ମୁକୁର

ବ୍ରଜସୁନ୍ଦର ଦାସଙ୍କ ସମ୍ପାଦନାରେ ମୁକୁର ୧୯୦୬ ମସିହାରେ ପ୍ରକାଶ ପାଇଥିଲା। ଏଥିରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା। ଏହାର ମୁଖ୍ୟ ଲେଖକଙ୍କ ଭିତରେ ଅଛନ୍ତି ଗୋପବନ୍ଧୁ ଦାସ, ଶ୍ରୀବତ୍ସ ପଣ୍ଡା, ମୃତ୍ୟୁଞ୍ଜୟ ରଥ, ନୀଳକଣ୍ଠ ଦାସ ଆଦି। କୁନ୍ତଳା କୁମାରୀ, ଚିନ୍ତାମଣି ମହାନ୍ତି, ଦୟାନିଧି ମିଶ୍ରଙ୍କ ଉପନ୍ୟାସ ମଧ୍ୟ ଏଥିରେ ସ୍ଥାନ ପାଇଥିଲା।

ମୁକୁର ସୂଚୀ

ତଳ ସାରଣୀରେ ମୁକୁର ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ ନାମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

 

ନମୁନା ଖଣ୍ଡ ୧ ନମୁନା ଖଣ୍ଡ ୨ ନମୁନା ଖଣ୍ଡ ୩
ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୦୬-୦୭) ଭାଗ ୨ (୧୯୦୭-୦୮) ଭାଗ ୩ (୧୯୦୮-୦୯)
ଭାଗ ୪ (୧୯୦୯-୧୦) ଭାଗ ୫ (୧୯୧୦-୧୧) ଭାଗ ୬ (୧୯୧୧-୧୨)
ଭାଗ ୭ (୧୯୧୨-୧୩) ଭାଗ ୮ (୧୯୧୩-୧୪) ଭାଗ ୯ (୧୯୧୪-୧୫)
ଭାଗ ୧୦ (୧୯୧୫-୧୬) ଭାଗ ୧୧ (୧୯୧୬-୧୭) ଭାଗ ୧୨ (୧୯୧୭-୧୮)
ଭାଗ ୧୩ (୧୯୧୮-୧୯) ଭାଗ ୧୪ (୧୯୧୯-୨୦) ଭାଗ ୧୫ (୧୯୨୦-୨୧)
ଭାଗ ୧୭ (୧୯୨୨-୨୩) ଭାଗ ୧୮ (୧୯୨୩-୨୪) ଭାଗ ୧୯ (୧୯୨୪-୨୫)
ଭାଗ ୨୦ (୧୯୨୫-୨୬) ଭାଗ ୨୨ (୧୯୨୭-୨୮) ଭାଗ ୨୩ (୧୯୨୮-୨୯)