ବିଜ୍ଞାନ ପତ୍ରିକା

ଓଡ଼ିଆ ସାହିତ୍ୟର ବିକାଶ ସହିତ ନୂଆ ନୂଆ ଧରଣର ପତ୍ରିକା ପ୍ରକାଶ ପାଇବାକୁ ଲାଗିଲା। ଏଥିରୁ କିଛି ଗୋଟିଏ ଗୋଟିଏ ବିଷୟ ଉପରେ ଗୁରୁତ୍ୱ ଦେଲେ। ବିଜ୍ଞାନ ମଧ୍ୟ ଗୋଟିଏ ବିଷୟ ଭାବରେ କିଛି ଲୋକଙ୍କ ମନକୁ ଛୁଇଁଲା ଏବଂ ଏହି ବିଷୟକୁ ଆଧାର କରି ପତ୍ରିକା ପ୍ରକାଶ କରିବାର ଚେଷ୍ଟା ଆରମ୍ଭ ହେଲା।

୧୮୮୦ ଦଶକରେ କଲିକତାରୁ ପ୍ରକାଶ ପାଉଥିବା ‘ବିଜ୍ଞାନ ଦର୍ପଣ’ ଓଡ଼ିଆ ଭାଷାର ପ୍ରଥମ ବିଜ୍ଞାନ ଆଧାରିତ ପତ୍ରିକା। ଏହାର କୌଣସି ସଂଖ୍ୟା ଏବେ ଦେଖିବାକୁ ମିଳୁନାହିଁ, କିନ୍ତୁ ‘ଉତ୍କଳ ଦୀପିକା’ରେ ଏହାର ଖବର/ସମୀକ୍ଷାରୁ ପତ୍ରିକା ବିଷୟରେ କିଛି ଜଣାପଡ଼େ। ଏହି ସମୟରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନକୁ ଆଧାର କରି କିଛି ପତ୍ରିକା ମଧ୍ୟ ବାହାରୁଥିଲା। ୧୯୪୦-୫୦ ଦଶକରେ ବିଜ୍ଞାନ ରଚନା ବିଧିବଦ୍ଧ ଭାବରେ ଜନପ୍ରିୟ ରୂପ ନେବାକୁ ଲାଗିଲା, ରଚନାଗୁଡ଼ିକର ବିଷୟବସ୍ତୁ ବଦଳିଲା ଓ ସେସବୁର ସଂଖ୍ୟା ମଧ୍ୟ ବଢ଼ିଲା। ଏସବୁ ପ୍ରକାଶିତ ହେଉଥିଲା ନବଭାରତ, ଡଗର, ଶଂଖ, ଚତୁରଙ୍ଗ ଆଦି ସେ ସମୟର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାଗୁଡ଼ିକରେ।

ଓଡ଼ିଆ ଭାଷାରେ ଜନପ୍ରିୟ ବିଜ୍ଞାନ ରଚନା ଆହୁରି ବଳିଷ୍ଠ ହେଲା ୧୯୪୯ ମସିହାରେ ବିଜ୍ଞାନ ପ୍ରଚାର ସମିତିର ଗଠନ ସହିତ। ଏହାର ସମ୍ପାଦନାରେ ୧୯୭୩ ମସିହାରେ ଜନ୍ମ ନେଲା ‘ବିଜ୍ଞାନ ପ୍ରଭା‘ ପତ୍ରିକା ଏବଂ ୧୯୭୯ ମସିହାରେ ‘ବିଜ୍ଞାନାଲୋକ‘। ପ୍ରାୟ ସେହି ସମୟରେ ବଲାଙ୍ଗୀରରୁ ପ୍ରକାଶ ପାଇଲା ‘ବିଜ୍ଞାନ ମଧୂପ‘। ୧୯୮୦-୯୦ ଦଶକରେ ବିଜ୍ଞାନ ତରଙ୍ଗ, ବିଜ୍ଞାନ ଦିଗନ୍ତ ଓ ଆହୁରି କେତେ ବିଜ୍ଞାନ ପତ୍ରିକା ପ୍ରକାଶ ପାଇଲା ଯାହାର ବିଶେଷତ୍ୱ ଥିଲା ଶିକ୍ଷା-ବିଜ୍ଞାନ ଆନ୍ଦୋଳନର ପୃଷ୍ଠଭୂମି ବା ସରକାରଙ୍କ ସମ୍ପୃକ୍ତି। ତେବେ ୨୦୧୦ ମସିହା ବେଳକୁ ପ୍ରାୟ ଏହି ସବୁ ପତ୍ରିକା ବନ୍ଦ ହୋଇଯାଇଥିଲେ। କେବଳ ‘ବିଜ୍ଞାନ ଦିଗନ୍ତ’ର ପ୍ରକାଶନ ଚାଲୁ ରହିଥିଲା, ୨୫ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ‘ବିଜ୍ଞାନ ମଧୂପ’ ୨୦୦୮ ମସିହାରୁ ପୁନଃପ୍ରକାଶିତ ହେଉଛି।

ଅଧିକ ସଂଖ୍ୟାରେ ବାହାରିଥିବା ପତ୍ରିକାଗୁଡ଼ିକ ପାଇଁ ସ୍ୱତନ୍ତ୍ର ପୃଷ୍ଠାମାନ ଏହି ୱେବ୍‌ସ୍ଥଳାରେ ରହିଛି। ଏହି ପୃଷ୍ଠାରେ ଅନ୍ୟ ପତ୍ରିକାଗୁଡ଼ିକ ଦିଆଯାଇଛି। ତଳ ସୂଚୀ ସାହାଯ୍ୟରେ ଏହି ପତ୍ରିକାଗୁଡ଼ିକର ଡିଜିଟାଲ୍ ରୂପ ଦେଖିହେବ। ଶୀର୍ଷକ ଉପରେ ମାଉସ୍ ଦବାଇ ପତ୍ରିକାଗୁଡ଼ିକୁ ନାମ ବା ଆରମ୍ଭ ବର୍ଷ ଅନୁସାରେ ସଜାଇହେବ। ସାରଣୀ ଉପରେ ଥିବା search ବାକ୍ସରେ ନାମ ବା ବର୍ଷ ଲେଖି ଖୋଜିହେବ। ପାଖରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରି ପତ୍ରିକାର ସଂଖ୍ୟାଗୁଡ଼ିକ ସଂଗ୍ରହ କରିହେବ।

ନାମ Title ଆରମ୍ଭ/Started ଲିଙ୍କ / Link
ବିଜ୍ଞାନ ମଧୁପ
Bigyana Madhupa ୧୯୭୭
1977
<td

ଭାଗ ୧ (୧୯୭୭-୭୮)
v.1 (1977-78)
ଭାଗ ୨ (୧୯୭୮-୭୯)
v.2 (1978-79)
ଭାଗ ୩,୪ (୧୯୭୯-୮୧)
v.3,4 (1979-81)
ବିଜ୍ଞାନ ମଧୁପ ସୂଚୀ
Bigyana Madhupa Index
ଲୁବ୍‌ଧକ
Lubdhaka ୧୯୯୪
1994
ଭାଗ ୦୧ (୧୯୯୪-୯୫)
v.01 (1994-95)
ଭାଗ ୦୨ (୧୯୯୫)
v.02 (1995)
ଭାଗ ୦୩ (୧୯୯୬)
v.03 (1996)
ଭାଗ ୦୪ (୧୯୯୭)
v.04 (1997)
ଭାଗ ୦୫ (୧୯୯୮)
v.02 (1995)
– –
ବିଜ୍ଞାନ ସୌରଭ
Bigyana Sourava ୧୯୯୫
1995
ଭାଗ ୦୧ (୧୯୯୫-୯୬)
v.01 (1995-96)
ଭାଗ ୦୨ (୧୯୯୬-୯୭)
v.02 (1996-97)
ଭାଗ ୦୩ (୧୯୯୭-୯୮)
v.03 (1997-98)
ଭାଗ ୦୪ (୨୦୦୧-୦୨)
v.04 (2001-02)
ଭାଗ ୦୭ (୨୦୦୨)
v.07 (2002)
ଭାଗ ୦୮ (୨୦୦୩)
v.08 (2003)
ପରଖ
Parakha ୨୦୦୦
2000
ଭାଗ ୦୧ (୨୦୦୦)
v.01 (2000)
ଭାଗ ୦୨ (୨୦୦୦-୦୧)
v.02 (2000-01)
ଭାଗ ୦୩ (୨୦୦୧-୦୨)
v.03 (200୧-୦୨)
ଭାଗ ୦୪ (୨୦୦୨)
v.04 (2002)
ଭାଗ ୦୫ (ବିଶେଷ ସଂଖ୍ୟା ୨୦୦୪)
v.05 (Spl issue, Oct 2004)
ଭାଗ ୦୬ (ବିଶେଷ ସଂଖ୍ୟା ୨୦୦୫)
v.06 (Spl issue, Oct 2005)
ଆମ ଜ୍ଞାନବିଜ୍ଞାନ
Ama Gyanbigyana ୨୦୦୧
2001
ଭାଗ ୦୧(୦୧-୦୪) ୨୦୦୧-୦୨
v.01 (01-04) 2001-02
ଭାଗ ୦୧(୦୫-୦୯) ୨୦୦୧-୦୨
v.01 (0୫-0୯) 2001-02
ଆଜିର ବିଜ୍ଞାନ
Ajira Bigyana ୧୯୮୦
1980
ଭାଗ ୦୧(୦୪), ଭାଗ ୦୨(୦୧) ୧୯୮୦-୮୧
v.01(04), v.02(01) 1980-81
ଆମର ସ୍ୱାସ୍ଥ୍ୟ
Amara Swasthya ୧୯୫୭
1957
ଭାଗ ୦୧(୧୯୫୭-୫୯)
v.01 (1957-59)
ବିଜ୍ଞାନ ଓ ପରିବେଶ ବାର୍ତ୍ତା
Bigyana o Paribesa Barta ୧୯୯୩
1993
ଭାଗ ୦୨(୦୧) ୧୯୯୪
v.02(01) 1994
ବିଜ୍ଞାନ ସାରଥୀ
Bigyana Sarathi ୧୯୮୦
1980
ଭାଗ ୦୨(୦୨,୧୧), ଭାଗ ୦୩(୦୧) ୧୯୭୨-୭୩
v.02(02,11), v.03(01) 1972-73