ବାଲେଶ୍ୱର ସମ୍ବାଦବାହିକା

ବାଲେଶ୍ୱରରୁ ୧୮୬୮ ମସିହାରେ ବୋଧଦାୟିନୀ ଏବଂ ବାଲେଶ୍ୱର ସମ୍ବାଦବାହିକା ନାମରେ ଏହା ପ୍ରକାଶିତ ହୋଇଥିଲା। ତିନିବର୍ଷ ପରେ ୧୮୭୨ ମସିହାରେ ଏହା ମାସିକରୁ ପାକ୍ଷିକ ହେଲା ଏବଂ କେବଳ ବାଲେଶ୍ୱର ସମ୍ବାଦବାହିକା ନାଁ ରହିଲା। ପ୍ରଥମରୁ ଫକୀରମୋହନ ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ। ପରେ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ, ଜଗନ୍‌ମୋହନ ପଟ୍ଟନାୟକ ଆଦି ଏହାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ଏଥିରେ ସମ୍ବାଦ ସହ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଚିତ୍ର ମଧ୍ୟ ପ୍ରକାଶିତ ହୋଇଥିଲା। ଗ୍ରନ୍ଥସମୀକ୍ଷା, ଭାଷା ଓ ପାଠ୍ୟପୁସ୍ତକ ଆଲୋଚନା ଓ ଜ୍ଞାନବିଜ୍ଞାନର ବିଭିନ୍ନ ବିଷୟକ ଚିନ୍ତାମୂଳକ ପ୍ରବନ୍ଧ ଏହାର ବିଶେଷତ୍ୱ ଥିଲା।

ବାଲେଶ୍ୱର ସମ୍ବାଦବାହିକା ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

 

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

 

ଭାଗ / ମସିହା ଭାଗ / ମସିହା
୨ – ୧୦ (୧୮୭୨ – ୧୮୭୭) ୧୧ (୧୮୭୮)
୧୨ (୧୮୭୯) ୧୩ (୧୮୮୦)
୧୪ (୧୮୮୧) ୧୫ (୧୮୮୨)
୧୬ (୧୮୮୩) ୧୭ (୧୮୮୪)
୧୮ (୧୮୮୫) ୧୯ (୧୮୮୬)
୨୧ (୧୮୮୮) ୨୨ (୧୮୮୯)