ମାନସ

୧୯୭୨ କୁମାର ପୂର୍ଣ୍ଣିମା ଦିନ, କୃଷ୍ଣ ପ୍ରସାଦ ମିଶ୍ରଙ୍କ ସଂପାଦନାରେ, ମାସିକ ପତ୍ରିକା ‘ମାନସ’ର ଜନ୍ମ। ତରୁଣ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ, ସମାଜଚେଷ୍ଟ ଓ ଅଙ୍ଗୀକାରବଦ୍ଧ ସାହିତ୍ୟ ସୃଷ୍ଟିପାଇଁ ପ୍ରେରଣାଦେବା ଏହାର ଆଭିମୁଖ୍ୟ।

କୃଷ୍ଣପ୍ରସାଦ ଏକାଧାରରେ ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ଦର୍ଶନବିଦ୍ୟାବିତ୍। ତେଣୁ ‘ମାନସ’ର ସଂପାଦକୀୟଗୁଡ଼ିକ ସେହି ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ୧୯୭୭ ଜୁନ୍ ସଂପାଦକୀୟରେ, ସେ ଲେଖାର ଗୁଣଗତ ମୂଲ୍ୟ ଉପରେ ଦୃଷ୍ଟି ଦେବାକୁ ଆହ୍ୱାନ ଦେଇଛନ୍ତି। ୧୯୭୭ ସେପ୍ଟେମ୍ବର ଅକ୍ଟୋବରର ସଂପାଦକୀୟର ଶୀର୍ଷକ ଥିଲା ‘ବର୍ଣ, ଜାତି ଓ ଶ୍ରେଣୀ-ସଂଘର୍ଷ। ୧୯୭୮ ଜାନୁଆରିରେ ସେ ୧୯୭୭ର ଓଡ଼ିଆ ସାହିତ୍ୟର ତର୍ଜମା କରି ନିଜ ଦୃଷ୍ଟିକୋଣରୁ ତା’ର ସାମଗ୍ରିକ ଧାରା ନିର୍ଣ୍ଣୟ କରିଛନ୍ତି। ୧୯୭୮ ଫେବ୍ରୁଆରିର ସଂପାଦକୀୟର ଶୀର୍ଷକ ଥିଲା ‘ଅସ୍ତିତ୍ଵବାଦର ମର୍ମକଥା’। ଏହି ସଂପାଦକୀୟରେ ସେ ପ୍ରାବନ୍ଧିକ ଶରତକୁମାର ମହାନ୍ତିଙ୍କ ପ୍ରତିଭାକୁ ପ୍ରଶଂସା କରି ପୁସ୍ତକଟିର ବହୁଳ ପ୍ରସାର କାମନା କରିଛନ୍ତି। ୧୯୭୮ ଜୁନ୍‌ର ସଂପାଦକୀୟ ହେଉଛି ବହୁ ଚର୍ଚ୍ଚାର ଦୋଷ’। କୌଣସି ଶାସ୍ତ୍ରର ନାମ ବାହ୍ୟ ଆଡ଼ମ୍ବର ସହକାରେ ବାରମ୍ବାର ଉଲ୍ଲେଖ କରି ତା’ର ଅଭ୍ୟନ୍ତରକୁ ନ ଯିବା ହିଁ ବହୁଚର୍ଚ୍ଚାର ଦୋଷ, ଯାହାଦ୍ଵାରା ଶାସ୍ତ୍ର-ଦର୍ଶନର ଅବକ୍ଷୟ ହୋଇଥାଏ।

୧୯୭୯ ଫେବ୍ରୁଆରିରେ ରମାକାନ୍ତ ରଥଙ୍କର ‘ସପ୍ତମ ଋତୁ’ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିବାରୁ ସେ ତାଙ୍କର ଅନ୍ୟାନ୍ୟ କୃତିର ଆକଳନ ମାଧ୍ୟମରେ ପ୍ରଶଂସା କରିଛନ୍ତି। ୧୯୭୯ ସେପ୍ଟେମ୍ବର-ଅକ୍ଟୋବର ସଂଖ୍ୟାର ସଂପାଦକୀୟ ‘ଗାନ୍ଧି ନେହେରୁ ଷ୍ଟଡ଼ି ସର୍କଲ’ରେ ରାଜନୀତିକ ନେତାମାନଙ୍କ ସହିତ ବୁଦ୍ଧିଜୀବୀମାନଙ୍କର ସଂପର୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ‘ମାନସ’ର ପ୍ରଚ୍ଛଦପଟ ମଧ୍ୟ ସେହି ସମୟରେ ଖୁବ୍ ଚଚ୍ଚିତ ଥିଲା। ୧୯୭୮ ଅଗଷ୍ଟ ସଂଖ୍ୟାରେ ‘ମୃତ୍ୟୁ’ ଶୀର୍ଷକ ସଂପାଦକୀୟରେ ସେ ‘ମୃତ୍ୟୁ’ର ଦାର୍ଶନିକ ତତ୍ତ୍ୱର ଉପସ୍ଥାପନା କରିଛନ୍ତି।

ମାନସରେ କଥା, କବିତା, ଧାରାବାହିକ ଉପନ୍ୟାସ, ପ୍ରବନ୍ଧ, ପୁସ୍ତକ ସମୀକ୍ଷା ଆଦି ପ୍ରକାଶ ପାଉଥିଲେ ସୁଦ୍ଧା, ଏଗୁଡ଼ିକ ଥିଲା ଆଭିମୁଖ୍ୟକୈନ୍ଦ୍ରିକ ଓ ସ୍ୱତନ୍ତ୍ର। ମାନସ ୧୯୮୦ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ନୃସିଂହ ଚରଣ ପଣ୍ଡା, ଯଶୋଧାରା ମିଶ୍ର ଓ ବାଉରୀବନ୍ଧୁ କରଙ୍କ ଭଳି ଲେଖକ ସୃଷ୍ଟି କରିବାରେ ମାନସ’ର ଅବଦାନ ରହିଛି।

(ସୌଜନ୍ୟ: ସମ୍ବାଦ ସାହିତ୍ୟ କୋଷ)

 

ମାନସ ସୂଚୀ

ତଳ ସାରଣୀରେ ମାନସ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।

 

ଭାଗ/ବର୍ଷ Vol./Year ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue ସଂଖ୍ୟା / Issue
ଭାଗ୦୧ (୧୯୭୨-୭୩)
v.01 (1972-73)
ସଂ.୧,୨,୩
No.1,2,3
Download
ସଂ.୫
No.5
Download
ସଂ.୭,୮,୯
No.7,8,9
Download
ସଂ.୧୦,୧୧,୧୨
No.10,11,12
Download
ଭାଗ୦୨ (୧୯୭୩-୭୪)
v.02 (1973-74)
ସଂ.୧,୨,୩
No.1,2,3
Download
ସଂ.୪
No.4
Download
ସଂ.୭
No.7
Download
ସଂ.୧୨
No.12
Download
ଭାଗ୦୩ (୧୯୭୪-୭୫)
v.03 (1974-75)
ସଂ.୧
No.1
Download
ସଂ.୫
No.5
Download
ସଂ.୮
No.8
Download
ଭାଗ୦୪ (୧୯୭୫-୭୬)
v.04 (1975-76)
ସଂ.୮
No.8
Download
ସଂ.୧୧-୧୨
No.11-12
Download
ଭାଗ୦୫ (୧୯୭୬-୭୭)
v.05 (1976-76)
ସଂ.୧,୨,୩
No.1,2,3
Download
ସଂ.୮,୯
No.8,9
Download
ସଂ.୧୦,୧୧,୧୨
No.10,11,12
Download
ଭାଗ୦୬ (୧୯୭୭-୭୮)
v.06 (1977-78)
ସଂ.୧,୨,୩
No.1,2,3
Download
ସଂ.୪,୫-୬
No.4,5-6
Download
ସଂ.୮
No.8
Download
ସଂ.୧୦,୧୧-୧୨
No.10,11-12
Download
ଭାଗ୦୭ (୧୯୭୮-୭୯)
v.07 (1978-79)
ସଂ.୧,୨
No.1,2
Download
ସଂ.୪,୫-୬
No.4,5-6
Download
ସଂ.୭,୮
No.7,8
Download
ସଂ.୧୧-୧୨
No.11-12
Download
ଭାଗ୦୮ (୧୯୭୯-୮୦)
v.08(1979-80)
ସଂ.୩
No.3
Download
ସଂ.୪,୫
No.4,5
Download
ସଂ.୯
No.9
Download
ସଂ.୧୦.୧୧-୧୨
No.10,11-12
Download
ଭାଗ୦୯ (୧୯୮୦-୮୧)
v.09 (1980-81)
ସଂ.୧,୨,୩
No.1,3
Download