ପତ୍ରିକା – ୪

(୧୯୦୧ – ୧୯୫୦)

 

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଜନ୍ମ ହୋଇଥିବା ପତ୍ରିକା ଭିତରୁ ୧୯୩୦ ବେଳକୁ କେବଳ ‘ମୁକୁର’ ଓ ‘ସହକାର’ ଏବଂ ଉନବିଂଶ ଶତାବ୍ଦୀର ‘ଉତ୍କଳ ସାହିତ୍ୟ’ ବଞ୍ଚି ରହିଥିଲେ। ବନ୍ଦ ହୋଇଯାଇଥିବା ପତ୍ରିକା ସ୍ଥାନରେ କିଛି ନୂଆ ଅବଶ୍ୟ ପ୍ରକାଶନ ଆରମ୍ଭ କଲେ। ସେହି ନୂଆ ପତ୍ରିକାର ଡିଜିଟାଲ ରୂପ ଏଠାରେ ରହିଛି। ଡାହାଣ ପଟର ସାରଣୀ ସାହାଯ୍ୟରେ ଏଗୁଡ଼ିକ ଖୋଲି ଦେଖିହେବ ଓ ଡାଉନଲୋଡ୍ କରିହେବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ମଧ୍ୟ ଏଠାରେ ଦିଆଯାଇଛି। କୌଣସି ନମୁନା ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ। ଅନ୍ୟ ଫାଇଲ୍‌ଗୁଡ଼ିକ ଉପରେ ମାଉସ୍ କ୍ଲିକ୍ କଲେ ତାହା ଡାଉନ୍‌ଲୋଡ୍ ହେବ।

 

 

 

 

 

 

 

 

 

 

 

 

 

 

ସମବାୟ

ବାଳକୃଷ୍ଣ ରଥଙ୍କ ସମ୍ପାଦନାରେ ୧୯୨୪ ମସିହାରେ ସମବାୟ ପ୍ରକାଶ ପାଇଥିଲା। ଏହା ମୁଖ୍ୟତଃ ସମବାୟ ଆନ୍ଦୋଳନର ମୁଖପତ୍ର ଭଳି ଥିଲା। ସମବାୟ ସମିତି, ତା’ର ଆଇନ, କ୍ରୟବିକ୍ରୟ, ଋଣ ଆଦି ଉପରେ ଆଲୋଚନା ହେଉଥିଲା। ଏହାର ଲେଖକମାନେ ସାଧାରଣତଃ ସମବାୟ ସଭ୍ୟ ଥିଲେ। ସେମାନଙ୍କ ଭିତରେ ମୁଖ୍ୟ ଥିଲେ ଅନନ୍ତରାମ ପଟ୍ଟନାୟକ, ହରିହର ପଣ୍ଡା, ରାଧାଗୋବିନ୍ଦ ଦାସ, ଗଙ୍ଗାଧର ପଣ୍ଡା, ଇ. ଯୋଶେଫ ଆଦି।

ନମୁନା – – – –
ଭାଗ ୧ (୧୯୩୧-୩୨) ଭାଗ ୨ (୧୯୩୨-୩୩) ଭାଗ ୩ (୧୯୩୩-୩୪)


ମୟୂରଭଞ୍ଜ କ୍ରନିକଲ୍

ମୟୂରଭଞ୍ଜ ଷ୍ଟେଟରୁ ଏହା ପ୍ରକାଶିତ ଏବଂ ୧୯୩୧ ମସିହା ଏହାର ପ୍ରକାଶନ ସମୟ। ଏଥିରେ ବିଭିନ୍ନ ଅଞ୍ଚଳର ଐତିହାସିକ ମୂଲ୍ୟବୋଧ, ଧର୍ମାଚାର, କେନ୍ଦୁଝର ଅଞ୍ଚଳର ବିଭିନ୍ନ ସ୍ଥାନ ଆଦି ସହ ରାଜ୍ୟଗୁଡ଼ିକର ସମ୍ବାଦ ମଧ୍ୟ ପ୍ରକାଶିତ ହେଉଥିଲା। ପତ୍ରିକାରେ ପ୍ରକାଶିତ ହେଉଥିବା ବିଭିନ୍ନ ପ୍ରବନ୍ଧ ଓ କବିତାଗୁଡ଼ିକ ଇଂରାଜୀ ଭାଷାରେ ଲେଖାଯାଇଛି।

ନମୁନା ଭାଗ ୧୩, ସଂ. ୧-୨ (୧୯୪୩-୪୪)


ମୟୂରଭଞ୍ଜ ଗେଜେଟ୍
୧୯୩୧ ମସିହାରେ ଏହା ପ୍ରକାଶିତ। ଏଥିରେ ବାରିପଦାର ରଥଯାତ୍ରା ସହିତ ସେ ସମୟର ମହାରାଜାମାନଙ୍କର ଚିତ୍ର ଓ ଚନ୍ଦ୍ରଶେଖର ମନ୍ଦିରର ନକ୍ସା ରହିଥିଲା। ଏହା ତ୍ରୈମାସିକ ଭାବରେ ପ୍ରକାଶ ପାଉଥିଲା। ଏଥିରେ କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂହ, ପଦ୍ମଚରଣ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର ଆଦି ଲେଖୁଥିଲେ। ଚତୁର୍ଥ ବର୍ଷ ପ୍ରଥମ ସଂଖ୍ୟାଠାରୁ ଏହାର ନାମ ବଦଳାଯାଇ ଭଞ୍ଜପ୍ରଦୀପ ରଖାଗଲା। ଏହା ଏକ ଗେଜେଟ ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟକୁ ଏହାର ଦାନ ଅବିସ୍ମରଣୀୟ।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୧-୩୨) ଭାଗ ୨ (୧୯୩୨-୩୩) ଭାଗ ୩ (୧୯୩୩-୩୪)


ଭଞ୍ଜପ୍ରଦୀପ

ବାରିପଦାରୁ ୧୯୩୪ ମସିହାରେ ଭଞ୍ଜପ୍ରଦୀପ ପ୍ରକାଶ ପାଇଥିଲା। ପୂର୍ବରୁ ଏହା ମୟୂରଭଞ୍ଜ ଗେଜେଟ ନାମରେ ପରିଚିତ ଥିଲା (ଉପରେ ଦେଖନ୍ତୁ)। ଚତୁର୍ଥ ଭାଗରୁ ଏହାର ନାଁ ବଦଳା ଯାଇଥିଲା। ପତ୍ରିକାର ଲେଖାଗୁଡ଼ିକ ବେଶ୍ ପ୍ରଭାବଶାଳୀ ଥିଲା। ଏଥିରେ କେବଳ ମୟୂରଭଞ୍ଜ ସମ୍ବନ୍ଧିତ ଲେଖା ନୁହେଁ, ବରଂ ଏକ ସ୍ୱତନ୍ତ୍ର ସାହିତ୍ୟିକ ଚିନ୍ତାଧାରା ଆତ୍ମପ୍ରକାଶ କରିଥିଲା। କବିତା, ଗଳ୍ପ, ଆଲୋଚନା, ଦେଶୀୟ ରାଜ୍ୟ ସମାଚାର, ସମ୍ବାଦ ଓ ସଙ୍କେତ, ପୁସ୍ତକ ପରିଚୟ, ମୟୂରଭଞ୍ଜ ସମ୍ବାଦ, ପାଣିପାଗ ଓ ଶସ୍ୟର ବିବରଣ, ସ୍ୱାସ୍ଥ୍ୟ ଆଦି ବିଭାଗ ସହିତ ଅନେକ ଚିତ୍ର ମଧ୍ୟ ରହୁଥିଲା। ଏହାର ଲେଖକମାନଙ୍କ ଭିତରେ ଥିଲେ ଶଶିଭୂଷଣ, କାଳିନ୍ଦୀଚରଣ, ପଦ୍ମଚରଣ, ନିତ୍ୟାନନ୍ଦ ଆଦି।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ୪ (୧୯୩୪-୩୫) ଭାଗ ୫ (୧୯୩୫-୩୬) ଭାଗ ୬ (୧୯୩୬-୩୭)
ଭାଗ ୭ (୧୯୩୭-୩୮) ଭାଗ ୮ (୧୯୩୮-୩୯) ଭାଗ ୯ (୧୯୩୯-୪୦)
ଭାଗ ୧୦ (୧୯୪୦-୪୧) ଭାଗ ୧୧ (୧୯୪୧-୪୨) ଭାଗ ୧୪ (୧୯୪୪-୪୫)
ଭାଗ ୧୫-୧୬ (୧୯୪୬-୪୭)


ଜହ୍ନମାମୁ

ପଞ୍ଚାମୃତ ଭଳି ଜହ୍ନମାମୁ ମଧ୍ୟ ଗୋଟିଏ ଶିଶୁ ପତ୍ରିକା। ୧୯୩୨-୩୩ ମସିହାରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା ଏବଂ ବାଳକୃଷ୍ଣ କର ଏହାର ସମ୍ପାଦକ ଥିଲେ। ପତ୍ରିକାରେ କବିତା, ଗପ, ପ୍ରବନ୍ଧ, ବିଜ୍ଞାନ କଥା, ଗୋଲକଧନ୍ଦା, ରଙ୍ଗରସ ଆଦି ବିଭାଗ ରହୁଥିଲା। ଅଚ୍ୟୁତାନନ୍ଦ ମିଶ୍ର, ଉପେନ୍ଦ୍ର ତ୍ରିପାଠୀ, ଭଗବାନ ପତି, କୃଷ୍ଣଚନ୍ଦ୍ର କର, କୁଞ୍ଜବିହାରୀ ଦାଶ, ଜଳନ୍ଧର ଦେବ, ଗୋପାଳଚନ୍ଦ୍ର ପଟ୍ଟନାୟକ, ରାଧାଚରଣ ପଣ୍ଡା, ଯୋଗେଶ ମିତ୍ର ଆଦି ଏହାର ମୁଖ୍ୟ ଲେଖକ ଥିଲେ। ଦଶବର୍ଷ ପରେ କୌଣସି କାରଣରୁ ପତ୍ରିକାଟି ବନ୍ଦ ହୋଇଯାଇଥିଲା।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୨-୩୩) ଭାଗ ୨ (୧୯୩୩-୩୪) ଭାଗ ୩ (୧୯୩୪-୩୫)
ଭାଗ ୪ (୧୯୩୫-୩୬) ଭାଗ ୯ (୧୯୪୦-୪୧) ଭାଗ ୬ (୧୯୪୧-୪୨)


ଉପହାର

ବାମଣ୍ଡା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସମାଜ ତରଫରୁ ପ୍ରକାଶିତ ତ୍ରୈମାସିକ ପତ୍ରିକା। ୧୯୩୪ ମସିହାରେ ପତ୍ରିକାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ସଂଖ୍ୟାଗୁଡ଼ିକର ନାଁ ବିଜୟା, ବକୁଳ, ଅଶୋକ, ଗୁଣ୍ଡିଚା ଆଦି ରଖାଯାଇଥିଲା। ସାଧୁଚରଣ ଜଗଦେବ ଏହାର ସମ୍ପାଦକ ଥିଲେ ଏବଂ ଲେଖକମାନଙ୍କ ଭିତରେ ଥିଲେ ସତ୍ୟବାଦୀ ହୋତା, ରାମଚନ୍ଦ୍ର ମିଶ୍ର, ମଧୁସୂଦନ ମିଶ୍ର, ବ୍ରଜମୋହନ ପାଣି, ପଦ୍ମାବତୀ ନାୟକ, ଅନନ୍ତ ଚରଣ ମହାନ୍ତି, ଜଳନ୍ଧର ଦେବ ଆଦି। ଉପହାର ପତ୍ରିକାର ଲେଖାଗୁଡ଼ିକ ଶିକ୍ଷା ଓ ଆଲୋଚନା, ସାହିତ୍ୟ, ଇତିହାସ, ବିଜ୍ଞାନ, ହାସ୍ୟରସ ଆଦି ବିଭାଗରେ ସଜାଇ ରଖାଯାଉଥିଲା।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୪-୩୫) ଭାଗ ୨ (୧୯୩୫-୩୬) ଭାଗ ୩ (୧୯୩୬-୩୭)
ଭାଗ ୪ (୧୯୩୭-୩୮) ଭାଗ ୫ (୧୯୩୮-୩୯) ଭାଗ ୬ (୧୯୩୯-୪୦)
ଭାଗ ୭ (୧୯୪୦-୪୧) ଭାଗ ୮ (୧୯୪୧-୪୨) ଭାଗ ୯ (୧୯୪୨-୪୩)


ରସଚକ୍ର

ଏହା ୧୯୩୩ ମସିହାରେ କଟକରୁ ପ୍ରକାଶିତ ମାସିକ ପତ୍ରିକା। ସମ୍ପାଦନା ଦାୟିତ୍ୱ ତୁଲାଉ ଥିଲେ ପ୍ରତାପ ସେନ ଓ ନାରାୟଣ ଷାଠିୟା। ଏଥିରେ ଲେଖିଥିବା ବିଶିଷ୍ଟ ଲେଖକମାନେ ହେଲେ ଗୋପାଳଚନ୍ଦ୍ର ପ୍ରହରାଜ, ନିତ୍ୟାନନ୍ଦ ମହାପାତ୍ର, ଚିନ୍ତାମଣି ମହାନ୍ତି, ପ୍ରତାପ ସେନ, ନାରାୟଣ ଷାଠିୟା ଆଦି। କବିତା, ଗପ ସହ ବିବିଧ ବାର୍ତ୍ତା ଆଦି ରସଚକ୍ରରେ ସ୍ଥାନ ପାଊଥିଲା।

ନମୁନା ରଚନା ସୂଚୀ – ପ୍ରକାଶନ କ୍ରମ ରଚନା ସୂଚୀ – ଲେଖକ କ୍ରମ
ଭାଗ ୧ (୧୯୩୩) ସଂ. ୧ ଭାଗ ୨ ସଂ.୧-୬ (୧୯୩୪) ଭାଗ ୨ ସଂ. ୭-୧୨ (୧୯୩୪)