ଶାନ୍ତନୁ କୁମାର ଆଚାର୍ଯ୍ୟ ସଂକଳନ

ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ୧୯୩୩ ମସିହା ମେ ମାସ ୧୯ ତାରିଖରେ କଲିକତାରେ ଜନ୍ମ ହୋଇଥିଲେ। ତାଙ୍କର ନିଜ ଘର ଜଗତସିଂହପୁର ଜିଲ୍ଲାର ସିଦ୍ଧେଶ୍ୱରପୁର ଅଞ୍ଚଳରେ। ତାଙ୍କ ବାପାଙ୍କ ନାଁ ଅନନ୍ତ ଚରଣ ଆଚାର୍ଯ୍ୟ ଏବଂ ମା’ଙ୍କ ନାଁ କୃଷ୍ଣପ୍ରିୟା ଦେବୀ। ସିଦ୍ଧେଶ୍ୱରପୁର ହେଉଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜନ୍ମସ୍ଥାନ।

ସେ ରସାୟନ ବିଜ୍ଞାନର ଛାତ୍ର ଥିଲେ ଓ ସେଇ ବିଷୟରେ ଉଚ୍ଚତର ଗବେଷଣା ମଧ୍ୟ କରିଥିଲେ। ବୃତ୍ତିରେ ସେ ଜଣେ କଲେଜ ଶିକ୍ଷକ ଥିଲେ। ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦରେ ଥାଇ ଅବସର ନେଇଥିଲେ। ବିଜ୍ଞାନର ଛାତ୍ର ଓ ଅଧ୍ୟାପକ ହୋଇଥିଲେ ମଧ୍ୟ ସାହିତ୍ୟରେ ତାଙ୍କର ଗଭୀର ଋଚି ଥିଲା। ମୁଖ୍ୟତଃ ସେ ଜଣେ କଥାକାର ରୂପରେ ଜଣା। ପ୍ରକାଶିତ ଗଳ୍ପ ଓ ଉପନ୍ୟାସର ସଂଖ୍ୟା ତିରିଶରୁ ଅଧିକ। ଶିଶୁସାହିତ୍ୟ ଓ ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ଅବଦାନ ବହୁତ ରହିଛି। ଏହା ସହିତ ବିଜ୍ଞାନ ଓ ଭ୍ରମଣ କାହାଣୀ ମଧ୍ୟ ସେ ଲେଖିଛନ୍ତି।

ତାଙ୍କ ସୃଜନାତ୍ମକ କାମ ପାଇଁ ସେ ସାରଳା ପୁରସ୍କାର (୧୯୮୫), ବିଷୁବ ପୁରସ୍କାର (୧୯୬୧), କେନ୍ଦ୍ର ସାହିତ୍ୟ ଏକାଡେମୀ (୨୦୦୨) ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ଆଦି ଅନେକ ପୁରସ୍କାର ପାଇଛନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି।

ଶାନ୍ତନୁ ଆଚାର୍ଯ୍ୟଙ୍କ ଗପ ବା ଉପନ୍ୟାସଗୁଡ଼ିକର ପୃଷ୍ଠଭୂମି ଗାଁ, ନଗର, ମହାନଗର ଏପରିକି ବିଦେଶର ସାମ୍ପ୍ରତିକ ଘଟଣା ଉପରେ ଆଧାରିତ ହୋଇଥାଏ। ବହୁ ଗପ ବ୍ୟଙ୍ଗାତ୍ମକ ଓ ଫାଣ୍ଟାସିଧର୍ମୀ, ଭାଷା ପ୍ରୟୋଗ ସ୍ୱଚ୍ଛନ୍ଦ ଓ ପରିବେଶ ଚିତ୍ରାୟନ ବାସ୍ତବଧର୍ମୀ ହୋଇଥାଏ। ତାଙ୍କ ଉପନ୍ୟାସର ଚରିତ୍ରମାନେ ବିଂଶ ଶତାବ୍ଦୀର ଯୁବ ଚରିତ୍ରଠାରୁ ଆରମ୍ଭ କରି ପୌରାଣିକ, ରାଜନେତା ଓ ଦଳିତ ଜନତା ହୋଇଥାନ୍ତି। ତାଙ୍କ ଗଳ୍ପ ଓ ଉପନ୍ୟାସଗୁଡ଼ିକରେ ବର୍ତ୍ତମାନକୁ ବୁଝିବା ପାଇଁ ପୁରାକାଳର କଳାତ୍ମକ ସଂଯୋଗ ଦେଖାଯାଏ। ଦକ୍ଷିଣାବର୍ତ୍ତ ଓ ଶକୁନ୍ତଳା ଉପନ୍ୟାସ ଦୁଇଟି ଏହି ପର୍ଯ୍ୟାୟର। ଦକ୍ଷିଣାବର୍ତ୍ତକୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଓ ଶକୁନ୍ତଳାକୁ ମାର୍କ୍ସବାଦୀ ଚିନ୍ତାଧାରାର ପରିପ୍ରକାଶ ବୋଲି କୁହାଯାଇପାରେ। ‘ଅନ୍ୟ ଏକ ସମୟ ଓ ଅନ୍ୟ ଏକ ଭାରତବର୍ଷ’ ରଚନାର ନାୟକ ଗୋପାଳ ଚନ୍ଦ୍ର ପ୍ରହରାଜ।

ଅନେକଙ୍କ ମତରେ ଆଚାର୍ଯ୍ୟଙ୍କ ରଚନା ଦୁର୍ବୋଧ୍ୟ। କିନ୍ତୁ ଏକଥା ସ୍ୱୀକାର କରାଯାଇପାରେ ଯେ ଆଚାର୍ଯ୍ୟଙ୍କ ସୃଜନ ଜଗତକୁ ଠିକ ଭାବରେ ବୁଝିଗଲେ ସେ ମନ ଭିତରେ ଗଭୀର ଛାପ ପକାଇଥାନ୍ତି। ଗପ, ଉପନ୍ୟାସ, ଭ୍ରମଣ କାହାଣୀ, ପ୍ରବନ୍ଧ, ବିଜ୍ଞାନ ରଚନା ତଥା ଶିଶୁ ସାହିତ୍ୟ ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଦେଖାଯାଏ। ସବୁ କ୍ଷେତ୍ରର ସେ ଜଣେ ସଫଳ ସ୍ରଷ୍ଟା। (ଆଧାର: ସମ୍ବାଦ ସାହିତ୍ୟକୋଷ)

ତଳ ସୂଚୀ ସାହାଯ୍ୟରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍‌ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଶାନ୍ତନୁ କୁମାର ଆଚାର୍ଯ୍ୟ ସର୍ଜନା ସୂଚୀ – Santanu Kumar Acharya Writings
ଆତ୍ମଜୀବନୀ – Autobiography
ମୋ ଜାବନ ଅନ୍ୟ ଏକ ଉପନ୍ୟାସ (
ଆତ୍ମଜୀବନୀ, ୨୦୧୩)
Mo Jiban Anya Eka Upanyas (Autobiography, 2013)
Download
ଗପ – Story
ମନ ମର୍ମର (୧୯୬୨)
Mana Marmara (1962)
Download
ଦୁର୍ବାର (୧୯୬୫, ୧୯୭୩ ୨ୟ)
Durbara (1965, 1973 2nd.)
Download
ଏଇ ଶେଷ ପଦଟି (୧୯୭୨)
Ei Sesa Padati (1972)
Download
ଅରଣ୍ୟର ଚୂଳ (୧୯୭୪)
Aranyara Chula (1974)
Download
କରଞ୍ଜିଆ ଡାଏରୀ (୧୯୮୪)
Karanjia Diary (1984)
Download
ଆଦ୍ୟ ସକାଳ ((୧୯୮୫, ୧୯୯୧)
Adya Sakala (1985, 1991)
Download
ମନ୍ତ୍ରୀଙ୍କ ସେୟାର (୧୯୮୮)
Mantrinka Sear (1988)
Download
ସର୍ପଯାନ (୧୯୮୯)
Sarpajana (1989)
Download
ଚଳନ୍ତି ଠାକୁର (୧୯୯୧)
Chalanti Thakura (1991)
Download
ନାଟାଲିଆର ଓଁକାର (୧୯୯୫)
Nataliara Omkara (1995)
Download
ଗଳ୍ପ ବର୍ଣ୍ଣାଳୀ (୧୯୯୭)
Galpa Barnali (1997)
Download
ଜଳ ଛବିର ରାତି (୧୯୯୯)
Jala Chhabira Rati (1999)
Download
ଦୃଶ୍ୟ ଅଦୃଶ୍ୟ (୨୦୦୨)
Drusya Adrusya (2002)
Download
ଛାୟା ପୁରୁଷ (୨୦୦୫)
Chhaya Purusa (2005)
Download
ରେକର୍ଡ ବ୍ରେକର (୨୦୦୬)
Rekard Brekar (2006)
Download
ତୃତୀୟ ନେତ୍ର (୨୦୦୭)
Trutiya Netra (2007)
Download
କଳା ପରଦାର ଆରପଟେ (୨୦୧୩)
Kala Paradara Ara Pate (2013)
Download
ଅଷ୍ଟସିଦ୍ଧି ଓ ଅନ୍ୟାନ୍ୟ ଗଳ୍ପ (୨୦୧୯)
Astasiddhi O Anyanya Galpa (2019)
Download
ଉପନ୍ୟାସ – Novel
ନରକିନ୍ନର (୧୯୬୨, ୧୯୮୬)
Nara Kinnara (1962, 1986)
Download
ଶତାବ୍ଦୀର ନଚିକେତା (୧୯୬୫, ୧୯୮୩ ୪ର୍ଥ)
Satabdira Nachiketa (1965, 1983 4th)
Download
ତିନୋଟି ରାତିର ସକାଳ (୧୯୬୯, ୧୯୭୫ ୨ୟ)
Tinoti Ratira Sakala (1969, 1975 2nd.)
Download
ଦକ୍ଷିଣାବର୍ତ୍ତ (୧୯୭୬)
Dakshinabartta (1976)
Download
ଯାତ୍ରାର ପ୍ରଥମ ପାଦ (୧୯୭୬, ୧୯୮୪)
Jatra Prathama Pada (1976, 1984)
Download
ଅନ୍ୟ ଏକ ସମୟ ଅନ୍ୟ ଏକ ଭାରତ (୧୯୭୭, ୨୦୦୩)
Anya Eka Samay Anya Eka Bharat (1977, 2003)
Download
ଶକୁନ୍ତଳା (୧୯୮୦)
Sakuntala (1980)
Download
ଅନୁ ହଜିଯିବା ପରେ (୧୯୯୫)
Anu Hajijiba Pare (1995)
Download
ସ୍ୱର୍ଣ୍ଣତ୍ରିଭୁଜ (୧୯୯୮)
Swarna Tribhuja (1998)
Download
ଧରିତ୍ରୀର କାନ୍ଦ (୨୦୦୨ ୨ୟ)
Dharitrira Kanda (2002 2nd.)
Download
ପୂର୍ଣ୍ଣାଙ୍ଗ ଉପନ୍ୟାସ (୨୦୧୭)
Purnanga Upanyas (2017)
Download
ଜେଜେ ମଲା ପରେ (୨୦୨୦)
Jeje Mala Pare (2020)
Download
ବହୁ ବହୁ ଜନ୍ମ (୨୦୨୨)
Bahu Bahu Janma (2029)
Download
ଅନୋମାର କନ୍ୟା (୨୦୨୨)
Anomara Kanya (2022)
Download
ଶିଶୁ ସାହିତ୍ୟ ଓ ବିଜ୍ଞାନ – Children’s Literature and Science
ମୋ କାଠ ଘୋଡ଼ା କଥା କହେ
Mo Katha Ghoda Katha Kahe
Download
ଆକାଶକୁ ସାତୋଟି ପାହାଚ (୧୯୬୩, ୧୯୯୬)
Akasaku Satoti Pahacha (1963, 1996)
Download
ବାଗ ବଗିଚାର ସୌଦାଗର (୧୯୭୬ ୨ୟ)
Bag Bagichara Saudagar (1976 2nd)
Download
ମୋ ନାଁ ଡାଭିନ୍‌ଚି ନିଆଁଲଗା ଓପି (୧୯୮୦)
Mo Na Davinchi Nialaga Opi (1980)
Download
ବିଚିତ୍ର ପଶୁପକ୍ଷୀ (୧୯୯୫, ୧୯୯୯)
Bichitra Pasupakhi (1995, 1999)
Download
ଦିନେ ଆକାଶ ବି ନ ଥିଲା (୨୦୦୧, ୨୦୦୫)
Dine Akasa Bi Na Thila (2001, 2005)
Download
ନିତିଦିନିଆ ଜୀବନରେ ବିଜ୍ଞାନ (୧୯୭୬)
Nitidinia Jibanare Bigyan (1976)
Download
ସାହସିକ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯, ୧୯୯୨)
Sahasika Baigyanika Abiskar O Udbhaban (1989, 1992)
Download
ଆସନ୍ତାକାଲି ଯାହା ଘଟିଗଲା (ଅନୁବାଦ, ୧୯୯୫)
Asantakali Jaha Ghatigala (Translation, 1995)
Download
କଥାରେ କଥାରେ ବିଜ୍ଞାନ (୨୦୧୯)
Kathare Kathare Bigyan (2019)
Download
ଅନ୍ୟାନ୍ୟ – Others
ଶ୍ରେଷ୍ଠ ଗଳ୍ପ (୧୯୯୮)
Srestha Galpa (1998)
Download
ଶାନ୍ତନୁ ଆଚାର୍ଯ୍ୟ ରଚନା ସମଗ୍ର, ଭାଗ ୧ (୨୦୦୯)
Santanu Acharya Rachana Samagra, v.01 (2009)
Download
ଶାନ୍ତନୁ ଆଚାର୍ଯ୍ୟ ରଚନା ସମଗ୍ର, ଭାଗ ୨ (୨୦୧୧)
Santanu Acharya Rachana Samagra, v.02 (2011)
Download
ଶାନ୍ତନୁ ଆଚାର୍ଯ୍ୟଙ୍କ ସ୍ମରଣାୟ ଗଳ୍ପ (୨୦୧୫)
Santanu Acharyanks Smaraniya Galpa (2015)
Download
ପ୍ରଥମେ ଓଡ଼ିଆ ପରେ ଭାରତୀୟ (୨୦୨୦)
Prathame Odia Pare Bharatiya (2020)
Download
ତୃଷ୍ଣା (ଭ୍ରମଣ କାହାଣୀ, ୧୯୯୯)
Trusna (Travelogue, 1999)
Download
ବୈଚିତ୍ର୍ୟମୟ ଦେଶ ଆମେରିକା (ଭ୍ରମଣ କାହାଣୀ, ୨୦୧୫)
Baichitryamaya Desa America (Travelogue, 2015)
Download
ଶିକ୍ଷାବିତ୍ ନନ୍ଦ କିଶୋରଙ୍କ ଜୀବନଗାଥା (ସଂ., ୨୦୨୦)
Sikshabit Nanda Kishornka Jibanagatha (Ed., 2020)
Download
ମନ୍ଦାକିନୀ (୨୦୨୨)
Mandakini (2022)
Download