ନିଆଁଖୁଣ୍ଟା

ଗୋଦାବରୀଶ ମହାପାତ୍ର (୧-୧୦-୧୮୯୮ – ୨୫-୧୧-୧୯୬୫)ଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ଆରମ୍ଭରୁ ସମ୍ପାଦିତ ହାସ୍ୟ-ବ୍ୟଙ୍ଗାତ୍ମକ ପତ୍ରିକା। ୧୯୩୮ ମସିହା ମାର୍ଚ୍ଚ ୧୨ ଦିନ ବ୍ରହ୍ମପୁରରୁ ପ୍ରକାଶନ ଆରମ୍ଭ। ଶାସନ କ୍ଷେତ୍ରରେ ଜନମତ ପ୍ରତିଷ୍ଠା ଏବଂ ରାଜନୀତିରେ ଅନ୍ୟାୟ-ଅନୀତିର ପ୍ରତିରୋଧ ଲକ୍ଷ୍ୟରେ ଏହାର ଜନ୍ମ। ଗୋଦାବରୀଶଙ୍କୁ ଏହି କାମରେ ସହଯୋଗ କରିବା ପାଇଁ ଅନେକ ବନ୍ଧୁ ପ୍ରତିଶ୍ରୁତି ଦେଇଛନ୍ତି, ମାତ୍ର ନିଆଁ ଭିତରେ ପଶିବାର ସାହସ ନ କରି ଓହରି ଯାଇଛନ୍ତି। ଫଳରେ ଦୀର୍ଘ ୨୭ ବର୍ଷ କାଳ ନାନା ଦୁର୍ଦ୍ଦିନର ସମ୍ମୁଖୀନ ହୋଇ ଗୋଦାବରୀଶ ଏହାକୁ ଏକେଲା ବଞ୍ଚାଇ ରଖିଛନ୍ତି। କେବଳ ସଂସ୍କାର ନୁହେଁ, ସ୍ୱତନ୍ତ୍ର ରୁଚିର ସାହିତ୍ୟ ମଧ୍ୟ ସେ ଏଥିପାଇଁ ଓ ଏହା ମାଧ୍ୟମରେ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରାୟ ସମସ୍ତ ରଚନା ପ୍ରଥମେ ଏଥିରେ ପ୍ରକାଶ ପାଇଛି।

ପ୍ରଥମେ ଏହା ଅଳ୍ପ ପୃଷ୍ଠାର, ୧ ପଇସା ମୂଲ୍ୟର, ସାପ୍ତାହିକ ପତ୍ରିକା ଭାବରେ ଶାରଦା ପ୍ରେସ୍‌ରେ ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା। ସମ୍ବାଦ ସଂଗ୍ରହ, ଲେଖାଲେଖି, ଛପାଇବା କାମ ସହିତ ଗ୍ରାହକଙ୍କ ଠିକଣା ଲେଖିବା, ଟିକଟ ଲଗାଇ ଡାକଘରେ ପହଞ୍ଚାଇବା ଆଦି ସବୁ କାମ ଗୋଦାବରୀଶ ନିଜେ ହିଁ କରିଛନ୍ତି। ଘରଘର ବୁଲି ବିକ୍ରି କରିଛନ୍ତି ମଧ୍ୟ। ଅସାଧୁ ଲୋକଙ୍କ ରୋଷ ସାଙ୍ଗକୁ ଆର୍ଥିକ ସଙ୍କଟ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ କାଗଜର ଅନାଟନ ଯୋଗୁଁ ଏହାର ପ୍ରକାଶନ ପ୍ରାୟ ଦୁଇବର୍ଷ ବନ୍ଦ ରହିଛି। ୧୯୪୨ ମସିହାରେ ଏହା ପୁଣି ପ୍ରକାଶ ପାଇଛି, କଟକରୁ। ସେତେବେଳକୁ ସାରା ଓଡ଼ିଶାରେ ଏହାର ପ୍ରଭାବ ଓ ପ୍ରସାର ପ୍ରତିଷ୍ଠିତ।

ନିଆଁଖୁଣ୍ଟାର କିଛି ଧାରାବାହିକ – ‘ଡାମରାକାଉ’, ‘ଅନାବଶ୍ୟକ କବିତା’, ‘ବର୍ଣ୍ଣମାଳାର ବୈଠକ’ ଆଦି – ବିଭିନ୍ନ ସାମୟିକ ଘଟଣାକୁ ନେଇ ରଚିତ ବ୍ୟଙ୍ଗ ବେଶ୍ ପ୍ରଭାବଶାଳୀ ହୋଇଛି। ସାମାଜିକ କୁସଂସ୍କାର, ରାଜନୀତିକ ଜାଲିଆତି, ଠକାମି ଆଦି ତାଙ୍କ ଦୃଷ୍ଟିକୁ ଏଡ଼ାଇ ପାରିନାହିଁ। ପ୍ରକାଶିତ ସମ୍ବାଦର ସତ୍ୟତା ଉପରେ ଜନସାଧାରଣ ଓ ସରକାର ବିଶ୍ୱାସ ରଖିଛନ୍ତି। ସମ୍ବାଦକୁ ଭିତ୍ତି କରି ସରକାର ତଦନ୍ତ କମିସନ ବସାଇବାର ନଜିର ରହିଛି। ଫଳରେ ସେ ଜନସାଧାରଣଙ୍କ ଶ୍ରଦ୍ଧା ପାଇଛନ୍ତି ତଥା ପ୍ରତିକ୍ରିୟାଶୀଳ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କଟକ ରାସ୍ତାରେ ମାଡ଼ ଖାଇଛନ୍ତି, ଗାଁ’ରେ ତାଙ୍କ ଧାନଗଦା ପୋଡ଼ିଦିଆଯାଇଛି, ତାଙ୍କ ନାମରେ ମାନହାନି ମୋକଦ୍ଦମା କରାଯାଇଛି। ସବୁ କଷ୍ଟ ସହି ୨୭ ବର୍ଷ କାଳ ପତ୍ରିକାଟି ବଞ୍ଚାଇରଖି ଓଡ଼ିଆ ଜାତି ଆଗରେ ସେ ଏକ ପ୍ରବାଦ ପୁରୁଷ ଭାବରେ ସମ୍ମାନିତ ହୋଇଛନ୍ତି।

୧୯୬୫ ନଭେମ୍ବର ୨୫ ତାରିଖରେ ଗୋଦାବରୀଶଙ୍କ ମୃତ୍ୟୁପରେ ତାଙ୍କର ଜମାତା କିଶୋରଚନ୍ଦ୍ର ମିଶ୍ର ଓ ପୁତ୍ର ଭବାନୀ ଶଙ୍କର ମହାପାତ୍ର ପତ୍ରିକା ସମ୍ପାଦନା ଓ ପରିଚାଳନାର ଦାୟିତ୍ୱ ନେଇଛନ୍ତି। କିନ୍ତୁ ଏହାର ପ୍ରଭାବ ଅନାହତ ରହିପାରିନାହିଁ ଏବଂ ଅଳ୍ପ କିଛି ବର୍ଷ ପରେ ନିଆଁଖୁଣ୍ଟାର ପ୍ରକାଶନ ବନ୍ଦ ହୋଇଯାଇଛି।

(ଆଧାର: ସମ୍ବାଦ ସାହିତ୍ୟକୋଷ)

ନିଆଁଖୁଣ୍ଟା ସୂଚୀ

ନିଆଁଖୁଣ୍ଟାର ଅନେକ ସଂଖ୍ୟା ମିଳିପାରିନାହିଁ। ଯାହା ମିଳିଛି ସେସବୁର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ତଳ ସାରଣୀରେ ବିଭିନ୍ନ ବର୍ଷର ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଭାଗ/ସଂଖ୍ୟା ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ଅବଶ୍ୟ ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ପତ୍ରିକାର ଅଧିକାଂଶ ସଂଖ୍ୟା ଯୋଗାଇ ଦେଇଛନ୍ତି ଗୋଦାବରୀଶଙ୍କ ପୁଅ ଓ ନିଆଁଖୁଣ୍ଟାର ଏକଦା ଯୁଗ୍ମସଂପାଦକ ଥିବା ଭବାନୀ ଶଙ୍କର ମହାପାତ୍ର (ପରିଚିତି)।

Godabarish Mahapatra
ଗୋଦାବରୀଶ ମହାପାତ୍ରଙ୍କ ବିଷୟରେ କିଛି ସଂକ୍ଷିପ୍ତ ରଚନା ଏଠାରେ ଦିଆଯାଇଛି (ଓଡ଼ିଆ, ଇଂରାଜୀ)। ତାଙ୍କ ବିଷୟରେ କିଛି ବହି ଓ ତାଙ୍କର ବହିଗୁଡ଼ିକ ବହି ବିଭାଗରେ ଦିଆଯାଇଛି।

ଭାଗ-୦୧(ସଂ.) ୧୯୩୮-୩୯
v.01(issues) 1938-39
ଭାଗ-୦୨(ସଂ.୪,୨୩,୩୨,୩୩) ୧୯୩୯-୪୧
v.02(4,23,32,33) 1939-41
ଭାଗ-୦୩(ସଂ.୩-୭,୧୧) ୧୯୪୩
v.03(3-7,11) 1943
ଭାଗ-୦୭(ସଂ.୧-୮,୧୦-୧୨) ୧୯୪୫-୪୬
v.07(1-8,10-12) 1945-46
ଭାଗ-୦୮(ସଂ.୧-୧୨) ୧୯୪୬-୪୭
v.08(1-12) 1946-47
ଭାଗ-୦୯(ସଂ.୩,୬,୧୦,୧୨) ୧୯୪୭-୪୮
v.09(3,6,10,12) 1947-48
ଭାଗ-୧୦(ସଂ.୧-୬) ୧୯୪୮-୪୯
v.10(1-6) 1948-49
ଭାଗ-୧୦(ସଂ.୭-୧୨) ୧୯୪୮-୪୯ v.10(7-12) 1948-49 ଭାଗ-୧୧(ସଂ.୧-୬) ୧୯୪୯-୫୧
v.11(1-6) 1949-51
ଭାଗ-୧୧(ସଂ.୭-୧୦, ୧୨) ୧୯୪୯-୫୧
v.11(7-10, 12) 1949-51
ଭାଗ-୧୨(ସଂ.୪-୧୨) ୧୯୫୧-୫୨
v.12(4-12) 1951-52
ଭାଗ-୧୩(ସଂ.୧-୬) ୧୯୫୨-୫୩
v.13(1-6) 1952-53
ଭାଗ-୧୩(ସଂ.୭-୧୨) ୧୯୫୨-୫୩
v.13(7-12) 1952-53
ଭାଗ-୧୪(ସଂ.୧-୬) ୧୯୫୩-୫୪
v.14(1-6) 1953-54
ଭାଗ-୧୪(ସଂ.୭-୧୨) ୧୯୫୩-୫୪
v.14(7-12) 1953-54
ଭାଗ-୧୫(ସଂ.୧-୬) ୧୯୫୪-୫୫
v.15(1-6) 1954-55
ଭାଗ-୧୫(ସଂ.୭,୮,୧୦,୧୨) ୧୯୫୪-୫୫v.15(7,8,10-12) 1954-55 ଭାଗ-୧୬(ସଂ.୧-୫) ୧୯୫୫-୫୬
v.16(1-5) 1955-56
ଭାଗ- ୧୬(ସଂ.୬-୧୨) ୧୯୫୫-୫୬
v.16(6-12) 1955-56
ଭାଗ-୧୭(ସଂ. ବିଶେଷ,୧-୬) ୧୯୫୬-୫୭
v.17(Spl,1-6) 1956-57
ଭାଗ- ୧୭(ସଂ. ବିଶେଷ,୭-୧୨) ୧୯୫୬-୫୭
v.17(Spl,7-12) 1956-57
ଭାଗ-୧୮(ସଂ.୧-୬) ୧୯୫୭-୫୮
v.18(1-6) 1957-58
ଭାଗ-୧୮(ସଂ.୭-୧୨) ୧୯୫୭-୫୮
v.18(7-12) 1957-58
ଭାଗ-୧୯(ସଂ.୧,୪-୬) ୧୯୫୮-୫୯Niankhunta, v.19(1,4-6) 1958-59
ଭାଗ-୧୯(ସଂ.୭-୧୨) ୧୯୫୮-୫୯
v.19(7-12) 1958-59
ଭାଗ-୨୦(ସଂ.୧-୫,୭) ୧୯୫୯-୬୦
v.20(1-5,7) 1959-60
ଭାଗ-୨୦(ସଂ.୮-୧୨)୧୯୫୯-୬୦
v.20(8-12) 1959-60
ଭାଗ-୨୧(ସଂ.୧-୬) ୧୯୬୦-୬
v.21(1-6) 1960-61
ଭାଗ-୨୧(ସଂ.୭-୧୨) ୧୯୬୦-୬୧
v.21(7-12) 1960-61
ଭାଗ-୨୨(ସଂ.୧,୩,ବିଶେଷ,୪) ୧୯୬୦-୬୧
v.22(1,3,spl,4) 1961-62
ଭାଗ-୨୨(ସଂ.୬,୭,୯,୧୦,୧୨) ୧୯୬୧-୬୨
v.22(6,7,9,10,12) 1961-62
ଭାଗ-୨୩(ସଂ.୧-୬) ୧୯୬୨-୬୩
v.23(1-6) 1962-63
ଭାଗ-୨୩(ସଂ.୭-୧୨) ୧୯୬୨-୬୩
v.23(7-12) 1962-63
ଭାଗ-୨୪(ସଂ.୧-୬)୧୯୬୩-୬୪
v.24(1-6) 1963-64
ଭାଗ-୨୪(ସଂ.୭-୧୨) ୧୯୬୩-୬୪
v.24(7-12) 1963-64
ଭାଗ-୨୫(ସଂ.୧-୫) ୧୯୬୪-୬୫
v.25(1-5) 1964-65
ଭାଗ-୨୫(ସଂ.୬-୯) ୧୯୬୪-୬୫
v.25(6-9) 1964-65
ଭାଗ-୨୬(ସଂ.୧-୨) ୧୯୬୬-୬୭
v.26(1-2) 1966-67
ଭାଗ-୨୬(ସଂ.୩,୪,୫,୭) ୧୯୬୬-୬୭
v.26(3,4,5,7) 1966-67
ଭାଗ-୨୭(ସଂ.୧,୨,୭,୯,ବିଶେଷ) ୧୯୬୭-୬୮
v.27(1,2,7,9, spl) 1967-68
ଭାଗ-୨୮(ସଂ.୬,୭) ୧୯୬୯-୭୦
v.28(6,7) 1969-70
ଭାଗ-୨୯(ସଂ.୩) ୧୯୭୩
v.29(3) 1973
ଭାଗ-୩୧(ସଂ.୧୧) ୧୯୭୭
v.31(11) 1977