କବିଚନ୍ଦ୍ର ରଚନା ସଂଗ୍ରହ
ଓଡ଼ିଆ ନାଟକ ଦୁନିଆରେ କାଳୀ ଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ନାଁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି। ଓଡ଼ିଶାର ରଙ୍ଗମଞ୍ଚ, ଓଡ଼ିଆ ନାଟକ, ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ସବୁଥିରେ ତାଙ୍କର ଦଖଲ ଥିଲା।
ବଡ଼ମ୍ବାଗଡ଼ରେ ୧୮୯୭ ମସିହା ଡିସେମ୍ବର ୨୩ ତାରିଖ ଦିନ କାଳୀ ଚରଣଙ୍କର ଜନ୍ମ ହୋଇଥିଲା। ମୂଳତଃ ସେମାନେ ବାଙ୍କି ଅଧିବାସୀ ହୋଇଥିଲେ ବି ବଡ଼ମ୍ବାରେ ରହୁଥିଲେ। ତାଙ୍କ ପିତା ଦୁର୍ଗା ଚରଣ ବଡ଼ମ୍ବା ରାଜକର୍ମଚାରୀ ଥିଲେ। ପ୍ରଥମେ ସେ ବାଙ୍କିର ଚର୍ଚ୍ଚିକା ସ୍କୁଲ ଓ ପରେ ଖୋର୍ଦ୍ଧା ହାଇସ୍କୁଲ, ଶେଷରେ କଟକର ରେଭେନ୍ସା ମହାବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ସେ ସମୟରେ ମାଟ୍ରିକରେ ପ୍ରଥମ ଶ୍ରେଣୀ ପାଇଥିଲେ। ପିତାଙ୍କର ଅକାଳ ମୃତ୍ୟୁ ଯୋଗୁ ସେ ପାଠ ଛାଡ଼ିଦେଇଥିଲେ।
ତାଙ୍କ ପିଲାଦିନ ଏକ ସଙ୍ଗୀତମୟ ପରିବେଶରେ କଟିଥିଲା। ପିଲାଦିନୁ ସେ କଳାକାର ହେବାର ସ୍ୱପ୍ନ ଦେଖୁଥିଲେ। ଘରେ ଖଳାବାରିରେ ଦରୀ ଏବଂ ଶାଢ଼ୀ ଟାଣି ସେ ନାଟକ ଅଭିନୟ ଆରମ୍ଭ କରିଥିଲେ। ଖୋର୍ଦ୍ଧା ଯିବା ଯାଏଁ ସେ ଅନିୟମିତ ଭାବରେ ଗୀତ ଶିଖୁଥିଲେ। ଖୋର୍ଦ୍ଧାରେ ସେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିକ୍ଷା ଆରମ୍ଭ କଲେ।
ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ପିଲାଦିନରୁ ଆରମ୍ଭ ହୋଇଥିଲା। ପ୍ରାଚୀନ ରଚନା ପଢ଼ି ତାଙ୍କର ଗୀତ ରଚନା ପାଇଁ ଇଚ୍ଛା ହେଲା। ବାଙ୍କିରେ ପଢ଼ିବା ବେଳେ ସେ ଛୋଟ ଛୋଟ ଗୀତ ଲେଖୁଥିଲେ, ଆଉ ତାଙ୍କ ଶିକ୍ଷକ ସେସବୁକୁ ସଂଶୋଧନ କରି ଦେଉଥିଲେ। ଯେଉଁ ସମୟରେ ପିଲା ଖେଳକୁଦରେ ମାତିବାକୁ ଭଲପାଆନ୍ତି, ସେ ସାହିତ୍ୟ ପଢ଼ା ଏବଂ ଗୀତ ଲେଖାରେ ସମୟ କାଟୁଥିଲେ। ବାଙ୍କିରେ ଥିବାବେଳେ ତାଙ୍କର ପ୍ରଥମ ଖଣ୍ଡକାବ୍ୟ ମହାପର୍ବତ ଲେଖିଥିଲେ, କିନ୍ତୁ ତାହା ଅପ୍ରକାଶିତ ରହିଛି। ଏହାପରେ ସେ କଳଙ୍କ ଭଞ୍ଜନ ଲୀଳା ନାମରେ ଗୋଟିଏ ଲୀଳା ଲେଖିଥିଲେ।
ଲେଖାଲେଖି ଥିଲା ତାଙ୍କ ଜୀବନର ପ୍ରଧାନ ବୃତ୍ତି। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କଲମ ଚାଲିଥିଲା। ନାଟକ, ଗଳ୍ପ, ଉପନ୍ୟାସ, ସଙ୍ଗୀତ, ଶିଶୁସାହିତ୍ୟ ଆଦି ସବୁ ବିଭାଗରେ ସେ ଲେଖିନ୍ତି। ଖୋର୍ଦ୍ଧା ସ୍କୁଲରେ ପଢ଼ୁଥିବା ବେଳେ କାଳୀ ଚରଣଙ୍କ ରଚନା ଉଦୁମୁଦୁମା ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ଛପା ହୋଇଥିଲା। ଏହା ହିଁ ତାଙ୍କର ପ୍ରଥମ ପ୍ରକାଶିତ ରଚନା।
କାଳୀ ଚରଣ ସାରା ଓଡ଼ିଶାରେ ଜଣେ ନାଟ୍ୟକାର ଭାବରେ ଜଣା। ପିଲାଦିନରୁ ତାଙ୍କର ଏ ଦିଗରେ ଆଗ୍ରହ ସୃଷ୍ଟି ହୋଇଥିଲା। ପର ସମୟରେ ସେ ନାଟକ ଅଭିନୟ, ରଚନା ଆଦିକୁ ନିଜର ପ୍ରଧାନ ବୃତ୍ତି ଭାବରେ ଗ୍ରହଣ କରିଥିଲେ। ୧୯୨୯ ମସିହାରେ ସେ ଗଢ଼ିଥିଲେ ସାକ୍ଷୀ ଗୋପାଳ ନାଟ୍ୟସଂଘ। ଏହା ପ୍ରାୟ ଦଶବର୍ଷ ଚାଲିଲା ପରେ ୧୯୩୯ ମସିହାରେ ସେ ଗଢ଼ିଲେ ଓଡ଼ିଶା ଥିଏଟର୍ସ। ଏହି ଦଳ ୧୯୪୯ ମସିହା ବେଳକୁ ଭାଙ୍ଗିଗଲା ପରେ ସେ ଆଉ ନାଟ୍ୟଦଳ ଗଢ଼ିନାହାନ୍ତି।
କାଳୀ ଚରଣ ଜୀବନକାଳ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି। ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧିରେ ସମ୍ମାନିତ କରିଥିଲେ। ୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ। ଆହୁରି ଅନେକ ପୁରସ୍କାର ଓ ସମ୍ମାନ ସେ ପାଇଥିଲେ। ଜୀବନର ସର୍ବଶେଷ ସମ୍ମାନ ସେ ପାଇଥିଲେ ୧୯୭୭ ମସିହାରେ ତାଙ୍କ ଆତ୍ମଜୀବନୀ କୁମ୍ଭାରଚକ ପାଇଁ। ତାହା ଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ଶେଷ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଦୀର୍ଘକାଳରୁ ଆତ୍ମୀୟସ୍ୱଜନ ତାଙ୍କୁ ଛାଡ଼ି ଦେଇଥିଲେ। ସେ ପ୍ରାୟ ନିଃସଙ୍ଗ ଜୀବନ କାଟୁଥିଲେ। ଶେଷରେ ୧୯୭୮ ମସିହା ଜୁଲାଇ ୨୪ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା। ଏହା ସହିତ ଓଡ଼ିଆ ନାଟକ ଜଗତର ଏକ ଯୁଗର ଅବସାନ ହେଲା।
ତଳ ସୂଚୀ ସାହାଯ୍ୟରେ କବିଚନ୍ଦ୍ର କାଳୀ ଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
କବିଚନ୍ଦ୍ର କାଳୀ ଚରଣ ସର୍ଜନା ସୂଚୀ | ||||
ନାଟକ – Drama | ||||
ଅଭିଯାନ (୧୯୪୬, ନୂ. ୧୯୭୪) Abhijana (1946, n. 1974) Download |
କମଳା (୧୯୫୦, ନୂ. ୧୯୬୮) Kamala (1950, n. 1968) Download |
କିଶୋର ଚନ୍ଦ୍ରାନନ ଚମ୍ପୂ (୧୯୪୦) Kishor Chandranana Champu (1940) Download |
ଗାର୍ଲ ସ୍କୁଲ (ନୂ. ୧୯୬୮) Garl Skul (n. 1968) Download |
ଚକ୍ରୀ (ନୂ. ୧୯୬୮) Chakri (n. 19684) Download |
ଜୟଦେବ (୧୯୪୩, ନୂ. ୧୯୬୩) Jayadev (1943, n. 1963) Download |
ଦଶଭୁଜା (୩ୟ. ୧୯୬୬) Dasabhuja (3e.1966) Download |
ପଥର ଘର (୧୯୭୮, ୨ୟ ୧୯୮୦) Pathara Ghara (1978, 2e. 1980) Download |
ଫଟା ଭୂଇଁ (୧୯୪୯, ନୂ. ୧୯୫୯) Phata Bhuin (1949, n. 1959) Download |
ବେକାର (ନୂ. ୧୯୬୮) Bekar (n. 1968) Download |
ଭାତ (ନୂ. ୧୯୬୩) Bhata (n. 1963) Download |
ଭୁଖା (ହିନ୍ଦୀ) Bhukha Download |
ଯୁଗେ ଯୁଗେ ଉତ୍କଳ (୧୯୫୫) Juge Juge Utkala (1955) Download |
ରକ୍ତ ମନ୍ଦାର Rakta Mandara Download |
ରକ୍ତ ମାଟି (ନୂ. ୧୯୮୭) Rakta Mati (n. 1987) Download |
ଶ୍ରୀ ଗୀତଗୋବିନ୍ଦ (୧୯୭୦) Sri Gitagobinda (1970) Download |
ଶ୍ରୀ ଗୀତଗୋବିନ୍ଦ (ନୂ. ୨୦୦୭) Sri Gitagobinda (n. 2007) Download |
ସାରଳା ଦାସ (୧୯୫୪, ନୂ. ୧୯୭୦) Sarala Das (1954, n. 1970) Download |
ସନ୍ଧାନ (୧୯୫୩) Sandhana (1953) Download |
ହରଣଚାଳ Haranachala Download |
ହୀରାଖଣ୍ଡ (ନୂ. ୧୯୬୮) Hirakhanda (n. 1968) Download |
ଅତିବଡ଼ି ଜଗନ୍ନାଥ ଦାସ (୩ୟ ୧୯୬୯) Atibadi Jagannath Das (3e. 1969) Download |
ମାଳତୀ (୧୯୬୫) Malati (1965) Download |
||
ନୃତ୍ୟନାଟିକା, ଏକାଙ୍କିକା – Dance Drama, Short Play | ||||
କାଞ୍ଚି ବିଜୟ (୧୯୭୭) Kanchi Bijaya (1977) Download |
ଧର୍ମପଦ (୧୯୭୭) Dharmapada (1977) Download |
ମାଣବସା (୧୯୭୭) Manabasa (1977) Download |
ସୁଦାମା (୧୯୭୬) Sudama (1976) Download |
ଜୀବିତ ତର୍ପଣ (୧୯୪୦) Jibita Tarpana (1940) Download |
ଦୋଷ କେଉଁଠି (୧୯୫୬) Dosha Keunthi (1956) Download |
ପଞ୍ଚରଙ୍ଗ (ନୂ. ୧୯୬୮) Pancharanga (n. 1968) Download |
ଯୁଗ ଯୋଗୀ (୧୯୫୦) Juga Jogi (1950) Download |
ଯୁଗ ସାଧକ (୧୯୫୦, ହିନ୍ଦୀ) Juga Sadhaka (1950, hindi) Download |
ସପ୍ତପର୍ଣ୍ଣୀ (୧୯୭୬) Saptaparni (1976) Download |
ଅନଙ୍ଗ (୧୯୬୬) Ananga (1966) Download |
ଷଡ଼ରସ (ନୂ. ୧୯୬୮) Sadarasa (n. 1968) Download |
|||
ସଙ୍ଗୀତ – Music | ||||
କବିଚନ୍ଦ୍ର ଗୀତାବଳୀ, ଭାଗ ୧ (୧୯୬୩) Kabichandra Gitabali, v.01 (1963) Download |
କବିଚନ୍ଦ୍ର ଗୀତାବଳୀ, ଭାଗ ୨ (୧୯୬୩) Kabichandra Gitabali, v.02 (1963) Download |
କବିଚନ୍ଦ୍ର ଗୀତାବଳୀ, ଭାଗ ୩ (୧୯୬୫) Kabichandra Gitabali, v.03 (1965) Download |
କବିଚନ୍ଦ୍ର ଗୀତାବଳୀ, ଭାଗ ୪ (୧୯୬୭) Kabichandra Gitabali, v.04 (1967) Download |
ଗୀତ ମଞ୍ଜରୀ (୧୯୫୩) Gita Manjari (1953) Download |
ପିଲାଙ୍କ ସଙ୍ଗୀତ ଶିକ୍ଷା (୧୯୪୦) Pilanka Sangita Siksa (1940) Download |
ବରଣଡାଲା (୧୯୧୯) Baranadala (1919) Download |
ଓଡ଼ିଶୀ ମେଳରାଗ ଲକ୍ଷଣ ଗୀତ (୧୯୬୩) Odissi Mela-raga Laksana Gita (1963) Download |
ଯୋଜନା ଭାଗବତ (୧୯୫୪) Jojana Bhagabata (1954) Download |
ରକ୍ତ ଝଙ୍କାର (୧୯୬୪) Rakta Jhankara (1964) Download |
ରତ୍ନମାଳା (ନୂ. ୧୯୫୩) Ratnamala (n. 1953) Download |
ସଙ୍ଗୀତ ଓ ହାର୍ମୋନିଅମ୍ ଶିକ୍ଷା (୧୯୫୦, ନୂ. ୨୦୧୦) Sangita O Harmonium Siksa (1950, n. 2010) Download |
ସଙ୍ଗୀତ ସାର (୧୯୨୬) Sangita Sara (1926) Download |
ସପ୍ତସ୍ୱରୀ (୧୯୬୪) Saptaswari (1964) Download |
ସିନେମା ସଙ୍ଗୀତ (୧୯୪୧) Sinema Sangita (1941) Download |
ସୁରଲେଖା Suralekha Download |
ଚନ୍ଦ୍ରିକା (୧୯୫୦) Chandrika (1950) Download |
ଓଡ଼ିଶୀ, କୀର୍ତ୍ତନ ଶତକ Odissi, Kirtana Sataka Download |
ସଙ୍ଗୀତରେ ସ୍ୱର Sangitare Swara Download |
|
ଶିଶୁ ସାହିତ୍ୟ – Children’s Literature | ||||
କଥା ଶୁଣ (୧୯୫୭) Katha Suna (1957) Download |
କଳାହାଣ୍ଡିଆ ମେଘ (୧୯୧୭) Kalahandia Megha (1917) Download |
କେତୋଟି କଥା, ଭାଗ ୩ (ନୂ. ୧୯୬୧) Ketoti Katha, v.03 (1961) Download |
ଠକ୍କର ବାପା (୧୯୫୧) Thakkara Bapa (1951) Download |
ନେପୋଲିୟନ Nepoliyan Download |
ପିଲାଙ୍କ କର୍ମସଙ୍ଗୀତ (୧୯୫୪) Pilanka Karma Sangita (1954) Download |
ପିଲାଙ୍କ ପାଠ (୧୯୫୮) Pilanka Patha (1958) Download |
ବଉଳବେଣୀ (୧୯୨୧) Baulabeni (1921) Download |
ଶିଶୁ ଖେଳା ଗୀତ Shishu Khela Gita Download |
|
ପିଲାଙ୍କ ସାହିତ୍ୟ, ଭାଗ ୧ Pilanka Sahitya, v.01 Download |
ପିଲାଙ୍କ ସାହିତ୍ୟ, ଭାଗ ୨ Pilanka Sahitya, v.02 Download |
|||
ଅନୁବାଦ, ଆଲୋଚନା, ସମ୍ପାଦନା – Translation, Discussion, Editing | ||||
ରାଗ-ଚିତ୍ର (୧୯୬୬) Raga-Chitra (1966) Download |
କବିସୂର୍ଯ୍ୟ ଗୀତାବଳୀ (୧୯୬୮) Kabisurya Gitabali (1968) Download |
ଚମ୍ପୂ ପ୍ରବେଶ Champu Prabesha Download |
ବାବାଜୀ ନାଟକ Babaji Nataka Download |
ଆମର ସଙ୍ଗୀତ ଧାରା (୧୯୮୧) Amara Sangita Dhara (1981) Download |
ଓଡ଼ିଶୀ ସଙ୍ଗୀତ ପ୍ରକାଶ Odissi Sangita Prakash Download |
ଓଡ଼ିଶୀ ସଙ୍ଗୀତର ରୂପରେଖ (୧୯୫୭) Odissi Sangitara Ruparekha (1957) Download |
ମଞ୍ଚଧାରା (୧୯୭୩) Manchadhara (1973) Download |
ସଙ୍ଗୀତ ପ୍ରଭା (୧୯୨୭) Sangita Prabha (1927) Download |
ଗୀତଗୋବିନ୍ଦ ଇନ୍ ଓଡିଶୀ ଡାନ୍ସ୍ Gitagobind In Odissi Dance Download |
ଓଡିଶୀ ଡାନ୍ସ୍ Odissi Dance Download |
ଓଡିଶୀ ମ୍ୟୁଜିକ୍ Odissi Music Download |
ଶ୍ରୀ ଜୟଦେବସ୍ ଗୀତଗୋବିନ୍ଦ ଆଣ୍ଡ କମେଣ୍ଟାରି ଇନ୍ ଓଡିଆ (୨୦୧୨) Sri Jayadev’s Gitagobind and Commentary in Odia (2012) Download |
ଶ୍ରୀ ଗୀତଗୋବିନ୍ଦ (୧୯୭୦) Sri Gitagobinda (1970) Download |
ଶ୍ରୀ ଗୀତଗୋବିନ୍ଦ (୨ୟ ସଂ., ୨୦୦୭) Sri Gitagobinda (2e., 2007) Download |
ଓଡ଼ିଶୀ ନୃତ୍ୟ Odissi Nrutya Download |
ଏ ଗ୍ଲିମ୍ସ୍ ଇନ୍ଟୁ ଓରିଶାନ୍ ମ୍ୟୁଜିକ୍ A Glimpse Into Orissan Music Download |
ନାଟ୍ୟ ମନୋରମା (୧୯୭୬) Natya Manorama (1976) Download |
||
ଅନ୍ୟାନ୍ୟ – Others | ||||
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୧ (୧୯୬୮) Kabichandra Granthabali, v.01 (1968) Download |
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୨ (୧୯୭୦) Kabichandra Granthabali, v.02 (1970) Download |
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୩ (୧୯୭୧) Kabichandra Granthabali, v.03 (1971) Download |
କୁମ୍ଭାରଚକ (୧୯୭୫, ୩ୟ ୨୦୦୭) Kumbharachaka (1975, 3e. 2007) Download |
ଚରଣ ଚୂଟିଆ ଢମ (୧୯୨୧) Charana Chutia Dhama (1921) Download |
ଜାତୀୟ ଯୁଦ୍ଧ ସାମ୍ମୁଖ୍ୟ ଗୀତିକା (୧୯୪୨) Jatiya Judha Samukhya Gitika (1942) Download |
ପ୍ରୌଢ଼ଶିକ୍ଷା Praudha Siksa Download |
ଫୁଲରେଣୁ (୧୯୫୦) Phularenu (1950) Download |
ବନଫୁଲ Banaphula Download |
ହାଲଫେସନ (୧୯୨୫) Hal fesan (1925) Download |
ଆଲୋକ ପଥେ, ଭାଗ ୩ (୧୯୫୮) Aloka Pathe, v.03 (1958) Download |
ଓଡ଼ିଆ ପକେଟ ଅଭିଧାନ (୧୯୫୬) Odia Pocket Abhidhan (1956) Download |
|||
ଜୀବନ ଓ ସାଧନା – Life and Work | ||||
ଆମ କବିଚନ୍ଦ୍ର ଓ ମୁଁ (୧୯୭୧) Ama Kabichandra O Mun (1971) Download |
ଏ ଶତାବ୍ଦୀର ଓଡ଼ିଆ ରଙ୍ଗମଞ୍ଚ…(୧୯୯୮) E Satabdira Odia Rangamancha… (1998) Download |
ଓଡ଼ିଆ ଭଜନ ଜଣାଣ ଓ କବିଚନ୍ଦ୍ର (୧୯୭୬) Odia Bhajana Janana O Kabichandra (1976) Download |
କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ (୧୯୯୩) Kabichandra Kali Charana Patnaik (1993) Download |
କବିଚନ୍ଦ୍ର କାଳୀ ଚରଣ, ଜୀବନୀ ଓ ଜୀବନ (୨୦୧୨) Kabichandra Kali Charana, Jibana O Jibani (2012) Download |
କବିଚନ୍ଦ୍ର ପରିକ୍ରମା (୧୯୭୮) Kabichandra Parikrama (1978) Download |
କବିଚନ୍ଦ୍ର ସମ୍ପର୍କରେ Kabichandra Samparkare Download |
|||
ବିବିଧ – Miscellaneous | ||||
ଡାଏରୀର କିୟଦଂଶ Diary Pages Preview / Download |
ପାଣ୍ଡୁଲିପିର ନମୁନା Manuscript sample Preview / Download |
କିଛି ଚିଠିପତ୍ର Letters Preview / Download |
ଓଡିଶା ଥିଏଟର୍ସ ପ୍ରସ୍ପେକ୍ଟସ୍ Odisha Theatres Prospectus Preview / Download |
ରିପୋର୍ଟ ଆଣ୍ଡ ନୋଟ୍ସ୍ Reports and Notes Preview / Download |
କବିଚନ୍ଦ୍ରଙ୍କ ପ୍ରବନ୍ଧ Articles by Kabichandra Preview / Download |
କବିଚନ୍ଦ୍ରଙ୍କ ବିଷୟରେ ପ୍ରବନ୍ଧ Articles on Kabichandra Preview / Download |