ଓଡ଼ିଆ ଭାଷାର ବିଶେଷ ବିଭବ

ସମସ୍ତଙ୍କର କିଛି ନା କିଛି ଅତି ଆଦରର ଜିନିଷ ରହିଥାଏ। ବ୍ୟକ୍ତିର, ଦଳର ଓ ଜାତିର। ଓଡ଼ିଆ ଜାତିର ଏଭଳି କିଛି ରହିବା ମଧ୍ୟ ସ୍ୱାଭାବିକ କଥା। ତାହା ଭିତରୁ କେତୋଟି ଅମୂଲ୍ୟ ବିଭବ ଏଠାରେ ଦିଆଯାଉଛି।

ଏହି ଉପସ୍ଥାପନାର ଲକ୍ଷ୍ୟହେଉଛି ଆଗ୍ରହ ସୃଷ୍ଟି କରାଇବା ଓ ସାଧାରଣ ଭାବରେ କୌତୂହଳୀ ଲୋକଙ୍କୁ ଏସବୁ ଦେଖିବାର ସୁଯୋଗ ଦେବା। ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ବହି ବିଭାଗରେ ଖୋଜିଲେ ଆହୁରି କିଛି ମିଳିପାରିବ।

 


ଓଡ଼ିଆ ଭାଷାର ଆଦିରଚନା ଚର୍ଯ୍ୟାଗୀତିକା, ମଧ୍ୟକାଳର ରଚନା ମାଦଳା ପାଞ୍ଜି, ପ୍ରଥମ ନାଟକ, ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ।


ଗୀତଗୋବିନ୍ଦ – ଜୟଦେବଙ୍କର କାଳଜୟୀ ସର୍ଜନା ଓ ତାହାର ବିଭିନ୍ନ ଅନୁବାଦ ଓ ବ୍ୟାଖ୍ୟା – ମୂଳ ସଂସ୍କୃତ ଶ୍ଳୋକ, ଧରଣୀଧରଙ୍କ ଓଡ଼ିଆ ପଦ୍ୟାନୁବାଦ, ନୀଳମଣି ମିଶ୍ରଙ୍କର ଓଡ଼ିଆ ଗଦ୍ୟ ରୂପ ଏବଂ ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଇଂରାଜୀ ଭାଷାନ୍ତର।


ପଠାଣୀ ସାମନ୍ତଙ୍କର ବିଶିଷ୍ଟ କୃତି ସିଦ୍ଧାନ୍ତ ଦର୍ପଣ ଓ ତା’ର ବିଭିନ୍ନ ଅନୁବାଦ ଏବଂ ସାମନ୍ତଙ୍କ କାମ ବିଷୟରେ କିଛି ବିଶେଷ ଚର୍ଚ୍ଚା।

ସିଦ୍ଧାନ୍ତ ଦର୍ପଣ

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ସାମନ୍ତ (୧୮୩୫-୧୯୦୪) ଓଡ଼ିଆମାନଙ୍କ ପାଇଁ କେବଳ ‘ପଠାଣି ସାମନ୍ତ’। ପ୍ରୟୋଗାତ୍ମକ ଆକାଶ ବିଜ୍ଞାନ କ୍ଷେତ୍ରରେ ସେ ଏକ ବିଶିଷ୍ଟ ସାଧକ। ସିଦ୍ଧାନ୍ତ କାଳର ମୁଖ୍ୟ ପ୍ରବାହର ବହୁ ଶତାବ୍ଦୀ ପରେ ସେହି ଧାରାରେ କାମ କରିଥିବା ଅଳ୍ପ କେତେଜଣଙ୍କ ଭିତରେ ସେ ଜଣେ। ଆଧୁନିକ ସମୟରେ କାମ କରୁଥିଲେ ମଧ୍ୟ ସେ ସମକାଳୀନ ତତ୍ତ୍ୱ ଓ ଯନ୍ତ୍ର ସହିତ ପରିଚିତ ନ ଥିଲେ। କିନ୍ତୁ ନିଜ ହାତ ତିଆରି ସାଧାରଣ ଯନ୍ତ୍ର ସାହାଯ୍ୟରେ ସେ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ତାହାର ସଠିକତା ବିସ୍ମୟକର ଥିଲା।

ଓଡ଼ିଶାର ସେହି ବିଶିଷ୍ଟ ବରପୁତ୍ରଙ୍କର ଅମୂଲ୍ୟ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ, ତାହାର ବିଭିନ୍ନ ଅନୁବାଦ ଓ ବ୍ୟଖ୍ୟା, ତାଙ୍କର ଯନ୍ତଗୁଡ଼ିକର ବର୍ଣ୍ଣନା ଏବଂ ବିଜ୍ଞାନ ଜଗତରେ ତାଙ୍କର ସ୍ଥାନ ବିଷୟରେ କିଛି ଚର୍ଚ୍ଚାକୁ ନେଇ କେତେକ ବହିର ଡିଜିଟାଲ ରୂପ ଏଠାରେ ଦିଆଯାଇଛି। ତଳ ସାରଣୀରେ ସେଗୁଡ଼ିକର ଖୋଲିବା ବା ଡାଉନ୍‌ଲୋଡ୍ କରିବାର ବ୍ୟବସ୍ଥା ରହିଛି।

ସିଦ୍ଧାନ୍ତ ଦର୍ପଣ, ମୂଳ ପ୍ରକାଶ, ୧୮୯୯ Download
ସିଦ୍ଧାନ୍ତ ଦର୍ପଣ, ସଂସ୍କୃତ, ସଂ. କାହ୍ନୁଚରଣ ମିଶ୍ର, ୧୯୯୮ Download
ସିଦ୍ଧାନ୍ତ ଦର୍ପଣ, ଓଡ଼ିଆ ଅନୁବାଦ, ବୀର ହନୁମାନ ଶାସ୍ତ୍ରୀ, ୧୯୭୬ Download
ସିଦ୍ଧାନ୍ତ ଦର୍ପଣ, ହିନ୍ଦି ଅନୁବାଦ, ଅରୁଣ କୁମାର ଉପାଧ୍ୟାୟ, ୧୯୯୬ Download
ସିଦ୍ଧାନ୍ତ ଦର୍ପଣ, ଇଂରାଜୀ ଅନୁବାଦ ଓ ଗାଣିତିକ ବ୍ୟାଖ୍ୟା,
ଅରୁଣ କୁମାର ଉପାଧ୍ୟାୟ, ୧୯୯୮
Download
ପଠାଣି ସାମନ୍ତଙ୍କ ଜ୍ୟୋତିର୍ଯନ୍ତ୍ର, ପ୍ରହ୍ଲାଦ ଚନ୍ଦ୍ର ନାୟକ, ୨୦୦୨ / ୨୦୧୩ Open
Pathani Samanta’s Instrument Kits,
Prahallad Chandra Naik, 2008
Open
Samanta Chandrasekhar’s Contributions to Astronomy
(L Satpathy, 2009)
Open
Scientific Contributions of Pathani Samanta
(L satpathy et al, Ed., 2004)
Download