ସତ୍ୟ ସମାଚାର

ସାପ୍ତାହିକ ସମ୍ବାଦପତ୍ର ସତ୍ୟସମାଚାର ୧୯୩୦ ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ବ୍ରଜସୁନ୍ଦର ଦାସ ଓ ଗୋପାଳଚନ୍ଦ୍ର ପ୍ରହରାଜ।

ସତ୍ୟସମାଚାରରେ ପ୍ରକାଶିତ ସମ୍ବାଦର ବୈଶିଷ୍ଟ୍ୟ ହେଉଛି ଓଡ଼ିଶା, ଭାରତ ଓ ବିଦେଶର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ଅର୍ଥନୀତି ଓ ସମାଜ ବ୍ୟବସ୍ଥାର ସୂକ୍ଷ୍ମ ବିଶ୍ଳେଷଣ ଏବଂ ତା ସହିତ ସମ୍ପାଦକଙ୍କ ନିଜସ୍ୱ ମତ। ଏହାର ସମ୍ବାଦ ଲିଖନ ଶୈଳୀ ବହୁତ ଭଲ। ସତେଯେପରି ଏଗୁଡ଼ିକ ସମ୍ବାଦ ନୁହେଁ, ସୃଜନଧର୍ମୀ କଥନତା।

ସତ୍ୟ ସମାଚାର ସୂଚୀ

ତଳ ସାରଣୀରେ ଏହି ଖବର କାଗଜର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ଖବର କାଗଜ ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ନମୁନା ୧        ନମୁନା ୨       ନମୁନା ୩

ଭାଗ / ମସିହା ସଂଖ୍ୟା ସଂଖ୍ୟା ସଂଖ୍ୟା
୧ (୧୯୩୦) ସଂ. ୧ – ୨୬ ସଂ. ୨୭ – ୪୯ ସଂ. ୫୦ – ୫୯
୧ (୧୯୩୦) ସଂ. ୬୦ – ୬୯ ସଂ. ୭୦ – ୭୯ ସଂ. ୮୦ – ୮୭
୫ (୧୯୩୪) ସଂ. ୧ – ୧୦ ସଂ. ୧୧ – ୧୭ ସଂ. ୧୮ – ୨୪
୭ (୧୯୩୬) ସଂ. ୨୯ – ୪୮
୮ (୧୯୩୭) ସଂ. ୨ – ୨୭