ସୁଦର୍ଶନ ଆଚାର୍ଯ୍ୟ ସଂକଳନ
ସୁଦର୍ଶନ ଆଚାର୍ଯ୍ୟ (୨୮ ଜାନୁଆରି, ୧୯୩୯ – ୦୧ ଡିସେମ୍ବର, ୨୦୨୨) – ଗଞ୍ଜାମ ଜିଲ୍ଲାର ଜରଡ଼ା ନିକଟରେ ୧୯୩୯ ମସିହା ଜାନୁଆରି ୨୮ ତାରିଖରେ ପ୍ର. ସୁଦର୍ଶନ ଆଚାର୍ଯ୍ୟଙ୍କ ଜନ୍ମ। ପିତାଙ୍କ ନାମ ଯତିରାଜ ଓ ମାତାଙ୍କ ନାମ ରୁକ୍ମିଣୀ। ନିଜ ଘରେ ସଂସ୍କୃତ ଶିକ୍ଷା ପରେ ସେ ନୂଆପଡ଼ା ଉଚ୍ଚବିଦ୍ୟାଳୟରୁ ମ୍ୟାଟ୍ରିକୁଲେସନ୍ ପାସ୍ କରିବା ପରେ ଖଲ୍ଲିକୋଟ ମହାବିଦ୍ୟାଳୟରୁ ସ୍ନାତକ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ପ୍ରଥମେ ସେ ୧୯୬୦ ମସିହାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ତା’ପରେ ଖଲ୍ଲିକୋଟ ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ କରିବା ପରେ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ବହୁ ବିରଳ ତାଳପତ୍ର ପୋଥି, ପ୍ରାଚୀନ ପତ୍ରପତ୍ରିକା ଏବଂ ପୁରାତନ ପୁସ୍ତକ ସମ୍ପାଦନା କରିଥିଲେ। ଇନ୍ଦ୍ରଧନୁ ପରି ଏକ ବିରଳ ପତ୍ରିକାକୁ ସେ ଲୋକଲୋଚନକୁ ଆଣିଥିଲେ।
ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳଠାରୁ କିଛି ରହସ୍ୟଗଳ୍ପ ଏବଂ କବିତା ମାଧ୍ୟମରେ ତାଙ୍କର ସାହିତ୍ୟ ସାଧନା ଆରମ୍ଭ ହୋଇଥିଲା। ତାଙ୍କର ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଦକ୍ଷତା ଥିଲା। ସଂସ୍କୃତ ସାହିତ୍ୟରେ ମଧ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଆଚାର୍ଯ୍ୟଙ୍କ ସାମଗ୍ରିକ ସାରସ୍ୱତ ସୃଷ୍ଟିକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ- ୧- ସମାଲୋଚନା ଓ ଗବେଷଣା, ୨- ସମ୍ପାଦନା ଏବଂ ୩-ଅନୁବାଦ। ତାଳପତ୍ର ପୋଥିରୁ ପାଠୋଦ୍ଧାର କରି ଉପେନ୍ଦ୍ର ଭଞ୍ଜଙ୍କ ପ୍ରଥମ କାବ୍ୟ ଚିତ୍ରଲେଖା (୨୦୦୧), ଶ୍ରୀବିଷ୍ଣୁପୁରାଣ (୨୦୧୩) ଶ୍ରୀରାମ ରସାୟନ (୨୦୧୫), ଉଷା ଅଭିଳାଷ (୨୦୧୦), ରେଖା ଓ ରଙ୍ଗ (୨୦୧୫), ଅନ୍ତଃପୁରର ଅଭିଲେଖ (୨୦୧୫), ପଦ୍ମନାଭ ନାରାୟଣ ଦେବ ଗ୍ରନ୍ଥାବଳୀ (୧୯୯୨), ଦୁର୍ଲଭ ପତ୍ରିକା ଇନ୍ଦ୍ରଧନୁ, ଉତ୍କଳ ମଧୁପ ଓ ପ୍ରଦୀପର ପୁନଃ ସମ୍ପାଦନା (୧୯୯୧, ୨୦୦୯) କରି ସେ ଲୋକଲୋଚନକୁ ଆଣିଛନ୍ତି।
କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ ପୁରସ୍କାର), ଓଡ଼ିଶା ସାହିତ୍ୟ ଏକାଡେମୀ (ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର), ଭାରତ ସରକାର (ଭାଷା ଭାରତୀ ସମ୍ମାନ, ମହୀଶୂର), ଉତ୍କଳ ସାହିତ୍ୟ ସମାଜ, ଓଡ଼ିଆ ପାଠକ ସଂସଦ, ଏଷଣା, ସତ୍ୟନାରାୟଣ ରାଜଗୁରୁ ସମ୍ମାନ (ପାରଳାଖେମୁଣ୍ଡି). ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ (ପୁରୀ) ଇତ୍ୟାଦି ବହୁ ପ୍ରତିଷ୍ଠିତ ଓ ଆଞ୍ଚଳିକ ଅର୍ଦ୍ଧଶତାଧିକ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ, ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି। ଅଳ୍ପରେ କହିଲେ, ସୁଦର୍ଶନ ଆଚାର୍ଯ୍ୟ, ଯଥାର୍ଥରେ ଆଚାର୍ଯ୍ୟ।
(ସୌଜନ୍ୟ: ସମ୍ବାଦ ସାହିତ୍ୟକୋଷ)
‘ଓଡ଼ିଆ ବିଭବ’ ପ୍ରତି ତାଙ୍କର ସବୁବେଳେ ଆଗ୍ରହ ଓ ଶୁଭେଚ୍ଛା ରହିଥିଲା। ଏଥିପାଇଁ ତାଙ୍କର ସହଯୋଗ ଭୁଲି ହେବନାହିଁ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି ପୃଷ୍ଠାଟି ସମର୍ପିତ। ଏହି ପୃଷ୍ଠା ପ୍ରସ୍ତୁତି ଦିଗରେ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଡ. କୃଷ୍ଣଚନ୍ଦ୍ର ପ୍ରଧାନ, ଶ୍ରୀ ଆଶୀଷ ମହାନ୍ତି, ଶ୍ରୀ ଅସିତ ମହାନ୍ତି, ଡ. ଗୌରାଙ୍ଗ ଚରଣ ଦାଶ, ଡ. କୈଳାଶ ଚନ୍ଦ୍ର ଦାଶ ତାଙ୍କ ପ୍ରକାଶିତ ବହି ଯୋଗାଇ ଦେଇ ସହଯୋଗ କରିଛନ୍ତି।
ସୁଦର୍ଶନ ଆଚାର୍ଯ୍ୟ ରଚନା ସୂଚୀ – Sudarshan Acharya Writings | ||||
Antahpurara Abhilekha (2015) Download |
Benimadhab Granthabali v.01 (2019) Download |
Chitralekha (2001) Download |
Gopalachandra Praharaj: Byakti O Byaktittwa (2010) Download |
Gopinatha Nanda Granthabali, v.01 (2011) Download |
Janakisa Bilasa () Download |
Jibana Charita (1993) Download |
Kalidas Suktayah (2018) Download |
Katha-Bithika (1967) Download |
Katha Sarita Sagara, v.01 (1969) Download |
Kathasarita Sagar v.02 (2004) Download |
Kathasarita Sagar v.03 (2005) Download |
Kathasarita Sagar v.04 (2005) Download |
Kathasarita Sagar v.05 (2007) Download |
Laxmi Purana (2018) Download |
Odia Kabya Kousala (1983, 2002) Download |
Odishara Asmita Sandhana O Upendra Bhanja Kabyalochana (2013) Download |
Padmanabha Narayana Deba Granthabali (2011) Download |
Ramachandra Granthabali v.01 (1990) Download |
Ramachandra Granthabali v.02 (1992) Download |
Ramachandra Granthabali v.03 (1995) Download |
Ramachandra Granthabali v.04 (1999) Download |
Ramayana – Ajodhyakanda (2000) Download |
Ramayana – Balakanda (1993) Download |
Rekha O Ranga (2015) Download |
Sahitya O Sahityika (1968) Download |
Srasta O Srusti (1972) Download |
Sri Sudarsana Jagya Padhati (2012) Download |
Sribisnu Purana (2013) Download |
Srirama Rasayana (2015) Download |
Upendra Bhanja – Tinoti Abhibhasan (୧୯୭୨) Download |
Utkal Madhupa O Pradeepa (2007) Download |
Benimadhab Granthabali, v.02 (2020) Download |
Jagannathastottarasatakam (1989) Download |
Srihanumat Stotra Sangraha (1998) Download |
Smaranika – Nikhil Bharat Odia Adhyapak Sammilani (1981) Download |
Professor Dasarathi Das Abhinandan Grantha (1996) Download |
Smruti (1998) Download |
||
ସୁଦର୍ଶନ ଆଚାର୍ଯ୍ୟଙ୍କ ବିଷୟରେ… – On Sudarshan Acharya… | ||||
Acharya (1999) Download |
Sahrudaya Samhita (2017) Download |
Acharya Sudarsan (2022) Download |
Sudarsan Darsan (2022) Download |
ସୁଦର୍ଶନ ଜୀବନ ଆଲେଖ୍ୟ (୨୦୨୨) Sudarshan Jibana Alekhya (2022) Download |