ଶ୍ରୀଧର ଦାସ ସଂକଳନ
ଅଧ୍ୟାପକ ଶ୍ରୀଧର ଦାସ ଏକାଧାରରେ ଥିଲେ ଜଣେ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିତ, କବି, ନାଟ୍ୟକାର, ଅନୁବାଦକ, ବୈୟାକରଣ ଆଦି। କିନ୍ତୁ ସର୍ବୋପରି ସେ ଜଣେ ଶିକ୍ଷକ ହିଁ ଥିଲେ। ତାଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା। କିନ୍ତୁ ସେ କେବେ ହାରିଯାଇ ନ ଥିଲେ।
ଶ୍ରୀଧର ଦାସ ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳର ନାଉସିରା ଗାଁରେ ୧୯୦୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମ ହୋଇଥିଲେ। ତାଙ୍କ ପିତା ଥିଲେ ଶ୍ୟାମାଚରଣ ଦାସ ଏବଂ ମା ଶ୍ରଦ୍ଧାମଣି ଦେବୀ। ଶ୍ୟାମାଚରଣ ଜଣେ ନିମ୍ନ ପ୍ରାଥମିକ ଶିକ୍ଷକ ଥିଲେ। ଶ୍ରୀଧର ପାଞ୍ଚ ବର୍ଷ ବେଳୁ ପିତାଙ୍କ ବିଦ୍ୟାଳୟରେ ପାଠ ଆରମ୍ଭ କରିଥିଲେ। ଏହାପରେ ୧୯୧୬ ମସିହାରୁ ୧୯୨୨ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ। ୧୯୨୨ ମସିହାରେ ସେ ମାଟ୍ରିକ୍ୟୁଲେସନ୍ ଶେଷ କରି ପାଟନାସ୍ଥିତ ଇଞ୍ଜିନିୟରିଂ ସ୍କୁଲରେ ନାଁ ଲେଖାଇଥିଲେ। ସେଠାରେ ସେ ମାସକୁ ୨୦ ଟଙ୍କା ବୃତ୍ତି ପାଉଥିଲେ। କିନ୍ତୁ ଗୋଟିଏ ଘଟଣା ଯୋଗୁ ତାଙ୍କୁ ଦଶଟଙ୍କା ଜୋରିମାନା ହୋଇଥିଲା। ଯାହା ଫଳରେ ଶ୍ରୀଧର ବାଧ୍ୟ ହୋଇ ଇଞ୍ଜିନିୟରିଂ ଛାଡ଼ି ଆଇ.ଏ. ପଢ଼ିଲେ। ୧୯୨୪ ମସିହାରେ ସେ ଆଇ.ଏ ପାଶ୍ କଲେ।
ଏହାପରେ ଅନେକ ଘାତ ପ୍ରତିଘାତ ପରେ ସେ ବି.ଏ. ପାଶ୍ କଲେ ଏବଂ ଶିକ୍ଷକ ତାଲିମ ନେଲେ। ପ୍ରଥମେ ସେ ବୌଦରେ ଶିକ୍ଷକତା କଲେ, ତାପରେ ଆସି ଓଳସିଂହ ହାଇସ୍କୁଲରେ ଯୋଗ ଦେଲେ। ୧୯୪୮ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ। କିନ୍ତୁ ପରେ ସେ ସରକାରୀ ଚାକିରି ଛାଡ଼ି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ। ୪୪ ବର୍ଷ ଅଧ୍ୟାପନା କରିବା ପରେ ୧୯୬୮ ମସିହାରେ ସେ ଅବସର ନେଇଥିଲେ। ଚାକିରିରୁ ସିନା ସେ ଅବସର ନେଇଥିଲେ, କିନ୍ତୁ ଶିକ୍ଷକତା ତାଙ୍କର ମରିବା ଯାଏଁ ଚାଲିଥିଲା।
ଶ୍ରୀଧର ଦାସ ବ୍ୟାକରଣଠାରୁ ଆରମ୍ଭ କରି ଅଭିଧାନ, ପାଠ୍ୟପୁସ୍ତକ, ବିଭିନ୍ନ ସାହିତ୍ୟିକ କୃତିର ସମ୍ପାଦନା, ଅନୁବାଦ କରିଛନ୍ତି। ତାଙ୍କର ସବୁଠାରୁ ବଡ଼ କୃତି ହେଉଛି କିଶୋରମାନଙ୍କ ପାଇଁ ବିଶ୍ୱ ସାହିତ୍ୟର ବିଭିନ୍ନ କ୍ଲାସିକ୍ ଗ୍ରନ୍ଥମାନଙ୍କର ଅନୁବାଦ। ସେ ମୋଟ ୧୧ଖଣ୍ଡ ବ୍ୟାକରଣ ବହି, ତିନିଖଣ୍ଡ ଅଭିଧାନ ଲେଖିଛନ୍ତି। ସେହିପରି ୨୪ ଖଣ୍ଡ ପାଠ୍ୟପୁସ୍ତକ ଲେଖିଛନ୍ତି। ଅନୁବାଦ କ୍ଷେତ୍ରରେ ତାଙ୍କର ସୃଷ୍ଟି ସଂଖ୍ୟା ବହୁତ ଅଧିକ। ସେ ମୋଟ ୭୬ ଖଣ୍ଡ ପୁସ୍ତକ ଅନୁବାଦ କରିଛନ୍ତି। ସେ ଭିତରୁ ୨୨ଟି ସଂସ୍କୃତରୁ ଏବଂ ୫୪ଟି ଇଂରାଜୀ ଭାଷାରୁ। ସେ ଚିଲିକା, ଦରବାର, ଚନ୍ଦ୍ରଭାଗା, ଉଷାଭିଳାଷ, ରସକଲ୍ଲୋଳ ଆଦି ପ୍ରାଚୀନ ଗ୍ରନ୍ଥର ସମ୍ପାଦନା ମଧ୍ୟ କରିଥିଲେ।
ତାଙ୍କର ଆତ୍ମଜୀବନୀ ବହି ହେଉଛି ‘ସୁଅ ମୁହଁର ପତର’। ଏହାର ରଚନା ସମୟରେ ସେ ବୁଢ଼ା ହୋଇଗଲେଣି। କିନ୍ତୁ ଅନେକ ଘଟଣା ସେ ବହୁତ ସୁନ୍ଦର ସାବଲୀଳ ଭାଷାରେ ବର୍ଣ୍ଣନା କରିଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ଶ୍ରୀଧର ଦାସଙ୍କ ଆତ୍ମଜୀବନୀ ସୁଅ ମୁହଁର ପତର ହେଉ କି ତାଙ୍କର ଅନୁବାଦ ପୁସ୍ତକ ହେଉ, ସମ୍ପାଦିତ ଗ୍ରନ୍ଥ ହେଉ କିମ୍ବା ପ୍ରବନ୍ଧ ରଚନା ହେଉ ଏସବୁ ଅତ୍ୟନ୍ତ ସୁଖପାଠ୍ୟ। ୧୯୮୮ ମସିହା ଏପ୍ରିଲ ୨୪ ତାରିଖ ଦିନ ଏହି କର୍ମଯୋଗୀଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସବୁଦିନ ପାଇଁ ତାଙ୍କ ସୃଷ୍ଟି ମାଧ୍ୟମରେ ଆମ ଭିତରେ ବଞ୍ଚି ରହିବେ।
ଦୁର୍ଭାଗ୍ୟର କଥା ଯେ ଶ୍ରୀଧର ବାବୁ ଲେଖିଥିବା ୧୬୦ରୁ ଅଧିକ ବହିରୁ ପ୍ରାୟ ୭୦ ଖଣ୍ଡ ମିଳିପାରିନାହିଁ। କେହି ଏଗୁଡ଼ିକ ଯୋଗାଇପାରିଲେ ତାହା ଏଠାରେ ଯୋଡ଼ିଦେଇ ହେବ।
ତଳ ସୂଚୀ ସାହାଯ୍ୟରେ ଶ୍ରୀଧର ଦାସଙ୍କର ସର୍ଜନାର ଡିଜିଟାଲ୍ ରୂପଗୁଡ଼ିକ ଦେଖିହେବ। ଡାଉନ୍ଲୋଡ୍ ଉପରେ କ୍ଲିକ୍ କରି ବହିଟି ସଂଗ୍ରହ କରିହେବ।
ଶ୍ରୀଧର ଦାସ ସର୍ଜନା ସୂଚୀ | ||||
ଅନୁବାଦ – Translation | ||||
Ahamika O Bhranti (1973) Download |
(୧୯୭୪) Alibaba (1974) Download |
(୧୯୭୨) Aliver Tuist (1972) Download |
Ama Odishara Katha (n. 1978) Download |
Asi Dinare Pruthibi Parikramana (1970, 2p. 1972) Download |
Baunti Jhajare Bidroha (1977) Download |
Betala Panchabinsati (1975) Download |
Bichitra Tabija (1970) Download |
Biswa Sahitya, v.01 (1957) Download |
Biswa Sahitya, v.02 (1957) Download |
Chandrakanta Mani (1972, n. 2008) Download |
Chekov Kahani (1971) Download |
Devid Coperfild (1972) Download |
Galivar’ra Bhramanakahani (1970, 2e. 1972) Download |
Garki Kahani (1972) Download |
Gris Desara Purana Kahani (1975, rp. 2012) Download |
Gris Desara Upakatha (2p. 1972) Download |
Gruhi o Sanyasi (1975) Download |
Hitopadesa, v.01 – Mitralabha (1971) Download |
Hitopadesa, v.02 – Suhrudabheda (1971) Download |
Hitopadesa, v.03 – Bigraha o Sandhi (1972) Download |
Homar Kahani (1972) Download |
Isap Kahani (1973) Download |
Ivan Ho (1971) Download |
Jarj Westinghaus (1968) Download |
Jataka Kahani, v.01 (1972, n. 1974) Download |
Jataka Kahani, v.02 (1975) Download |
Jataka Kahani, v.03 (n. 1975) Download |
Jataka Kahani, v.04 (1972, n. 1976) Download |
Kalasara (1973, n. 2012) Download |
Lio Talstoynka Galpamala (1958) Download |
Malabika-Agnimitra (1982, 2p. 2012) Download |
Mopasan Kahani (1977) Download |
Mopasan Kahani, v.01 (1972) Download |
Mopasan Kahani, v.02 (1973) Download |
Mopasan Kahani, v.04 (1978) Download |
Mruchhakatika o Mudrarakshasa (1976) Download |
Oekphild’ra Bhaikar (1976) Download |
Panchatantra, v.01, pt.01 (2p. 1974) Download |
Panchatantra, v.01, pt.02 (2p. 1973) Download |
Panchatantra, v.02 (2p. 1974) Download |
Panchatantra, v.03 (2p. 1974) Download |
Panchatantra, v.04 (2p. 1974) Download |
Panchatantra, v.05 (1972, 2p. 1977) Download |
Rabinhud (1967) Download |
Ramayana Kahani (2001, 3e. 2012) Download |
Ratnadipa (1971, rp. 2009) Download |
Rip Bhan Winkle (1978) Download |
Sakespiar Galpa (1957) Download |
Sakespiar Kahani v.01 (1970, 2p.1976) Download |
Sakespiar Kahani v.02 (1970, 2p.1976) Download |
Sakespiar Kahani v.03 (1970, 2p.1972) Download |
Samudra Garbhare Kodie Hajar Lig Bhramana (1971, 2p. 1973) Download |
Sorab o Rustam (2p. 1949) Download |
Sri (1973) Download |
Time Machine (1972) Download |
Tolstoy Kahani, v.01 (1971) Download |
Tolstoy Kahani, v.02 (1971) Download |
Tolstoy Kahani, v.03 (1976) Download |
Tom Sayar (1971, rp. 1973) Download |
Tomkakanka Kebin (np. 1992) Download |
Markin Samajara Gotie Sankhyalaghu Sampradaya (1965) Download |
Pruthibi Pain Jala Download |
Viet Cong (1966) Download |
Vietnam Judhha Kahinki (1966) Download |
ବ୍ୟାକରଣ ଓ ଅଭିଧାନ – Grammar and Dictionary | ||||
Alankara Manjari (n. 1965) Download |
Alankara Prabesa (1951) Download |
English-Oriya Dictionary (1966) Download |
Samskruta Byakarana Prabesa (2e. 1953) Download |
Download Sarbasara Byakarana (7e, 1952) Download |
ପାଠ୍ୟପୁସ୍ତକ – Textbooks | ||||
Kabita Prabesa Sahachara, 1952-53 (1950) Download |
Kabita Prabesa Sahachara, 1953-55 Download |
Katha Sumana (n. 1959) Download |
Kichaka Badha Samikshya (1966) Download |
Manjusa (n. 1967) Download |
Nabasahitya Sahachara, v.01 (1962) Download |
Nabasahitya Sahachara, v.02 (1962) Download |
Nutana Sahitya Sangraha (n. 1954) Download |
Patha Kalika (np. 1963) Download |
Patha Pradipa, v.04 (n. 1963) Download |
ଆତ୍ମଜୀବନୀ ଓ ଜୀବନୀ – Autobiography and Biography | ||||
Sua Munhara Patara (1982, 4p. 2014) Download |
A Leaf in the Stream (2006) Download |
Amar Charita – Nanda Kishor Bal (1955) Download |
Amara Charita – Gangadhar Meher (2e. 1954) Download |
Amara Charita – Sadhu Sundar Das (2e. 1955) Download |
Jibani Bartika (1961) Download |
Kabisurya (2e. 1954) Download |
Pancha Pradipa (n. 1963) Download |
||
ଅନ୍ୟାନ୍ୟ – Miscellaneous | ||||
Adarsa Manisa Sridhara Das (1973) Download |
(୨୦୦୮) Adhyapaka Sridhar Das (2008) Download |
Manisi Sridhara (2018) Download |
Sridhar Smaranika Download |
Sridhara Smarane (1997) Download |
Stabaka (1951) Download |
Mathuramangala (1775; 1966) Download |
Usabhilasa (1971) Download |
Raskallola (1967) Download |