ଉତ୍କଳ ସାହିତ୍ୟ

ଆଧୁନିକ ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ଲେଖକଗୋଷ୍ଠୀ ସୃଷ୍ଟି କରିବାରେ ଉତ୍କଳ ସାହିତ୍ୟ ପତ୍ରିକାର ଖୁବ ବେଶୀ ଗୁରୁତ୍ୱ ରହିଥିଲା। ୧୮୯୭ ମସିହା ଜାନୁଆରି ମାସରେ ବିଶ୍ୱନାଥ କରଙ୍କ ସମ୍ପାଦନାରେ ଏହା ପ୍ରକାଶିତ ହୋଇଥିଲା। ଶ୍ୟାମସୁନ୍ଦର ନନ୍ଦ, କୃଷ୍ଣପ୍ରସାଦ ଚୌଧୁରୀ, ଗୋପାଳଚନ୍ଦ୍ର ପ୍ରହରାଜ, ମୃତ୍ୟୁଞ୍ଜୟ ରଥ ଆଦିଙ୍କ ଆଗ୍ରହରୁ ପତ୍ରିକାଟି ପ୍ରକାଶ ପାଇଥିଲା। ଏଥିରେ ବ୍ରାହ୍ମଧର୍ମ ଓ ଦର୍ଶନ ଆଧାରିତ ଲେଖା ସହିତ ସଂସ୍କୃତି, ରାଜନୀତି, ବିଜ୍ଞାନ ସମ୍ବନ୍ଧୀୟ ଲେଖା ପ୍ରକାଶ ପାଉଥିଲା। ଏହା ଏପରି ଏକ ଉତ୍କୃଷ୍ଟ ସାହିତ୍ୟ ପତ୍ରିକା ଥିଲା ଯାହା ଏକ ଜାତିର ଭାଷାଗତ, ରାଜନୈତିକ, ସାମାଜିକ, ସାଂସ୍କୃତିକ ଉନ୍ନତି କ୍ଷେତ୍ରରେ ଯଥାର୍ଥ ଭୂମିକା ଗ୍ରହଣ କରିଥିଲା। ଆଜି ବି ଏଭଳି ସାହିତ୍ୟ ପତ୍ରିକା ବିରଳ।

ଉତ୍କଳ ସାହିତ୍ୟ ସୂଚୀ

ତଳ ସାରଣୀରେ ଉତ୍କଳ ସାହିତ୍ୟ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ବଡ଼ ଫାଇଲ୍‌ଗୁଡ଼ିକୁ ଭାଙ୍ଗି ଛୋଟ ଛୋଟ ଅଂଶରେ ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟ ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ପ୍ରକାଶନ କ୍ରମ ଓ ଲେଖକ ନାମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଧ୍ୟାନଦେବାକୁ ହେବ ଯେ ସବୁ ସଂଖ୍ୟା ମିଳିନାହିଁ, ତେଣୁ ସବୁ ଲେଖା ଏଠାରେ ରହିପାରିନାହିଁ।

 

ନମୁନା ଖଣ୍ଡ ୧         ନମୁନା ଖଣ୍ଡ ୨          ନମୁନା ଖଣ୍ଡ ୩

ରଚନା ସୂଚୀ – ପ୍ରକାଶନ କ୍ରମ          ରଚନା ସୂଚୀ – ଲେଖକ କ୍ରମ

 

ଭାଗ / ମସିହା ଭାଗ / ମସିହା ଭାଗ / ମସିହା
୧ (୧୮୯୭-୯୮) ପୁନଃମୁଦ୍ରିତ ୨ (୧୮୯୮-୯୯) ୩ (୧୮୯୯-୧୯୦୦)
୪ (୧୯୦୦-୦୧) ୫ (୧୯୦୧-୦୨) ୬ (୧୯୦୩)
୭ (୧୯୦୪) ୮ (୧୯୦୫) ୯ (୧୯୦୬)
୧୦ (୧୯୦୭) ୧୧ (୧୯୦୮) ୧୨ (୧୯୦୯)
୧୩ (୧୯୧୦) ୧୪ (୧୯୧୧) ୧୫ (୧୯୧୨)
 ୧୬ (୧୯୧୩) ୧୭ (୧୯୧୪) ୧୮ (୧୯୧୫)
୧୯ (୧୯୧୬) ୨୦ (୧୯୧୭) ୨୧ (୧୯୧୮)
୨୨ (୧୯୧୯) ୨୩ (୧୯୨୦) ୨୪ (୧୯୨୧)
୨୫ (୧୯୨୨) ୨୬ (୧୯୨୩) ୨୭ (୧୯୨୪)
୨୮ (୧୯୨୫) ୨୯ (୧୯୨୬) ୩୦ (୧୯୨୭)
୩୧ (୧୯୨୮) ୩୨ (୧୯୨୯) ୩୩ (୧୯୩୦)
୩୪ (୧୯୩୧) ୩୫ (୧୯୩୨) ୩୬ (୧୯୩୩)
୩୭ (୧୯୩୪) ୩୮ (୧୯୩୫) ୩୯ (୧୯୩୬)
୪୦ (୧୯୩୭) ୪୧ (୧୯୩୮) ୪୨ (୧୯୩୯)
୪୩ (୧୯୪୦) ୪୪ (୧୯୪୦-୪୧) – –
 ନୂତନ ପ୍ରସ୍ଥ ୧ (୧୯୫୪)  ନୂତନ ପ୍ରସ୍ଥ ୨ (୧୯୫୫)  ନୂତନ ପ୍ରସ୍ଥ ୩ (୧୯୫୬)