ଫତୁରାନନ୍ଦ ସଂକଳନ
ଓଡ଼ିଆରେ ବ୍ୟଙ୍ଗ ସାହିତ୍ୟ କଥା କହିଲେ ଫତୁରାନନ୍ଦ (ରାମଚନ୍ଦ୍ର ମିଶ୍ର, ୧୯୧୫-୧୯୯୫)ଙ୍କୁ ହିଁ ବୁଝାଏ। ତାଙ୍କର ପ୍ରକୃତ ନାଁ ହେଉଛି ରାମଚନ୍ଦ୍ର ମିଶ୍ର। ୧୯୧୫ ମସିହା ଜୁନ ୧ ତାରିଖ ଦିନ କଟକର ଝାଞ୍ଜିରିମଙ୍ଗଳାରେ ତାଙ୍କର ଜନ୍ମ। ସ୍କୁଲ ଶିକ୍ଷା ପରେ ସେ ଡାକ୍ତରୀ ପାଠ ପଢ଼ିଥିଲେ।
ସେ କରିଛନ୍ତି ଓଡ଼ିଆ ହାସ୍ୟ ସାହିତ୍ୟରେ ଏକ ନୂତନ ଯୁଗର ଶୁଭାରମ୍ଭ। ଗଳ୍ପ, ଉପନ୍ୟାସ, ନାଟକ ଓ କବିତା ମାଧ୍ୟମରେ ସେ ଓଡ଼ିଶାର ଅଜସ୍ର ରସଗ୍ରାହୀ ପାଠକମାନଙ୍କୁ ହସାଇ ହସାଇ ବେଦମ କରିଛନ୍ତି। ଫତୁରାନନ୍ଦଙ୍କର ଯେ କୌଣସି ରଚନା ପାଠ କଲେ ବି ତାଙ୍କର ପ୍ରତିଭା ବାରି ହୋଇପଡ଼େ। ସବୁବେଳେ ହସକୌତୁକ କରିବା ତାଙ୍କର ଅଭ୍ୟାସ ଥିଲା। ପ୍ରଥମରୁ ସେ ଲେଖକ ହେବା କଥା ଭାବି ନ ଥିଲେ। ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଭାବିତ ହୋଇ ଲେଖିବାକୁ ଆରମ୍ଭ କଲେ। ସେ ଡଗରରେ ତାଙ୍କର ଅନେକ ଲେଖା ଲେଖିଥିଲେ। କିଛିଦିନ ସେ ଡଗର ପତ୍ରିକାର ସମ୍ପାଦନା ଦାୟିତ୍ୱ ବି ତୁଲାଇଥିଲେ।
ଜୀବନର ଶେଷ ବେଳକୁ ତାଙ୍କ ଶରୀର ସୁସ୍ଥ ରହୁ ନ ଥିଲା। ତାଙ୍କୁ କୁଷ୍ଠ ରୋଗ ହୋଇଯାଇଥିଲା। ତାଙ୍କ ଲେଖାଗୁଡ଼ିକ ପ୍ରଥମେ ସେ ନିଜେ ଲେଖୁଥିଲେ, କିନ୍ତୁ ପରେ ତାଙ୍କ ଆଖି ନଷ୍ଟ ହୋଇଯିବାରୁ ସେ ଡାକୁଥିଲେ ଆଉ ଜଣେ ଲେଖୁଥିଲେ। ତାଙ୍କ ରଚନା ଭିତରେ ରହିଛି ଗଳ୍ପ, ଉପନ୍ୟାସ, କାବ୍ୟ, କବିତା। ତାଙ୍କ ଲେଖାରେ ସମାଜର ତତ୍କାଳିନ ଛବିର ଏକ ବ୍ୟଙ୍ଗ ରୂପ ପ୍ରକାଶ ପାଏ। ଏଭିତରୁ କିଛି ଡଗର ଓ ଅନ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା।
ଓଡ଼ିଶାର ସାହିତ୍ୟ ବିଶେଷ କରି ବ୍ୟଙ୍ଗ ସାହିତ୍ୟରେ ଫତୁରାନନ୍ଦଙ୍କ ଅବଦାନ ସବୁଦିନ ପାଇଁ ରହିବ। ପରେ ଆଉ କିଛି ଲେଖକ ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ବ୍ୟଙ୍ଗ ସାହିତ୍ୟ ସୃଷ୍ଟି କଲେ। କିନ୍ତୁ ଫତୁରାନନ୍ଦଙ୍କ ସ୍ଥାନ ଅପୂରଣୀୟର ରହିଗଲା।
ତଳ ସୂଚୀ ସାହାଯ୍ୟରେ ଫତୁରାନନ୍ଦଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଚିତ୍ର/ବହି ନାଁ ତଳେ ଥିବା ପ୍ରିଭିଉ ଉପରେ ମାଉସ୍ କ୍ଲିକ୍ କଲେ ବହିର କିଛି ନମୁନା ପୃଷ୍ଠା ଖୋଲିବ, ଡାଉନ୍ଲୋତ୍ ଉପରେ କ୍ଲିକ୍ କରି ସଂଗ୍ରହ କରିହେବ।
ଫତୁରାନନ୍ଦ ସର୍ଜନା ସୂଚୀ | ||||
ଗଳ୍ପ – Stories | ||||
![]() Heresa (1959) Preview Download |
![]() Sahitya Chasa (1959) Preview Download |
![]() Bidusaka (1963) Preview Download |
![]() Mangalabaria Sahitya Sansada (1963) Preview Download |
![]() Hasakura (1972) Preview Download |
![]() Bruhata Bhanda (1977) Preview Download |
![]() Amruta Behia (1977) Preview Download |
![]() Bhot (1984) Preview Download |
![]() Gamata (1982) Preview Download |
![]() Nida Behela (1982) Preview Download |
![]() Sahitya Beusana (1983) Preview Download |
![]() Nabajia (1983) Preview Download |
![]() Thatalibaja (1983) Preview Download |
![]() ସାହିତ୍ୟ ବଛାବଛି (୧୯୮୪) Sahitya Bachhabachhi (1984) Preview Download |
![]() Maskara (1985) Preview Download |
![]() Tahulia (1986) Preview Download |
![]() Tapuria (1988) Preview Download |
![]() Muchukundia (1990) Preview Download |
![]() Khilikhilia (1993) Preview Download |
![]() Odishara Spin Bowler (1994) Preview Download |
କବିତା, ନାଟକ, ଆତ୍ମ ଜୀବନୀ, ଅନୁବାଦ – Poetry, Drama, Autobiography, Translation | ||||
![]() Sahi Mahabharata (1987) Preview Download |
![]() Mo Futa Dangara Kahani (1989) Preview Download |
![]() Kalikati Chenka (4e. 1998) Preview Download |
![]() Adarsa Hindu Hotel (1977) Preview Download |
![]() Bharatara Srestha Hasya Galpa (1996) Preview Download |
ଶିଶୁସାହିତ୍ୟ, ଉପନ୍ୟାସ, ଅନ୍ୟାନ୍ୟ – Children’s Books, Novel, Others | ||||
![]() Ajagabi Sikara (2e. 2009) Preview Download |
![]() Nalura Chandra Jatra (1991) Preview Download |
![]() Nakata Chitrakara (1953) Preview Download |
![]() Phamalochana (1987) Preview Download |
![]() Faturanandanka Dusprapya Rachana (2000) Preview Download |
ଫତୁରାନନ୍ଦ ସମ୍ପର୍କିତ – Related Writings | ||||
![]() Nakata Chitrakara (Drama) (1989) Preview Download |
![]() Faturananda Parikrama (2015) Preview Download |
![]() Phuta Dangara Nauri (2000) Preview Download |
![]() Konarka (Faturananda Issue) Preview Download |
ଫତୁରାନନ୍ଦଙ୍କ ବିଷୟରେ On Faturananda Open |