ଓଡ଼ିୟାନା
ଓଡ଼ିଶାର ପୁରପଲ୍ଲୀରେ ଲୁପ୍ତପ୍ରାୟ ଲୋକକଳାକୁ ବଂଚାଇରଖି ତା’ର ପୁନରୁଦ୍ଧାର ଓ ପ୍ରସାରଣର ମହତ ଉଦ୍ଦେଶ୍ୟ ତଥା ଅଙ୍ଗିକାରବଦ୍ଧତାକୁ ନେଇ ୧୯୯୩ ମସିହାରେ “ଦି ସୋସାଇଟି ଫର୍ ଡେଭେଲପ୍ମେଣ୍ଟ ଅଫ୍ ରୁରାଲ୍ ଲିଟରେଚର” ନାମକ ଏକ ବିନାଅର୍ଥକାରୀ ସଂସ୍ଥା ଅବିଭକ୍ତ କଟକ ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ଓଡ଼ିଶାଗଡ଼, ଆଶ୍ରମପାଟଣାଠାରେ ପ୍ରତିଷ୍ଠିତ ହୋଇଥିଲା। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ବର୍ଷର ମାରାଥନ ଦୌଡ଼ଭିତରେ ଏହି ସୋସାଇଟି ଅନେକ ସଫଳତାର ସୋପାନ ଅତିକ୍ରମ କରିପାରିଛି। ବିଶେଷ କରି ଓଡ଼ିଶାର ପ୍ରସିଦ୍ଧ ବାଲାଡ଼, “ପାଲା”ର ପ୍ରସାରଣ କରିବା ନିମନ୍ତେ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବାରେ ଏ ସଂସ୍ଥା ଅଗ୍ରଣୀ ଭୂମିକା ବହନ କରିଆସିଛି। ଗାୟକ ରତ୍ନ ପୁରସ୍କାରର ବାର୍ଷିକ ଯୋଜନା ତଥା ଦୂରଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ପାଲାକୁ ବିଶ୍ୱବିଦିତ କରିବାଦିଗରେ ଏହି ସଂସ୍ଥାର ପ୍ରୟାସ ଉଲ୍ଲେଖଯୋଗ୍ୟ। ବଡ଼କୂଳସ୍ଥିତ ଗ୍ରାମୀଣ ତଥା ଆଦିବାସୀ କଳା ଓ ସାଂସ୍କୃତିକ କେନ୍ଦ୍ର ଏହି ସଂସ୍ଥାର ସଦ୍ୟତମ ଅର୍ଘ୍ୟ । ଓଡ଼ିଶାଗଡ଼ସ୍ଥିତ ‘ପ୍ରଫୁଲ୍ଲ ପାଠାଗାର’ ଏହି ସୋସାଇଟିର ଏକ ମୁଖ୍ୟ ଅଙ୍ଗ । ଇତିମଧ୍ୟରେ ବିଶ୍ୱ ଆଦୃତ ‘ଇମେଜିଂ ଓଡ଼ିଶା’ ସମେତ ପଂଚତିରିଶରୁ ଉର୍ଦ୍ଧ୍ୱ ଉଚ୍ଚକୋଟୀର ପୁସ୍ତକ ଏହି ସଂସ୍ଥା ପ୍ରକାଶ କରିସାରିଲାଣି । ପ୍ରତ୍ୟେକ ପୁସ୍ତକ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଜନଜୀବନର ପ୍ରମାଣଯୋଗ୍ୟ ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବନାହିଁ ।
ପ୍ରଫୁଲ୍ଲ ପାଠାଗାର ଦ୍ୱାରା ୨୦୨୦ ପୂଜା ବିଶେଷାଙ୍କ ଓଡ଼ିୟାନା ଇ-ପତ୍ରିକା ପ୍ରଥମ ଆତ୍ମପ୍ରକାଶ କରିଥିଲା । କଳା, ସଂସ୍କୃତି ଓ ସାହିତ୍ୟର ପ୍ରଚାର, ପ୍ରସାର ଦିଗରେ ଦାୟୀତ୍ୱ ନିର୍ବାହ କରିବା ସହିତ ନବୀନ ତଥା ପ୍ରବୀଣ ସାହିତ୍ୟିକମାନଙ୍କର ରଚନାକୁ ଜନମାନସରେ ପହଂଚଇବା ଯାହାର ମୂଖ୍ୟ ଲକ୍ଷ । ତ୍ରୈମାସିକ ଭାବରେ ଇଂରାଜୀ (ସାଧାରଣାବ୍ଦ) ନବବର୍ଷ, ବିଶୁବ, ରଥଯାତ୍ରା ଏବଂ ଦଶହରା ବିଶେଷାଙ୍କକୁ ନେଇ ଏହି ଇ-ପତ୍ରିକାଟି ବର୍ତ୍ତମାନ ସୁଦ୍ଧା ଷୋହଳ ସଂଖ୍ୟା ଛୁଇଁଲାଣି । ଏଥିରେ ନିୟମିତ ବିଶେଷାଙ୍କ ସମ୍ପର୍କିତ ଲେଖା ସହିତ ନୂଆକରି ଗୋଟିଏ ପ୍ରକାଶିତ ପୁସ୍ତକଉପରେ ଚାରିରୁ ପାଂଚଜଣ ସମୀକ୍ଷକଙ୍କର ସମୀକ୍ଷା ସହିତ ଏହାର ଲେଖକଙ୍କ ସମ୍ପର୍କରେ ଆଲୋଚନା ସ୍ଥାନିତ ହେଉଅଛି । ଯାହା ପୁସ୍ତକଟିକୁ ପାଠକମାନଙ୍କ ପାଖରେ ପହଂଚାଇବା ସହିତ ସେଥିରେ ସନ୍ନିହିତ ଲେଖାମାନଙ୍କ ଉପରେ ପାଠକମନରେ ଧାରଣା ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇପାରୁଛି । ଏହାସହିତ ଧାରାବାହିକ ଉପନ୍ୟାସ, କବିତା, ସାକ୍ଷାତ୍କାର ଏବଂ ବିଶେଷ ଖବରମାନ ମଧ୍ୟ ପ୍ରକାଶିତ ହେଉଅଛି ।
(ପ୍ରଫୁଲ୍ଲ ପାଠାଗାର)
ଓଡ଼ିୟାନା ସୂଚୀ
ତଳ ସାରଣୀରେ ଓଡ଼ିୟାନା ପତ୍ରିକାର ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।
ଓଡ଼ିୟାନା ପତ୍ରିକାର ସଂଖ୍ୟାଗୁଡ଼ିକ ଯୋଗାଛନ୍ତି ପ୍ରକାଶକ ପ୍ରଫୁଲ୍ଲ ପାଠାଗାର।
v.01, no.01 (2020) Download |
v.02, no.01 (2021) Download |
v.02, no.02 (2021) Download |
v.02, no.03 (2021) Download |
|
v.02, no.04 (2021) Download |
v.03, no.01 (2022) Download |
v.03, no.02 (2022) Download |
v.03, no.03 (2022) Download |
|
v.04, no.01 (2023) Download |
v.04, no.02 (2023) Download |
v.05, no.01 (2024) Download |
v.05, no.02 (2024) Download |
|
v.05, no.03 (2024) Download |
v.05, no.04 (2024) Download |
v.05, no.05 (2024) Download |
v.06, no.01 (2025) Download |