ନବଭାରତ

ନୀଳକଣ୍ଠ ଦାସଙ୍କ ସମ୍ପାଦନାରେ ୧୯୩୪ ମସିହାରେ ପତ୍ରିକାଟି ପ୍ରକାଶିତ ହୋଇଥିଲା। ଏହା କେବଳ ଏକ ସାହିତ୍ୟ ପତ୍ରିକା ନ ଥିଲା। ଏଥିରେ ଅର୍ଥନୀତି, ସମାଜବିଜ୍ଞାନ, ଶିକ୍ଷା, ଇତିହାସ ଉପରେ ମଧ୍ୟ ଅନେକ ଲେଖା ରହୁଥିଲା। ଏହା ସହିତ ଜାଣିବା କଥା, ଆଲୋଚନା ଆଦି ମଧ୍ୟ ରହୁଥିଲା। ଏଥିରେ ମୋଟ ୨୯୭ ଜଣଙ୍କର ଲେଖା ରହିଛି। ଏମାନଙ୍କ ଭିତରେ ଅଛନ୍ତି ନୀଳକଣ୍ଠ ଦାସ, ନବକିଶୋର ଦାସ, ରାଜକିଶୋର ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବସନ୍ତ କୁମାର ବେହୁରା ଆଦି। କିଛି ଛଦ୍ମନାମରେ ଲେଖା ମଧ୍ୟ ରହୁଥିଲା।  

ନବଭାରତ ସୂଚୀ

ତଳ ସାରଣୀରେ ନବଭାରତ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ ନାମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

 

ନମୁନା ଖଣ୍ଡ ୧ ନମୁନା ଖଣ୍ଡ ୨
ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୪-୩୫) ସଂ. ୧ – ୬ ଭାଗ ୧ (୧୯୩୪-୩୫) ସଂ. ୭ – ୧୨
ଭାଗ ୨ (୧୯୩୫-୩୬) ସଂ. ୧ – ୭ ଭାଗ ୨ (୧୯୩୫-୩୬) ସଂ. ୮ – ୧୨
ଭାଗ ୩ (୧୯୩୬-୩୭) ସଂ. ୧ – ୬ ଭାଗ ୩ (୧୯୩୬-୩୭) ସଂ. ୭ – ୧୨
ଭାଗ ୪ (୧୯୩୭-୩୮) ସଂ. ୧ – ୭ ଭାଗ ୪ (୧୯୩୭-୩୮) ସଂ. ୮ – ୧୨
ଭାଗ ୫ (୧୯୩୮-୩୯) ସଂ. ୧ – ୬ ଭାଗ ୫ (୧୯୩୮-୩୯) ସଂ. ୭ – ୧୨
ଭାଗ ୬ (୧୯୩୯-୪୦) ସଂ. ୧ – ୬ ଭାଗ ୬ (୧୯୩୯-୪୦) ସଂ. ୭ – ୧୨
ଭାଗ ୭ (୧୯୪୦-୪୧) ସଂ. ୧ – ୭ ଭାଗ ୮ (୧୯୪୧) ସଂ. ୧
ନୂଆ ପ୍ରସ୍ଥ ଭାଗ ୧ (୧୯୪୬-୪୭) ସଂ. ୧ – ୧୨ ନୂଆ ପ୍ରସ୍ଥ ଭାଗ ୨ (୧୯୪୮-୫୦) ସଂ. ୧ – ୧୨
ନୂଆ ପ୍ରସ୍ଥ ଭାଗ ୩ (୧୯୫୧) ସଂ. ୧ – ୩ – –