ଜହ୍ନମାମୁଁ
ଭାରତୀୟ ଭାଷାରେ ପ୍ରକାଶିତ ବିଭିନ୍ନ ପତ୍ରିକା ମଧ୍ୟରେ ଜହ୍ନମାମୁଁ ଏକ ସ୍ୱତନ୍ତ୍ର କିଶୋର ପତ୍ରିକା। ଚନ୍ଦାମାମା ନାମରେ ଅଲଗା ଅଲଗା ଭାଷାରେ ପ୍ରକାଶପାଉଥିବା ବେଳେ ଏହାର ଓଡ଼ିଆ ସଂସ୍କରଣର ନାଁ ଜହ୍ନମାମୁଁ। ବି. ନାଗିରେଡ୍ଡି ଓ ଚକ୍ରପାଣିଙ୍କ ମାନସ ସନ୍ତାନ ଭାବେ ୧୯୪୭ରେ ପ୍ରତିଷ୍ଠିତ ହୋଇଥିଲା ଚନ୍ଦାମାମା ପ୍ରତିଷ୍ଠାନ। କିଶୋରମାନଙ୍କୁ ଦୃଷ୍ଟିରେ ରଖି ଏହି ପତ୍ରିକାର ଜନ୍ମ ହୋଇଥିଲା। ମନଛୁଆଁ ଗପ, ଚମତ୍କାର ତଥ୍ୟ, ପୌରାଣିକ ବିଷୟବସ୍ତୁ ସହ ଆକର୍ଷଣୀୟ ଚିତ୍ର ଏହାର ପରିଚୟ ଥିଲା। ୧୩ଟି ଭାରତୀୟ ଭାଷାରେ ଚନ୍ଦାମାମା ପ୍ରକାଶିତ ହେଉଥିଲା । ଓଡ଼ିଆ ଭାଷାରେ ଜହ୍ନମାମୁଁର ପ୍ରଥମ ସଂଖ୍ୟା ୧୯୫୬ ମସିହା ଜାନୁଆରୀରେ ପ୍ରକାଶିତ ହୋଇଥିଲା। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଥିଲା – “..ତୀର୍ଥମାଳିନୀ ପବିତ୍ର ଓଡ଼ିଶାର ମା’ ଓ ଛୁଆମାନଙ୍କ ଆନନ୍ଦ ବର୍ଦ୍ଧନ କରିପାରିଲେ ‘ଜହ୍ନମାମୁଁ’ ନିଜକୁ ସାର୍ଥକ ମନେକରିବ..।” ୧୯୫୭ ଡିସେମ୍ବର ଯାଏଁ ଜହ୍ନମାମୁଁ ନିୟମିତ ପ୍ରକାଶିତ ହୋଇଥିଲା। ୧୯୫୮ରୁ(?) କୌଣସି କାରଣରୁ ଏହାର ପ୍ରକାଶନ ବନ୍ଦ ରହିଲା। “
ଦୀର୍ଘ ଦିନପରେ ୧୯୭୨ ଜୁଲାଇ ମାସରୁ ଜହ୍ନମାମୁଁର ପୁନଃପ୍ରକାଶନ ଆରମ୍ଭ ହେଲା। ଏହାର ପୃଷ୍ଠାରେ ଚନ୍ଦାମାମାର ରଜତ ଜୟନ୍ତୀ ଅବସରରେ ବଙ୍ଗଳା ଓ ଓଡ଼ିଆ ସଂସ୍କରଣ ପ୍ରକାଶ ପାଉଥିବା ନେଇ ସୂଚନା ଦିଆଯାଇଥିଲା। ୧୯୯୭ ଡିସେମ୍ବର ଯାଏଁ ପତ୍ରିକା ନିୟମିତ ଓଡ଼ିଆ ପରିବାରର ମୁଖ୍ୟ ମାସିକ ପତ୍ରିକାର ସ୍ଥାନ ନେଇଥିଲା। ୧୯୯୮ରୁ ପ୍ରକାଶନରେ ଅନିୟମିତା ଦେଖାଦେଲା। କିନ୍ତୁ ୨୦୦୦ ଜାନୁଆରୀରୁ ୨୦୧୨ ଡିସେମ୍ବର ଯାଏଁ ଜହ୍ନମାମୁଁ ନିୟମିତ ପ୍ରକାଶିତ ହେଲା। ୨୦୧୩ରେ ମାତ୍ର ୨ଟି ସଂଖ୍ୟା ପ୍ରକାଶ ପାଇଥିଲା ଏବଂ ପରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଗଲା। ଜହ୍ନମାମୁଁର ପ୍ରକାଶନ କାଳ ଅନୁସାରେ ପତ୍ରିକାର ବର୍ଷ ଓ ସଂଖ୍ୟାରେ କେତେକ ପ୍ରମାଦ ରହିଛି।
ଦୀର୍ଘଦିନରୁ ଜହ୍ନମାମୁଁ ପତ୍ରିକା ସଂଗ୍ରହ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏବେ ବି ବହୁ ସଂଖ୍ୟା ମିଳିପାରିନାହିଁ। ସେହି ସଂଖ୍ୟାଗୁଡ଼ିକ ଯୋଗାଇଦେଲେ ଆମେ ତାହାକୁ ଏଥିରେ ଯୋଡ଼ିଦେବୁ। ବର୍ତ୍ତମାନ ଏଠାରେ ସ୍ଥାନ ପାଇଥିବା ଜହ୍ନମାମୁଁ ସଂଖ୍ୟାଗୁଡ଼ିକ ହେମନ୍ତ ନାୟକ (ନୟାଗଡ଼), ନୀଳମଣି ସାହୁ (ଭୁବନେଶ୍ୱର), ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରି (ଭୁବନେଶ୍ୱର), ସ୍ୱାଧୀନ କୁମାର ମହାନ୍ତି (ଭୁବନେଶ୍ୱର), ଅନୀଲ କୁମାର ପାଣିଗ୍ରାହୀ (ଭୁବନେଶ୍ୱର), ଶ୍ୟାମା ପ୍ରସାଦ ଶତପଥୀ (ଭୁବନେଶ୍ୱର), ଆଲୋକ କୁମାର କର (ବଉଦ), ସୂର୍ଯ୍ୟ ଦେଓ (ଭୁବନେଶ୍ୱର), ଦେବରଞ୍ଜନ (ଭୁବନେଶ୍ୱର) ପ୍ରମୁଖ ଯୋଗାଇ ଦେଇଛନ୍ତି।
ଜହ୍ନମାମୁଁ ପତ୍ରିକା କେତେକ ସଂଖ୍ୟା https://www.chandamama.in, https://www.OdiaPortal.in ୱେବ୍ସ୍ଥଳୀ ଓ ‘ଓଡ଼ିଆ ଜହ୍ନମାମୁଁ ପ୍ରେମୀ/ ପ୍ରଶଂସକ’ ଫେସ୍ବୁକ୍ ପୃଷ୍ଠାରେ ଦେଖିହେବ।
ଜହ୍ନମାମୁଁ ସୂଚୀ
ତଳ ସାରଣୀରେ ଜହ୍ନମାମୁଁ ପତ୍ରିକାର ଜାନୁଆରି ୧୯୭୩ରୁ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକର ତାଲିକା ରହିଛି। କୌଣସି ଭାଗ/ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ଡାଉନ୍ଲୋଡ୍ କରି ରଖିହେବ। ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ।
ଡାଉନ୍ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍ରେ ଖୋଲିବ।
| ନମୁନା ଖଣ୍ଡ ୧ Sample 1 |
ନମୁନା ଖଣ୍ଡ ୨ Sample 2 |
ନମୁନା ଖଣ୍ଡ ୩ Sample 3 |
ନମୁନା ଖଣ୍ଡ ୪ Sample 4 |