ଯତୀନ୍ଦ୍ର ମୋହନ ମହାନ୍ତି ସଂକଳନ
ଯତୀନ୍ଦ୍ର ମୋହନ ମହାନ୍ତି (୧୯୩୦-୨୦୧୨)ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ୟାମସୁନ୍ଦରପୁର ଗ୍ରାମରେ ଡିସେମ୍ବର ୨୧, ୧୯୩୦ ମସିହାରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ଜଗମୋହନ ମହାନ୍ତି ଓ ମା’ଙ୍କ ନାଁ ଶ୍ରଦ୍ଧା ମହାନ୍ତି। କଟକର ପ୍ୟାରୀମୋହନ ଏକାଡେମିରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ପରବର୍ତୀ ସମୟରେ ଯତୀନ୍ଦ୍ର ମୋହନ ହାଇଦ୍ରାବାଦସ୍ଥିତ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଂଲିଶ୍ ଏବଂ ୟୁକେର ଲିଡ୍ସ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଥିଲେ।
ପାଠପଢ଼ା ଶେଷ କରି ଚାକିରି କାଳ ସମୟରେ ସେ ପ୍ରଥମେ ରେଭେନ୍ସା ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଭୁବନେଶ୍ୱରର ବିଜେବି କଲେଜ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ମହୀଶୂରସ୍ଥିତ ଭାରତୀୟ ଭାଷା ସଂସ୍ଥାନର ଶାଖା ତଥା ଭୁବନେଶ୍ୱରର ପୂର୍ବାଞ୍ଚଳ ଭାଷାକେନ୍ଦ୍ରର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ। ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗର ପ୍ରଫେସର ଭାବରେ ଦାୟିତ୍ୱ ତୁଲାଇ ୧୯୯୨ ମସିହାରେ ଅଧ୍ୟାପନା କାର୍ଯ୍ୟରୁ ଅବସର ନେଇଥିଲେ।
ଅଧ୍ୟାପନା କାର୍ଯ୍ୟରୁ ଅବସର ନେବା ପରେ ସେ ସାହିତ୍ୟ ସାଧନା କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ଭାବରେ ନିଜକୁ ନିୟୋଜିତ କରି ରଖିଥିଲେ। ଅବସର ନେବା ସମୟରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଓଡ଼ିଆ ସାହିତ୍ୟର ଉନ୍ନତି ଓ ବିକାଶ ପାଇଁ ଚିନ୍ତା କରୁଥିଲେ ଏବଂ ନିଷ୍ଠାର ସହ କାର୍ଯ୍ୟରେ ଲାଗି ରହିଥିଲେ। ୨୦୦୩ ମସିହାରେ ତାଙ୍କର ସମାଲେଚନା ପୁସ୍ତକ ସୂର୍ଯ୍ୟସ୍ନାତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ। ବିଭିନ୍ନ ସମୟରେ ଓଡ଼ିଶାର କେତେକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ସେ ଥିଲେ ଅତ୍ୟନ୍ତ ସ୍ୱାଭିମାନୀ ଓ ଆତ୍ମମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତି ।
ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଜ୍ଞାନ ଓ ଦକ୍ଷତା ଥିଲା। ଇଂରାଜୀରେ ତାଙ୍କର ୧୨ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। କିନ୍ତୁ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଛଅଶହ ବର୍ଷର ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ସମ୍ପୂର୍ଣ୍ଣ ସଂକଳନଗୁଡ଼ିକ ତାଙ୍କର ଅଦ୍ୱିତୀୟ କୃତି। କାବ୍ୟ, କବିତା, ଉପନ୍ୟାସ, ଗଳ୍ପ, ନାଟକ ଓ ତତ୍ତ୍ୱ ସାହିତ୍ୟ ଆଦି ବିଭିନ୍ନ ବିଭାଗର ଅପୂର୍ବ ସଂକଳନ ସେ ପ୍ରକାଶ କରିଛନ୍ତି ନିଜର ପ୍ରକାଶନ ସଂସ୍ଥା ବିଦ୍ୟା ମାଧ୍ୟମରେ। ଓଡ଼ିଆ ଭାଷାରେ ପ୍ରାୟ ୨୦ ଖଣ୍ଡ ବିଶାଳ ଆକାରର ଗ୍ରନ୍ଥ ସାହିତ୍ୟ, ୨୦୦ରୁ ଅଧିକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ପ୍ରକାଶ ପାଇଛି। ସାହିତ୍ୟର ଭାବଗତ ଓ ଭାଷାଗତ ବୈଚିତ୍ର୍ୟ ସମ୍ପର୍କରେ ଆଗ୍ରହୀ ପାଠକପାଠିକାମାନେ ପୁସ୍ତକଗୁଡ଼ିକୁ ପଠନ କରି ଗଭୀର ଆନନ୍ଦ ଆସ୍ୱାଦନ କରିପାରିବେ ବୋଲି ଆଶା।
ପୁସ୍ତକ ପ୍ରକାଶନ ସହିତ ସମୟୋପଯୋଗୀ କେତେକ ପତ୍ରିକା ସମ୍ପାଦନା ମାଧ୍ୟମରେ ସାହିତ୍ୟ ଜଗତକୁ ଉନ୍ନତ କରିବା ସହିତ ଭବିଷ୍ୟତର ସାହିତ୍ୟଗୋଷ୍ଠୀଙ୍କୁ ଜାଗ୍ରତ କରାଇବାରେ ତାଙ୍କର ଅବଦାନ ସର୍ବଶ୍ରେଷ୍ଠ ବୋଲି କୁହାଯାଇପାରେ। ଓଡ଼ିଆ ସାହିତ୍ୟ ଜଗତରେ ଜାଗରଣ ସୃଷ୍ଟି କରିଥିବା ତାଙ୍କ ଦ୍ୱାରା ସମ୍ପାଦିତ ପତ୍ରିକାଗୁଡ଼ିକ ମଧ୍ୟରେ ଅଛି ପ୍ରଜ୍ଞା, ଭୁବନେଶ୍ୱର ରିଭ୍ୟୁ, ସୁବର୍ଣ୍ଣରେଖା, ଚିତ୍ରା ଓ ଶ୍ରୀ।
ଅସୁସ୍ଥତା ସତ୍ୱେ ସେ ଶେଷ ଯାଏଁ କାର୍ଯ୍ୟ କରୁଥିଲେ ଓ ସାହିତ୍ୟ କଥା ଚିନ୍ତା କରୁଥିଲେ। ସାହିତ୍ୟ ରଚନା ପାଇଁ ତାଙ୍କର ଅନେକ ଭବିଷ୍ୟତ ଯୋଜନା ଥିଲା। କର୍କଟ ଭଳି ଭୟଙ୍କର ରୋଗ ମଧ୍ୟ ତାଙ୍କୁ କାମରୁ ନିବୃତ୍ତ କରିପାରି ନ ଥିଲା। ଜୀବନକୁ ସେ ଭଲ ପାଉଥିଲେ। ବଞ୍ଚିବାକୁ ଭଲ ପାଉଥିଲେ। କିନ୍ତୁ ଶେଷରେ ଅଳ୍ପ କିଛି ଦିନର ଅସୁସ୍ଥତା ପରେ ଅଗଷ୍ଟ ୧୪, ୨୦୧୨ ଦିନ ତାଙ୍କୁ ଚିରଦିନ ପାଇଁ ବିଶ୍ରାମ ନେବାକୁ ପଡ଼ିଲା।
ଯତୀନ୍ଦ୍ର ମୋହନ ସର୍ଜନା ସୂଚୀ- Jatindra Mohan Mohanty Writings | ||||
ରଚନା ସମ୍ଭାର – Creative Collection | ||||
Prachina Odia Kabita Sambhara (1989) Download |
Adhunika Odia Kabita Sambhara (1989) Download |
Adhunika Odia Nataka (2000) Download |
Odia Gadya Sankalana (2004) Download |
Prachina Odia Nataka (2005) Download |
Odia Galpa Sambhara (2006) Download |
Odia Kabya Sambhara (2007) Download |
Odia Tattwa Sahitya (2007) Download |
||
Samakalina Odia Sahitya (2007) Download |
Odia Upanyasa Sambhara (2008) Download |
Sahasransu (2008) Download |
||
ସମ୍ପାଦନା – Edited | ||||
Krusnachandra Sahu Rachana Sambhara, v.01 (1998) Download |
Krusnachandra Sahu Rachana Sambhara, v.02 (1999) Download |
Krusnachandra Sahu Rachana Sambhara, v.03 (2000) Download |
Krusnachandra Sahu Rachana Sambhara, v.04 (2001) Download |
|
Krusnachandra Sahu Rachana Sambhara, v.05 (2002) Download |
Krusnachandra Sahu Rachana Sambhara, v.06 (2003) Download |
Krusnachandra Sahu Rachana Sambhara, v.07 (2004) Download |
Ten Short Stories (1983) Download |
Land Beautiful (2001) Download |
ପାଠ୍ୟପୁସ୍ତକ – Textbook | ||||
King Lear (1969) Download |
Tom Sawyer (1969) Download |
Living English Models (1977) Download |
English Prose and Verse Reader (1979) Download |
|
Literary Criticism (1985) Download |
Living English Prose (1990) Download |
Along The Stream (1999) Download |
||
ପ୍ରବନ୍ଧ – Essays | ||||
Kabyatattwa (1976) Download |
There Where Trees Flower (1980) Download |
Nutana Samalochana (1981) Download |
Into Another Intensity (1989) Download |
|
Tradition & Creativity (2003) Download |
Surjyasnata (2003) Download |
History of Oriya Literature (2006) Download |
||
ଉପନ୍ୟାସ ଓ ଅନ୍ୟାନ୍ୟ – Novel & Miscellaneous | ||||
Premaspada (2002) Download |
Janmastami (2012) Download |
Itihashra Chakra (1970) Download |
Indian Literature in English Translation (1984) Download |
Madhusudan Rao (1996) Download |
Last Two Days (1996) Download |
Sarala Das Rachana Sambhara Introduction (2010) Download |