ଭୂପେନ୍ ମହାପାତ୍ର ସଂକଳନ
ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର ଲେଖକ ଭାବରେ ଶ୍ରୀ ଭୂପେନ୍ ମହାପାତ୍ର ବେଶ୍ ପରିଚିତ। ଆଜିକୁ ଷାଠିଏ ବର୍ଷ ଧରି ତାଙ୍କର ଅନବରତ ଲେଖନୀ ଚାଳନା ମାଧ୍ୟମରେ ସେ ସୃଷ୍ଟି କରିଛନ୍ତି ବହୁ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ରମ୍ୟରଚନା, ଭ୍ରମଣ କାହାଣୀ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ବ୍ୟଙ୍ଗଗଳ୍ପ ଓ ନିଜର ଆତ୍ମଜୀବନୀ। ଅଦ୍ୟାବଧି ତାଙ୍କର ପ୍ରାୟ ପଚାଶ ପୁସ୍ତକ ପ୍ରକାଶିତ ହୋଇଛି।
ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ସାମାଜିକ ବାସ୍ତବବାଦ ଓ ଜୀବନଧର୍ମୀ ମୂଳକ। ସେଥିରେ ସାମାଜିକ ପରିବର୍ତ୍ତନର ସ୍ୱର ଥିବାରୁ ସେଗୁଡ଼ିକ ପାଠକୀୟ ଆଦୃତି ଲାଭ କରିପାରିଛି। ତାଙ୍କର ଅନେକ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଓ ଆହୁରି ଅନେକ ଭାଷାରେ ଅନୁବାଦିତ ହୋଇ ପ୍ରଶଂସିତ ହୋଇଛି।
ପୋଲିସ ଓ କେନ୍ଦ୍ରୀୟ ନିରାପତା ବିଭାଗର ଚାକିରିରେ ଭାରତର ବିଭିନ୍ନ ସ୍ଥାନକୁ ବଦଳି ହୋଇ ସେ ପାଇଛନ୍ତି ପ୍ରଚୁର ଲୋକ ଚରିତ୍ର ଅଧ୍ୟୟନର ସୁଯୋଗ ଓ ବିଭିନ୍ନ ଜନ ସମ୍ପ୍ରଦାୟର ସାମାଜିକ ଜୀବନଯାପନର ପ୍ରଣାଳୀର ସମ୍ୟକ ଜ୍ଞାନ ଯାହାକୁ ସେ ସଫଳତାର ସହିତ ପ୍ରୟୋଗ କରିଛନ୍ତି ତାଙ୍କର ବିଭିନ୍ନ ରଚନା ମାଧ୍ୟମରେ। ସାହିତ୍ୟ ରଚନା ଛଡ଼ା ସେ ନବପତ୍ର, ଇସ୍ତାହାର ଓ ନାଗରା ଆଦି ପତ୍ରିକାର ସମ୍ପାଦନା, ରାଉରକେଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଓ ଚାକିରି ଜୀବନରେ ଓଡ଼ିଶା ବାହାରେ ବିଭିନ୍ନ ଓଡ଼ିଆ ଅନୁଷ୍ଠାନକୁ ପ୍ରତିଷ୍ଠା କିମ୍ବା ଚଳଚଞ୍ଚଳ କରାଇବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍ର ସେ ପ୍ରତିଷ୍ଠାତା ସମ୍ପାଦକ।
ଭୂପେନ୍ ମହାପାତ୍ର ସର୍ଜନା ସୂଚୀ | ||||
ଉପନ୍ୟାସ – Novel | ||||
Prathama Pruthibi (1998) Download |
Fasil (2007) Download |
Uttarana Pabana (2010) Download |
Gandhari (2013) Download |
Tridhara (2017) Download |
ଗଳ୍ପ – Short stories | ||||
Gotie Mendha Pala (1991) Download |
Pramila (1994) Download |
Chandrasenara Chandraloka (2000) Download |
Khola (2001) Download |
Ebebi Rebati O Anyanya Galpa (2002) Download |
Hatira Histri (2002) Download |
Surjya Uthi Nahin (2003) Download |
Hata Papulire Suryodaya (2008) Download |
Manara Manachitra (2010) Download |
Mrugunira Mrutyu o Anyanya Galpa (2011) Download |
Nirbachita Galpa, v.01 (2013) Download |
Rupa Pratirupa (2014) Download |
Iswara Jetebele Pila Thile (2016) Download |
||
Judha Sarinahi O Anyanya Galpa (2016) Download |
Nirbachita Galpa, v. 02 (2017) Download |
Pachasa Kshudragalpa (2018) Download |
||
ପ୍ରବନ୍ଧ – Essays | ||||
Michha Sapakshare Tarka Bitarka O Kichhi Enu Tenu (1992) Download |
Jatiya Bhabadhara o Anyanya Prabandha (2002) Download |
Sahitya, Sanskruti O… (2004) Download |
||
Charchita Byanga (2014) Download |
Pragatisila Sahitya Bhumi O Bhumika (2015) Download |
Sateka Ghatana Charitra (2016) Download |
||
ଅନ୍ୟାନ୍ୟ – Miscellaneous | ||||
Upatyakara Upakatha (1996) Download |
Apurba-purba (1999) Download |
Laxmidhara Nayak Sahitya O Sangrama (2008) Download |
Rajanikanta Das (2014) Download |