ରେଭେନ୍ସାଭିଆନ୍

ରେଭେନ୍ସା କଲେଜର ମୁଖପତ୍ର ଭାବରେ ‘ଦ ରେଭେନ୍ସାଭିଆନ୍’ ୧୯୧୭ ବେଳକୁ ପ୍ରକାଶନ ଆରମ୍ଭ କରିଥିଲା। ପ୍ରଥମେ ବର୍ଷକୁ ତିନିଟି ସଂଖ୍ୟା – ସେପ୍ଟେମ୍ବର-ଅକ୍ଟୋବର, ଡିସେମ୍ବର-ଜାନୁଆରି ଓ ଏପ୍ରିଲ ବେଳକୁ – ପ୍ରକାଶ ପାଉଥିଲା। ଏଥିରେ କଲେଜର କାର୍ଯ୍ୟ ବିବରଣୀ ସ୍ଥନ ପାଇବା ସହିତ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କର ଲେଖା ପ୍ରକାଶିତ ହେଉଥିଲା। ଶିକ୍ଷା ସମ୍ପର୍କିତ ଓ କଲେଜକୁ ପ୍ରଭାବିତ କରୁଥିବା ସମସାମୟିକ ଘଟଣାବଳୀର ସୂଚନା ଓ ସମୀକ୍ଷା ମଧ୍ୟ ଏଥିରେ ଦେଖିବାକୁ ମିଳୁଥିଲା। ଏହି ଦୃଷ୍ଟିରୁ ଆରମ୍ଭ ସମୟର ସଂଖ୍ୟାଗୁଡ଼ିକ ଓଡ଼ିଶା ଓ ଭାରତର ଶୈକ୍ଷିକ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭଣ୍ଡାର। ବିଭିନ୍ନ ପରୀକ୍ଷାର ଫଳାଫଳ ଓ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ ସହିତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଖବର ରେଭେନ୍ସାଭିଆନ୍‌ରେ ବାହାରୁଥିଲା। କଲେଜରେ ପଢ଼ାଯାଉଥିବା ବିଭିନ୍ନ ଭାଷାରେ ଲେଖା ଏଥିରେ ରହୁଥିଲା। କଲେଜ ଓ ବିଭାଗ ସ୍ତରୀୟ ଛାତ୍ର ସଂଗଠନଗୁଡ଼ିକର ବିବରଣୀ ପାଇଁ ଏଥିରେ ସ୍ୱତନ୍ତ୍ର ସ୍ଥାନ ରହୁଥିଲା।

ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ରେଭେନ୍ସାଭିଆନ୍‌ର ସଂଖ୍ୟାଗୁଡ଼ିକ ପାଇବା ଅତି କଷ୍ଟର କଥା। ପ୍ରଥମ ସଂଖ୍ୟଗୁଡ଼ିକରେ ସଂଖ୍ୟା ଓ ପ୍ରକାଶନ କାଳର ସୂଚନା କେତେ ଜାଗାରେ ଗୋଳମାଳିଆ। କିଛି ସଂଖ୍ୟାରେ ଛପାଯାଇଥିବା ତାରିଖ/ସଂଖ୍ୟା ହାତରେ କଟାଯାଇଛି ବା ବଦଳାଯାଇଛି। ଏହା କେବେ କରାଯାଇଛି (ପ୍ରକାଶନ ସମୟରେ ବା ଅନେକ ଦିନ ପରେ) ଜାଣିବା ସମ୍ଭବ ନୁହେଁ। କିଛି ଆକଳିତ ‘ସଠିକ’ ତାରିଖ ବର୍ଗ ବନ୍ଧନୀ [ ] ଭିତରେ ଦିଆଯାଇଛି। କେତେକ ସଂଖ୍ୟାରେ କିଛି ପୃଷ୍ଠା ନାହିଁ ; ମଲାଟ ନାହିଁ ବା କଳା-ଧଳା। ତଥାପି ପତ୍ରିକାର ଗୁରୁତ୍ୱ ଦୃଷ୍ଟିରୁ ମିଳିଥିବା ସଂଖ୍ୟାଗୁଡ଼ିକ ଏଠାରେ ରଖାଯାଇଛି। ବ୍ୟବହାରକାରୀ ଏହି ସମସ୍ୟା ସବୁ ପ୍ରତି ଧ୍ୟାନ ଦେବା ଜରୁରୀ।

ଏହି ପୃଷ୍ଠାରେ ରହିଥିବା ‘ରେଭେନ୍ସାଭିଆନ୍‌’ ସଂଖ୍ୟାଗୁଡ଼ିକର ଉତ୍ସ ହେଉଛି – ୧. କେଦାରନାଥ ଗବେଷଣା ପ୍ରତିଷ୍ଠାନ ପାଠାଗାର, ୨. ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସ୍ଥଳୀ (http://ravenshawuniversity.ac.in/Magazine.php – ଏଠାରେ ଥିବା ମୂଳ ଡିଜିଟାଲ୍ ରୂପ ଭଲନୁହେଁ) ଏବଂ ୩. ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର (ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ)।

ସଂଖ୍ୟାଗୁଡ଼ିକର ଡିଜିଟାଲ ଫାଇଲ୍ ତଳ ସାରଣୀରେ ଦିଆଯାଇଥିବା ‘ଡାଉନ୍‌ଲୋଡ୍’ ଲିଙ୍କ ସାହାଯ୍ୟରେ ଖୋଲାଯାଇ ପାରିବ ବା ନିଜ କମ୍ପ୍ୟୁଟରରେ ରଖାଯାଇ ପାରିବ।

Ravenshavian, The, v.04(2-3) Feb 1920
Download
Ravenshavian, The, v.11(01) Sep 1926
Download
Ravenshavian, The, v.12(01) Sep 1927
Download
Ravenshavian, The, v.12(02) Dec 1927
Download
Ravenshavian, The, v.13(03) Apr 1928
Download
Ravenshavian, The, v.14(01) Sep 1928
Download
Ravenshavian, The, v.14(02) Jan 1929
Download
Ravenshavian, The, v.14(03) Apr 1929
Download
Ravenshavian, The, v.15(01) Oct 1929
Download
Ravenshavian, The, v.15(02) Dec [1930]
Download
Ravenshavian, The, v.15(03) Apr 1930
Download
Ravenshavian, The, v.16(01) Oct 1930
Download
Ravenshavian, The, v.16(02) Jan 1932
Download
Ravenshavian, The, v.16(03) Apr 1932
Download
Ravenshavian, The, v.16[04] Oct 1931
Download
Ravenshavian, The, v.17(01) Sep 1932
Download
Ravenshavian, The, v.17(02) Dec 1932
Download
Ravenshavian, The, v.17(03) Apr [1931]
Download
Ravenshavian, The, v.17(03) Apr [1933]
Download
Ravenshavian, The, v.18(01) Sep 1933
Download
Ravenshavian, The, v.18(02) Dec 1933
Download
Ravenshavian, The, v.22(01) Dec 1937
Download
Ravenshavian, The, v.26(01) Oct 1941
Download
Ravenshavian, The, v.35 (Mar 1954)
Download
Ravenshavian, The, v.36 (Jan 1955)
Download
Ravenshavian, The, v.37 (Jan 1956)
Download
Ravenshavian, The, v.38 (Feb 1957)
Download
Ravenshavian, The, v.39 (1958)
Download
Ravenshavian, The, v.40 (Jan 1959)
Download
Ravenshavian, The, v.55 (1975-76)
Download
Ravenshavian, The, (1998-99)
Download
Ravenshavian, The, (2000-01)
Download
Ravenshavian, The, (2004-05)
Download
Ravenshavian, The, (2005-06)
Download
Ravenshavian, The, (2009)
Download
Ravenshavian, The, (2011)
Download
Ravenshavian, The, (2012)
Download
Ravenshavian, The, (2013-14)
Download
Ravenshavian, The, (2014-15)
Download
Ravenshavian, The, (2015-16)
Download
– – – – Ravenshavian, The, (2017-18)
Download
– – – –