ଗୋପାଳ ଛୋଟରାୟ ସଂକଳନ
ଗୋପାଳ ଛୋଟରାୟ (୧୯୧୬-୨୦୦୩)ଙ୍କୁ ଆଧୁନିକ ଓଡ଼ିଆ ରଙ୍ଗମଞ୍ଚର ଜଣେ ମୁଖ୍ୟ ସ୍ଥପତି ଭାବରେ ଗଣନା କରାଯାଏ। ଓଡ଼ିଆ ନାଟକର କଥାବସ୍ତୁ ଓ ଗଠନରୀତିର ଅଧ୍ୟୟନରେ ସେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଥିଲେ।
ଜଗତସିଂହପୁର ଜିଲ୍ଲାର ପୁରାଣଗଡ଼ ଗ୍ରାମରେ ୧୯୧୬ ମସିହା ଏପ୍ରିଲ ମାସ ୨୦ ତାରିଖରେ ଗୋପାଳ ଛୋଟରାୟ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ପୂରା ଜୀବନ କଟକରେ ହିଁ କଟିଥିଲା ଏବଂ ୨୦୦୩ ମସିହା ଜାନୁଆରି ମାସ ୨୨ ତାରିଖରେ ସେ ଶେଷ ନିଶ୍ୱାସ ଛାଡ଼ିଥିଲେ।
୧୯୪୬ ମସିହାର ‘ଫେରିଆ’ଠାରୁ ଆରମ୍ଭ କରି ୧୫ରୁ ଅଧିକ ମୌଳିକ ନାଟକ ଏବଂ କିଛି ପ୍ରସିଦ୍ଧ ଓଡ଼ିଆ ଉପନ୍ୟାସକୁ ଆଧାର କରି ୮ଟି ନାଟକ ଲେଖିଥିଲେ। ସେଥିମଧ୍ୟରୁ ଅଧିକାଂଶ ସଫଳତାର ସହିତ ରଙ୍ଗମଞ୍ଚରେ ଅଭିନୀତ ହୋଇସାରିଛି। ସମୟ ଥିଲା, ଯେତେବେଳେ କଟକର ଦୁଇଟିଯାକ ପେଶାଦାର ରଙ୍ଗମଞ୍ଚରେ ଏକସମୟରେ ପ୍ରତ୍ୟେକ ଦିନ ତାଙ୍କର ନାଟକ ହିଁ ଅଭିନୀତ ହେଉଥିଲା। ଏହି ଭାବରେ ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଗୋପାଳ ଛୋଟରାୟ ଓଡ଼ିଶାର ପେଶାଦାର ରଙ୍ଗମଞ୍ଚଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିଥିଲେ।
୧୯୪୮ ମସିହାରେ କଟକରେ ଆକାଶବାଣୀ କେନ୍ଦ୍ର ଆରମ୍ଭ ହେଲା ଏବଂ ଗୋପାଳ ଛୋଟରାୟ ସେହି ସମୟରୁ ହିଁ ତା ସହିତ ଯୋଡ଼ା ହୋଇଗଲେ। ଆକାଶବାଣୀରେ କାମ କରୁଥିଲା ସମୟରେ ଗୋପାଳ ଛୋଟରାୟ ଗ୍ରାମୀଣ ନାଟକ ବା ଗୀତିନାଟ୍ୟର ପୁନରୁତ୍ଥାନ କରି ଓଡ଼ିଆ ସଙ୍ଗୀତର ପରମ୍ପରାକୁ ଅନନ୍ୟ ଅବଦାନ ଦେଇଯାଇଛନ୍ତି। ତାଙ୍କ ନିଜ କାମର ପ୍ରାୟ ୨୦ଟି ଏଲ୍ପି ରେକର୍ଡ ଓ କ୍ୟାସେଟ୍ ପ୍ରସ୍ତୁତ ହୋଇଛି। ତା ଭିତରୁ ସବୁଠାରୁ ଲୋକପ୍ରିୟ ହେଉଛି ଫକୀରମୋହନ ସେନାପତିଙ୍କର କ୍ଷୁଦ୍ରଗଳ୍ପ ‘ପେଟେଣ୍ଟ୍ ମେଡିସିନ୍’ର ନାଟ୍ୟରୂପ ‘ଶ୍ରୀମତୀ ସମାର୍ଜ୍ଜନୀ’। ରାଜ୍ୟ ଦୂରଦର୍ଶନ ପାଇଁ ସେ ପ୍ରାୟ ୧୦୦ ଟି ନାଟକ ଓ ଫିଚର୍ ଲେଖିଛନ୍ତି। ସେଥିମଧ୍ୟରେ ଅନେକଗୁଡ଼ିଏ ଧାରାବାହିକ ଓ ‘ଦେବୀ ଦୁର୍ଗା’ ନାମକ ଏକ ସ୍ମରଣୀୟ ପୌରାଣିକ କାହାଣୀ ମଧ୍ୟ ରହିଥିଲା।
ଓଡ଼ିଆ ନାଟ୍ୟଜଗତକୁ ଗୋପାଳ ଛୋଟରାୟଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ।
ତଳ ସୂଚୀ ସାହାଯ୍ୟରେ ଗୋପାଳ ଛୋଟରାୟଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଗୋପାଳ ଛୋଟରାୟ ସର୍ଜନା ସୂଚୀ | ||||
ନାଟକ, ଏକାଙ୍କିକା, ଗୀତିନାଟ୍ୟ – Drama, One-act play, Opera | ||||
Abhaginira Swarga (1962) Download |
Amadabata (5e. 1969) Download |
Amara Bilasa (1977) Download |
Ardhangini (1959) Download |
Babaji Nataka (1984) Download |
Babu Chandramani (1992) Download |
Bana Parajaya (1977) Download |
Baula (1961) Download |
Bindusagara (1977) Download |
Champubinoda (1988) Download |
Dalabehera (1966) Download |
Gharabara Dekha (1983) Download |
Ghataka (1962) Download |
Jhanja (1958) Download |
Nuabou (1980) Download |
Padmalaya (1972) Download |
Panchabati (1986) Download |
Pathikabandhu (1994) Download |
Petent Medisin (1992) Download |
Pratibha (1962) Download |
Sadhana (1965, 3e. 1974) Download |
Sita Labakusha (1985) Download |
Srimati Samarjani (1974) Download |
Sriharinka Sansara (1974, 2e. 1984) Download |
|
ସଂକଳନ – Collected Works | ||||
Gitinatya Sankalana (1995) Download |
Ekankika Sankalana, v.01 (1996) Download |
Ekankika Sankalana, v.02 (1996) Download |
Gopala Chhotray Granthabali, v.01 (2011) Download |
Gopala Chhotray Granthabali, v.02 (2016) Download |
Hasyarasara Nataka (1981, n. 1984) Download |
Natakhata Nataka (1986) Download |
Panchanatika (1993) Download |
Shakha Prasakha (1977) Download |
Shataranji (1983) Download |
Srestha Ekankika (1991) Download |
Tinoti Apera Ekatra (1972) Download |
|||
ସ୍ରଷ୍ଟା ଓ ସମୀକ୍ଷା – Creator and Review | ||||
Pathika (1995) Download |
Gopala Chhotray (2009) Download |
Gopala Chhotraynka Natya Manasa (1986) Download |
Betara Natyasrasta (2003) Download |
ଗୋପାଳ ଛୋଟରାୟଙ୍କ ବିଷୟରେ On Gopal Chhotray Open |
ଅପ୍ରକାଶିତ ପାଣ୍ଡୁଲିପି – Unpublished Manuscripts | ||||
ଭାଙ୍ଗିଯାଏ କ୍ଷୁଦ୍ର ପରିବେଶ ଓ ଅନ୍ୟାନ୍ୟ (୧୯୯୧) Bhangijae Ksudra Paribesa & Others (1991) Preview/ Download |
ଦରିଦ୍ର ନାରାୟଣ ଓ ଅନ୍ୟାନ୍ୟ (୧୯୬୨) Daridra Narayana & Others (1962) Preview/ Download |
ଦ୍ୱିଧାରା ଓ ଅନ୍ୟାନ୍ୟ Dwidhara & Others Preview/ Download |
କୃଷ୍ଣ ଚରିତ ଭାଗ ୨୧ରୁ ୫୦ Krusna Charita, episode 21 to 50 Preview/ Download |
କୃଷ୍ଣ ଚରିତ ଭାଗ ୫୧ରୁ ୮୧ Krusna Charita, episode 51 to 81 Preview/ Download |
ନନ୍ଦକୁମାର ଫାଶୀ ଓ ଅନ୍ୟାନ୍ୟ Nanda Kumar Phasi & Others Preview/ Download |
ଶ୍ରୀଗୁଣ୍ଡିଚା ଓ ଅନ୍ୟାନ୍ୟ Sri Gundicha & Others Preview/ Download |
|||
ଅନ୍ୟାନ୍ୟ – Others | ||||
Sei Phula (Story Compilation, 1989) Download |
Chandramukhi o Anyanya Galpa (1993) Download |
Natasamrat (Tr., 1994) Download |