କବିଚନ୍ଦ୍ର ରଚନା ସଂଗ୍ରହ
ଓଡ଼ିଆ ନାଟକ ଦୁନିଆରେ କାଳୀ ଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ନାଁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି। ଓଡ଼ିଶାର ରଙ୍ଗମଞ୍ଚ, ଓଡ଼ିଆ ନାଟକ, ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ସବୁଥିରେ ତାଙ୍କର ଦଖଲ ଥିଲା।
ବଡ଼ମ୍ବାଗଡ଼ରେ ୧୮୯୭ ମସିହା ଡିସେମ୍ବର ୨୩ ତାରିଖ ଦିନ କାଳୀ ଚରଣଙ୍କର ଜନ୍ମ ହୋଇଥିଲା। ମୂଳତଃ ସେମାନେ ବାଙ୍କି ଅଧିବାସୀ ହୋଇଥିଲେ ବି ବଡ଼ମ୍ବାରେ ରହୁଥିଲେ। ତାଙ୍କ ପିତା ଦୁର୍ଗା ଚରଣ ବଡ଼ମ୍ବା ରାଜକର୍ମଚାରୀ ଥିଲେ। ପ୍ରଥମେ ସେ ବାଙ୍କିର ଚର୍ଚ୍ଚିକା ସ୍କୁଲ ଓ ପରେ ଖୋର୍ଦ୍ଧା ହାଇସ୍କୁଲ, ଶେଷରେ କଟକର ରେଭେନ୍ସା ମହାବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ସେ ସମୟରେ ମାଟ୍ରିକରେ ପ୍ରଥମ ଶ୍ରେଣୀ ପାଇଥିଲେ। ପିତାଙ୍କର ଅକାଳ ମୃତ୍ୟୁ ଯୋଗୁ ସେ ପାଠ ଛାଡ଼ିଦେଇଥିଲେ।
ତାଙ୍କ ପିଲାଦିନ ଏକ ସଙ୍ଗୀତମୟ ପରିବେଶରେ କଟିଥିଲା। ପିଲାଦିନୁ ସେ କଳାକାର ହେବାର ସ୍ୱପ୍ନ ଦେଖୁଥିଲେ। ଘରେ ଖଳାବାରିରେ ଦରୀ ଏବଂ ଶାଢ଼ୀ ଟାଣି ସେ ନାଟକ ଅଭିନୟ ଆରମ୍ଭ କରିଥିଲେ। ଖୋର୍ଦ୍ଧା ଯିବା ଯାଏଁ ସେ ଅନିୟମିତ ଭାବରେ ଗୀତ ଶିଖୁଥିଲେ। ଖୋର୍ଦ୍ଧାରେ ସେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିକ୍ଷା ଆରମ୍ଭ କଲେ।
ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ପିଲାଦିନରୁ ଆରମ୍ଭ ହୋଇଥିଲା। ପ୍ରାଚୀନ ରଚନା ପଢ଼ି ତାଙ୍କର ଗୀତ ରଚନା ପାଇଁ ଇଚ୍ଛା ହେଲା। ବାଙ୍କିରେ ପଢ଼ିବା ବେଳେ ସେ ଛୋଟ ଛୋଟ ଗୀତ ଲେଖୁଥିଲେ, ଆଉ ତାଙ୍କ ଶିକ୍ଷକ ସେସବୁକୁ ସଂଶୋଧନ କରି ଦେଉଥିଲେ। ଯେଉଁ ସମୟରେ ପିଲା ଖେଳକୁଦରେ ମାତିବାକୁ ଭଲପାଆନ୍ତି, ସେ ସାହିତ୍ୟ ପଢ଼ା ଏବଂ ଗୀତ ଲେଖାରେ ସମୟ କାଟୁଥିଲେ। ବାଙ୍କିରେ ଥିବାବେଳେ ତାଙ୍କର ପ୍ରଥମ ଖଣ୍ଡକାବ୍ୟ ମହାପର୍ବତ ଲେଖିଥିଲେ, କିନ୍ତୁ ତାହା ଅପ୍ରକାଶିତ ରହିଛି। ଏହାପରେ ସେ କଳଙ୍କ ଭଞ୍ଜନ ଲୀଳା ନାମରେ ଗୋଟିଏ ଲୀଳା ଲେଖିଥିଲେ।
ଲେଖାଲେଖି ଥିଲା ତାଙ୍କ ଜୀବନର ପ୍ରଧାନ ବୃତ୍ତି। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କଲମ ଚାଲିଥିଲା। ନାଟକ, ଗଳ୍ପ, ଉପନ୍ୟାସ, ସଙ୍ଗୀତ, ଶିଶୁସାହିତ୍ୟ ଆଦି ସବୁ ବିଭାଗରେ ସେ ଲେଖିନ୍ତି। ଖୋର୍ଦ୍ଧା ସ୍କୁଲରେ ପଢ଼ୁଥିବା ବେଳେ କାଳୀ ଚରଣଙ୍କ ରଚନା ଉଦୁମୁଦୁମା ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ଛପା ହୋଇଥିଲା। ଏହା ହିଁ ତାଙ୍କର ପ୍ରଥମ ପ୍ରକାଶିତ ରଚନା।
କାଳୀ ଚରଣ ସାରା ଓଡ଼ିଶାରେ ଜଣେ ନାଟ୍ୟକାର ଭାବରେ ଜଣା। ପିଲାଦିନରୁ ତାଙ୍କର ଏ ଦିଗରେ ଆଗ୍ରହ ସୃଷ୍ଟି ହୋଇଥିଲା। ପର ସମୟରେ ସେ ନାଟକ ଅଭିନୟ, ରଚନା ଆଦିକୁ ନିଜର ପ୍ରଧାନ ବୃତ୍ତି ଭାବରେ ଗ୍ରହଣ କରିଥିଲେ। ୧୯୨୯ ମସିହାରେ ସେ ଗଢ଼ିଥିଲେ ସାକ୍ଷୀ ଗୋପାଳ ନାଟ୍ୟସଂଘ। ଏହା ପ୍ରାୟ ଦଶବର୍ଷ ଚାଲିଲା ପରେ ୧୯୩୯ ମସିହାରେ ସେ ଗଢ଼ିଲେ ଓଡ଼ିଶା ଥିଏଟର୍ସ। ଏହି ଦଳ ୧୯୪୯ ମସିହା ବେଳକୁ ଭାଙ୍ଗିଗଲା ପରେ ସେ ଆଉ ନାଟ୍ୟଦଳ ଗଢ଼ିନାହାନ୍ତି।
କାଳୀ ଚରଣ ଜୀବନକାଳ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି। ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧିରେ ସମ୍ମାନିତ କରିଥିଲେ। ୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ। ଆହୁରି ଅନେକ ପୁରସ୍କାର ଓ ସମ୍ମାନ ସେ ପାଇଥିଲେ। ଜୀବନର ସର୍ବଶେଷ ସମ୍ମାନ ସେ ପାଇଥିଲେ ୧୯୭୭ ମସିହାରେ ତାଙ୍କ ଆତ୍ମଜୀବନୀ କୁମ୍ଭାରଚକ ପାଇଁ। ତାହା ଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ଶେଷ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଦୀର୍ଘକାଳରୁ ଆତ୍ମୀୟସ୍ୱଜନ ତାଙ୍କୁ ଛାଡ଼ି ଦେଇଥିଲେ। ସେ ପ୍ରାୟ ନିଃସଙ୍ଗ ଜୀବନ କାଟୁଥିଲେ। ଶେଷରେ ୧୯୭୮ ମସିହା ଜୁଲାଇ ୨୪ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା। ଏହା ସହିତ ଓଡ଼ିଆ ନାଟକ ଜଗତର ଏକ ଯୁଗର ଅବସାନ ହେଲା।
ତଳ ସୂଚୀ ସାହାଯ୍ୟରେ କବିଚନ୍ଦ୍ର କାଳୀ ଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
କବିଚନ୍ଦ୍ର କାଳୀ ଚରଣ ସର୍ଜନା ସୂଚୀ | ||||
ନାଟକ – Drama | ||||
Abhijana (1946, n. 1974) Download |
Kamala (1950, n. 1968) Download |
Kishor Chandranana Champu (1940) Download |
Garl Skul (n. 1968) Download |
Chakri (n. 19684) Download |
Jayadev (1943, n. 1963) Download |
Dasabhuja (3e.1966) Download |
Pathara Ghara (1978, 2e. 1980) Download |
Phata Bhuin (1949, n. 1959) Download |
Bekar (n. 1968) Download |
Bhata (n. 1963) Download |
Bhukha Download |
Juge Juge Utkala (1955) Download |
Rakta Mandara Download |
Rakta Mati (n. 1987) Download |
Sri Gitagobinda (1970) Download |
Sri Gitagobinda (n. 2007) Download |
Sarala Das (1954, n. 1970) Download |
Sandhana (1953) Download |
Haranachala Download |
Hirakhanda (n. 1968) Download |
Atibadi Jagannath Das (3e. 1969) Download |
Malati (1965) Download |
||
ନୃତ୍ୟନାଟିକା, ଏକାଙ୍କିକା – Dance Drama, Short Play | ||||
Kanchi Bijaya (1977) Download |
Dharmapada (1977) Download |
Manabasa (1977) Download |
Sudama (1976) Download |
Jibita Tarpana (1940) Download |
Dosha Keunthi (1956) Download |
Pancharanga (n. 1968) Download |
Juga Jogi (1950) Download |
Juga Sadhaka (1950, hindi) Download |
Saptaparni (1976) Download |
Ananga (1966) Download |
Sadarasa (n. 1968) Download |
|||
ସଙ୍ଗୀତ – Music | ||||
Kabichandra Gitabali, v.01 (1963) Download |
Kabichandra Gitabali, v.02 (1963) Download |
Kabichandra Gitabali, v.03 (1965) Download |
Kabichandra Gitabali, v.04 (1967) Download |
Gita Manjari (1953) Download |
Pilanka Sangita Siksa (1940) Download |
Baranadala (1919) Download |
Odissi Mela-raga Laksana Gita (1963) Download |
Jojana Bhagabata (1954) Download |
Rakta Jhankara (1964) Download |
Ratnamala (n. 1953) Download |
Sangita O Harmonium Siksa (1950, n. 2010) Download |
Sangita Sara (1926) Download |
Saptaswari (1964) Download |
Sinema Sangita (1941) Download |
Suralekha Download |
Chandrika (1950) Download |
Odissi, Kirtana Sataka Download |
Sangitare Swara Download |
|
ଶିଶୁ ସାହିତ୍ୟ – Children’s Literature | ||||
Katha Suna (1957) Download |
Kalahandia Megha (1917) Download |
Ketoti Katha, v.03 (1961) Download |
Thakkara Bapa (1951) Download |
Nepoliyan Download |
Pilanka Karma Sangita (1954) Download |
Pilanka Patha (1958) Download |
Baulabeni (1921) Download |
Shishu Khela Gita Download |
|
Pilanka Sahitya, v.01 Download |
Pilanka Sahitya, v.02 Download |
|||
ଅନୁବାଦ, ଆଲୋଚନା, ସମ୍ପାଦନା – Translation, Discussion, Editing | ||||
Raga-Chitra (1966) Download |
Kabisurya Gitabali (1968) Download |
Champu Prabesha Download |
Babaji Nataka Download |
Amara Sangita Dhara (1981) Download |
Odissi Sangita Prakash Download |
Odissi Sangitara Ruparekha (1957) Download |
Manchadhara (1973) Download |
Sangita Prabha (1927) Download |
Gitagobind In Odissi Dance Download |
Odissi Dance Download |
Odissi Music Download |
Sri Jayadev’s Gitagobind and Commentary in Odia (2012) Download |
Sri Gitagobinda (1970) Download |
Sri Gitagobinda (2e., 2007) Download |
Odissi Nrutya Download |
A Glimpse Into Orissan Music Download |
Natya Manorama (1976) Download |
||
ଅନ୍ୟାନ୍ୟ – Others | ||||
Kabichandra Granthabali, v.01 (1968) Download |
Kabichandra Granthabali, v.02 (1970) Download |
Kabichandra Granthabali, v.03 (1971) Download |
Kumbharachaka (1975, 3e. 2007) Download |
Charana Chutia Dhama (1921) Download |
Jatiya Judha Samukhya Gitika (1942) Download |
Praudha Siksa Download |
Phularenu (1950) Download |
Banaphula Download |
Hal fesan (1925) Download |
Aloka Pathe, v.03 (1958) Download |
Odia Pocket Abhidhan (1956) Download |
|||
ଜୀବନ ଓ ସାଧନା – Life and Work | ||||
Ama Kabichandra O Mun (1971) Download |
E Satabdira Odia Rangamancha… (1998) Download |
Odia Bhajana Janana O Kabichandra (1976) Download |
Kabichandra Kali Charana Patnaik (1993) Download |
Kabichandra Kali Charana, Jibana O Jibani (2012) Download |
Kabichandra Parikrama (1978) Download |
Kabichandra Samparkare Download |
|||
ବିବିଧ – Miscellaneous | ||||
ଡାଏରୀର କିୟଦଂଶ Diary Pages Preview / Download |
ପାଣ୍ଡୁଲିପିର ନମୁନା Manuscript sample Preview / Download |
କିଛି ଚିଠିପତ୍ର Letters Preview / Download |
ଓଡିଶା ଥିଏଟର୍ସ ପ୍ରସ୍ପେକ୍ଟସ୍ Odisha Theatres Prospectus Preview / Download |
ରିପୋର୍ଟ ଆଣ୍ଡ ନୋଟ୍ସ୍ Reports and Notes Preview / Download |
କବିଚନ୍ଦ୍ରଙ୍କ ପ୍ରବନ୍ଧ Articles by Kabichandra Preview / Download |
କବିଚନ୍ଦ୍ରଙ୍କ ବିଷୟରେ ପ୍ରବନ୍ଧ Articles on Kabichandra Preview / Download |