୨)
Janmastami (2012)
Download
ଇତିହାସର ଚକ୍ର (୧୯୭୦)
Itihashra Chakra (1970)
Download
ଇଣ୍ଡିଆନ୍ ଲିଟରେଟର୍ ଇନ୍ ଇଂଲିଶ ଟ୍ରାନ୍‌ସ୍‌ଲେସନ୍ (୧୯୮୪)
Indian Literature in English Translation (1984)
Download
ମଧୁସୂଦନ ରାଓ (୧୯୯୬)
Madhusudan Rao (1996)
Download
ଲାଷ୍ଟ ଟୁ ଡେଜ୍ (୧୯୯୬)
Last Two Days (1996)
Download
ସାରଳାଦାଶ ରଚନା ସମ୍ଭାର (୨୦୧୦)
Sarala Das Rachana Sambhara Introduction (2010)
Download