ଇସ୍ତାହାର

ସ୍ୱାଧୀନତା ପରର ପତ୍ରିକା ଭିତରେ ଇସ୍ତାହାର ପତ୍ରିକାର ସ୍ଥାନ ସ୍ୱତନ୍ତ୍ର। ୧୯୭୮ମସିହାରୁ ଏହା ନିୟମିତ ପ୍ରକାଶ ପାଉଛି। ୧୯୭୪ ମସିହାରେ ଭାଗିରଥୀ ସାହୁଙ୍କ ସମ୍ପାଦନାରେ କିଛି ନିର୍ବାଚିତ ଆଧୁନିକ ଓଡ଼ିଆ କବିତା ଉପରେ ଆଲୋଚନାକୁ ନେଇ ଇସ୍ତାହାରର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ଅକ୍ଟୋବର ୨୦୧୮ ମସିହା ସୁଦ୍ଧା ଏହାର ୧୪୮ଟି ସଂଖ୍ୟା ପ୍ରକାଶ ପାଇଛି। ଅବଶ୍ୟ କେତେଗୁଡ଼ିଏ ମିଳିତ ସଂଖ୍ୟା ବି ରହିଛି।

ଏହା ଏକ ସୃଜନଶୀଳ, ସମୀକ୍ଷା ସମୃଦ୍ଧ ସାହିତ୍ୟ ପତ୍ରିକା। ପ୍ରଥମ କିଛି ସଂଖ୍ୟାରେ କିଛି ଅନାଲୋଚିତ କବିଙ୍କ ବିଷୟରେ ଆଲୋଚନା କରାଯାଇଛି। ଏହା ସହିତ ପାଞ୍ଚଟି କବିତାର ପ୍ରାୟୋଗିକ ଆଲୋଚନା ସେହି ଦୁଇଟି ସଂଖ୍ୟାରେ ସଂଯୋଜିତ ହୋଇଛି। ୧୯୭୯ ମସିହାର ଶାରଦୀୟ ବିଶେଷାଙ୍କ ଭାବରେ ଇସ୍ତାହାରର ଅଷ୍ଟମ ସଂଖ୍ୟାରେ ମୌଳିକ ଗଳ୍ପ, କବିତା, ପ୍ରବନ୍ଧ, ସମାଲୋଚନା ତଥା ଗ୍ରନ୍ଥସମୀକ୍ଷା ପ୍ରକାଶ ପାଇଛି। ଏହା ପରଠାରୁ ଏହା ତ୍ରୈମାସିକ ହୋଇଛି।

ଇସ୍ତାହାର ପ୍ରକାଶନ ଆରମ୍ଭରୁ ଯେଉଁମାନଙ୍କ ଲେଖା ଏଥିରେ ପ୍ରକାଶ ପାଉଛି ସେମାନଙ୍କ ଭିତରେ ଅଛନ୍ତି ଗୋପୀନାଥ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ, କିଶୋରୀ ଚରଣ ଦାସ, ଚନ୍ଦ୍ରଶେଖର ରଥ, ଅତ୍ୟୁତାନନ୍ଦ ପତି, ଜଗନ୍ନାଥ ପ୍ରସାଦ ଦାସ, ସୀତାକାନ୍ତ ମହାପାତ୍ର, ବ୍ରଜନାଥ ରଥ, ରବି ପଟ୍ଟନାୟକ ଆଦି।

ବେଶ୍ କିଛିବର୍ଷ ମୌଳିକ ଲେଖାସହ ଆଧୁନିକ ସାହିତ୍ୟ ଉପରେ ସମୀକ୍ଷା ପ୍ରକାଶ ହେବା ପରେ ଓଡ଼ିଆ ସାହିତ୍ୟର ପ୍ରାଚୀନ ଓ ନୂତନ ଦିଗ ଉପରେ ଏଥିରେ ଚର୍ଚ୍ଚା କରାଯାଇଛି। ଓଡ଼ିଆ ସାହିତ୍ୟ ସହିତ ବିଭିନ୍ନ ଭାରତୀୟ ସାହିତ୍ୟ, ଆନ୍ତର୍ଜାତୀୟ ସାହିତ୍ୟ, ତୁଳନାତ୍ମକ ସାହିତ୍ୟ, ସମାଲୋଚନାମୂଳକ ସାହିତ୍ୟ ସହିତ ଗବେଷଣାମୂଳକ ରଚନା ଏଥିରେ ସ୍ଥାନ ପାଇଛି। ବିଖ୍ୟାତ ଗାଳ୍ପିକ ବାମା ଚରଣ ମିତ୍ରଙ୍କ ଉପରେ ଏକ ବିଶେଷ ସଂଖ୍ୟା ପ୍ରକାଶ ପାଇଥିଲା। ଏହା ସହିତ ସଚ୍ଚିଦାନନ୍ଦ ରାଉତରାୟ, କିଶୋରୀ ଚରଣ ଦାସ, ଗୁରୁ ପ୍ରସାଦ ମହାନ୍ତି, ବେଣୁଧର, ବିଶ୍ୱଜିତ ଦାସ ଆଦିଙ୍କ ଉପରେ ମଧ୍ୟ ବିଶେଷାଙ୍କ ପ୍ରକାଶିତ ହୋଇଛି।

ଆରମ୍ଭରୁ ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ ଏହାର ସମ୍ପାଦକ ରହିଛନ୍ତି। ତାଙ୍କ ସହିତ ଅନେକ ସମୟରେ ବହୁ ସୃଜନଶୀଳ ଲେଖକ ଓ ସମୀକ୍ଷକ ଏହାର ସମ୍ପାଦନା ମଣ୍ଡଳୀରେ ରହିଆସିଛନ୍ତି। ଏହାର ସମ୍ପାଦକୀୟ କେବେ କେମିତି ସମ୍ପାଦନା ମଣ୍ଡଳୀ ଲେଖୁଥିଲେ ବି ମୁଖ୍ୟତଃ ଅଧ୍ୟାପକ ଶତପଥୀ ଏହି ସ୍ତମ୍ଭରେ ସାହିତ୍ୟ, ସଂସ୍କୃତି, ଭାଷା ଓ ସମକାଳର ସାମାଜିକ, ରାଜନୈତିକ ସ୍ଥିତି ଉପରେ ଗଭୀର ଲେଖାମାନ ଲେଖିଛନ୍ତି। ଅନେକ ନୂଆ ଲେଖକ, ସମୀକ୍ଷକ, ପ୍ରାବନ୍ଧିକ ସୃଷ୍ଟି କରିବାରେ ଇସ୍ତାହାର ଏକ କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିଛି।
(ଆଧାର: ସମ୍ବାଦ ସାହିତ୍ୟକୋଷ)

ଇସ୍ତାହାର ଡିଜିଟାଇଜ କରିବା ପାଇଁ ଅଧିକାଂଶ ସଂଖ୍ୟା ଅଧ୍ୟାପକ ନିତ୍ୟାନନ୍ଦ ଶତପଥୀ ଯୋଗାଇ ଦେଇଥିଲେ। ମିଳି ନ ଥିବା ସଂଖ୍ୟା ଖୋଜିବାରେ ଅନେକ ସାଥି ସହଯୋଗ କରିଥିଲେ। ସେମାନଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଡ. ସଂଘମିତ୍ରା ମିଶ୍ର, ଡ. ଶ୍ରୀଚରଣ ମହାନ୍ତି, ଡ. ଶତ୍ରୁଘ୍ନ ପାଣ୍ଡବ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. କୈଳାଶ ଚନ୍ଦ୍ର ଦାଶ, ଡ. ଆଶୁତୋଷ ପରିଡ଼ା, ଶ୍ରୀମତୀ ପ୍ରିୟମ୍ବଦା ପାତ୍ର (ସ୍ୱର୍ଗତ ଶିବରାମ ପାତ୍ରଙ୍କ ସଂଗ୍ରହ) ଏବଂ କେଦାରନାଥ ଗବେଷଣା ପ୍ରତିଷ୍ଠାନ ଭଳି ଅନୁଷ୍ଠାନ।


 

 

 

 

 

 

 

 

 

 

 

 

 

 

 

 

 

 

 

ଇସ୍ତାହାର ସୂଚୀ

ତଳ ସାରଣୀରେ ଇସ୍ତାହର ପତ୍ରିକାର ଆରମ୍ଭରୁ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ନମୁନା ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

 

ନମୁନା ଖଣ୍ଡ ୧
Sample 1
ନମୁନା ଖଣ୍ଡ ୨
Sample 2
ନମୁନା ଖଣ୍ଡ ୩
Sample 3
ନମୁନା ଖଣ୍ଡ ୪
Sample 4
ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ବର୍ଷ/ସଂଖ୍ୟା Year/Volume ବର୍ଷ/ସଂଖ୍ୟା Year/Volume ବର୍ଷ/ସଂଖ୍ୟା Year/Volume ବର୍ଷ/ସଂଖ୍ୟା Year/Volume ବର୍ଷ/ସଂଖ୍ୟା Year/Volume
୧୯୭୪ ନଭେମ୍ବର, (୦୧)
1974 Nov, (01)
୧୯୭୮ ଫେବୃଆରି, (୦୨)
1978 Feb, (02)
୧୯୭୮ ଅକ୍ଟୋବର, (୦୩-୦୪)
1978 Oct, (03-04)
୧୯୭୯ ଜାନୁଆରି-ମାର୍ଚ୍ଚ, (୦୫)
1979 Jan-Mar, (05)
୧୯୭୯ ଏପ୍ରିଲ-ଜୁନ, (୦୬)
1979 Apr-Jun, (06)
୧୯୭୯ ଜୁଲାଇ-ସେପ୍ଟେମ୍ବର, (୦୭)
1979 Jul-Sep, (07)
୧୯୭୯ ଅକ୍ଟୋବର-ଡିସେମ୍ବର, (୦୮)
1979 Oct-Dec, (08)
୧୯୮୦ ଜାନୁଆରି-ମାର୍ଚ୍ଚ, (୦୯)
1980 Jan-Mar, (09)
୧୯୮୦ ଏପ୍ରିଲ-ଜୁନ, (୧୦)
1980 Apr-Jun, (10)
୧୯୮୦ ଜୁଲାଇ-ସେପ୍ଟେମ୍ବର, (୧୧)
1980 Jul-Sep, (11)
୧୯୮୦ ଅକ୍ଟୋବର-ଡିସେମ୍ବର, (୧୨)
1980 Oct-Dec, (12)
୧୯୮୧ ଜାନୁଆରି-ମାର୍ଚ୍ଚ, (୧୩)
1981 Jan-Mar, (13)
୧୯୮୧ ଏପ୍ରିଲ-ଜୁନ, (୧୪)
1981 Apr-Jun, (14)
୧୯୮୧ ଜୁଲାଇ-ସେପ୍ଟେମ୍ବର, (୧୫)
1981 Jul-Sep, (15)
୧୯୮୧ ଅକ୍ଟୋବର-ଡିସେମ୍ବର, (୧୬)
1981 Oct-Dec, (16)
୧୯୮୨ ଜାନୁଆରି-ମାର୍ଚ୍ଚ, (୧୭)
1982 Jan-Mar, (17)
୧୯୮୨ ଏପ୍ରିଲ-ଜୁନ, (୧୮)
1982 Arp-Jun, (18)
୧୯୮୨ ଜୁଲାଇ-ସେପ୍ଟେମ୍ବର, (୧୯)
1982 Jul-Sep, (19)
୧୯୮୨ ଅକ୍ଟୋବର-ଡିସେମ୍ବର, (୨୦)
1982 Oct-Dec, (20)
୧୯୮୩ ଜାନୁଆରି-ମାର୍ଚ୍ଚ, (୨୧)
1983 Jan-Mar, (21)
୧୯୮୩ ଏପ୍ରିଲ-ଜୁନ, (୨୨)
1983 Apr-Jun, (22)
୧୯୮୩ ଜୁଲାଇ-ସେପ୍ଟେମ୍ବର, (୨୩)
1983 Jul-Sep, (23)
୧୯୮୩ ଅକ୍ଟୋବର-ଡିସେମ୍ବର, (୨୪)
1983 Oct-Dec, (24)
୧୯୮୪ ଜାନୁଆରି-ମାର୍ଚ୍ଚ, (୨୫)
1984 Jan-Mar, (25)
୧୯୮୪ ଏପ୍ରିଲ-ଜୁନ, (୨୬)
1984 Apr-Jun, (26)
୧୯୮୪ ଜୁଲାଇ-ସେପ୍ଟେମ୍ବର, (୨୭)
1984 Jul-Sep, (27)
୧୯୮୪ ଅକ୍ଟୋବର-ଡିସେମ୍ବର, (୨୮)
1984 Oct-Dec, (28)
୧୯୮୫ ଜାନୁଆରି-ମାର୍ଚ୍ଚ, (୨୯)
1985 Jan-Mar, (29)
୧୯୮୫ ଏପ୍ରିଲ-ଜୁନ, (୩୦)
1985 Apr-Jun, (30)
୧୯୮୫ ଜୁଲାଇ-ସେପ୍ଟେମ୍ବର, (୩୧)
1985 Jul-Sep, (31)
୧୯୮୫ ଅକ୍ଟୋବର-ଡିସେମ୍ବର, (୩୨)
1985 Oct-Dec, (32)
୧୯୮୬ ଜାନୁଆରି-ଏପ୍ରିଲ,  (୩୩-୩୪)
1986, Jan-Apr, (33-34)
୧୯୮୬ ଅଗଷ୍ଟ, (୩୫)
1986 Aug, (35)
୧୯୮୬ ଅକ୍ଟୋବର, (୩୬)
1986 Oct, (36)
୧୯୮୭ ଜାନୁଆରି-ଏପ୍ରିଲ, (୩୭)
1987 Jan-Apr, (37)
୧୯୮୭ ଜୁନ, (୩୮)
1987 Jun, (38)
୧୯୮୭ ଅଗଷ୍ଟ, (୩୯)
1987 Aug, (39)
୧୯୮୭ ଅକ୍ଟୋବର, (୪୦)
1987 Oct, (40)
୧୯୮୮ ମାର୍ଚ୍ଚ, (୪୧)
1988 Mar, (41)
୧୯୮୮ ଜୁନ, (୪୨)
1988 Jun, (42)
୧୯୮୮ ଅକ୍ଟୋବର, (୪୩-୪୪)
1988 Oct, (43-44)
୧୯୮୯ ମେ, (୪୫)
1989 May, (45)
୧୯୮୯ ଅକ୍ଟୋବର-ଡିସେମ୍ବର, (୪୬)
1989 Oct-Dec, (46)
୧୯୯୦ ଅକ୍ଟୋବର, (୪୭-୪୮)
1990 Oct, (47-48)
୧୯୯୧ ଜୁଲାଇ, (୪୯-୫୦)
1991 Jul, (49-50)
୧୯୯୧ ଅକ୍ଟୋବର, (୫୧-୫୨)
1991 Oct, (51-52)
୧୯୯୨ ଜାନୁଆରି-ମାର୍ଚ୍ଚ, (୫୩)
1992 Jan-Mar, (53)
୧୯୯୨ ଏପ୍ରିଲ-ଜୁନ, (୫୪)
1992 Apr-Jun, (54)
୧୯୯୨ ଜୁଲାଇ-ଡିସେମ୍ବର, (୫୫-୫୬)
1992 Jul-Dec, (55-56)
୧୯୯୩ ଜାନୁଆରି-ମାର୍ଚ୍ଚ, (୫୭)
1993 Jan-Mar, (57)
୧୯୯୩ ଜୁନ, (୫୮)
1993 Jun, (58)
୧୯୯୩ ଅକ୍ଟୋବର-ଡିସେମ୍ବର, (୫୯-୬୦)
1993 Oct-Dec, (59-60)
୧୯୯୪ ମାର୍ଚ୍ଚ, (୬୧)
1994 Mar, (61)
୧୯୯୪ ଜୁନ, (୬୨)
1994 Jun, (62)
୧୯୯୪ ଅକ୍ଟୋବର, (୬୩-୬୪)
1994 Oct, (63-64)
୧୯୯୫ ସେପ୍ଟେମ୍ବର, (୬୫)
1995 Sep, (65)
୧୯୯୬ ମାର୍ଚ୍ଚ, (୬୬)
1996 Mar, (66)
୧୯୯୬ ଜୁନ, (୬୭)
1996 Jun, (67)
୧୯୯୬ ଅକ୍ଟୋବର, (୬୮)
1996 Oct, (68)
୧୯୯୭ ଏପ୍ରିଲ, (୬୯)
1997 Apr, (69)
୧୯୯୭ ଅକ୍ଟୋବର, (୭୦)
1997 Oct, (70)
୧୯୯୮ ମେ-ଜୁନ, (୭୧-୭୨)
1998 May-Jun, (71-72)
୧୯୯୮ ଅକ୍ଟୋବର-ଡିସେମ୍ବର, (୭୩-୭୪)
1998 Oct-Dec, (73-74)
୧୯୯୯ ଅକ୍ଟୋବର, (୭୫-୭୬)
1999 Oct (75-76)
୨୦୦୦ ଅକ୍ଟୋବର, (୭୭-୭୮)
2000 Oct, (77-78)
୨୦୦୧ ମାର୍ଚ୍ଚ-ମେ, (୭୯)
2001 Mar-May, (79)
୨୦୦୧ ଜୁନ-ଜୁଲାଇ, (୮୦)
2001 Jun-Jul, (80)
୨୦୦୧ ଅଗଷ୍ଟ-ସେପ୍ଟେମ୍ବର, (୮୧)
2001 Aug-Sep, (81)
୨୦୦୧ ଅକ୍ଟୋବର, (୮୨)
2001 Oct, (82)
୨୦୦୨ ଜାନୁଆରି-ମାର୍ଚ୍ଚ, (୮୩)
2002 Jan-Mar, (83)
୨୦୦୨ ଏପ୍ରିଲ-ଜୁନ, (୮୪)
2002 Apr-Jun, (84)
୨୦୦୨ ଜୁଲାଇ-ସେପ୍ଟେମ୍ବର, (୮୫)
2002 Jul-Sep, (85)
୨୦୦୨ ଅକ୍ଟୋବର, (୮୬)
2002 Oct, (86)
୨୦୦୩ ଜାନୁଆରି, (୮୭)
2003 Jan, (87)
୨୦୦୩ ଏପ୍ରିଲ, (୮୮)
2003 Apr, (88)
୨୦୦୩ ଜୁଲାଇ, (୮୯)
2003 Jul, (89)
୨୦୦୩ ଅକ୍ଟୋବର, (୯୦)
2003 Oct, (90)
୨୦୦୪ ଜାନୁଆରି-ମାର୍ଚ୍ଚ, (୯୧)
2004 Jan-Mar, (91)
୨୦୦୪ ଏପ୍ରିଲ-ଜୁନ, (୯୨)
2004 Apr-Jun, (92)
୨୦୦୪ ଜୁଲାଇ-ସେପ୍ଟେମ୍ବର, (୯୩)
2004 Jul-Sep, (93)
୨୦୦୪ ଅକ୍ଟୋବର, (୯୪)
2004 Oct, (94)
୨୦୦୫ ଜାନୁଆରି, (୯୫)
2005 Jan, (95)
୨୦୦୫ ଏପ୍ରିଲ-ଜୁନ, (୯୬)
2005 Apr-Jun, (96)
୨୦୦୫ ଜୁଲାଇ-ସେପ୍ଟେମ୍ବର, (୯୭)
2005 Jul-Sep, (97)
୨୦୦୫ ଅକ୍ଟୋବର-ଡିସେମ୍ବର, (୯୮)
2005 Oct-Dec, (98)
୨୦୦୬ ଫେବୃଆରି, (୯୯)
2006 Feb, (99)
୨୦୦୬ ଏପ୍ରିଲ-ଜୁନ, (୧୦୦)
2006 Apr-Jun, (100)
୨୦୦୬ ଅକ୍ଟୋବର, (୧୦୧-୧୦୨)
2006 Oct, (101-102)
୨୦୦୭ ଏପ୍ରିଲ, (୧୦୩)
2007 Apr, (103)
୨୦୦୭ ଅଗଷ୍ଟ, (୧୦୪)
2007 Aug, (104)
୨୦୦୭ ଅକ୍ଟୋବର, (୧୦୫)
2007 Oct, (105)
୨୦୦୮ ଏପ୍ରିଲ, (୧୦୬)
2008 Apr, (106)
୨୦୦୮ ଜୁଲାଇ, (୧୦୭)
2008 Jul, (107)
୨୦୦୮ ଅକ୍ଟୋବର, (୧୦୮)
2008 Oct, (108)
୨୦୦୯ ଜାନୁଆରି, (୧୦୯)
2009 Jan, (109)
୨୦୦୯ ଏପ୍ରିଲ, (୧୧୦)
2009 Apr, (110)
୨୦୦୯ ଜୁଲାଇ, (୧୧୧)
2009 Jul, (111)
୨୦୦୯ ସେପ୍ଟେମ୍ବର, (୧୧୨)
2009 Sep. (112)
୨୦୧୦ ଜାନୁଆରି-ଏପ୍ରିଲ, (୧୧୩)
2010 Jan-Apr, (113)
୨୦୧୦ ମେ-ଅଗଷ୍ଟ, (୧୧୪)
2010 May-Aug, (114)
୨୦୧୦ ଅକ୍ଟୋବର, (୧୧୫-୧୧୬)
2010 Oct, (115-116)
୨୦୧୧ ଜାନୁଆରି, (୧୧୭)
2010 Jan, (117)
୨୦୧୧ ଏପ୍ରିଲ, (୧୧୮)
2011 Apr, (118)
୨୦୧୧ ଜୁଲାଇ, (୧୧୯)
2011 Jul, (119)
୨୦୧୧ ଅକ୍ଟୋବର, (୧୨୦)
2011 Oct, (120)
୨୦୧୨ ଜାନୁଆରି, (୧୨୧)
2012 Jan, (121)
୨୦୧୨ ଏପ୍ରିଲ, (୧୨୨)
2012 Apr, (122)
୨୦୧୨ ଜୁଲାଇ, (୧୨୩)
2012 Jul, (123)
୨୦୧୨ ଅକ୍ଟୋବର, (୧୨୪)
2012 Oct, (124)
୨୦୧୩ ଏପ୍ରିଲ, (୧୨୫-୧୨୬)
2013 Apr, (125-126)
୨୦୧୩ ଅକ୍ଟୋବର, (୧୨୭-୧୨୮)
2013 Oct, (127-128)
୨୦୧୪ ଏପ୍ରିଲ, (୧୨୯-୧୩୦)
2014 Apr, (129-130)
୨୦୧୪ ଅକ୍ଟୋବର, (୧୩୧-୧୩୨)
2014 Oct, (131-132)
୨୦୧୫ ଏପ୍ରିଲ, (୧୩୩-୧୩୪)
2015 Apr, (133-134)
୨୦୧୫ ଅକ୍ଟୋବର, (୧୩୫-୧୩୬)
2015 Oct, (135-136)
୨୦୧୬ ଏପ୍ରିଲ, (୧୩୭-୧୩୮)
2016 Apr, (137-138)
୨୦୧୬ ଅକ୍ଟୋବର, (୧୩୯-୧୪୦)
2016 Oct, (139-140)
୨୦୧୭ ଏପ୍ରିଲ, (୧୪୧-୧୪୨)
2017 Apr, (141-142)
୨୦୧୭ ଅକ୍ଟୋବର, (୧୪୩-୧୪୪)
2017 Oct, (143-144)
୨୦୧୮ ଏପ୍ରିଲ, (୧୪୫-୧୪୬)
2018 Apr, (145-146)
୨୦୨୮ ଅକ୍ଟୋବର, (୧୪୭-୧୪୮)
2018 Oct, (147-148)