ଗଣିତ ବିଚିତ୍ରା
ମଣିଷ ଜୀବନରେ ଗଣିତର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ନିତିଦିନିଆ ହିସାବ ହେଉ ବା ବିଶ୍ୱରହସ୍ୟ ବୁଝିବାପାଇଁ କମ୍ପ୍ୟୁଟର ଆଧାରିତ ଜଟିଳ ଗଣନା ହେଉ, ଏ ସବୁର ପଛରେ ରହିଛି ଗଣିତ। ତେଣୁ ପ୍ରାଥମିକ ସ୍ତରରୁ ହିଁ ପାଠ୍ୟକ୍ରମରେ ଗଣିତ ଏକ ବିଶେଷ ସ୍ଥାନ ପାଇଛି। କିନ୍ତୁ ତା’ର ଗୁରୁତ୍ୱ ଦୃଷ୍ଟିରୁ ବା ଅନ୍ୟ କିଛି କାରଣରୁ ଶିକ୍ଷାର୍ଥୀଙ୍କ ମନରେ ଗଣିତ ସବୁବେଳେ ଏକ ଭୟ ସୃଷ୍ଟି କରିଆସିଛି।
ଏହି ଅହେତୁକ ଭୟକୁ ଦୂର କରିବା ପାଇଁ ଦରଦୀ ଗଣିତଜ୍ଞମାନେ ଅନେକ ଚେଷ୍ଟା ଚଳାଇଛନ୍ତି। ‘ଗଣିତ ବିଚିତ୍ରା’ ପତ୍ରିକାର ପ୍ରକାଶନ ଏହି ଉଦ୍ୟମଗୁଡ଼ିକ ଭିତରୁ ଗୋଟିଏ। ୧୯୭୨ ମସିହାରେ ଜନ୍ମ ହୋଇଥିବା ‘ଓଡ଼ିଶା ଗଣିତ ସଂସଦ’ ଏହି ପତ୍ରିକାର ସ୍ରଷ୍ଟା। ଗଣିତ ବିଚିତ୍ରାର ଜନ୍ମ ୧୯୮୪ ମସିହାରେ, ଏକ ତ୍ରୈମାସିକ ପତ୍ରିକା ରୂପରେ। ଓଡ଼ିଆ ଭାଷା ପାଇଁ ମଧ୍ୟ ଏହା ଥିଲା ଏକ ଅଭିନବ ପ୍ରୟାସ।
ପ୍ରଥମ ସଂଖ୍ୟାର ସମ୍ପାଦକୀୟ ଅନୁସାରେ – “…ଯେପରି ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେବାକୁ ହେଲେ ଅଭ୍ୟାସ ଅପରିହାର୍ଯ୍ୟ, ସେହିପରି ଗଣିତ ବୁଝିବାକୁ ହେଲେ ସାଧନା ଓ ନିଷ୍ଠାର ଯଥେଷ୍ଟ ଆବଶ୍ୟକତା ରହିଛି।… ସାହିତ୍ୟ କେବଳ ପାଠକଲେ ଗ୍ରହଣ କରିହୁଏ। ମାତ୍ର ଗଣିତକୁ ପାଠ କରିବା ସହିତ ଅଭ୍ୟାସ କରିବାକୁ ହୁଏ।… ଆମର ଆଶା ଓ ବିଶ୍ୱାସ ଗଣିତ ବିଦ୍ୟାକୁ ସଫଳ ରୂପେ ଅଭ୍ୟାସ ଦ୍ୱାରା ପ୍ରାୟୋଗିକ କ୍ଷେତ୍ରରେ ବିନିଯୋଗ କରିପାରିଲେ ଦେଶ ଓ ଜାତିର ଅଶେଷ ମଙ୍ଗଳ ସାଧିତ ହେବ। ଆମର ଏହି ‘ଗଣିତ ବିଚିତ୍ରା’ ଗୁଣ୍ଡୁଚି ମୂଷା ସେତୁବନ୍ଧ ବାନ୍ଧିଲା ପରି ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ [ହୋଇପାରିବ]।”
ପତ୍ରିକାର ଆରମ୍ଭରୁ ଓଡ଼ିଶାର ବିଶିଷ୍ଟ ଗଣିତଜ୍ଞମାନେ ଏହା ସହିତ ଯୋଡ଼ି ହୋଇଛନ୍ତି ଏବଂ ଲେଖା ଓ ଦିଗ୍ଦର୍ଶନ ମାଧ୍ୟମରେ ଏହାକୁ ଆଗେଇ ନେଇଛନ୍ତି। ତଥାପି ୧୯୯୯ ବେଳକୁ ଏହି ଉଦ୍ୟମରେ କିଛି ଶିଥିଳତା ଆସିଛି। ପରେ ଏହା ନୂଆ ମୋଡ଼ ନେଇ ‘ଅଭିନବ ଗଣିତ ବିଚିତ୍ରା’ ନାମରେ ପ୍ରକାଶନ ଚଳାଇ ରଖିଛି।
ଗଣିତ ବିଚିତ୍ରାର ଅନେକ ସଂଖ୍ୟା ଅଧ୍ୟାପକ ଗୋକୁଳାନନ୍ଦ ଦାସ ଏବଂ ନର୍ଲାର ସନ୍ତୋଷ କୁମାର କରଙ୍କ ସଂଗ୍ରହରୁ ମିଳିଛି।
ଗଣିତ ବିଚିତ୍ରା ସୂଚୀ
ତଳ ସାରଣୀରେ ଗଣିତ ବିଚିତ୍ରା ପତ୍ରିକାର ଆରମ୍ଭରୁ ୧୯୯୯ ମସିହା ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଡାଉନଲୋଡ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ।
ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume | ବର୍ଷ/ସଂଖ୍ୟା Year/Volume |
v.01 (1984-85) Download |
v.02 (1986) Download |
v.03 (1987) Download |
v.04 (1988) Download |
v.05 (1989) Download |
v.06 (1990) Download |
v.07 (1991) Download |
v.08 (1992) Download |
v.09 (1993) Download |
v.10 (1994) Download |
v.11 (1995) Download |
v.12 (1996) Download |
v.13 (1997) Download |
v.14 (1998) Download |
v.15 (1999) Download |
(୨୦୦୦-୨୦୦୧) Abhinaba (2000-2001) Download |