ମଣିଷର ବାର୍ତ୍ତାବହ ସ୍ୱାଭିମାନ
ଗତ ଶତାବ୍ଦୀର ଶେଷ ଦଶକରେ ଆମ ଦେଶରେ ନୂଆ ଅର୍ଥନୀତି ନାମରେ ପୁଞ୍ଜିବାଦୀ, ଜଗତିକରଣ, ଘରୋଇକରଣ ଓ ନବ ଉଦାରବାଦକୁ ଲାଗୁ କରାଗଲା। ଏହି ପରିବର୍ତ୍ତନ ଭାରତୀୟ ମୂଳ ଅର୍ଥ ବ୍ୟବସ୍ଥାର ବିରୋଧୀ ଥିଲା ଏବଂ ଆମ ସାଂବିଧାନିକ ନୀତିର ଉଲଂଘନ ମଧ୍ୟ ଥିଲା। ବିଶ୍ୱ ପୁଞ୍ଜିବାଦୀ ବଜାର ନିୟନ୍ତ୍ରିତ ଅର୍ଥନୀତିର ପ୍ରତିବାଦ କରିବାକୁ ଜନ ଜାଗରଣ ପାଇଁ ଜନବାଦୀ ପତ୍ରିକାର ଅଭାବ ଅନୁଭୂତ ହେଲା।
‘ସ୍ୱାଭିମାନ’ ନାମରେ ଏକ ସାମୟିକ ପତ୍ରିକା ୧୯୯୪ରେ ଘରୋଇ ପ୍ରସାରଣ ପାଇଁ ବ୍ରହ୍ମପୁରରେ ଅନୁଷ୍ଠିତ ‘ଡଙ୍କଲ ଡ୍ରାଫ୍ଟ୍ ଓ ଜଗତିକରଣ” ବିରୋଧୀ ସମ୍ମିଳନୀରେ ରବି ରାୟଙ୍କ ଉପସ୍ଥିତିରେ ଦେଶର ବିଶିଷ୍ଠ ପରିବେଶ ବିଜ୍ଞାନୀ ବନ୍ଦନା ଶିବା ଉନ୍ମୋଚନ କରିଥିଲେ। ଏହି ପ୍ରଥମଟି ଥିଲା ଦ୍ୱିଭାଷିକ ଓଡ଼ିଆ ଓ ଇଂରେଜୀ। ପରବର୍ତ୍ତି ୪ଟି ସଂଖ୍ୟା ସାମୟିକ ଭାବେ କେବଳ ଓଡ଼ିଆ ଭାଷାରେ ପ୍ରକାଶିତ ହେଲା। ପରେ ଏହା ମଣିଷର ବାର୍ତ୍ତାବହ ସ୍ୱାଭିମାନ ନାମରେ ପଞ୍ଜିକୃତ ହେଲା। ୧୯୯୮ ଅକ୍ଟୋବର ୧୬ ତାରିଖରୁ ପାକ୍ଷିକ ପତ୍ରିକା ରୂପେ ପ୍ରଥମ ନିୟମିତ ସଂଖ୍ୟା ପ୍ରକାଶିତ ହେଲା।
ଏହି ପତ୍ରିକାର ସମ୍ପାଦନା ଓ ପ୍ରକାଶନ ଦାୟିତ୍ୱ ପ୍ରଫୁଲ୍ଲ ସାମନ୍ତରା ନେଇଛନ୍ତି। ଜନ ବିରୋଧୀ ଅର୍ଥନୀତି ସହ ବିକଳ୍ପ ବିକାଶ ନୀତି ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ତଥା ସମାଜବାଦୀ ନେତା ରବି ରାୟଙ୍କ ପ୍ରେରଣାରେ ଲୋକଶକ୍ତି ଅଭିଯାନ ପ୍ରତିଷ୍ଠା ହେଲା। ଲୋକଶକ୍ତି ଅଭିଯାନର ସକ୍ରିୟ ଅଂଶଗ୍ରହଣରେ ଓଡ଼ିଶାରେ ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଜନ ଆନ୍ଦୋଳନ। ଏହି ଆନ୍ଦୋଳନଗୁଡ଼ିକର ଅନ୍ୟ ଦିଗଟି ଥିଲା ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ଲୋକଙ୍କ ଅଧିକାର। ଏହି ଆଦର୍ଶ, ଲକ୍ଷ୍ୟକୁ ନେଇ ଜନଜାଗରଣ ପାଇଁ ତଥା ସାଧାରଣ ଲୋକଙ୍କ ପାଖରେ କିଛି ଜନ ଆନ୍ଦୋଳନ ତଥା ସଂଗ୍ରାମ ସାହିତ୍ୟ ପହଞ୍ଚାଇବା ପାଇଁ ମଣିଷର ବାର୍ତ୍ତାବହ ସ୍ୱାଭିମାନ ଏକ ସେତୁ ଭଳି କାମ କରିଛି।
ଏହା ଏକ ଛୋଟିଆ ପତ୍ରିକା – ୧୨ ରୁ ୨୪ ପୃଷ୍ଠା ମଧ୍ୟରେ ସୀମିତ। ଅନେକ ସମୟରେ ଅନେକ ଅପରିଚିତ ବ୍ୟକ୍ତି ସ୍ୱାଭିମାନ ପଢ଼ୁଥିବାର ଜାଣିଲା ପରେ ଏକ ଉଦ୍ଦୀପନା ସୃଷ୍ଟି ହୁଏ ଯେ ଏହି ବାର୍ତ୍ତା ଅନେକ ଅଗମ୍ୟ ସ୍ଥାନରେ ବି ପହଞ୍ଚୁଛି। ପତ୍ରିକାଟି ସବୁବେଳେ ସରଳ ହୋଇ ରହଛି, ତା’ର ଜନ୍ମଦିନ କେବେ ପାଳନ ହୋଇନାହିଁ କିମ୍ବା ତା ନାମରେ କେବେ ବିଶେଷ କାର୍ଯ୍ୟକ୍ରମ କରାଯାଇନାହିଁ। ବ୍ୟକ୍ତିଗତ ରୂପେ ବିଭିନ୍ନ ସାଥି, ବନ୍ଧୁ ଓ ପାଠକମାନଙ୍କ ସହଯୋଗରେ ପତ୍ରିକା ପ୍ରକାଶିତ ହୋଇଛି। ଏହି ପତ୍ରିକାରେ ବୌଦ୍ଧିକତା ଖୁବ୍ କମ, ସାଧାରଣ ପାଠକମାନଙ୍କ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଇଛି। ପାକ୍ଷିକ ‘ସମଦୃଷ୍ଟି’ ପତ୍ରିକାର ପ୍ରସାର ପରେ ସ୍ୱାଭିମାନର ନିୟମିତ ପ୍ରକାଶନ ସଂଖ୍ୟା କମିବାରେ ଲାଗିଲା।
ସ୍ୱାଭିମାନ ଡିଜିଟାଇଜ କରିବା ପାଇଁ ଅଧିକାଂଶ ସଂଖ୍ୟା ଏହାର ପ୍ରତିଷ୍ଠାତା ଏବଂ ସମ୍ପାଦକ ପ୍ରଫୁଲ୍ଲ ସାମନ୍ତରା ଯୋଗାଇ ଦେଇଥିଲେ। ତଥାପି କିଛି ସଂଖ୍ୟା ମିଳିନାହିଁ। ସାଥିମାନେ ଯୋଗାଇ ଦେଲେ ପରେ ଏଥିରେ ଯୋଡ଼ିଦିଆଯିବ।
ସ୍ୱାଭିମାନ ସୂଚୀ
ତଳ ସାରଣୀରେ ସ୍ୱାଭିମାନ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍ଲୋଡ୍ ପାଇଁ କିଛି ସମୟ ଲାଗିବ।
ମିଳିଥିବା ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ।
ରଚନା ସୂଚୀ – ପ୍ରକାଶନ କ୍ରମ Index – Chronological |
ରଚନା ସୂଚୀ – ଲେଖକ କ୍ରମ Index – Authorwise |
ପତ୍ରିକାର ଆରମ୍ଭ, ଉଦ୍ଦେଶ୍ୟ, ଗୁରୁତ୍ୱ ଏବଂ ସମସ୍ୟା ବିଷୟରେ ସମ୍ପାଦକଙ୍କର ଏକ ଲେଖା ଏଠାରେ ଦିଆଯାଇଛି। କ୍ଲିକ୍ କଲେ ପୂରା ଲେଖାଟି ମିଳିପାରିବ।
ମଣିଷର ବାର୍ତ୍ତାବହ ସ୍ୱାଭିମାନ
ଭାଗ Volume | |||
ରେଜିଷ୍ଟ୍ରାର୍ ଅଫ୍ ନିଉଜ୍ପେପର୍ସ୍ଙ୍କ ପାଖରେ ପଞ୍ଜୀକୃତ ହେବା ଆଗରୁ ପ୍ରକାଶ ପାଇଥିବା ୧୨ଟି ସଂଖ୍ୟାକୁ ଭାଗ ୦୦ରେ ରଖାଯାଇଛି।
The 12 issues published before getting registered with the Registrar of Newspapers have been marked as volume 00. |
|||