କବିଚନ୍ଦ୍ର ରଚନା ସଂଗ୍ରହ

ଓଡ଼ିଆ ନାଟକ ଦୁନିଆରେ କାଳୀ ଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ନାଁ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି। ଓଡ଼ିଶାର ରଙ୍ଗମଞ୍ଚ, ଓଡ଼ିଆ ନାଟକ, ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ସବୁଥିରେ ତାଙ୍କର ଦଖଲ ଥିଲା।

ବଡ଼ମ୍ବାଗଡ଼ରେ ୧୮୯୭ ମସିହା ଡିସେମ୍ବର ୨୩ ତାରିଖ ଦିନ କାଳୀ ଚରଣଙ୍କର ଜନ୍ମ ହୋଇଥିଲା। ମୂଳତଃ ସେମାନେ ବାଙ୍କି ଅଧିବାସୀ ହୋଇଥିଲେ ବି ବଡ଼ମ୍ବାରେ ରହୁଥିଲେ। ତାଙ୍କ ପିତା ଦୁର୍ଗା ଚରଣ ବଡ଼ମ୍ବା ରାଜକର୍ମଚାରୀ ଥିଲେ। ପ୍ରଥମେ ସେ ବାଙ୍କିର ଚର୍ଚ୍ଚିକା ସ୍କୁଲ ଓ ପରେ ଖୋର୍ଦ୍ଧା ହାଇସ୍କୁଲ, ଶେଷରେ କଟକର ରେଭେନ୍‌ସା ମହାବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ସେ ସମୟରେ ମାଟ୍ରିକରେ ପ୍ରଥମ ଶ୍ରେଣୀ ପାଇଥିଲେ। ପିତାଙ୍କର ଅକାଳ ମୃତ୍ୟୁ ଯୋଗୁ ସେ ପାଠ ଛାଡ଼ିଦେଇଥିଲେ।

ତାଙ୍କ ପିଲାଦିନ ଏକ ସଙ୍ଗୀତମୟ ପରିବେଶରେ କଟିଥିଲା। ପିଲାଦିନୁ ସେ କଳାକାର ହେବାର ସ୍ୱପ୍ନ ଦେଖୁଥିଲେ। ଘରେ ଖଳାବାରିରେ ଦରୀ ଏବଂ ଶାଢ଼ୀ ଟାଣି ସେ ନାଟକ ଅଭିନୟ ଆରମ୍ଭ କରିଥିଲେ। ଖୋର୍ଦ୍ଧା ଯିବା ଯାଏଁ ସେ ଅନିୟମିତ ଭାବରେ ଗୀତ ଶିଖୁଥିଲେ। ଖୋର୍ଦ୍ଧାରେ ସେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିକ୍ଷା ଆରମ୍ଭ କଲେ।

ସାହିତ୍ୟ ପ୍ରତି ତାଙ୍କର ଆଗ୍ରହ ପିଲାଦିନରୁ ଆରମ୍ଭ ହୋଇଥିଲା। ପ୍ରାଚୀନ ରଚନା ପଢ଼ି ତାଙ୍କର ଗୀତ ରଚନା ପାଇଁ ଇଚ୍ଛା ହେଲା। ବାଙ୍କିରେ ପଢ଼ିବା ବେଳେ ସେ ଛୋଟ ଛୋଟ ଗୀତ ଲେଖୁଥିଲେ, ଆଉ ତାଙ୍କ ଶିକ୍ଷକ ସେସବୁକୁ ସଂଶୋଧନ କରି ଦେଉଥିଲେ। ଯେଉଁ ସମୟରେ ପିଲା ଖେଳକୁଦରେ ମାତିବାକୁ ଭଲପାଆନ୍ତି, ସେ ସାହିତ୍ୟ ପଢ଼ା ଏବଂ ଗୀତ ଲେଖାରେ ସମୟ କାଟୁଥିଲେ। ବାଙ୍କିରେ ଥିବାବେଳେ ତାଙ୍କର ପ୍ରଥମ ଖଣ୍ଡକାବ୍ୟ ମହାପର୍ବତ ଲେଖିଥିଲେ, କିନ୍ତୁ ତାହା ଅପ୍ରକାଶିତ ରହିଛି। ଏହାପରେ ସେ କଳଙ୍କ ଭଞ୍ଜନ ଲୀଳା ନାମରେ ଗୋଟିଏ ଲୀଳା ଲେଖିଥିଲେ।

ଲେଖାଲେଖି ଥିଲା ତାଙ୍କ ଜୀବନର ପ୍ରଧାନ ବୃତ୍ତି। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କଲମ ଚାଲିଥିଲା। ନାଟକ, ଗଳ୍ପ, ଉପନ୍ୟାସ, ସଙ୍ଗୀତ, ଶିଶୁସାହିତ୍ୟ ଆଦି ସବୁ ବିଭାଗରେ ସେ ଲେଖିନ୍ତି। ଖୋର୍ଦ୍ଧା ସ୍କୁଲରେ ପଢ଼ୁଥିବା ବେଳେ କାଳୀ ଚରଣଙ୍କ ରଚନା ଉଦୁମୁଦୁମା ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ଛପା ହୋଇଥିଲା। ଏହା ହିଁ ତାଙ୍କର ପ୍ରଥମ ପ୍ରକାଶିତ ରଚନା।

କାଳୀ ଚରଣ ସାରା ଓଡ଼ିଶାରେ ଜଣେ ନାଟ୍ୟକାର ଭାବରେ ଜଣା। ପିଲାଦିନରୁ ତାଙ୍କର ଏ ଦିଗରେ ଆଗ୍ରହ ସୃଷ୍ଟି ହୋଇଥିଲା। ପର ସମୟରେ ସେ ନାଟକ ଅଭିନୟ, ରଚନା ଆଦିକୁ ନିଜର ପ୍ରଧାନ ବୃତ୍ତି ଭାବରେ ଗ୍ରହଣ କରିଥିଲେ। ୧୯୨୯ ମସିହାରେ ସେ ଗଢ଼ିଥିଲେ ସାକ୍ଷୀ ଗୋପାଳ ନାଟ୍ୟସଂଘ। ଏହା ପ୍ରାୟ ଦଶବର୍ଷ ଚାଲିଲା ପରେ ୧୯୩୯ ମସିହାରେ ସେ ଗଢ଼ିଲେ ଓଡ଼ିଶା ଥିଏଟର୍ସ। ଏହି ଦଳ ୧୯୪୯ ମସିହା ବେଳକୁ ଭାଙ୍ଗିଗଲା ପରେ ସେ ଆଉ ନାଟ୍ୟଦଳ ଗଢ଼ିନାହାନ୍ତି।

କାଳୀ ଚରଣ ଜୀବନକାଳ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି। ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ ତାଙ୍କୁ ନାଟ୍ୟାଚାର୍ଯ୍ୟ ଉପାଧିରେ ସମ୍ମାନିତ କରିଥିଲେ। ୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ। ଆହୁରି ଅନେକ ପୁରସ୍କାର ଓ ସମ୍ମାନ ସେ ପାଇଥିଲେ। ଜୀବନର ସର୍ବଶେଷ ସମ୍ମାନ ସେ ପାଇଥିଲେ ୧୯୭୭ ମସିହାରେ ତାଙ୍କ ଆତ୍ମଜୀବନୀ କୁମ୍ଭାରଚକ ପାଇଁ। ତାହା ଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।

ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କ ଶେଷ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଦୀର୍ଘକାଳରୁ ଆତ୍ମୀୟସ୍ୱଜନ ତାଙ୍କୁ ଛାଡ଼ି ଦେଇଥିଲେ। ସେ ପ୍ରାୟ ନିଃସଙ୍ଗ ଜୀବନ କାଟୁଥିଲେ। ଶେଷରେ ୧୯୭୮ ମସିହା ଜୁଲାଇ ୨୪ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା। ଏହା ସହିତ ଓଡ଼ିଆ ନାଟକ ଜଗତର ଏକ ଯୁଗର ଅବସାନ ହେଲା।

ତଳ ସୂଚୀ ସାହାଯ୍ୟରେ କବିଚନ୍ଦ୍ର କାଳୀ ଚରଣଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।

କବିଚନ୍ଦ୍ର କାଳୀ ଚରଣ ସର୍ଜନା ସୂଚୀ
ନାଟକ – Drama
ଅଭିଯାନ (୧୯୪୬, ନୂ. ୧୯୭୪)
Abhijana (1946, n. 1974)
Download
କମଳା (୧୯୫୦, ନୂ. ୧୯୬୮)
Kamala
(1950, n. 1968)
Download
କିଶୋର ଚନ୍ଦ୍ରାନନ ଚମ୍ପୂ (୧୯୪୦)
Kishor Chandranana Champu
(1940)
Download
ଗାର୍ଲ ସ୍କୁଲ (ନୂ. ୧୯୬୮)
Garl Skul (n. 1968)
Download
ଚକ୍ରୀ (ନୂ. ୧୯୬୮)
Chakri (n. 19684)
Download
ଜୟଦେବ (୧୯୪୩, ନୂ. ୧୯୬୩)
Jayadev (1943, n. 1963)
Download
ଦଶଭୁଜା (୩ୟ. ୧୯୬୬)
Dasabhuja (3e.1966)
Download
ପଥର ଘର (୧୯୭୮, ୨ୟ ୧୯୮୦)
Pathara Ghara (1978, 2e. 1980)
Download
ଫଟା ଭୂଇଁ (୧୯୪୯, ନୂ. ୧୯୫୯)
Phata Bhuin (1949, n. 1959)
Download
ବେକାର (ନୂ. ୧୯୬୮)
Bekar (n. 1968)
Download
ଭାତ (ନୂ. ୧୯୬୩)
Bhata (n. 1963)
Download
ଭୁଖା (ହିନ୍ଦୀ)
Bhukha
Download
ଯୁଗେ ଯୁଗେ ଉତ୍କଳ (୧୯୫୫)
Juge Juge Utkala (1955)
Download
ରକ୍ତ ମନ୍ଦାର
Rakta Mandara
Download
ରକ୍ତ ମାଟି (ନୂ. ୧୯୮୭)
Rakta Mati (n. 1987)
Download
ଶ୍ରୀ ଗୀତଗୋବିନ୍ଦ (୧୯୭୦)
Sri Gitagobinda (1970)
Download
ଶ୍ରୀ ଗୀତଗୋବିନ୍ଦ (ନୂ. ୨୦୦୭)
Sri Gitagobinda (n. 2007)
Download
ସାରଳା ଦାସ (୧୯୫୪, ନୂ. ୧୯୭୦)
Sarala Das (1954, n. 1970)
Download
ସନ୍ଧାନ (୧୯୫୩)
Sandhana (1953)
Download
ହରଣଚାଳ
Haranachala
Download
ହୀରାଖଣ୍ଡ (ନୂ. ୧୯୬୮)
Hirakhanda (n. 1968)
Download
ଅତିବଡ଼ି ଜଗନ୍ନାଥ ଦାସ (୩ୟ ୧୯୬୯)
Atibadi Jagannath Das (3e. 1969)
Download
ମାଳତୀ (୧୯୬୫)
Malati (1965)
Download
ନୃତ୍ୟନାଟିକା, ଏକାଙ୍କିକା – Dance Drama, Short Play
କାଞ୍ଚି ବିଜୟ (୧୯୭୭)
Kanchi Bijaya (1977)
Download
ଧର୍ମପଦ (୧୯୭୭)
Dharmapada (1977)
Download
ମାଣବସା (୧୯୭୭)
Manabasa (1977)
Download
ସୁଦାମା (୧୯୭୬)
Sudama (1976)
Download
ଜୀବିତ ତର୍ପଣ (୧୯୪୦)
Jibita Tarpana (1940)
Download
ଦୋଷ କେଉଁଠି (୧୯୫୬)
Dosha Keunthi (1956)
Download
ପଞ୍ଚରଙ୍ଗ (ନୂ. ୧୯୬୮)
Pancharanga (n. 1968)
Download
ଯୁଗ ଯୋଗୀ (୧୯୫୦)
Juga Jogi (1950)
Download
ଯୁଗ ସାଧକ (୧୯୫୦, ହିନ୍ଦୀ)
Juga Sadhaka (1950, hindi)
Download
ସପ୍ତପର୍ଣ୍ଣୀ (୧୯୭୬)
Saptaparni (1976)
Download
ଅନଙ୍ଗ (୧୯୬୬)
Ananga (1966)
Download
ଷଡ଼ରସ (ନୂ. ୧୯୬୮)
Sadarasa (n. 1968)
Download
ସଙ୍ଗୀତ – Music
କବିଚନ୍ଦ୍ର ଗୀତାବଳୀ, ଭାଗ ୧ (୧୯୬୩)
Kabichandra Gitabali, v.01 (1963)
Download
କବିଚନ୍ଦ୍ର ଗୀତାବଳୀ, ଭାଗ ୨ (୧୯୬୩)
Kabichandra Gitabali, v.02 (1963)
Download
କବିଚନ୍ଦ୍ର ଗୀତାବଳୀ, ଭାଗ ୩ (୧୯୬୫)
Kabichandra Gitabali, v.03 (1965)
Download
କବିଚନ୍ଦ୍ର ଗୀତାବଳୀ, ଭାଗ ୪ (୧୯୬୭)
Kabichandra Gitabali, v.04 (1967)
Download
ଗୀତ ମଞ୍ଜରୀ (୧୯୫୩)
Gita Manjari (1953)
Download
ପିଲାଙ୍କ ସଙ୍ଗୀତ ଶିକ୍ଷା (୧୯୪୦)
Pilanka Sangita Siksa (1940)
Download
ବରଣଡାଲା (୧୯୧୯)
Baranadala (1919)
Download
ଓଡ଼ିଶୀ ମେଳରାଗ ଲକ୍ଷଣ ଗୀତ (୧୯୬୩)
Odissi Mela-raga Laksana Gita (1963)
Download
ଯୋଜନା ଭାଗବତ (୧୯୫୪)
Jojana Bhagabata (1954)
Download
ରକ୍ତ ଝଙ୍କାର (୧୯୬୪)
Rakta Jhankara (1964)
Download
ରତ୍ନମାଳା (ନୂ. ୧୯୫୩)
Ratnamala (n. 1953)
Download
ସଙ୍ଗୀତ ଓ ହାର୍ମୋନିଅମ୍ ଶିକ୍ଷା (୧୯୫୦, ନୂ. ୨୦୧୦)
Sangita O Harmonium Siksa (1950, n. 2010)
Download
ସଙ୍ଗୀତ ସାର (୧୯୨୬)
Sangita Sara (1926)
Download
ସପ୍ତସ୍ୱରୀ (୧୯୬୪)
Saptaswari (1964)
Download
ସିନେମା ସଙ୍ଗୀତ (୧୯୪୧)
Sinema Sangita (1941)
Download
ସୁରଲେଖା
Suralekha
Download
ଚନ୍ଦ୍ରିକା (୧୯୫୦)
Chandrika (1950)
Download
ଓଡ଼ିଶୀ, କୀର୍ତ୍ତନ ଶତକ
Odissi, Kirtana Sataka
Download
ସଙ୍ଗୀତରେ ସ୍ୱର
Sangitare Swara
Download
ଶିଶୁ ସାହିତ୍ୟ – Children’s Literature
କଥା ଶୁଣ (୧୯୫୭)
Katha Suna (1957)
Download
କଳାହାଣ୍ଡିଆ ମେଘ (୧୯୧୭)
Kalahandia Megha (1917)
Download
କେତୋଟି କଥା, ଭାଗ ୩ (ନୂ. ୧୯୬୧)
Ketoti Katha, v.03 (1961)
Download
ଠକ୍କର ବାପା (୧୯୫୧)
Thakkara Bapa (1951)
Download
ନେପୋଲିୟନ
Nepoliyan
Download
ପିଲାଙ୍କ କର୍ମସଙ୍ଗୀତ (୧୯୫୪)
Pilanka Karma Sangita
(1954)
Download
ପିଲାଙ୍କ ପାଠ (୧୯୫୮)
Pilanka Patha (1958)
Download
ବଉଳବେଣୀ (୧୯୨୧)
Baulabeni (1921)
Download
ଶିଶୁ ଖେଳା ଗୀତ
Shishu Khela Gita
Download
ପିଲାଙ୍କ ସାହିତ୍ୟ, ଭାଗ ୧
Pilanka Sahitya, v.01
Download
ପିଲାଙ୍କ ସାହିତ୍ୟ, ଭାଗ ୨
Pilanka Sahitya, v.02
Download
ଅନୁବାଦ, ଆଲୋଚନା, ସମ୍ପାଦନା – Translation, Discussion, Editing
ରାଗ-ଚିତ୍ର (୧୯୬୬)
Raga-Chitra (1966)
Download
କବିସୂର୍ଯ୍ୟ ଗୀତାବଳୀ (୧୯୬୮)
Kabisurya Gitabali (1968)
Download
ଚମ୍ପୂ ପ୍ରବେଶ
Champu Prabesha
Download
ବାବାଜୀ ନାଟକ
Babaji Nataka
Download
ଆମର ସଙ୍ଗୀତ ଧାରା (୧୯୮୧)
Amara Sangita Dhara (1981)
Download
ଓଡ଼ିଶୀ ସଙ୍ଗୀତ ପ୍ରକାଶ
Odissi Sangita Prakash
Download
ଓଡ଼ିଶୀ ସଙ୍ଗୀତର ରୂପରେଖ (୧୯୫୭)
Odissi Sangitara Ruparekha (1957)
Download
ମଞ୍ଚଧାରା (୧୯୭୩)
Manchadhara (1973)
Download
ସଙ୍ଗୀତ ପ୍ରଭା (୧୯୨୭)
Sangita Prabha (1927)
Download
ଗୀତଗୋବିନ୍ଦ ଇନ୍ ଓଡିଶୀ ଡାନ୍‌ସ୍
Gitagobind In Odissi Dance
Download
ଓଡିଶୀ ଡାନ୍‌ସ୍
Odissi Dance
Download
ଓଡିଶୀ ମ୍ୟୁଜିକ୍
Odissi Music
Download
ଶ୍ରୀ ଜୟଦେବସ୍ ଗୀତଗୋବିନ୍ଦ ଆଣ୍ଡ କମେଣ୍ଟାରି ଇନ୍ ଓଡିଆ (୨୦୧୨)
Sri Jayadev’s Gitagobind and Commentary in Odia (2012)
Download
ଶ୍ରୀ ଗୀତଗୋବିନ୍ଦ (୧୯୭୦)
Sri Gitagobinda (1970)
Download
ଶ୍ରୀ ଗୀତଗୋବିନ୍ଦ (୨ୟ ସଂ., ୨୦୦୭)
Sri Gitagobinda (2e., 2007)
Download
ଓଡ଼ିଶୀ ନୃତ୍ୟ
Odissi Nrutya
Download
ଏ ଗ୍ଲିମ୍‌ସ୍ ଇନ୍‌ଟୁ ଓରିଶାନ୍ ମ୍ୟୁଜିକ୍
A Glimpse Into Orissan Music
Download
ନାଟ୍ୟ ମନୋରମା (୧୯୭୬)
Natya Manorama (1976)
Download
ଅନ୍ୟାନ୍ୟ – Others
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୧ (୧୯୬୮)
Kabichandra Granthabali, v.01 (1968)
Download
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୨ (୧୯୭୦)
Kabichandra Granthabali, v.02 (1970)
Download
କବିଚନ୍ଦ୍ର ଗ୍ରନ୍ଥାବଳୀ, ଭାଗ ୩ (୧୯୭୧)
Kabichandra Granthabali, v.03
(1971)
Download
କୁମ୍ଭାରଚକ (୧୯୭୫, ୩ୟ ୨୦୦୭)
Kumbharachaka (1975, 3e. 2007)
Download
ଚରଣ ଚୂଟିଆ ଢମ (୧୯୨୧)
Charana Chutia Dhama
(1921)
Download
ଜାତୀୟ ଯୁଦ୍ଧ ସାମ୍ମୁଖ୍ୟ ଗୀତିକା (୧୯୪୨)
Jatiya Judha Samukhya Gitika (1942)
Download
ପ୍ରୌଢ଼ଶିକ୍ଷା
Praudha Siksa
Download
ଫୁଲରେଣୁ (୧୯୫୦)
Phularenu (1950)
Download
ବନଫୁଲ
Banaphula
Download
ହାଲଫେସନ (୧୯୨୫)
Hal fesan (1925)
Download
ଆଲୋକ ପଥେ, ଭାଗ ୩ (୧୯୫୮)
Aloka Pathe, v.03 (1958)
Download
ଓଡ଼ିଆ ପକେଟ ଅଭିଧାନ (୧୯୫୬)
Odia Pocket Abhidhan (1956)
Download
ଜୀବନ ଓ ସାଧନା – Life and Work
ଆମ କବିଚନ୍ଦ୍ର ଓ ମୁଁ (୧୯୭୧)
Ama Kabichandra O Mun (1971)
Download
ଏ ଶତାବ୍ଦୀର ଓଡ଼ିଆ ରଙ୍ଗମଞ୍ଚ…(୧୯୯୮)
E Satabdira Odia Rangamancha… (1998)
Download
ଓଡ଼ିଆ ଭଜନ ଜଣାଣ ଓ କବିଚନ୍ଦ୍ର (୧୯୭୬)
Odia Bhajana Janana O Kabichandra (1976)
Download
କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ (୧୯୯୩)
Kabichandra Kali Charana Patnaik (1993)
Download
କବିଚନ୍ଦ୍ର କାଳୀ ଚରଣ, ଜୀବନୀ ଓ ଜୀବନ (୨୦୧୨)
Kabichandra Kali Charana, Jibana O Jibani (2012)
Download
କବିଚନ୍ଦ୍ର ପରିକ୍ରମା (୧୯୭୮)
Kabichandra Parikrama (1978)
Download
କବିଚନ୍ଦ୍ର ସମ୍ପର୍କରେ
Kabichandra Samparkare
Download
ବିବିଧ – Miscellaneous
ଡାଏରୀର କିୟଦଂଶ
Diary Pages
Preview / Download
ପାଣ୍ଡୁଲିପିର ନମୁନା
Manuscript sample
Preview / Download
କିଛି ଚିଠିପତ୍ର
Letters
Preview / Download
ଓଡିଶା ଥିଏଟର୍ସ ପ୍ରସ୍ପେକ୍ଟସ୍
Odisha Theatres Prospectus
Preview / Download
ରିପୋର୍ଟ ଆଣ୍ଡ ନୋଟ୍‌ସ୍
Reports and Notes
Preview / Download
କବିଚନ୍ଦ୍ରଙ୍କ ପ୍ରବନ୍ଧ
Articles by Kabichandra
Preview / Download
କବିଚନ୍ଦ୍ରଙ୍କ ବିଷୟରେ ପ୍ରବନ୍ଧ
Articles on Kabichandra
Preview / Download