ଶିଖା, ରାଁସା ଓ ଶିକ୍ଷାସନ୍ଧାନ

‘ଶିଖା’ ଏକ ଦ୍ଵିମାସିକ ପତ୍ରିକା। ଶିକ୍ଷକ ଓ ଶିକ୍ଷା ସହିତ କାମ କରୁଥିବା କର୍ମୀମାନଙ୍କର ଅଭିଜ୍ଞତା ପ୍ରକାଶ କରିବା, ଦେଶ ଦୁନିଆରେ ହେଉଥିବା ଶିକ୍ଷାକୁ ନେଇ ପରୀକ୍ଷଣଗୁଡ଼ିକ ଜାଣିବା, ଶିକ୍ଷାକୁ ନେଇ ଦେଶ ଦୁନିଆର ଘଟଣାବଳୀକୁ ଗୋଟିଏ ଜାଗାରେ ପାଇବା ଉଦ୍ଦେଶ୍ୟରେ ଏହାର ଜନ୍ମ। ୧୯୯୬ ମସିହାରୁ ଶିଖା ପ୍ରକାଶ ପାଇଆସୁଛି। ୨୦୧୬ ମସିହା ଛାଡ଼ିଦେଲେ ପ୍ରତ୍ୟେକ ବର୍ଷ ଏ ପତ୍ରିକା ପ୍ରକାଶ ପାଇଛି। ବିଭିନ୍ନ କାରଣରୁ ଏହା ନିୟମିତତା ରଖିପାରିନାହିଁ। ଏହାଛଡ଼ା ପତ୍ରିକାରେ ବର୍ଷ ଓ ସଂଖ୍ୟାକୁ ନେଇ ପ୍ରମାଦ ରହିଛି। ତଥାପି ଏହା ଶିକ୍ଷକ, ଶିକ୍ଷାବିତମାନଙ୍କ ଗହଣରେ ବିଶେଷ ଆଦୃତି ପାଇଛି।

ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଦିଗରେ କାମ କରୁଥିବା ଅନୁଷ୍ଠାନ ‘ଶିକ୍ଷାସନ୍ଧାନ’ ପକ୍ଷରୁ ପ୍ରକାଶିତ ଦ୍ୱିଭାଷିକ ତଥା ତ୍ରୟୋମାସିକ ଶିଶୁ ପତ୍ରିକା ହେଉଛି ‘ରାଁସା’। ଏଥିରେ ଉଭୟ ଓଡ଼ିଆ ଓ ହୋ ଭାଷାରେ ଗପ ଓ ଗୀତ ସଚିତ୍ର ମୁଦ୍ରିତ ହୋଇଛି। ହୋ ଭାଷାର ଲିପି ଭାବରେ ଓଡ଼ିଆ ବର୍ଣ୍ଣମାଳାର ବ୍ୟବହାର ହୋଇଛି। ନିଜ ମାତୃଭାଷାରେ ପାଠ୍ୟ ସାମଗ୍ରୀ ଯୋଗାଇବା ଉଦ୍ଦେଶ୍ୟରେ ଏହି ପତ୍ରିକା ପ୍ରକାଶିତ। ଏଥିରେ ଶିକ୍ଷକ ଓ ପିଲାଙ୍କ ଲେଖାଗୁଡ଼ିକ ସ୍ଥାନ ପାଇଛି।

୧୯୯୫ ମସିହା ଫେବୃଆରୀ ୯ ତାରିଖରେ ଶିକ୍ଷାର ଏକ ସାଧନ କେନ୍ଦ୍ର ଭାବେ ‘ଶିକ୍ଷାସନ୍ଧାନ’ ଆନୁଷ୍ଠାନିକ ଭାବରେ ପଞ୍ଜୀକୃତ ହେଲା। ଏହାର ପ୍ରତିଷ୍ଠାତା ସଭାପତି ଭାବେ ବିଶିଷ୍ଟ ସାହିତ୍ୟିକ ସ୍ଵର୍ଗତ ଚିତ୍ତରଞ୍ଜନ ଦାସ ଓ ପ୍ରତିଷ୍ଠାତା ସଦସ୍ୟ–ସମ୍ପାଦକ ଭାବେ ବିଶିଷ୍ଟ ସମାଜସେବୀ ଅଚ୍ୟୁତ ଦାସ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ପ୍ରଫେସର ଖଗେଶ୍ଵର ମହାପାତ୍ର ଏହାର ସଭାପତି ଥିଲେ। ତାଙ୍କପରେ ୧୯୯୮ ମସିହାରୁ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ବିଭାଗର ପ୍ରଫେସର ତଥା ଖ୍ୟାତନାମା ଅନୁବାଦକ ଓ ସମାଲୋଚକ ଯତୀନ୍ଦ୍ର କୁମାର ନାୟକ ଏହାର ସଭାପତି ଅଛନ୍ତି। ସେହିପରି ୧୯୯୬ ମସିହାରୁ ଅନୀଲ ପ୍ରଧାନ ଏହାର ସଦସ୍ୟ–ସମ୍ପାଦକ ଭାବରେ କାମ କରି ଆସୁଛନ୍ତି। ବିକଳ୍ପ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା, ପାଠାଗାର ପ୍ରତିଷ୍ଠା, ପୁସ୍ତକ ପ୍ରକାଶନ, ସ୍ଵେଚ୍ଛାସେବୀ ସଂଗଠନ କର୍ମୀମାନଙ୍କର ତାଲିମ, ଦକ୍ଷତା ବିକାଶ କାମରେ ‘ଶିକ୍ଷାସନ୍ଧାନ’ ନିୟୋଜିତ।

 

 

 

 

 

ଶିଖା, ରାଁସା ସୂଚୀ

ତଳ ସାରଣୀରେ ଶିଖା ଓ ରାଁସା ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଏଥିପାଇଁ କିଛି ସମୟ ଲାଗିବ।

ପତ୍ରିକା ଦୁଇଟିର ସଂଖ୍ୟାଗୁଡ଼ିକ ଯୋଗାଇଛନ୍ତି ଶିକ୍ଷାସନ୍ଧାନ ଅନୁଷ୍ଠାନ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।

 

ରଚନା ସୂଚୀ – ପ୍ରକାଶନ କ୍ରମ
Index – Chronological
ରଚନା ସୂଚୀ – ଲେଖକ କ୍ରମ
Index – Authorwise
ଭାଗ-୦୧ (୧୯୯୬)
v.01 (1996)
Download
ଭାଗ-୦୨ (୧୯୯୭)
v.02 (1997)
Download
ଭାଗ-୦୩ (୧୯୯୮)
v.03 (1998)
Download
ଭାଗ-୦୪ (୧୯୯୯)
No.04 (1999)
Download
ଭାଗ-୦୫ (୨୦୦୦)
v.05 (2000)
Download
ଭାଗ-୦୬ (୨୦୦୧)
v.06 (2001)
Download
ଭାଗ-୦୭ (୨୦୦୨)
v.07 (2002)
Download
ଭାଗ-୦୮ (୨୦୦୩)
v.08 (2003)
Download
ଭାଗ-୦୯ (୨୦୦୪)
v.09 (2004)
Download
ଭାଗ-୧୦ (୨୦୦୫)
v.10 (2005)
Download
ଭାଗ-୧୧ (୨୦୦୬)
v.11 (2006)
Download
ଭାଗ-୧୨ (୨୦୦୭)
v.12 (2007)
Download
ଭାଗ-୧୩ (୨୦୦୮)
v.13 (2008)
Download
ଭାଗ-୧୪ (୨୦୦୯)
v.14 (2009)
Download
ଭାଗ-୧୫ (୨୦୧୦)
v.15 (2010)
Download
ଭାଗ-୧୬ (୨୦୧୧)
v.16 (2011)
Download
ଭାଗ-୧୭ (୨୦୧୨)
v.17 (2012)
Download
ଭାଗ-୧୮ (୨୦୧୩)
v.18 (2013)
Download
ଭାଗ-୧୯ (୨୦୧୪)
v.19 (2014)
Download
ଭାଗ-୨୦ (୨୦୧୫)
v.20 (2015)
Download
ଭାଗ-୨୧ (୨୦୧୭)
v.21 (2017)
Download
ଭାଗ-୨୨ (୨୦୧୮)
v.22 (2018)
Download
ଭାଗ-୨୩ (୨୦୧୯)
v.23 (2019)
Download
ଭାଗ-୨୫ (୨୦୨୦)
v.25 (2020)
Download
ଭାଗ-୨୬ (୨୦୨୧)
v.26 (2021)
Download
ଭାଗ-୨୭ (୨୦୨୨)
v.27 (2022)
Download

ରାଁସା, ଭାଗ-୦୧ (୨୦୧୩)
Ransa, v.01 (2013)
Download
ରାଁସା, ଭାଗ-୦୨ (୨୦୧୪)
Ransa, v.02 (2014)
Download
ରାଁସା, ଭାଗ-୦୩ (୨୦୧୫)
Ransa, v.03 (2015)
Download