ବିଜ୍ଞାନ ପ୍ରଚାର ସମିତି ସଂକଳନ
ସରଳ ଓଡ଼ିଆ ଭାଷାରେ ବିଜ୍ଞାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାନ ପ୍ରଚାର ସମିତିର ଜନ୍ମ ହୋଇଥିଲା। ୧୯୪୯ ମସିହାରେ ନଅଜଣ ଆଗ୍ରହୀ ଅଧ୍ୟାପକ/ଡାକ୍ତର ମିଶି ଏହାକୁ ଆରମ୍ଭ କରିଥିଲେ। ସେମାନେ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଗୋକୁଳାନନ୍ଦ ମହାପାତ୍ର, ରାଧାନାଥ ରଥ, ସୁକୁମାର ଆଦିତ୍ୟ, ମହେନ୍ଦ୍ର ଚନ୍ଦ୍ର ମିଶ୍ର, ରାଈକୃଷ୍ଣ ମହାନ୍ତି, ସଦାଶିବ ମିଶ୍ର, ଶ୍ୟାମାନନ୍ଦ ପଟ୍ଟନାୟକ ଓ କୃଷ୍ଣଚରଣ ଦାସ।
ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଡ. ଗୋକୁଳାନନ୍ଦ ମହାପାତ୍ର ବଙ୍ଗୀୟ ବିଜ୍ଞାନ ପରିଷଦ ଭଳି ଓଡ଼ିଶାରେ ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ଆଗ୍ରହୀ ଥିଲେ। ସେହି ସମୟରେ ଡ. ରାଧାନାଥ ରଥ, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଡ. ସଦାଶିବ ମିଶ୍ର ଆଦି ମଧ୍ୟ ଗୋକୁଳାନନ୍ଦ ବାବୁଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଏବଂ ୧୯୪୯ ମସିହା ଅଗଷ୍ଟ ୭ ତାରିଖ ଦିନ କଟକ ମେଡିକାଲ ପରିସରରେ ସମିତିର ପ୍ରଥମ ଅଧିବେଶନ ବସିଥିଲା।
ଏଥିରେ ଡ. ସଦାଶିବ ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରଥମ ଯୁଗ୍ନ ସମ୍ପାଦକ ଥିଲେ ଡ. ରାଧାନାଥ ରଥ ଏବଂ ଡ. ଗୋକୁଳାନନ୍ଦ ମହାପାତ୍ର। ସ୍ଥିର ହେଲା ପ୍ରତି ୧୫ ଦିନରେ ଥରେ ରବିବାରରେ ସମିତିର ଅଧିବେଶନ ବସିବ ଏବଂ ସେଥିରେ ଓଡ଼ିଆରେ ଲିଖିତ ପ୍ରବନ୍ଧମାନ ପଠିତ ଓ ଆଲୋଚିତ ହେବ। ସଭ୍ୟମାନଙ୍କ ଭିତରେ ଘନିଷ୍ଠତା ବଢ଼ିବାର ଆଶା କରି ସମିତିର ଅଧିବେଶନଗୁଡ଼ିକ ଯଥାସମ୍ଭବ ସଭ୍ୟମାନଙ୍କ ଘରେ ବସାଇବାର ସ୍ଥିର ହେଲା। ଅନେକ ଅଧ୍ୟାପକ ଏହି ଅନୁଷ୍ଠାନକୁ ସମାଲୋଚନା ମଧ୍ୟ କଲେ। ସେମାନଙ୍କର ଧାରଣା ଥିଲା ବିଜ୍ଞାନ ଭଳି କ୍ଲୀଷ୍ଟ ବିଷୟକୁ ଓଡ଼ିଆରେ ଲେଖାଯାଇ ପାରିବନାହିଁ। କ୍ରମେ ଅନେକ ଅଧ୍ୟାପକ ସମିତି ପ୍ରତି ଆଗ୍ରହୀ ହେଲେ ଏବଂ ଏହାର ସଭ୍ୟ ହୋଇଥିଲେ। ବିଖ୍ୟାତ ବୈଜ୍ଞାନିକ ଜେ.ବି.ଏସ୍. ହାଲ୍ଡେନ ମଧ୍ୟ ଏହି ସମିତିର ଜଣେ ସଭ୍ୟ ହୋଇଥିଲେ। “
ବିଜ୍ଞାନ ପ୍ରଚାର ସମିତି ପ୍ରତିଷ୍ଠା ହେବା ଆଗରୁ ବହୁତ କମ୍ ସଂଖ୍ୟାରେ ବିଜ୍ଞାନ ଲେଖା ଓଡ଼ିଆରେ ପ୍ରକାଶ ପାଉଥିଲା। କୃଷି, ଜୀବଜନ୍ତୁ, ସ୍ୱାସ୍ଥ୍ୟରକ୍ଷା, ଜୀବନୀ ଆଦି ଉପରେ ଅଳ୍ପ କିଛି ବହି ଲେଖାଯାଇଥିଲା। ସମିତିର ଅଧିବେଶନରେ ପଠିତ ପ୍ରବନ୍ଧଗୁଡ଼ିକୁ ନେଇ ବହି ପ୍ରକାଶ କରାଗଲା। ଲେଖିବା ବେଳେ ପାରିଭାଷିକ ଶବ୍ଦ ପ୍ରତି ମଧ୍ୟ ଆଗ୍ରହ ବଢ଼ିଲା। ବହିଗୁଡ଼ିକ ବହୁତ ସରଳ ଭାଷାରେ ସାଧାରଣ ଲୋକ ବୁଝିପାରିବା ଭଳି ଲେଖାଯାଇଥିବାରୁ ଲୋକଙ୍କ ପାଇଁ ଗ୍ରହଣୀୟ ହେଲା। ଏଯାଏଁ ପ୍ରାୟ ୫୦ରୁ ଅଧିକ ବହି ସମିତି ତରଫରୁ ପ୍ରକାଶିତ ହୋଇଛି। ଏହାଛଡ଼ା ଅନେକ ସଭ୍ୟ ବ୍ୟକ୍ତିଗତ ଭାବରେ ମଧ୍ୟ ବହି ଲେଖିଛନ୍ତି।
ସମିତିରେ ପଠିତ ପ୍ରବନ୍ଧଗୁଡ଼ିକ ପ୍ରଥମେ ‘ବିଜ୍ଞାନ ପ୍ରଭା’ପତ୍ରିକା ରୂପରେ ପ୍ରକାଶ ପାଇଥିଲା। ୧୯୭୪ ମସିହାରୁ ୫ ବର୍ଷ ଧରି ଏହା ଚାଲିବା ପରେ ୧୯୭୯ ମସିହାରେ ସମିତିର ନିଜସ୍ୱ ପତ୍ରିକା ‘ବିଜ୍ଞାନାଲୋକ’ ଆରମ୍ଭ କରାଗଲା। ସ୍କୁଲ ସ୍ତରରେ ବିଜ୍ଞାନ ପାଠ୍ୟପୁସ୍ତକ ମଧ୍ୟ ସମିତିର ସଭ୍ୟମାନଙ୍କ ଦ୍ୱାରା ଲେଖାଯାଇଥିଲା। ଏହାଛଡ଼ା ଅନେକ କର୍ମଶାଳା, ବିଦ୍ୟାଳୟ କାର୍ଯ୍ୟକ୍ରମ, ବିଜ୍ଞାନ ଲେଖକ କର୍ମଶାଳା ଆଦି ମଧ୍ୟ ସମିତି ଦ୍ୱାରା ଆୟୋଜିତ ହୋଇଥିଲା।
ତଳ ସୂଚୀ ସାହାଯ୍ୟରେ ବିଜ୍ଞାନ ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ବହିଗୁଡ଼ିକର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର ବା ଓପନ୍/ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହି କିମ୍ବା ବିଜ୍ଞାନାଲୋକର ସଂଖ୍ୟା ସଂଗ୍ରହ କରିହେବ।
ବିଜ୍ଞାନ ପ୍ରଚାର ସମିତି ପୁସ୍ତକସୂଚୀ – Bigyan Prachar Samiti Booklist | ||||
ବିଜ୍ଞାନ ପ୍ରଚାର ସମିତି, କଟକ: Bigyan Prachar Samiti, Cuttack | ||||
Paramanu Bomara Abiskara (1951) Open/Download |
Khadya (1951) Open/Download |
Janma Niyantrana (1951) Open/Download |
Khadya Samasya Samadhana (1953) Open/Download |
Manaba Sebare Bigyana (1953) Open/Download |
Janma Rahasya (1955) Open/Download |
Bigyana Barta (1957) Open/Download |
Bigyana Sanchika (1957) Open/Download |
ବୀଜାଣୁ (୧୯୫୮) Bijanu (1958) Open/Download |
Odishare Bigyanara Prayoga (1959) Open/Download |
Bigyana Samikhya (a960) Open/Download |
Mahasunya Abhijana (1960) Open/Download |
Bigyana Bichara (1960) Open/Download |
ଦୂରଦ୍ରଷ୍ଟା ବୈଜ୍ଞାନିକ (୧୯୬୦) Duradrasta Baigyanika (1960) Open/Download |
Bigyanara Parisina (1964) Open/Download |
Dirgha Jibana (1964) Open/Download |
Bigyana O Samaja (1965) Open/Download |
Paramanu Sakti (1966) Open/Download |
Chhatira Bhitara Katha (1968) Open/Download |
Katha Taranga (1968) Open/Download |
Smaraniya Gabesana (1969) Open/Download |
Sukhara Sansara (1969) Open/Download |
Utpadana (1969) Open/Download |
Jibana Pain Jala (1970) Open/Download |
Dainosar (1971) Open/Download |
Juge Juge Bigyana (1971) Open/Download |
Ama Ati Darakari Kagaja (1972) Open/Download |
Bahurupi Amabata (1972) Open/Download |
Bharatiya Baigyanika (1986) Open/Download |
Prachina Bharatare Bigyana Charcha O Gabesana (1987) Open/Download |
Judhare Bigyana (1973) Open/Download |
Odishare Bhesaja Silpa (1975) Open/Download |
Jayantika (1976) Open/Download |
Ati Maratmaka Karkata Roga (1982) Open/Download |
Santi Asantire Paramanu Sakti (1991) Open/Download |
Jeunmane Bigyanaku Rupa Dele (1979) Open/Download |
Manisa Ketebarsa Jaen Banchipariba (1980) Open/Download |
Baigyanika Paribhasika Sabdabali (1986) Open/Download |
Odishara Bigyana Lekhaka (1997) Open/Download |
Sisura Jatna (2000) Open/Download |
Subarna Smaraki (2000) Open/Download |
Sisura Jatna (Rev ed. 2008) Open/Download |
Sisura Roga (2008) Open/Download |
Dainandina Jibanare Palimar (2008) Open/Download |
Bigyanara Apabyabahara (2008) Open/Download |
Bharatara Bikhyata Baigyanika, v.01 (2009) Open/Download |
Bharatara Bikhyata Baigyanika, v.02 (2009) Open/Download |
Hiraka Smaraki (2009) Open/Download |
Bharatara Bikhyata Baigyanika, v.03 (2009) Open/Download |
Bharatara Bikhyata Baigyanika, v.04 (2010) Open/Download |
Bharatara Bikhyata Baigyanika, v.05 (2011) Open/Download |
Prachina Bharatara Bigyana Bibhaba (2013) Open/Download |
Ama Pruthibi (2014) Open/Download |
Granthamala Parichiti (1970) Open/Download |
Dwabinsa Barsika Smaranika (1972) Open/Download |
ବିଜ୍ଞାନ ପ୍ରଚାର ସଂସଦ, ସମ୍ବଲପୁର – Bigyan Prachar Sansad, Sambalpur | ||||
Bigyana Sandarva (1963) Open/Download |
Bigyana Bartika (1964) Open/Download |
Ama Basasthali Pruthibi (1965) Open/Download |
||
ବିଜ୍ଞାନ ପ୍ରଚାର ସମିତି, ବୁର୍ଲା: Bigyan Prachar Samiti, Burla | ||||
Bhayabaha Karkata Roga (1980) Open/Download |
Sakti Sankata Samadhana (1983) Open/Download |
Abarjanaru Sampada (1987) Open/Download |
Prachalita Prathara Baigyanika Samikhya (1991) Open/Download |
ପତ୍ରିକା: ବିଜ୍ଞାନାଲୋକ Journal: Bigyanaloka | ||||
Volume 01 (1977-78) Open/Download |
Volume 02 (1978-79) Open/Download |
Volume 03 (1980) Open/Download |
Volume 04 (1981) Open/Download |
Volume 05 (1982) Open/Download |
Volume 06 (1983) Open/Download |
Volume 07 (1984) Open/Download |
Volume 08 (1985) Open/Download |
Volume 09 (1986) Open/Download |
Volume 10 (1987) Open/Download |
Volume 11 (1988) Open/Download |
Volume 12 (1989) Open/Download |
Volume 13 (1990) Open/Download |
Volume 14 (1991) Open/Download |
Volume 15 (1992) Open/Download |
Volume 16 (1993) Open/Download |
Volume 17 (1994) Open/Download |
Volume 18 (1995) Open/Download |
Volume 19 (1996) Open/Download |
Volume 20 (1997) Open/Download |
Volume 21 (1998) Open/Download |
Volume 22 (1999) Open/Download |
Volume 23 (2000) Open/Download |
Volume 24 (2001) Open/Download |
Volume 25 (2002) Open/Download |
Volume 26 (2003) Open/Download |
Volume 27 (2004) Open/Download |
Volume 28 (2005) Open/Download |
Volume 29 (2006) Open/Download |
Volume 30 (2007) Open/Download |
Bigyanaloka (2011-2015) Open/Download |
ବିଜ୍ଞାନାଲୋକ ସୂଚୀ – ସମୟ କ୍ରମ Bigyanaloka Index – Chronological |
ବିଜ୍ଞାନାଲୋକ ସୂଚୀ – ଲେଖକ କ୍ରମ Bigyanaloka Index – Authorwise |