ଅନ୍ୱେଷା ସମ୍ୱନ୍ଧରେ ଦୁଇ ପଦ
ଅନ୍ୱେଷା ଏକ ତ୍ରୈମାସିକ ପତ୍ରିକା ରୂପରେ ପ୍ରଥମେ ପ୍ରକାଶ ପାଇଲା ୧୯୯୮ ସେପ୍ଟେମ୍ବର ମାସରେ। ସାଧାରଣ ମଣିଷର ଜୀବନ ଜୀବିକାର ସଙ୍ଘର୍ଷ ପ୍ରଚଳିତ ବ୍ୟବସ୍ଥାର କ୍ଷମତା ଢାଞ୍ଚାକୁ ଯେଉଁ ପ୍ରଶ୍ନ ପଚାରୁଥିଲା, ତାକୁ ନେଇ ଆଲୋଚନା, ବିଶ୍ଳେଷଣ ଓ ବାର୍ତ୍ତାଳାପ ପାଇଁ ଏକ କ୍ଷେତ୍ର ତିଆରି କରିବା ଥିଲା ତା’ର ଆଭିମୁଖ୍ୟ। କୌଣସି ନିର୍ଦ୍ଦିଷ୍ଟ ମତବାଦ ବା ଗୋଷ୍ଠୀର ମୁଖପତ୍ର ଭାବରେ ନୁହେଁ, ସାଧାରଣ ମଣିଷକୁ କେନ୍ଦ୍ରରେ ରଖି, ପ୍ରତ୍ୟେକଟି କ୍ଷେତ୍ରରେ – ସାମାଜିକ, ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ – ହେଉଥିବା ଉଦ୍ୟମଗୁଡ଼ିକର ଅନ୍ୱେଷଣ ଥିଲା ତା’ର ଅଙ୍ଗୀକାର। ଏହି ସୀମିତ ଅଙ୍ଗୀକାରକୁ ନେଇ ଅନ୍ୱେଷା ୨୦୧୦ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା; ଯଦିଓ ୨୦୦୮ ବେଳକୁ ଏହା ଅନିୟମିତ ହେବା ଆରମ୍ଭ ହୋଇଯାଇଥିଲା। ୨୦୧୧ରୁ ୨୦୧୬ ମଧ୍ୟରେ ଏହା ପୂରାପୂରି ବନ୍ଦ ହୋଇଗଲା। ଏହାର ମୂଳରେ ଥିଲା ଠିକ୍ ସମୟରେ ଆବଶ୍ୟକୀୟ ସଙ୍ଖ୍ୟକ ଭଲ ଲେଖା ନମିଳିବା, ଅନ୍ୱେଷାର ସମ୍ପାଦନା ଓ ପରିଚାଳନାରେ ଥିବା ବ୍ୟକ୍ତିମାନଙ୍କର ବିଭିନ୍ନ ଜନଆନ୍ଦୋଳନ ସହ ସମ୍ଫୃକ୍ତି ହେତୁ ପତ୍ରିକାକୁ ସମୟ ଦେଇ ନ ପାରିବା ତଥା କିଛିଟା ଆର୍ଥିକ ଦୁର୍ଗତି।
ଅନ୍ୱେଷା ନୂଆ ଜୀବନ ପାଇଲା ୨୦୧୭ ଏପ୍ରିଲରେ ଯେବେ ମାନବ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ନାମକ ଏକ ସଂସ୍ଥାର ଯୁବ ବନ୍ଧୁମାନେ ଅନ୍ୱେଷାକୁ ଆଉ ଥରେ ପ୍ରକାଶ କରିବା ପାଇଁ ଆଗଭର ହେଲେ। ଏହି ନୂଆ ପାଳିରେ ଯଦିଓ ଅନ୍ୱେଷାର ଆଙ୍ଗିକ ପରିପାଟୀରେ ପରିବର୍ତ୍ତନ ହେଲା, ଏହାର ମୂଳ ଆଭିମୂଖ୍ୟ ଓ ଅଙ୍ଗୀକାରକୁ ଅକ୍ଷୁର୍ଣ୍ଣ ରଖାଗଲା। ଏଥି ସହିତ ଫଟୋ, କ୍ଲାସିକ, ଭ୍ରମଣ ବୃତାନ୍ତ ପରି କେତୋଟି ନୂଆ ବିଭାଗ ଯୋଡ଼ାଗଲା। ଅଧିକନ୍ତୁ, ଅନ୍ୱେଷାର ନୂଆ ଏକ ଆଭିମୁଖ୍ୟ ରହିଲା ଯେ ପରିବର୍ତ୍ତିତ ପୃଥିବୀର ଘଟଣାବଳୀ, ସମସ୍ୟା ଓ ସଙ୍କଟ ସହ ଓଡ଼ିଆ ଭାଷା କିପରି ନିରନ୍ତର ସଂଳାପ କରିବାର ସାମର୍ଥ୍ୟ ଆହରଣ କରିପାରିବ, ସେହି ଦିଗରେ ଅନ୍ୱେଷା ସଚେତନ ଉଦ୍ୟମ କରିବ। ମୋଟ ଉପରେ କହିଲେ, ଓଡ଼ିଆ ଭାଷାରେ ସମାଜ ବିଜ୍ଞାନର ଆଲୋଚନା ପାଇଁ ଅନ୍ୱେଷା ଏକ ମଞ୍ଚର ଭୂମିକା ନିର୍ବାହ କରିବ। ଫନି ଓ କରୋନା ବିପର୍ଯ୍ୟୟ ପରି ବ୍ୟତିକ୍ରମକୁ ଛାଡ଼ି ଦେଲେ, ଏଯାବତ୍ ପତ୍ରିକାଟି ବାହାରି ଚାଲିଛି। ନୀତିଗତ ଭାବେ ଏହା ବିଜ୍ଞାପନ ଗ୍ରହଣ କରେ ନାହିଁ। ଏହାର ମୂଳ ପୁଞ୍ଜି ହେଉଛି ଲେଖକ ଓ ପାଠକମାନଙ୍କ ଆଦର ଓ ସହଯୋଗ। ଏହା ବଜାୟ ରହିଲେ ଅନ୍ୱେଷା ବଞ୍ଚି ରହିବ ବୋଲି ଆଶା।
(ସମ୍ପାଦକୀୟ ସଙ୍ଗୋଷ୍ଠୀ, ଅନ୍ୱେଷା)
ଅନ୍ୱେଷା ସୂଚୀ
ତଳ ସାରଣୀରେ ଅନ୍ୱେଷା ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।
ଅନ୍ୱେଷା ପତ୍ରିକାର ସଂଖ୍ୟାଗୁଡ଼ିକ ଯୋଗାଛନ୍ତି ସଂଗୋଷ୍ଠୀର ସତ୍ୟଜୀତ ପୁହାଣ, ଶୈଲେନ୍ ରାଉତରାୟ, ଦୁର୍ଗା ପ୍ରସାଦ ପଣ୍ଡା ଓ ଅନ୍ୟ କିଛି ସାଥୀ।
ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।
ରଚନା ସୂଚୀ – ପ୍ରକାଶନ କ୍ରମ Index – Chronological |
ରଚନା ସୂଚୀ – ଲେଖକ କ୍ରମ Index – Authorwise |
No.01 (1998) Download |
No.2 (1999) Download |
No.3-4 (1999) Download |
No.5 (2000) Download |
|
No.06 (2000) Download |
No.07 (2001) Download |
No.08 (2002) Download |
No.09 (2005) Download |
|
No.10 (2006) Download |
No.11 (2006) Download |
No.12 (2007) Download |
No.13 (2007) Download |
|
No.14 (2008) Download |
No.15 (2009) Download |
No.16 (2010) Download |
||
v.01(01) 2017 Download |
v.01(02) 2017 Download |
v.01(03) 2017 Download |
v.01(04) 2018 Download |
|
v.02(01) 2018 Download |
v.02(02) 2018 Download |
v.02(03) 2018 Download |
v.02(04) 2018 Download |