ମହାନଦୀ ରିଭିଉ

ଦି ମହାନଦୀ ରିଭିଉ, ପ୍ରଥମେ ମହାନଦୀ ପ୍ରେସ୍, କଟକ ଓ ପରେ ମହାନଦୀ ବୁକସ୍, ଭୁବନେଶ୍ୱରରୁ ପ୍ରକାଶିତ। ସଂପାଦକ, ପ୍ରଫୁଲ୍ଲ କୁମାର ଜଗଦ୍ଦେବ। ପ୍ରକାଶନର ଅବଧି ଜାନୁଆରି ୧୯୭୮ରୁ ଅକ୍‌ଟୋବର ୧୯୯୩, ପ୍ରାୟ ଚଉଦ ବର୍ଷ। ଏହି କାଳଖଣ୍ଡରେ ୧୬ଗୋଟି ସଂଖ୍ୟା ପ୍ରକାଶ ପାଇଛି। ପ୍ରକାଶନ ଅନିୟମିତ କୁହାଯାଇପାରିବ।

ଶୀର୍ଷକରୁ ସ୍ପଷ୍ଟ, ଏହା ଇଂରାଜୀ ଭାଷାରେ, ଓଡ଼ିଶାରୁ ପ୍ରକାଶିତ ତ୍ରୟ ମାସିକ ସାହିତ୍ୟପତ୍ରିକା। ଘୋଷଣା କରାଯାଇଛି- An Anthology of Creative and Critical Writings. ଅର୍ଥାତ୍ ଏଥିରେ କବିତା, ସାହିତ୍ୟ-ସମାଲୋଚନା, ଗପ, ପୁସ୍ତକ ସମୀକ୍ଷା ପ୍ରରୂପର ଲେଖା ପ୍ରକାଶପାଇଛି। ପତ୍ରିକାରେ Orissa Corner ଶୀର୍ଷକ ଗୋଟିଏ ବିଭାଗ ରହିଛି। ଏହା ଓଡ଼ିଶାର ଇତିହାସ, ସଂସ୍କୃତି, ସମାଜ ବ୍ୟବସ୍ଥାକୈନ୍ଦ୍ରିକ ସ୍ୱତନ୍ତ୍ର ପ୍ରସ୍ଥ। ମାତ୍ର ବାସ୍ତବତଃ ଉପର୍ଯ୍ୟୁକ୍ତ ବିଷୟକ ଲେଖାର ପରିମାଣ ସ୍ୱଳ୍ପ; ଶୀର୍ଷକ ନାମକୁ ମାତ୍ର। ପତ୍ରିକାର ଲେଖକମାନେ ମୁଖ୍ୟତଃ ଭାରତୀୟ ଏବଂ ଅଧିକ ସଂଖ୍ୟକ ଓଡ଼ିଆ।

କେତେକ ବିଶେଷ ସଂଖ୍ୟା ଏହାର ସ୍ୱାତନ୍ତ୍ର୍ୟ ବହନ କରେ। ସେଗୁଡ଼ିକ F. R. Leavis (ସଂଖ୍ୟା ୪-୫, ୧୯୮୧), Indo-Anglican poetry, Literary Criticism (ସଂ. ୬, ୧୯୭୯), Indian Poetry in English (ସଂ. ୭, ୧୯୭୯-୮୦), Accent on the Poetry of Jayanta Mahapatra (ସଂ. ୧୬, ୧୯୮୬-୯୩)। ବସ୍ତୁତଃ, ଜୟନ୍ତ ମହାପାତ୍ରଙ୍କ କବିତ୍ୱ ସଂକ୍ରାନ୍ତ ସ୍ୱତନ୍ତ୍ର ସଂଖ୍ୟା ପତ୍ରିକାର ଶେଷନିଃଶ୍ୱାସ।

ଦି ମହାନଦୀ ରିଭିଉ ନାନା କାରଣରୁ ପତ୍ରିକା ଇତିହାସରେ ସ୍ୱତନ୍ତ୍ର। ଓଡ଼ିଶାରୁ ଅଧିକ କାଳ ଧରି ପ୍ରକାଶିତ ସାହିତ୍ୟ ବିଷୟକ ଇଂରାଜୀ ପତ୍ରିକା, ଏବଂ ଇଂରାଜୀରେ ଲେଖୁଥିବା ଓଡ଼ିଆମାନଙ୍କର ସର୍ଜନଶୀଳ ଓ ସାହିତ୍ୟ-ମୂଲ୍ୟାୟନ ଅନ୍ତର୍ଦୃଷ୍ଟିର ଇସ୍ତାହାର। ଅଧିକନ୍ତୁ, ଓଡ଼ିଶାର ଅନ୍ତର୍ଜାତୀୟ ପରିଚୟ।

ଗୌରାଙ୍ଗ ଚରଣ ଦାଶ

 

 

ମହାନଦୀ ରିଭିଉ ସୂଚୀ

ତଳ ସାରଣୀରେ ମୂଲ୍ୟାୟନ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।

ମହାନଦୀ ରିଭିଉ ପତ୍ରିକାର ସଂଖ୍ୟଗୁଡ଼ିକ ଯୋଗାଇଛନ୍ତି ପ୍ରଭୁଦତ୍ତ ଓ ପ୍ରଜ୍ଞା ଜଗଦେବ ଏବଂ ଶତ୍ରୁଘ୍ନ ପାଣ୍ଡବ

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ସଂ.୧ (୧୯୭୮)
No.1 (1978)
Download
ସଂ.୨ (୧୯୭୮)
No.2 (1978)
Download
ସଂ.୩ (୧୯୭୮)
No.3 (1978)
Download
ସଂ.୪-୫ (୧୯୮୧)
No.4-5 (1981)
Download
ସଂ.୬ (୧୯୭୮)
No.6 (1979)
Download
ସଂ.୭ (୧୯୭୯-୮୦)
No.7 (1979-80)
Download
ସଂ.୮ (୧୯୮୧)
No.8 (1981)
Download
ସଂ.୯ (୧୯୮୧)
No.9 (1981)
Download
ସଂ.୧0 (୧୯୮୧)
No.10 (1981)
Download
ସଂ.୧୧ (୧୯୮୨)
No.11 (1982)
Download
ସଂ.୧୨ (୧୯୮୧)
No.12 (1981)
Download
ସଂ.୧୩ (୧୯୮୨-୮୪)
No.13 (198୨-୮୪)
Download
ସଂ.୧୪ (୧୯୮୫)
No.14 (1985)
Download
ସଂ.୧୫ (୧୯୮୫-୮୬)
No.15 (1985-86)
Download
ସଂ.୧୬ (୧୯୮୬-୯୩)
No.16 (1986-93)
Download